Russia Oil Crisis 2026 / ଏବେ ଭାରତରୁ ପେଟ୍ରୋଲ କିଣିବ ଋଷିଆ; ୟୁକ୍ରେନ ଆକ୍ରମଣ ପରେ ଘନେଇଲା ତୈଳ ସଙ୍କଟ
·2 months ago·2 min read

Key Points
ୟୁକ୍ରେନ୍ ଦ୍ୱାରା ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ଦେଶରେ ତୈଳ ସଂକଟ ଗୁରୁତର ହୋଇଥିବା ନେଇ ସ୍ୱୀକର କରିଛନ୍ତି ଋଷୀୟ ସରକାର।
India fuel processing for Russia: ବିଗତ କିଛି ଦିନ ମଧ୍ୟରେ ୟୁକ୍ରେନ ଦ୍ୱାରା ଅନେକ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପରେ, ଋଷିଆରେ ତୈଳ ସଂକଟ ଘନେଇବାରେ ଲାଗିଛି। ଏହି ସମୟରେ ଏବେ ଖବର ଆସୁଛି ଯେ ଋଷିଆ, ପାଖମ୍ପରିକ ସହଯୋଗାୀ ଭାରତ ପାଖରୁ ପେଟ୍ରୋଲ ଆମଦାନୀ କରିବା ଆରମ୍ଭ କରିଛି। ଋଷିଆର ୧୧ ସମୟ ମଣ୍ଡଳରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି। ଦେଶରେ ତୈଳ ଯୋଗାଣ ସୀମିତ ହୋଇ ଯାଇଥିବାରୁ ପେଟ୍ରୋଲ ପମ୍ପ ଠାରେ ଲମ୍ବା ଲାଇନ ଲାଗୁଛି। ପେଟ୍ରୋଲ ମୂଲ୍ୟ ରେକର୍ଡ଼ ଉଚ୍ଚତାକୁ ବୃଦ୍ଧି ପାଉଛି।
ରିପୋର୍ଟ ଅନୁଯାୟୀ, ଋଷିଆ ସମୁଦ୍ର ପଥରେ ଭାରତରୁ ପେଟ୍ରୋଲ ଆମଦାନୀ କରିବା ଆରମ୍ଭ କରିଛି। ଏନେଇ ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ କୁହାଯାଇଛି ଋଷିଆ ଅନ୍ୟ ଦେଶଙ୍କ ସହିତ ଯୋଗାଯୋଗରେ ରହିଛି ଏବଂ ସୁଲଭ ମୂଲ୍ୟରେ ଇନ୍ଧନ ଆମଦାନୀ କରିବାକୁ ନେଇ ଆଲୋଚନା କରୁଛି।
ଏହା ସହ ପଢନ୍ତୁ: ୟୁକ୍ରେନ୍ ବଦଳାଇଲା ଯୁଦ୍ଧର ଭୂଗୋଳ; ଦୋହଲି ଉଠିଲା ଋଷିଆ
ଭାରତରୁ ପ୍ରସ୍ଥାନ କରିଛି ଦୁଇଟି ବଡ଼ ଜାହାଜ
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତରୁ ଋଷିଆକୁ ଅତି କମରେ ୬୦ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ପଠାଯାଇଛି। ଅନ୍ୟ ଏକ ସୂତ୍ର ନିଶ୍ଚିତ କରିଛି ଯେ ୩୦ ରୁ ୪୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ପୃଥକ ଟ୍ୟାଙ୍କର୍ ଭାରତରୁ ଋଷିଆକୁ ପଠାଯାଇଛି। ହେଲେ ତଥାପି କେଉଁ ଭାରତୀୟ ରିଫାଇନାରୀ କମ୍ପାନୀ ଋଷିଆକୁ ଏହି ଇନ୍ଧନ ଯୋଗାଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅନ୍ୟ ଏକ ତୃତୀୟ ସୂତ୍ର କହିଛି ଯେ ଋଷ ପ୍ରତି ମାସରେ ବିଭିନ୍ନ ଦେଶରୁ ମୋଟ ୪ ଲକ୍ଷ ଟନ୍ ପେଟ୍ରୋଲ ଆମଦାନି କରିବାକୁ ଯୋଜନା କରୁଛି। ଏଥିରେ ଋଷିଆର ପଡ଼ୋଶୀ ଦେଶ ବେଲାଋଷ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଯିଏ ପୂର୍ବରୁ ଋଷିଆକୁ ଇନ୍ଧନ ରପ୍ତାନୀ କରିବା ଆରମ୍ଭ କରିସାରିଛି। ଗ୍ରୀଷ୍ମ ଋତୁରେ ଋଷିଆରେ ଇନ୍ଧନ ଚାହିଦା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥାଏ। ପ୍ରତିଦିନ ଅତି କମରେ ୧ ଲକ୍ଷ ୧୦ ହଜାର ଟନ୍ ପେଟ୍ରୋଲ ବ୍ୟବହାର ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ମସ୍କୋ ଆକାଶରେ କଳା ବର୍ଷା; ଡ୍ରୋନ ଆକ୍ରମଣରେ ଆତଙ୍କିତ ରାଜଧାନୀ
ଡ୍ରୋନ୍ ଆକ୍ରମଣକୁ ରାଷ୍ଟ୍ରପତି ପୁତିନଙ୍କ ସ୍ୱୀକାର; ବେଲାଋଷ ପାଖରୁ ଲୋଡ଼ିଲେ ସାହାଯ୍ୟ
ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଏକ ବୈଠକରେ ସ୍ୱୀକାର କରିଛନ୍ତି ଯେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଦେଶର ତୈଳ ବିଶୋଧନାଗାରକୁ ଜବରଦସ୍ତ ଝଟକା ଲାଗିଛି। ଏହା ଦେଶର କିଛି ଅଞ୍ଚଳରେ ଇନ୍ଧନ ଅଭାବ ସୃଷ୍ଟି କରିଛି। ହେଲେ ସେ ଦାବି କରିଛନ୍ତି ଯେ ସରକାର ଦେଶରେ ସୃଷ୍ଟି ହୋଇଥିବା ତୈଳ ସଙ୍କଟର ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିଛନ୍ତି।
ତୈଳ ସଙ୍କଟ ମଧ୍ୟରେ, ବେଲାଋଷ, ଋଷିଆକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଛି। ତଥ୍ୟ ଅନୁଯାୟୀ, ଗତ ମେ ତୁଳନାରେ ଜୁନ୍ ପ୍ରଥମାର୍ଦ୍ଧରେ (ମାସର ପ୍ରଥମ ୧୫ ଦିନ) ରେଳ ମାଧ୍ୟମରେ ଋଷିଆକୁ ପେଟ୍ରୋଲ ଯୋଗାଣ ପ୍ରାୟ ୩ ଗୁଣ ବୃଦ୍ଧି କରିଛି। ଯାହା ଏବେ ୭୦ ହଜାର ଟନ୍ ଅତିକ୍ରମ କରିଛି।

Related Topics
Explore more stories