Videos
|
International

Nepal Flash Flood 2026 / ମିଳୁନାହିଁ ପାର୍ଥିବ ଶରୀର; ଘାସ ତିଆରି ପ୍ରତିମୂର୍ତ୍ତିର ଅନ୍ତିମ ସଂସ୍କାର କରୁଛନ୍ତି ପରିଜନ

Subhramjit Ray
Browse all articles by Subhramjit Ray
·15 mins ago·3 min read
ମିଳୁନାହିଁ ପାର୍ଥିବ ଶରୀର; ଘାସ ତିଆରି ପ୍ରତିମୂର୍ତ୍ତିର ଅନ୍ତିମ ସଂସ୍କାର କରୁଛନ୍ତି ପରିଜନ
Nepal Flash Flood 2026

Key Points

ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ଏପର୍ଯ୍ୟନ୍ତ ୧୧ ଶହରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୪୫୦୦ ଲୋକ ନିଖୋଜ ଅଛନ୍ତି। ଗୋଟିଏ ସପ୍ତାହ ପରେ, ନିଖୋଜ ଲୋକଙ୍କୁ ଜୀବିତ ପାଇବାର ଆଶା ମଳିନ ପଡ଼ିବା ସହିତ, ପରିବାରବର୍ଗ ସେମାନଙ୍କ ଆତ୍ମାକୁ ଶାନ୍ତିରେ ରହିବା ପାଇଁ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରୁଛନ୍ତି।
ଅଚାନକ ହିମାଳୟ ଘାଟିରୁ ମାଡ଼ି ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଛାରଖାର ହୋଇଯାଇଛି ନେପାଳ। ବନ୍ୟାରେ ଘର ଦ୍ୱାର ନଷ୍ଟ ହୋଇଯାଇଛି। ପ୍ରିୟଜନଙ୍କ କୌଣସି ଖୋଜ ଖବର ମିଳୁନାହିଁ। ହେଲେ ବର୍ତ୍ତମାନ ବନ୍ୟାରେ ନିଖୋଜ ହୋଇ ଯାଇଥିବା ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ସେମାନଙ୍କର କରାଯାଉଛି ଅନ୍ତିମ ସଂସ୍ଖାର। ନେପାଳରେ କ୍ଷୟକ୍ଷତି ଏପରି ଯେ ଅନେକ ପରିବାର ବନ୍ୟା ପରେ ନିଖୋଜ ହୋଇଥିବା ସେମାନଙ୍କ ପ୍ରିୟଜନଙ୍କ ଶେଷକୃତ୍ୟ କରିବା ଆରମ୍ଭ କରିଛନ୍ତି। ପ୍ରାୟ ସପ୍ତାହେ ପୂର୍ବରୁ ଆସିଥିବା ଭୟଙ୍କର ବନ୍ୟାରେ ସବୁ କିଛି ଭାସି ଯାଇଛି। ନିଖୋଜ ଲୋକକ ଫେରିବାର ଆଶା ଧିରେ ଧିରେ ମଳିନ ହେବା ସହିତ, ପ୍ରଭାବିତ ପରିବାର ପ୍ରତୀକାତ୍ମକ ଭାବରେ ଅନ୍ତିମ ସଂସ୍କାର କରାଯାଉଛି। ଯାହା ଦ୍ୱାରା ବିଶ୍ୱାସ କରାଯାଉଛି ଯେ ସେମାନଙ୍କ ପ୍ରିୟଜନ ଶାନ୍ତି ପାଇଛନ୍ତି।

ଯଦିଓ ସେମାନଙ୍କ ପାଖରେ ନିଖୋଜ ପ୍ରିୟଜନଙ୍କ ପାର୍ଥିବ ମୃତ ଶରୀର ନାହିଁ, ହେଲେ କୁଶ ଘାସରେ ତିଆରି ପ୍ରତିମୂର୍ତ୍ତିକୁ ଶବ ଭାବରେ ବିବେଚନା କରାଯାଉଛି। ନେପାଳର ଆରାଧ୍ୟ ଦେବତା ପଶୁପତିନାଥ ମନ୍ଦିରରେ ଉପଯୁକ୍ତ ରୀତିନୀତି ସହିତ ଦାହ ସଂସ୍କାର କରାଯାଉଛି। ଏହି ସମୟରେ ସରକାର ଉଦ୍ଧାର ହୋଇଥିବା ମୃତଦେହ ଯାହାର କୌଣସି ପରିଚୟ ମିଳିନାହିଁ କିମ୍ବା ସେମାନଙ୍କର ପରିବାର ସମ୍ପର୍କରେ କିଛି ଜଣା ପଡ଼ିନାହିଁ, ସେହି ମୃତଦେହର ସାମୂହିକ ଅନ୍ତିମ ସଂସ୍କାର କରାଯାଉଛି।

ଏହା ସହ ପଢନ୍ତୁ: କିପରି କରାଯିବ ବନ୍ୟା ପୀଡିତଙ୍କୁ ଚିହ୍ନଟ? ସହାୟତା ମାଗିଲା ନେପାଳ

ଉଦ୍ଧାର ହୋଇ ସାରିଲାଣି ୧୧ ଶହରୁ ଅଧିକ ମୃତଦେହ
ନେପାଳରେ ଜରୁରୀକାଳୀ ଦଳ ଏପର୍ଯ୍ୟନ୍ତ ୧୧ ଶହରୁ ଅଧିକ ମୃତଦେହ ଉଦ୍ଧାର କରିଛନ୍ତି। ଯେତେବେଳେ ପ୍ରାୟ ୪୫୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଗତ ଅଗଷ୍ଟ ୨୬ ତାରିଖରେ ହିମାଳୟରେ ଏକ ବିରାଟ ଗ୍ଲେସିୟର ଭାଙ୍ଗିବା ଫଳରେ ଚୀନ-ନେପାଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାଣି, ବାଲି ପଥର ଏବଂ ଭଗ୍ନାବଶେଷର ଏକ ବିରାଟ ଲହରୀ ମାଡ଼ି ଆସିଥିଲା। ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

ଏହା ପରେ ରିଲିଫ୍ ଶିବିର ଏବଂ ଶବଗୃହ ଠାରେ ନିଜ ପ୍ରିୟଜନଙ୍କୁ ଅନେକ ଦିନ ଧରି ଖୋଜାଖୋଜି କରିବା ପରେ ଅନେକ ପରିବାର ଆଶା ଛାଡି ଦେଇଥିଲେ। ଏହା ପରେ ସେମାନେ ଶେଷକୃତ୍ୟ ଏବଂ ଦାହ ସଂସ୍କାର କରିବା ଆରମ୍ଭ କରିଥିଲେ। ଅନେକ ପରିବାର କୁଶ ଘାସରେ ତିଆରି ପ୍ରତୀକାତ୍ମକ କଫିନ୍ ସହିତ ନିଖୋଜ ପରିଜନଙ୍କ ଶବଦାହ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଳୟଙ୍କାରୀ ବନ୍ୟାର ଗୋଟିଏ ସପ୍ତାହ ପରେ ମଧ୍ୟ, ନେପାଳୀ ଉଦ୍ଧାରକାରୀ ଦଳ ଏବେ ମଧ୍ୟ ଆଶାବାଦୀ ଅଛନ୍ତି ଯେ କିଛି ଲୋକ ବଞ୍ଚାଯାଇ ପାରିବ। ବିଶେଷକରି ଏହି ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ଜଳବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗରେ ଫସି ରହିଥିବା ଲୋକଙ୍କ ପାଇଁ ଆଶା ରହିଛି। ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳଗୁଡ଼ିକ ଏହି ଭଗ୍ନାବଶେଷରେ ଭର୍ ହୋଇ ଯାଇଥିବା ସୁଡ଼ଙ୍ଗରୁ କେବଳ ମୃତଦେହ ଉଦ୍ଧାର କରିଛନ୍ତି। ଏବେ ମଧ୍ୟ ସେମାନେ ଭଗ୍ନାବଶେଷ ସଫା କରିବା ପାଇଁ ଖନନ, ଡ୍ରିଲିଂ ଏବଂ ବ୍ଲାଷ୍ଟିଂ କରୁଛନ୍ତି। ସୁଡ଼ଙ୍ଗ ଭିତରେ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଆଶାରେ ସେମାନେ ପ୍ରୟାସ ଜାରି ରଖିଛନ୍ତି।

ଏହା ସହ ପଢନ୍ତୁ: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ

ନେପାଳୀ ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ କହିଛନ୍ତି ଯେ ସେ ଏବେ ବି ଆଶା ରଖିଛନ୍ତି ଯେ ହଜାର ହଜାର ନିଖୋଜ ଲୋକଙ୍କ ମଧ୍ୟରୁ କିଛି ଜୀବିତ ରହି ଥାଇପାରନ୍ତି। ସେ ନ୍ୟୁଜ ଏଜେନ୍ସି AFP ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ବେଳେବେଳେ ଚମତ୍କାର ହୋଇଥାଏ। ମୁଁ ଏପରି ସମୟରେ ସମ୍ପୂର୍ଣ୍ଣ ଆଶା ଛାଡିବାକୁ ଚାହୁଁନାହିଁ।

ଉଦ୍ଧାର ହୋଇଥିବା ଶବକୁ ଦିଆଯାଉଛି ଗଣ କବର
ନେପାଳରେ ଥିବା ଶବଗୃହରେ ଏବେ ଶବ ରଖବାକୁ ଆବଶ୍ୟକୀୟ ସ୍ଥାନ ସରିଯାଉଛି। ଏହା ପରେ କର୍ତ୍ତୃପକ୍ଷ DNA ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ପରେ ଶହ ଶହ ଅଜଣା ମୃତଦେହକୁ କବର ଦେବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ଜେସିବି ମେସିନ୍ କାମରେ ଲାଗିଛି। ଗୋଟିଏ ଧାଡ଼ିରେ ବଡ଼ ବଡ଼ ଗାତ ଖୋଳି ଗୋଟିଏ ଧାଡ଼ିରେ ଶବକୁ କବର ଦିଆଯାଉଛି। ଚୀନ-ନେପାଳ ସୀମାରେ ପ୍ରବାହିତ ହେଉଥିବା ଭାସି ଆସିଥିବା ୧୭ ମୃତଦେହକୁ ହିମାଳୟ ପାଦଦେଶସ୍ଥ ଭାରତୀୟ ଅଞ୍ଚଳରୁ ଉଦ୍ଧାର କରାଯାଇଛି।