El Nino update 2026 / ଭାଙ୍ଗିଲା ୨ ବର୍ଷର ରେକର୍ଡ଼; ହ୍ରାସ ପାଇଲା ୪୦% ବର୍ଷା, 'ଏଲ୍ ନିନୋ' ମୁକାବିଲା ପାଇଁ ହୋଇଛି ଅନନ୍ୟ ପ୍ରସ୍ତୁତି
·2 months ago·3 min read

Key Points
"ଏଲ୍ ନିନୋ" ମୁକାବିଲା ପାଇଁ "ମେରାଇନ୍ କ୍ଲାଉଡ୍ ବ୍ରାଇଟନିଂ" (Marine Cloud Brightening) ନାମକ ଏକ କୌଶଳ ବିକଶିତ କରାଯାଇଛି। ହେଲେ ବାସ୍ତବରେ ଏହାର ପ୍ରୟୋଗକୁ ନେଇ ପ୍ରଶ୍ନ ଉଠାଉଛନ୍ତି ବେଜ୍ଞାନିକ।
El Nino inpact 2026: ବିଗତ ୧୨୨ ବର୍ଷ ମଧ୍ୟରେ ପଞ୍ଚମ ଥର ସବୁଠାରୁ ଶୁଷ୍କ ଜୁନ୍, ୪୦% କମ୍ ବର୍ଷା, ମଧ୍ୟ ଭାରତରେ ୫୦ ପ୍ରତିଶତରୁ ଅଧିକ ମରୁଡ଼ି ହେବାର ସମ୍ଭାବନା, ଖରିଫ ବୁଣାବୁଣି ୨୩% ହ୍ରାସ ପାଇଛି। ଯାହା ଦର୍ଶାଉଛି ଯେ "ଏଲ୍ ନିନୋ" ତାଣ୍ଡବ ଭାରତରେ ଆରମ୍ଭ ହୋଇଯାଇଛି। ବିଶ୍ୱ ପାଣିପାଗ ସଙ୍ଗଠନ (WMO) ପକ୍ଷରୁ ଜାରି ହୋଇଥିବା ଚେତାବନୀ ପରେ, ଭାରତ ସରକାର ସତର୍ ହୋଇ ଉଠିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଜରୁରୀକାଳୀନ ବୈଠକ ଡକାଇଛି। ତଥାପି ଏହି ବୈଶ୍ୱିକ ସଙ୍କଟ ମଧ୍ୟରେ, ଆମେରିକୀୟ ବୈଜ୍ଞାନିକ 'ଏଲ୍ ନିନୋ' ମୁକାବିଲା ପାଇଁ ଏକ ଅନନ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି।
କାଲିଫର୍ନିଆ ବିଶ୍ୱବିଦ୍ୟାଳୟ (UC San Diego) ଏବଂ ସ୍କ୍ରିପ୍ସ ଇନଷ୍ଟିଚ୍ୟୁସନ୍ ଅଫ୍ ଓସିଆନୋଗ୍ରାଫି (SIO) ବୈଜ୍ଞାନିକ କ୍ୟାଥରିନ ରିକେ ଙ୍କ 'ସାଇନ୍ସ ଆଡଭାନ୍ସେସ୍' (Science Advances) ପତ୍ରିକାରେ ପ୍ରକାଶିତ ନୂତନ ଗବେଷଣା ଅନୁଯାୟୀ, ସମୁଦ୍ର ଉପର ଭାଗରେ ମେଘ ଉପରେ ଲୁଣି ପାଣି ସିଞ୍ଚନ କରି ସୂର୍ଯ୍ୟକିରଣ ହ୍ରାସ କରାଯାଇ ପାରିବ। ଏହା କରିବା ଦ୍ୱାରା "ଏଲ୍ ନିନୋ" ଦ୍ୱାରା ସୃଷ୍ଟି ହୋଇଥିବା ଅତ୍ୟଧିକ ଗରମ ଏବଂ ପାଣିପାଗ ଜନିତ ବିପର୍ଯ୍ୟୟକୁ ରୋକି ହେବ। ବୈଜ୍ଞାନିକ ମତ ଦେଉଛନ୍ତି ଯେ "ମେରାଇନ୍ କ୍ଲାଉଡ୍ ବ୍ରାଇଟନିଂ" (Marine Cloud Brightening) ନାମକ ଏହି କୌଶଳ ସୂର୍ଯ୍ୟର ତୀବ୍ର କିରଣକୁ ମହାକାଶକୁ ପ୍ରତିଫଳିତ କରିପାରିବ। ଏହା ପ୍ରଶାନ୍ତ ମହାସାଗରକୁ ଥଣ୍ଡା କରିବ। ଯାହାର ଫଳ ସ୍ୱରୂପ, "ଏଲ୍ ନିନୋ" ଅତ୍ୟଧିକ ଶକ୍ତିଶାଳୀ ହେବ ନାହିଁ, ଏବଂ ଆମେ ଏହାର ପ୍ରତିକୂଳ ପ୍ରଭାବକୁ ଏଡ଼ାଇ ପାରିବା।
ଏହା ସହ ପଢନ୍ତୁ: ଟଳି ନାହିଁ 'ଏଲ୍ ନିନୋ' ବିପଦ! ମୌସୁମୀରେ ସୁଧାର ସତ୍ତ୍ୱେ ଧିମେଇଛି ଚାଷ
ଏପରି ଅନନ୍ୟ ଧାରଣା କେଉଁଠାରୁ ଆସିଲା?
ଗତ ୨୦୧୯-୨୦୨୦ ମସିହାରେ, ଅଷ୍ଟ୍ରେଲିଆର ଜଙ୍ଗଲ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ନଷ୍ଟ ହୋଇଥିଲା। ଏହି ଅଗ୍ନିକାଣ୍ଡରୁ ନିର୍ଗତ ଲକ୍ଷ ଲକ୍ଷ ଟନ୍ ଧୂଆଁ ବୈଜ୍ଞାନିକଙ୍କୁ ଏହି ଧାରଣା ଦେଇଥିଲା। ସେହି ଅଗ୍ନିକାଣ୍ଡରୁ ଧୂଆଁ ମଧ୍ୟ ଆକାଶରେ ଏକ ଘନ ଆବରଣ ସୃଷ୍ଟି କରିଥିଲା। ଯାହା ସୂର୍ଯ୍ୟକିରଣକୁ ଅବରୋଧିତ କରି ରଖିଥିଲା। ଯାହା "ଲା ନିନା" (La Niña) "ଏଲ୍ ନିନୋ" (El Niño) ର ବିପରୀତ ଏବଂ ଥଣ୍ଡା ସଂସ୍କରଣ ସୃଷ୍ଟି କରିଥିଲା। ଏହି ଘଟଣାକୁ ଆଧାର କରି, ବୈଜ୍ଞାନିକ ଏକ କମ୍ପ୍ୟୁଟର ମଡେଲ୍ ବିକଶିତ କରିଥିଲେ। ଯାହା ଦର୍ଶାଇଥିଲା ଯେ ସୂର୍ଯ୍ୟକିରଣ ହ୍ରାସ କରିବା ଦ୍ୱାରା "ଏଲ୍ ନିନୋ" ପ୍ରଭାବକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରିହେବ।
ଏହି ପଦ୍ଧତି କ’ଣ ସମ୍ପୂର୍ଣ୍ଣ ନିରାପଦ?
ଏହି ପଦ୍ଧତି ଯେତିକି ଆକର୍ଷଣୀୟ ଲାଗୁଛି, ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟ ସମାନ ରୂପରେ କଷ୍ଟକର। ଟେକ୍ସାସ "A&M" ବିଶ୍ୱବିଦ୍ୟାଳୟର ପ୍ରଫେସର ଆଣ୍ଡ୍ରୁ ଡେସଲର କହିଛନ୍ତି ଯେ, ପାଣିପାଗ ନିୟନ୍ତ୍ରଣ କରିବା ବିପଜ୍ଜନକ ହୋଇପାରେ। ବୈଜ୍ଞାନିକ ଭୟ କରୁଛନ୍ତି ଯେ ଯଦି ଏହି ପ୍ରୟୋଗରେ କିଛି ଭୁଲ ହୋଇଯାଏ, ତାହେଲେ ଏହା ଏକ ବଡ଼ ରାଜନୈତିକ ସଙ୍କଟ କିମ୍ବା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ମଧ୍ୟ ସୃଷ୍ଟି କରିପାରେ। ଗବେଷକ ଏହା ମଧ୍ୟ କହିଛନ୍ତି ଯେ ଏହି ଧାରଣାକୁ ବାସ୍ତବ ଦୁନିଆରେ କାର୍ଯ୍ୟକାରୀ କରିବା ପୂର୍ବରୁ ଅନେକ ବର୍ଷର ଗବେଷଣା ଏବଂ ପରୀକ୍ଷଣ ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଜୁନରେ ଗାଏବ ହୋଇଗଲା ବର୍ଷା; ବଢିଲା 'ସୁପର ଏଲ୍ ନିନୋ' ଆଶଙ୍କା
"ଏଲ୍ ନିନୋ" କ’ଣ?
"ଏଲ୍ ନିନୋ" ହେଉଛି ENSO (ଏଲ୍ ନିନୋ - ଦକ୍ଷିଣ ଦୋଳନ) ନାମକ ଜଳବାୟୁ ଢାଞ୍ଚାର ଏକ ଅଂଶ। ଯାହାର ବିପରୀତ ପର୍ଯ୍ୟାୟ ହେଉଛି "ଲା ନିନା" (ଯାହା ପାଗକୁ ଥଣ୍ଡା କରିଥାଏ) ଏବଂ ତୃତୀୟ ପର୍ଯ୍ୟାୟ ହେଉଛି ନିରପେକ୍ଷ (Neutral)। ପ୍ରତି କିଛି ବର୍ଷରେ ପ୍ରଶାନ୍ତ ମହାସାଗରରେ ପବନ ଦୁର୍ବଳ ହୋଇଥାଏ। ଏହା ସମସ୍ତ ସମୁଦ୍ରର ଉତ୍ତାପକୁ ଦକ୍ଷିଣ ଆମେରିକାର ଉପକୂଳ ଆଡ଼କୁ ଟାଣି ନେଇଥାଏ। ଏହି ଉତ୍ତାପ ସମଗ୍ର ବିଶ୍ୱ ବାୟୁମଣ୍ଡଳୀୟ ପ୍ରଣାଳୀକୁ ବିପର୍ଯ୍ୟସ୍ତ କରିଥାଏ। ଏହା ଦ୍ୱାରା କିଛି ସ୍ଥାନରେ ଭୟଙ୍କର ମରୁଡ଼ି ଏବଂ ଅନ୍ୟ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥାଏ। ଯଦି ଆମେ ଏଥିରେ ଜୀବାଶ୍ମ ଇନ୍ଧନରୁ ପ୍ରଦୂଷଣ ଯୋଡି଼ବା, ତାହେଲେ "ଏଲ୍ ନିନୋ" ଯୋଗୁଁ ବିଶ୍ୱକୁ କୋଟି କୋଟି ଡଲାର ମୂଲ୍ୟର ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ।

Related Topics
Explore more stories
Solar geoengineering El NinoSun dimming climate changeRecord low rainfall 2026Solar radiation modificationWeather modification technologyEl Nino mitigation strategiesCan scientists stop El Nino by dimming the sunMarine cloud brightening El Nino studyStratospheric aerosol injection risksClimate change geoengineering solutions