Videos
|
International

Japan earthquake 2026 / କ୍ୟାମେରାରେ କଏଦ ହେଲା ଭିଡ଼ିଓ; କାହିଁକି ବାରମ୍ବାର ଦୋହଲି ଉଠୁଛି ଜାପାନ?

Subhramjit Ray
Browse all articles by Subhramjit Ray
·1 hour ago·3 min read
କ୍ୟାମେରାରେ କଏଦ ହେଲା ଭିଡ଼ିଓ; କାହିଁକି ବାରମ୍ବାର ଦୋହଲି ଉଠୁଛି ଜାପାନ?
Japan earthquake 2026

Key Points

ବିଗତ ଗୋଟିଏ ସପ୍ତାହ ମଧ୍ୟରେ ଜାପାନରେ ଅନୁଭୂତ ହୋଇସାରିଛି ଦୁଇ ଦୁଇ ଥର ଶକ୍ତିଶାଲୀ ଭୂକମ୍ପ ଝଟକା। ପ୍ରାୟ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ବାସସ୍ଥାନ ରହିଥିବା ଏହି ଦ୍ୱୀପପୁଞ୍ଜ ସାଧାରଣତଃ ପ୍ରତିବର୍ଷ ଶହ ଶହ ଝଟକା ଅନୁଭବ କରିଥାଏ।
7.1 magnitude earthquake Japan: ମଙ୍ଗଳବାର (ଜୁଲାଇ ୨୮) ଦକ୍ଷିଣ ଜାପାନର ମୁଖ୍ୟ ଦ୍ୱୀପ କ୍ୟୁଶୁ ସ୍ଥିତ କୁମାମୋଟୋ ପ୍ରଦେଶରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୭.୧ ରହିଥିବା ଜଣାପଡ଼ିଛି। ଜାପାନୀ ପାଣିପାଗ ସଂସ୍ଥା (JMA) କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା।

ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ଲୋକଙ୍କ ସୂଚନା ମିଳିଛି। ଏହି ଅଞ୍ଚଳରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଦେଶର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ସୁନାମି ଜନିତ ସତର୍କତା ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଭୂକମ୍ପ ପରେ ପ୍ରାୟ ୧ ମିଟର (୩.୨୮ ଫୁଟ) ଉଚ୍ଚତା ସାମୁଦ୍ରିକ ଢେଉ ମାଡ଼ି ଆସିବାର ଆଶଙ୍କା କରାଯାଉଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ଏବଂ ଉଦ୍ଧାର କାର୍ଯ୍ୟକୁ ନେଇ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ଏହା ସହ ପଢନ୍ତୁ: ବିଶ୍ୱର ସେହି ଦେଶ ଯେଉଁଠି ସର୍ବାଧିକ ଥର ଅନୁଭୂତ ହୁଏ ଭୂକମ୍ପ


ରାଷ୍ଟ୍ରୀୟ ଗଣମାଧ୍ୟମ NHK କହିଛି ଯେ ପୂର୍ବରୁ ଦେଶରେ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଲହଡ଼ି ଆସିସାରିଛି। ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯଥାଶୀଘ୍ର କ୍ଷୟକ୍ଷତି ସମ୍ପର୍କରେ ଯଥାସମ୍ଭବ ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛି। ସରକାର ମଧ୍ୟ କର୍ତ୍ତୃପକ୍ଷଙ୍କୁ ସର୍ବୋପରି ମାନବ ଜୀବନକୁ ପ୍ରାଥମିକତା ଦେବାକୁ ଏବଂ ଜରୁରୀକାଳୀନ ବିପର୍ଯ୍ୟୟ ମୁକାବିଲାରେ କୌଣସି ପ୍ରକାରର ଅବହେଳା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜାପାନରେ ଭୂମିକମ୍ପ ହେବା ପରେ ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି କ୍ଷୟୟତି ହୋଇଥିବାର ରିପୋର୍ଟ ଆସିନାହିଁ। ଯାହା କର୍ତ୍ତୃପକ୍ଷ ମଧ୍ୟ ଆଶ୍ୱାସନା ଦେଇଛି। ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି କ୍ଷୟକ୍ଷତି ରିପୋର୍ଟ ହୋଇନଥିବା, ନ୍ୟୁକ୍ଲିୟର ରେଗୁଲେସନ୍ ଅଥରିଟି କହିଛି। ଜାପାନ ସରକାର ଜାପାନର ଦକ୍ଷିଣ କ୍ୟୁଶୁ ଦ୍ୱୀପରେ ଥିବା କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇଟା, ମିୟାଜାକି ପ୍ରଦେଶ ପାଇଁ ଜରୁରୀକାଳୀନ ଭୂମିକମ୍ପ ଚେତାବନୀ ଜାରି କରିଛନ୍ତି।


ଗୋଟିଏ ସପ୍ତାହରେ ଅନୁଭୂତ ହେଲାଣି ଦୁଇ ଦୁଇ ଥର ଭୂକମ୍ପ ଝଟକା
ଗତ ଜୁନ୍ ୨୫ ତାରିଖରେ ଉତ୍ତର ଜାପାନରେ ୭.୨ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ହେଲେ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିଲା।
ଜାପାନ ବିଶ୍ୱର ସବୁଠାରୁ ଅଧିକ ଭୂକମ୍ପ ପ୍ରଭାବିତ ଦେଶଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ରହିଥିବା ଚାରୋଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ ଏକ "ଅଗ୍ନି ବଳୟ" (Ring of Fire of Pacific Region)। ପ୍ରାୟ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ବାସସ୍ଥାନ ରହିଥିବା ଏହି ଦ୍ୱୀପପୁଞ୍ଜ ସାଧାରଣତଃ ପ୍ରତିବର୍ଷ ଶହ ଶହ ଝଟକା ଅନୁଭବ କରିଥାଏ। ବିଶ୍ୱର ହେଉଥିବା ଭୂକମ୍ପର ପ୍ରାୟ ୧୮ ପ୍ରତିଶତ ଏଠାରେ ଅନୁଭୂତ ହୋଇଥାଏ।

ଏହା ସହ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଜାପାନ; ବନ୍ଦରରେ ମାଡ଼ ହେଲା ପ୍ରଥମ ସୁନାମୀ ଲହର

ଯଦିଓ ଏଠାରେ ଅଧିକାଂଶ ଭୂମି ମୃଦୁ ଭୂକମ୍ପ ଅନୁଭୂତ ହୋଇଥାଏ, ହେଲେ ଏହା ଦ୍ୱାରା ହେଉଥିବା କ୍ଷୟକ୍ଷତି, ଏହାର ପୃଥିବୀ ପୃଷ୍ଠ ତଳେ ରହୁଥିବା କେନ୍ଦ୍ରସ୍ଥଳ ଅନୁସାରେ ଭିନ୍ନ ହୋଇଥାଏ। ଗତ ୨୦୧୧ ରେ ଅନୁଭୂତ ହୋଇଥିବା ହୋଇଥିବା ୯.୦ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା ଏପର୍ଯ୍ୟନ୍ତ ଦେଶବାସୀଙ୍କ ମନରୁ ଯାଇନାହିଁ। ଏହି ଭୂକମ୍ପ ଅନୁଭୂତ ହେବା ପରେ ଦେଶରେ ବିନାଶକାରୀ ସୁନାମିର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହା ଦ୍ୱାରା ପ୍ରାୟ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଫୁକୁସିମା ପରମାଣୁ କେନ୍ଦ୍ର ଧ୍ୱଂସପ୍ରାୟ ହୋଇ ଯାଇଥିଲା।

ଚଳିତ ବର୍ଷ ଅପ୍ରେଲ ୨୦ ତାରିଖରେ, ଦେଶର ଉତ୍ତର ଭାଗରେ ୭.୭ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯେଉଁଥିରେ ଅତି କମରେ ୧୦ ଜଣ ଆହତ ହୋଇଥିଲେ। ଏବଂ ରାଜଧାନୀ ଟୋକିଓ ସହରରେ ବଡ଼ ବଡ଼ କୋଠାଘର ଥରି ଉଠିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: