Laos Cave Rescue Operation / ବର୍ଷା ପରେ ଗୁମ୍ଫାରେ ଫସିରହିଲେ ୭ ଦିନ; ବାହାରକୁ ଆସିଲେ ୫, କୁଆଡ଼େ ଗଲେ ୨?
·1 hour ago·2 min read

Key Points
ପ୍ରାୟ ସପ୍ତାହେ ପୂର୍ବରୁ କେନ୍ଦ୍ରୀୟ ଲାଓସର ଏକ ଗୁମ୍ଫାରେ ୭ ଜଣ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ୨ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ସେମାନଙ୍କୁ ଏବେ ଖୋଜା ଚାଲିଛି।
5 rescued 2 missing Laos cave: ନିକଟରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଲାଓସ୍ ରେ ଘଟିଯାଇଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଏଠାରେ ଏକ ଗୁମ୍ଫାରେ ପ୍ରାୟ ସପ୍ତାହେରୁ ଅଧିକ ସମୟ ଧରି ଫସି ରହିଥିବା ମୋଟ ୭ ଜଣଙ୍କ ମଧ୍ୟରୁ ୫ ଜଣ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ହେଲେ ତଥାପି ଅନ୍ୟ ୨ ଜଣ ନିଖୋଜ ହୋଇ ଯାଇଛନ୍ତି। କେନ୍ଦ୍ରୀୟ ଲାଓସ୍ ର ଏକ ବନ୍ୟାଗ୍ରସ୍ତ ଗୁମ୍ଫାରେ ୭ ଜଣ ଲୋକ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଜୀବିତ ଅଛନ୍ତି।
ଉଦ୍ଧାର କାର୍ଯ୍ୟରେ ସାମିଲ ଲାଓସ୍ ଏବଂ ଥାଇଲ୍ୟାଣ୍ଡ ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି, ଗତ ୧୯ ତାରିଖରେ ଲାଓସ୍ ଜାୟସୋମ୍ବୁନ୍ ପ୍ରଦେଶର ଏକ ଗୁମ୍ଫାରେ ସେହି ୭ ଜଣ ଫସି ଯାଇଥିଲେ। ହେଲେ ପ୍ରବଳ ବର୍ଷା ଯୋଗୁଁ ଗୁମ୍ଫାରୁ ବାହାରକୁ ଆସିବା ରାସ୍ତା ବନ୍ଦ ହୋଇଯାଇଥିଲା। ଯାହା ଫଳରେ ସେହି ୭ ଜଣ ଲୋକ ଗୁମ୍ଫା ମଧ୍ୟରେ ପ୍ରାୟ ସପ୍ତାହେ ଧରି ଫସି ରହିଥିଲେ।
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ଖବର ଅନୁସାରେ, "ଲାଓ ରେସ୍କ୍ୟୁ ଭଲ୍ୟୁଣ୍ଟିୟର୍ସ ଫର୍ ପିପୁଲ" ପକ୍ଷରୁ କୁହାଯାଇଛି ଯେ ଗୁମ୍ପାରେ ଫସି ଯାଇଥିବା ୭ ଜଣ ଲୋକଙ୍କ ମଧ୍ୟରୁ ୫ ଜଣ ସୁରକ୍ଷିତ ଏବଂ ଜୀବିତ ଅଛନ୍ତି। ହେଲେ ଅନ୍ୟ ୨ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।
ଏହା ସହ ପଢନ୍ତୁ: ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ
ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ଜଣେ ଥାଇଲ୍ୟାଣ୍ଡ୍ ଉଦ୍ଧାରକାରୀ ଦଳର ସଦସ୍ୟ ଏକ ଭିଡି଼ଓ ଫୁଟେଜ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଉଦ୍ଧାରକାରୀ ଦଳ ଗୁମ୍ଫାରେ ଫସି ରହିଥିବା ଲୋକଙ୍କୁ କିପରି ଖୋଜି ପାଇଛନ୍ତି। ସେମାନେ ବନ୍ୟା ପାଣିରେ ଘେରି ରହିଥିବା ଏକ ପଥର ଉପରେ ବସି ମୁଣ୍ଡରେ ଲ୍ୟାମ୍ପ ଲଗାଇଥିବାାର ଦେଖିବାକୁ ମିଳିଛି।
ଏହି ଗୁମ୍ଫା ଜାୟସୋମ୍ବୁନ୍ ପ୍ରଦେଶର ଲଙ୍ଗଚେଙ୍ଗ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଯାହା ରାଜଧାନୀ ଭିଏଣ୍ଟିଆନ ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଉତ୍ତର ଭାଗରେ ଅବସ୍ଥିତ। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ପାର୍ବତ୍ୟମୟ ଅଞ୍ଚଳ ଅତ୍ୟନ୍ତ କଷ୍ଟକର। ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ଉଦ୍ଧାର ପ୍ରୟାସ ବାଧିତ ହୋଇଛି।
ଥାଇଲ୍ୟାଣ୍ଡ ଉଦ୍ଧାରକାରୀ ଦ ଏହି ଉଦ୍ଧାର ଅଭିଯାନର ଏକ ଭିଡି଼ଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେମାନେ କହୁଛନ୍ତି ଯେ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରାୟ ୪ କିଲୋମିଟର ପାଦରେ ଚାଲିବାକୁ ପଡ଼ିଥାଏ। ଏହି ଗୁମ୍ଫାର ପ୍ରବେଶ ପଥ ମଧ୍ୟ ବହୁତ ସଂକୀର୍ଣ୍ଣ। ଯାହା ଦ୍ୱାରା ଗୋଟିଏ ସମୟରେ କେବଳ ଜଣେ ବ୍ୟକ୍ତି ଯାଇପାରିବ।
ଏହା ସହ ପଢନ୍ତୁ: ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ
ବର୍ତ୍ତମାନ ଏକଥା ସ୍ପଷ୍ଟ ହୋଇ ପାରିନାହିଁ ଯେ ଗୁମ୍ଫାରେ ଫସି ଯାଇଥିବା ଲୋକ କାହିଁକି ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ। ହେଲେ ତଥାପି ଏହା କୁହାଯାଉଛି ଯେ ସ୍ଥାନୀୟ ଲୋକେ ସୁନା ଖୋଜିବା ପାଇଁ ଗୁମ୍ଫା ଭିତରକୁ ଯିବା ଆସିବା କରିଥାନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ସୁରକ୍ଷାଗତ କାରଣରୁ ଗୁମ୍ଫା ଭିତରେ ପ୍ରବେଶ ନକରିବା ପାଇଁ ଲୋକଙ୍କୁ ବାରମ୍ବାର ଚେତାବନୀ ଦେଇଆସିଛି।

วินาทีเจอ 5 ชีวิตติดถ้ำ สปป.ลาว
— Skyboyz (@Skyboyz15) May 27, 202
โดยทีมประดาน้ำกู้ภัย ฝ่าวิกฤตทางโหด#กู้ภัย #ติดถ้ำลาว #สปปลาว #ติดถ้ำ #ลาว #Laos pic.twitter.com/bDtHshtcg9
นาที ทีมกู้ภัย ซัพพอร์ต ทราบข่าวดี ครับ
— Skyboyz (@Skyboyz15) May 27, 2026
ทีมเราทำสำเร็จเราพบผู้สูญหาย 5 คน เป็นที่เรียบร้อย จากการรายงานล่าสุดพบว่า ปลอดภัย 🇹🇭🇹🇭🇱🇦🇱🇦#กู้ภัย #ติดถ้ำ #ลาว #สปปลาว pic.twitter.com/TrG0FIztmI
ଏହି ଗୁମ୍ଫା ଜାୟସୋମ୍ବୁନ୍ ପ୍ରଦେଶର ଲଙ୍ଗଚେଙ୍ଗ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଯାହା ରାଜଧାନୀ ଭିଏଣ୍ଟିଆନ ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଉତ୍ତର ଭାଗରେ ଅବସ୍ଥିତ। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ପାର୍ବତ୍ୟମୟ ଅଞ୍ଚଳ ଅତ୍ୟନ୍ତ କଷ୍ଟକର। ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ଉଦ୍ଧାର ପ୍ରୟାସ ବାଧିତ ହୋଇଛି।
ଥାଇଲ୍ୟାଣ୍ଡ ଉଦ୍ଧାରକାରୀ ଦ ଏହି ଉଦ୍ଧାର ଅଭିଯାନର ଏକ ଭିଡି଼ଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେମାନେ କହୁଛନ୍ତି ଯେ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରାୟ ୪ କିଲୋମିଟର ପାଦରେ ଚାଲିବାକୁ ପଡ଼ିଥାଏ। ଏହି ଗୁମ୍ଫାର ପ୍ରବେଶ ପଥ ମଧ୍ୟ ବହୁତ ସଂକୀର୍ଣ୍ଣ। ଯାହା ଦ୍ୱାରା ଗୋଟିଏ ସମୟରେ କେବଳ ଜଣେ ବ୍ୟକ୍ତି ଯାଇପାରିବ।
ଏହା ସହ ପଢନ୍ତୁ: ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ
ବର୍ତ୍ତମାନ ଏକଥା ସ୍ପଷ୍ଟ ହୋଇ ପାରିନାହିଁ ଯେ ଗୁମ୍ଫାରେ ଫସି ଯାଇଥିବା ଲୋକ କାହିଁକି ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ। ହେଲେ ତଥାପି ଏହା କୁହାଯାଉଛି ଯେ ସ୍ଥାନୀୟ ଲୋକେ ସୁନା ଖୋଜିବା ପାଇଁ ଗୁମ୍ଫା ଭିତରକୁ ଯିବା ଆସିବା କରିଥାନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ସୁରକ୍ଷାଗତ କାରଣରୁ ଗୁମ୍ଫା ଭିତରେ ପ୍ରବେଶ ନକରିବା ପାଇଁ ଲୋକଙ୍କୁ ବାରମ୍ବାର ଚେତାବନୀ ଦେଇଆସିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories