Videos
|
National

El Nino impact 2026 India / ଟଳି ନାହିଁ 'ଏଲ୍ ନିନୋ' ବିପଦ! ମୌସୁମୀରେ ସୁଧାର ସତ୍ତ୍ୱେ ଧିମେଇଛି ଚାଷ

Subhramjit Ray
Browse all articles by Subhramjit Ray
·2 weeks ago·3 min read
ଟଳି ନାହିଁ 'ଏଲ୍ ନିନୋ' ବିପଦ! ମୌସୁମୀରେ ସୁଧାର ସତ୍ତ୍ୱେ ଧିମେଇଛି ଚାଷ
El Nino impact 2026 India

Key Points

ସାରା ଦେଶରେ ମୌସୁମୀ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଅଭାବୀ ବର୍ଷା ହୋଇଥିବା ଜିଲ୍ଲା ସଂଖ୍ୟା ୨୬୨ରୁ ୧୭୮କୁ ହ୍ରାସ ପାଇଛି। ହେଲେ ଖରିଫ ବୁଣାବୁଣି ଏବେ ମଧ୍ୟ ଗତ ବର୍ଷ ତୁଳନାରେ ୯୧.୯୫ ଲକ୍ଷ ହେକ୍ଟର କମ୍ ରହିଛି।
El Nino effect on kharif season 2026: ଗତ ସପ୍ତାହରେ ଦେଶର ଅନେକ ଭାଗରେ ଅତ୍ୟଧିକ ଭାବରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଅତ୍ୟଧିକ ସକ୍ରିୟ ହୋଇଛି। ଯାହାର ଫଳସ୍ୱରୂପ ଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ମାସରେ ୩୩ ପ୍ରତିଶତ ବର୍ଷା ହ୍ରାସ ପାଇବା ପରେ, ଚଳିତ ମାସରେ ପରିସ୍ଥିତିରେ ଉନ୍ନତି ଆସିଛି। ଗତ ୭ ତାରିଖ ସୁଦ୍ଧା ନିଅଣ୍ଟିଆ ବର୍ଷା ପରିମାଣ ୧୭ ପ୍ରତିଶତକୁ ହ୍ରାସ ପାଇଛି। ହେଲେ ତଥାପି ଚଳିତ ମୌସୁମୀ ଋତୁରେ ଏପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଦେଶର ପ୍ରମୁଖ ୧୬୬ ଜଳଭଣ୍ଡାରରେ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ କମ୍ ରହିଛି। ଯାହା ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲ ଚାଷକୁ ପ୍ରଭାବିତ କରୁଛି।

ସ୍ୱାଭାବିକ ହେବ ଚାଷ: କୃଷି ମନ୍ତ୍ରଣାଳୟ
କୃଷି ମନ୍ତ୍ରଣାଳୟ ଅନୁଯାୟୀ, ବିଗତ କିଛି ଦିନ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭଲ ବର୍ଷା ହେବା ଯୋଗୁଁ,ଅଭାବୀ ବର୍ଷା ହୋଇଥିବା ଜିଲ୍ଲା ସଂଖ୍ୟା ୨୬୨ରୁ ୧୭୮କୁ ହ୍ରାସ ପାଇଛି। ସରକାର ଆଶା କରୁଛନ୍ତି ଯେ ଯଦି ଜୁଲାଇ ମାସରେ ବର୍ଷା ପରିମାଣ ବୃଦ୍ଧି ପାଏ, ତାହେଲେ ଖରିଫ ଋତୁରେ ଚାଷ କାର୍ଯ୍ୟ ଆଗେଇବ।

ଏହା ସହ ପଢନ୍ତୁ:  'ଏଲ୍ ନିନୋ' ପ୍ରଭାବରେ ମେଘର ଆଳୟରୁ ଗାଏବ ହୋଇଗଲା ବର୍ଷା

"ଏଲ ନିନୋ" ପାଇଁ ଚାଲିଛି ସ୍ୱତନ୍ତ୍ର ତଦାରଖ: କେନ୍ଦ୍ର କୃଷିମନ୍ତ୍ରୀ

ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଓଡ଼ିଶା ଆଦି ରାଜ୍ୟରେ ବିଶେଷ ତଦାରଖ କରାଯାଉଛି। କୃଷି ମନ୍ତ୍ରୀଙ୍କ କହିବା ଅନୁଯାୟୀ, "ବର୍ତ୍ତମାନ ଦେଶରେ ୩୫୦.୮୫ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି କାମ ହୋଇସାରିଛି। ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୯୧.୯୫ ଲକ୍ଷ ହେକ୍ଟର କମ୍। ମୌସୁମୀ ବିଳମ୍ବ ଯୋଗୁଁ ସୋୟାବିନ୍ ଏବଂ କପା ଚାଷ ପ୍ରଭାବିତ ହୋଇଛି। ହେଲେ ଚାଷୀଙ୍କୁ ମକା, ବାଜରା, ମୁଗ ଭଳି କମ ସମୟ ଏବଂ ଜଳ ଆବଶ୍ୟକ କରୁଥିବା ଫସଲ ବୁଣିବାକୁ ପରାମର୍ଶ ଦିଆଯାଇଛି।

ସରକାର ଚଳିତ ବର୍ଷ ଅପ୍ରେଲ ମାସରୁ ଏହି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦ (ICAR) ସହଯୋଗରେ, ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଜିଲ୍ଲା ପାଇଁ ଆକସ୍ମିକ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ସମ୍ପୃକ୍ତ ରାଜ୍ୟ ସହିତ ସେୟାର କରାଯାଇଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଦେଶର ୨୬୨ ଜିଲ୍ଲାକୁ ଚିହ୍ନଟ କରିଛି ଯାହା ଉପରେ ସତର୍କ ନଜର ରଖାଯାଇଛି। ମନ୍ତ୍ରଣାଳୟ ୧୫ ଅତିରିକ୍ତ ପ୍ରଭାବିତ ଜିଲ୍ଲା ମଧ୍ୟ ଚିହ୍ନଟ କରିଛି ଯେଉଁଠାରେ ବର୍ଷାର ଅଭାବ ରହିଛି।

କ'ଣ ରହିଛି ସରକାରଙ୍କ ପ୍ରସ୍ତୁତି?
କୌଣସି ପରିସ୍ଥିତିରେ ବିହନ ବୁଣାବୁଣି ଯେପରି ପ୍ରଭାବିତ ନହୁଏ ତାହା ନିଶ୍ଚିତ କରିବା ପାଇଁ ପ୍ରାୟ ୧.୭୫ ଲକ୍ଷ କ୍ୱିଣ୍ଟାଲ ବିଶିଷ୍ଟ ଏକ ଜାତୀୟ ବିହନ ଭଣ୍ଡାର ପ୍ରସ୍ତୁତ କରାଯାଇଛି।
କିଷାନ କ୍ରେଡିଟ୍ କାର୍ଡ ଅଭିଯାନ ଅଧିନରେ, ଜୁନ୍ ୩୦ ସୁଦ୍ଧା ୧.୧୪ ଲକ୍ଷ ଆବେଦନ ମଧ୍ୟରୁ ୯୪ ହଜାରରୁ ଅଧିକ ଆବେଦନକୁ ଅନୁମୋଦନ କରାଯାଇଛି।

କ୍ଷୟକ୍ଷତି ହେଲେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ଚାଷୀଙ୍କ ଅଂଶଗ୍ରହଣ ବୃଦ୍ଧି କରାଯିବ।

ଏହା ସହ ପଢନ୍ତୁ:  ଦୁର୍ବଳ ମୌସୁମୀର ପ୍ରଭାବ; ୧୬୬ ଜଳଭଣ୍ଡାରରେ ୩୮% ହ୍ରାସ ପାଇଲା ଜଳସ୍ତର

ଏପର୍ଯ୍ୟନ୍ତ ଟଳିନାହିଁ "ଏଲ୍ ନିନୋ" ବିପଦ
ବର୍ତ୍ତମାନର ଜଳବାୟୁ ମଡେଲ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ "ଏଲ୍ ନିନୋ" ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। "ଏଲ୍ ନିନୋ" ସମ୍ଭାବନାକୁ ଧ୍ୟାନରେ ରଖି, କୃଷି ମନ୍ତ୍ରଣାଳୟ ମଧ୍ୟରେ ମୌସୁମୀ ମନିଟରିଂ ସେଲ୍ (El Nino Monitoring Cell), ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ (Crop Weather Watch Group), ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଏବଂ ନିଯୁକ୍ତ ଅଧିକାରୀ ମୌସୁମୀର ଗତିବିଧି, ବୁଣାବୁଣି, ଫସଲ ଏବଂ ବଜାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
El Nino Threat Looms: Kharif Sowing Lags by 91.95 Lakh Hectares Despite Monsoon Recovery | Argus News