Most earthquake prone countries / ବିଶ୍ୱର ସେହି ଦେଶ ଯେଉଁଠି ସର୍ବାଧିକ ଥର ଅନୁଭୂତ ହୁଏ ଭୂକମ୍ପ
·4 months ago·3 min read

Key Points
ବିଭିନ୍ନ ରିପୋର୍ଟ ଅନୁସାରେ ବିଶ୍ୱରେ ସବୁଠାରୁ ଅଧିକ ଭୂକମ୍ପ ଏସିଆରେ ଅନୁଭୂତ ହୋଇଥାଏ। ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟରେ ବିଶ୍ୱରେ ହେଉଥିବା ଭୂମିକମ୍ପର ପ୍ରାୟ ୯୦ ପ୍ରତିଶତ ହୋଇଥାଏ।
Countries with highest seismic activity: ସୋମବାର ୭.୪ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପିଉଠିଛି ଜାପାନ। ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ଜାପାନରେ ଅନୁଭୂତ ହୋଇନଥାଏ। ବରଂ ବିଶ୍ୱର କୋଣ ଅନୁକୋଣରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ। ବିଶ୍ୱର ଏପରି କିଛି ଦେଶ ରହିଛି ଯେଉଁଠି ଭୂମିକମ୍ପର ସର୍ବାଧିକ ତାଣ୍ଡବ ଦେଖିବାକୁ ମିଳିଥାଏ। ଅଧିକାଂଶ ଭୂମିକମ୍ପ ସେହି ସ୍ଥାନରେ ହୋଇଥାଏ ଯେଉଁଠାରେ ପୃଥିବୀର ସ୍ତର କୁହାଯାଉଥିବା "ଟେକ୍ଟୋନିକ୍ ପ୍ଲେଟ୍" ପରସ୍ପର ସହ ଧକ୍କା ହୋଇଥାଏ କିମ୍ ନିଜ ସ୍ଥାନରୁ ଖସିଯାଏ। ଭୂମିକମ୍ପ ଝଟକାକୁ ରିକ୍ଟର ସ୍କେଲ ସହୟତାରେ ମାପ କରାଯାଏ। ଯଦି ଏହାର ତୀବ୍ରତା ୪ କିମ୍ବା ଏହା ଠାରୁ କମ୍ ରହିଥାଏ ତାହେଲେ ଏହାକୁ ସାଧାରଣ ଏବଂ ଯଦି ୭ ଠାରୁ ଅଧିକ ତୀବ୍ରତା ରହିଥାଏ ତାହେଲେ ଏହାକୁ ବିପଜ୍ଜନକ ଭାବରେ ବିବେଚନା କରାଯାଏ।
ବିଭିନ୍ନ ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ ଭୂକମ୍ପ ଏସୀୟ ଦେଶରେ ଅନୁଭୂତ ହୋଇଥାଏ। ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟ (Pacific Ring of Fire ) ଅଞ୍ଚଳରେ ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଭୂମିକମ୍ପ ହୋଇଥାଏ। ବିଶ୍ୱର ସର୍ବାଧିକ ଭୂମିକମ୍ପ ପ୍ରବଣ ତାଲିକାରେ ରହିଥିବା ଦେଶ ହେଉଛନ୍ତି ଇଣ୍ଡୋନେ୍ସିଆ, ଚୀନ୍, ଜାପାନ, ଫିଲିପାଇନ୍ସ,ମେକ୍ସିକୋ।
ଏହା ସହ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଜାପାନ; ବନ୍ଦରରେ ମାଡ଼ ହେଲା ପ୍ରଥମ ସୁନାମୀ ଲହର
ଇଣ୍ଡୋନେସିଆ
ଇଣ୍ଡୋନେସିଆକୁ ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପ ପ୍ରବଣ ଦେଶ ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଏଠାରେ ହଜାର ହଜାର ଭୂମିକମ୍ପ ଅନୁଭୂତ ହୋଇଥାଏ। ପ୍ରଶାନ୍ତ ମହାସାଗରୀୟ ଅଗ୍ନି ବଳୟରେ ଏହାର ଅବସ୍ଥିତି ଯୋଗୁଁ ଏହି ଦେଶ ଭୂକମ୍ପ ପାଇଁ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏଠାରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ର ମିଳନସ୍ଥଳ ଯୋଗୁଁ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ।
ଜାପାନ
ବିଶ୍ୱର ସର୍ବାଧିକ ଭୂମିକମ୍ପ ପ୍ରବଣ ଦେଶ ତାଲିକାରେ ରହିଛି ଜାପାନ। ହେଲେ ଏହି ବିକଶିତ ଦେଶର ନାଗରିକ କିମ୍ବା ଏହାର ସରକାର ଭୂମିକମ୍ପକୁ ନେଇ ଭୟଭୀତ ହୋଇ ଉଠନ୍ତି ନାହିଁ। କାରଣ ସେମାନେ ନିରନ୍ତର ଭାବରେ ଏହାକୁ ଅନୁଭବ କରିଥାନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଏଟାରେ ଭୂକମ୍ପ ପ୍ରତିରୋଧୀ କୋଠା ଏବଂ ରାସ୍ତା ନିର୍ମାଣ କରାଯାଏ। ପ୍ରତିବର୍ଷ ଏଠାରେ ପ୍ରାୟ ୧୫୦୦ ଥର ଛୋଟ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୁଏ। ଚାରୋଟି ଟେକ୍ଟୋନିକ୍ ପ୍ଲେଟର ସଂଯୋଗସ୍ଥଳରେ ଅବସ୍ଥିତ ହୋଇଥିବାରୁ ଜାପାନ ବାରମ୍ବାର ଭୂକମ୍ପ ତାଣ୍ଡବର ସାମ୍ନା କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେକ୍ସିକୋ
ମେକ୍ସିକୋ ବିଶ୍ୱର ଏକ ଅତ୍ୟନ୍ତ ଭୂମିକମ୍ପ-ପ୍ରବଣ ଦେଶ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଏଠାରେ ଶହ ଶହ ଭୂମିକମ୍ପ ରେକର୍ଡ କରାଯାଏ। କୋକୋସ୍ ଏବଂ ଉତ୍ତର ଆମେରିକୀୟ ଟେକ୍ଟୋନିକ୍ ପ୍ଲେଟ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର କମ୍ପନ ଅନୁଭବ କରାଯାଏ। ଦେଶର ରାଜଧାନୀ ମେକ୍ସିକୋ ସିଟି ଭୂକମ୍ପ ପାଇଁ ବିପଦପୂର୍ଣ୍ଣ ରହିଛି।
ଫିଲିପାଇନ୍ସ
ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟରେ ଅବସ୍ଥିତ ରହିଛି ଫିଲିପାଇନ୍ସ। ଯାହା ୭ ହଜାରରୁ ଅଧିକ ଦ୍ୱୀପକୁ ନେଇ ଗଠିତ। ଏଠାରେ ବର୍ଷସାରା ଭୂମିକମ୍ପ ଅନୁଭୂତ ହୋଇଥଏ। କେବଳ ଭୂମିକମ୍ପ ନୁହେଁ ବରଂ ଏଠାରେ ଆଗ୍ନେୟଗିରି ଉଦଗୀରଣ ସହ ସାମୁଦ୍ରିକ ଝଡ଼ତୋଫାନର (Typhoons) ତାଣ୍ଡବ ମଧ୍ୟ ଦେଖିବାକୁ ମିଳିଥାଏ।
ଚୀନ୍
ଚୀନ ବିଶ୍ୱର ଅନ୍ୟତମ ଭୂମିକମ୍ପ-ପ୍ରବଣ ଦେଶ। ଯେଉଁଠି ସବୁଠାରୁ ଅଧିକ ବିନାଶକାରୀ ଭୂମିକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଛି। ଏକ ଜନବହୁଳ ଦେଶ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଠାରେ ଅଧିକ କ୍ଷୟକ୍ଷତି ହୋଇଥାଏ। ଏଟାରେ ସକ୍ରିୟ ରହିଥିବା ଅନେକ "ଫଲ୍ଟ ଲାଇନ୍" (Active Fault Lines In China) କାରଣରୁ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ।
ଏହା ସହ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ
ବିଶ୍ୱର ସବୁଠାରୁ ଭୟାନକ ଭୂମିକମ୍ପ
ଇତିହାସ ପୃଷ୍ଠାରେ ଅନେକ ଭୟାନକ ଭୂମିକମ୍ପ ରେକର୍ଡ କରାଯାଇଛି। ଯାହା ଭୟଙ୍କର କ୍ଷୟକ୍ଷତି ଘଟାଇଛି। ହେଲେ ବିଶ୍ୱର ସବୁଠାରୁ ଭୟଙ୍କର ଭୂମିକମ୍ପ ୧୫୫୬ ମସିହାରେ ଚୀନର ଶାଂସି ଠାରେ ଅନୁଭୂତ ହୋଇଥିଲା। ଏନେଇ ହୋଇଥିବା ଆକଳନ ଅନୁସାରେ ଏହାର ତୀବ୍ରତା ୯.୫ ରହିଥିଲା। ଏହି ଭୂମିକମ୍ପ କାରଣରୁ ପ୍ରାୟ ୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

Related Topics
Explore more stories
Most earthquake prone countriesCountries with highest seismic activityTop 5 earthquake regionsWorld’s most active fault linesWhere do earthquakes occur most?Pacific Ring of FireTectonic plate boundariesSeismic activity rankingJapan vs Indonesia earthquakesEarthquake frequency by countryMagnitude vs. Intensity