Panama Earthquake Today / ଡବଲ ଭୂକମ୍ପ ଝଟକାରେ ଥରି ଉଠିଲା ପାନାମା; ଧ୍ୱସ୍ତବିଧ୍ୱସ୍ତ ହୋଇଗଲା ରାଜଧାନୀ
·1 hour ago·4 min read

Key Points
ପାନାମାରେ ୭.୭ ଏବଂ ୬.୬ ତୀବ୍ରତା ବିଶିଷ୍ଟ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପ ଫଳରେ ଅନେକ କୋଠା ଘର କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ଫାଟି ଯାଇଛି। ପ୍ରାୟ ୪୫ ଥର ଛୋଟ ଛୋଟ ଭୂକମ୍ପ ଅନୁଭୂତ ହୋଇଛି।
ଶୁକ୍ରବାର (୯ ଅକ୍ଟୋବର) ଲଗାତାର ୨ ଥର ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି ମଧ୍ୟ ଆମେରିକୀୟ ଦେଶ ପାନାମା। ସ୍ୱଳ୍ପ ସମୟ ମଧ୍ୟରେ ୭.୭ ଏବଂ ୬.୬ ତୀବ୍ରତା ବିଶିଷ୍ଟ ଦୁଇଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହା ଦେଶର ଅନେକ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲା। ଏହା ପରେ ଅନେକ ଥର ଛୋଟ ଛୋଟ ଭୂକମ୍ପ (Aftershocks) ଝଟକା ଅନୁଭୂତ ହୋଇଥିଲା। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହା ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିଲା, ରାସ୍ତା ଫାଟି ଯାଇଥିଲା। ସତର୍କତା ସ୍ୱରୂପ ହଜାର ହଜାର ଲୋକ ସେମାନଙ୍କ ଘର ଖାଲି କରି ଦେଇଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷ ରିଲିଫ୍ ଏବଂ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଆରମ୍ଭ କରିଛନ୍ତି।
୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକାରେ କମ୍ପି ଉଠିଲା ପାନାମା
ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (USGC) ଅନୁଯାୟୀ, ପାନାମା ହେରେରା ପ୍ରଦେଶର ପିଟାଲୋସା ଆରିବା ସମ୍ପ୍ରଦାୟର ଦକ୍ଷିଣ-ପଶ୍ଚିମରେ ପ୍ରଥମ ଏବଂ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ରହିଥିଲା। ପ୍ରାରମ୍ଭରେ ଏହାର ତୀବ୍ରତା ୮.୦ ମାପ କରାଯାଇଥିଲା। ହେଲେ ପରେ ଏହାର ତୀବ୍ରତା ୭.୭ ରହିଥିବାର ଜଣାପଡ଼ିଥିଲା। ଏହାର କିଛି ସମୟ ପରେ, ୬.୬ ତୀବ୍ରତା ବିଶିଷ୍ଟ ଆଉ ଏକ ବଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହା ପୂର୍ବରୁ ଭୟଭୀତ ହୋଇ ପଡ଼ିଥିବା ଲୋକଙ୍କୁ ଆହୁରି ଚିନ୍ତିତ କରି ଦେଇଥିଲା। ଏହି ଭୂମିକମ୍ପ ପଡ଼ୋଶୀ କଲମ୍ବିଆ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ରାଜଧାନୀ ପାନାମା ସିଟି ଠାରେ ଖେଳିଗଲା ଆତଙ୍କ
ସମ୍ବାଦ ଏଜେନ୍ସି ଏପି ଅନୁଯାୟୀ, ଭୂମିକମ୍ପ ପରେ ରାଜଧାନୀ ପାନାମା ସିଟି ବାସିନ୍ଦା ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ। ଅନେକ ସ୍ଥାନରେ ଲୋକେ ଖୋଲା ପଡ଼ିଆ ଏବଂ ରାସ୍ତାରେ ଏକାଠି ହୋଇ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଅପେକ୍ଷା କରିଥିଲେ। ହେରେରା ପ୍ରଦେଶର ଜଣେ ବାସିନ୍ଦା କହିଛନ୍ତି ଯେ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ରୋଷେଇ ଘରେ ରଖାଯାଇଥିବା ବାସନ ଖସି ପଡ଼ିଥିଲା। ଲୋକେ ଅତ୍ୟନ୍ତ ଭୟଭୀତ ହୋଇ ବହୁ ସଂଖ୍ୟାରେ ଘରୁ ବାହାରକୁ ବାହାରି ଆସିଥିଲେ।
ଜାରି ରହିଛି ଛୋଟ ଛୋଟ ଭୂକମ୍ପ ଝଟକା (Aftershocks)
ମୁଖ୍ୟ ଭୂମିକମ୍ପ ପରେ, ସମଗ୍ର ଅଞ୍ଚଳରେ ପରବର୍ତ୍ତୀ ଝଟକାର ଏକ ଶୃଙ୍ଖଳା ଜାରି ରହିଥିଲା। ୫.୮, ୫.୫ ଏବଂ ୫.୨ ତୀବ୍ରତା ବିଶିଷ୍ଟ ଅନେକ ଭୂକମ୍ପ ଝଟକା ରେକର୍ଡ଼ କରାଯାଇଛି। ପାନାମା ବିଶ୍ୱବିଦ୍ୟାଳୟର ଭୂକମ୍ପ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ୪୫ ଥରରୁ ଅଧିକ ଭୂକମ୍ପ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଅନେକ ଭୂକମ୍ପ ଏତେ ମୃଦୁ ଥିଲା ଯେ ଜନସାଧାରଣ ତାହା ଅନୁଭବ କରିପାରି ନଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: କ୍ୟାମେରାରେ କଏଦ ହେଲା ଭିଡ଼ିଓ; କାହିଁକି ବାରମ୍ବାର ଦୋହଲି ଉଠୁଛି ଜାପାନ?
ଅନେକ କୋଠା ହୋଇଛି କ୍ଷତିଗ୍ରସ୍ତ
ଜାତୀୟ ନାଗରିକ ସୁରକ୍ଷା ସେବା ଅଧିକାରୀଙ୍କ କହିବା ଅନୁଯାୟୀ, ସବୁଠାରୁ ଗମ୍ଭୀର କ୍ଷୟକ୍ଷତି ଭେରାଗୁଆସ୍, ହେରେରା ଏବଂ ଲସ୍ ସାଣ୍ଟୋସ୍ ପ୍ରଦେଶରେ ରିପୋର୍ଟ କରାଯାଇଛି। ପେନୋନୋମ ସହରରେ, ଏକ ଆଂଶିକ କ୍ଷତିଗ୍ରସ୍ତ କୋଠାରୁ ଭଗ୍ନାବଶେଷ ପଡ଼ି ଜଣେ ଆହତ ହୋଇଛନ୍ତି। ସହରର ମୁଖ୍ୟ ଛକରେ ଥିବା ସହରର କ୍ୟାଥେଡ୍ରାଲ ଠାରେ ମଧ୍ୟ ଫାଟ ଏବଂ ଆଂଶିକ କ୍ଷତି ହୋଇଥିବା ରିପୋର୍ଟ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲସ୍ ସାଣ୍ଟୋସ୍ ପ୍ରଦେଶର ପ୍ରସିଦ୍ଧ ଔପନିବେଶିକ ଶୈଳୀର ସାନ୍ ଆଟାନାସିଓ ଚର୍ଚ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଚର୍ଚ୍ଚକୁ ୧୯୩୮ ମସିହାରେ ଜାତୀୟ ଐତିହାସିକ ଲ୍ୟାଣ୍ଡମାର୍କ ଘୋଷଣା କରାଯାଇଥିଲା। ଅନେକ ରାସ୍ତାରେ ଗଭୀର ଫାଟ ମଧ୍ୟ ରିପୋର୍ଟ ହୋଇଥିଲା। ଯାହା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ମୃତାହତଙ୍କ ସମ୍ପର୍କରେ ମିଳିନାହିଁ କୌଣସି ଖବର
ପାନାମା ରାଷ୍ଟ୍ରପତି ଜୋସେ ରାଉଲ୍ ମୁଲିନୋ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ। ତଥାପି, ସେ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଘଣ୍ଟା ଏବଂ ଦିନ ମଧ୍ୟରେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ସେ ନାଗରିକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଅସମ୍ଭବ।
ବିମାନବନ୍ଦର ଏବଂ ପାନାମା କେନାଲ ଉପରେ ପ୍ରଭାବ
ଭୂମିକମ୍ପ ପରେ, ସତର୍କତା ସ୍ୱରୂପ ପାନାମା ସିଟି ସ୍ଥିତ ଟୋକୁମେନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଅଧିକାରୀ ପରେ ଘୋଷଣା କରିଥିଲେ ଯେ ବିମାନବନ୍ଦର ପୁନର୍ବାର ଖୋଲାଯାଇଛି। ପାନାମା କେନାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପାନାମା କେନାଲ ଠାରେ କାର୍ଯ୍ୟ ସ୍ୱାଭାବିକ ଭାବରେ ଜାରି ରହିଛି। ହେଲେ ତଥାପି ସମ୍ଭାବ୍ୟ କ୍ଷୟକ୍ଷତି ଆକଳନ କରିବା ପାଇଁ ବୈଷୟିକ ଦଳକୁ ନିୟୋଜିତ କରାଯାଇଛି।
ସୁନାମି ଚେତାବନୀ ଜାରି କରାଯାଇଛି
ଭୂମିକମ୍ପ ପରେ, ପାନାମା, କଲମ୍ବିଆ, ଇକ୍ୱେଡର, ନିକାରାଗୁଆ ଏବଂ ଗ୍ୱାଟେମାଲା ଆଦି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରାଯାଇଥିଲା। ପରେ ଜାତୀୟ ପାଣିପାଗ ସେବା ଏହି ଚେତାବନୀକୁ ପ୍ରତ୍ୟାହାର କରିନେଇଥିଲା। କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ୧-୩ ମିଟର ଉଚ୍ଚତାର ଢେଉ ଆସିବା ନେଇ ପୂର୍ବାନୁମାନ କରାଯାଉଥିଲା। ହେଲେ ବ୍ୟାପକ ସୁନାମିର କୌଣସି ଆଶଙ୍କା ନଥିଲା।
ଏହା ସହ ପଢନ୍ତୁ: ବିଶ୍ୱର ସେହି ଦେଶ ଯେଉଁଠି ସର୍ବାଧିକ ଥର ଅନୁଭୂତ ହୁଏ ଭୂକମ୍ପ

ଅନ୍ତର୍ଜାତୀୟ ସହାୟତା ପ୍ରଦାନ
ଦୁର୍ଘଟଣା ପରେ, ଅନେକ ଦେଶ ପାନାମା ଉଦ୍ଦେଶ୍ୟରେ ସମର୍ଥନ ଏବଂ ସହାୟତା ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ମୁଲିନୋ କହିଛନ୍ତି ଯେ ସେ ଚିଲି, ଉରୁଗୁଏ ଏବଂ ଗ୍ୱାଟେମାଲା ସମେତ ଅନେକ ଦେଶର ନେତାଙ୍କ ସହ କଥା ହୋଇଛନ୍ତି। ଆମେରିକୀୟ ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା ପରିସ୍ଥିତି ଉପରେ ସତର୍କ ନଜର ରଖିଛି ଏବଂ ପାନାମା ସରକାରଙ୍କ ଅନୁରୋଧରେ ସହାୟତା ପାଇଁ ସମ୍ବଳ ଏବଂ କର୍ମଚାରୀ ପ୍ରସ୍ତୁତ କରୁଛି। କଲମ୍ବିଆ, ଭେନେଜୁଏଲା, କୋଷ୍ଟାରିକା, ଇକ୍ୱେଡର ଏବଂ ପେରୁ ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶୃତି ଦେଇଛନ୍ତି।
ଭୂମିକମ୍ପ ପ୍ରବଣ ଦେଶ ହେଉଛି ପାନାମା
ପାନାମା ଅନେକ ଟେକ୍ଟୋନିକ୍ ପ୍ଲେଟ (Tectonic Plates) ସନ୍ଧିସ୍ଥଳରେ ଅବସ୍ଥିତ। କୋକୋସ୍, ନାଜକା ଏବଂ କାରିବିଆନ୍ ପ୍ଲେଟ ଗତି କରିବା ଯୋଗୁଁ ଏଠାରେ ବାରମ୍ବାର ଭୂମିକମ୍ପ ଝଟକା ଅନୁଭଊତ ହୋଇଥାଏ। ଏହି ଦେଶ ପ୍ରଶାନ୍ତ ମହାସାଗରର ପ୍ରସିଦ୍ଧ "ରିଙ୍ଗ୍ ଅଫ୍ ଫାୟାର" (Ring of Fire Pacific Ocean) ର ଏକ ଅଂଶ ବିଶେଷ। ଯେଉଁଠାରେ ବିଶ୍ୱର ଅଧିକାଂଶ ପ୍ରମୁଖ ଭୂମିକମ୍ପ ଏବଂ ଆଗ୍ନେୟ ଉଦଗୀରଣ କାର୍ଯ୍ୟକଳାପ ରେକର୍ଡ କରାଯାଇଛି। ଯେଉଁଥିପାଇଁ ପାନାମା ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା।

Related Topics
Explore more stories