Videos
|
International

Solar Eclipse 2026 August 12 / ୨୭ ବର୍ଷ ପରେ ସ୍ପେନ-ଆଇସଲ୍ୟାଣ୍ଡ ଦେଖିଲେ ସୂର୍ଯ୍ୟପରାଗ; ଦେଖିବା ପାଇଁ ଏକାଠି ହେଲେ ୬୦ ଲକ୍ଷ ଲୋକ

Subhramjit Ray
Browse all articles by Subhramjit Ray
·2 weeks ago·2 min read
୨୭ ବର୍ଷ ପରେ ସ୍ପେନ-ଆଇସଲ୍ୟାଣ୍ଡ ଦେଖିଲେ ସୂର୍ଯ୍ୟପରାଗ; ଦେଖିବା ପାଇଁ ଏକାଠି ହେଲେ ୬୦ ଲକ୍ଷ ଲୋକ
Solar Eclipse 2026 August 12

Key Points

ପ୍ରାୟ ୨୭ ବର୍ଷ ପରେ ଦୃଶ୍ୟମାନ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ, କାରଣରୁ ୟୁରୋପରେ ଦିନ ସମୟରେ ଅନ୍ଧାର ମାଡ଼ି ଆସିଥିଲା। ଲକ୍ଷ ଲକ୍ଷ ଲୋକ ଏହି ଦୃଶ୍ୟ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ।
Solar Eclipse 2026 Europe: ପ୍ରାୟ ୨୭ ବର୍ଷର ଅପେକ୍ଷା ପରେ, ଲକ୍ଷ ଲକ୍ଷ ୟୁରୋପୀୟ ଅପେକ୍ଷା କରିଥିବା ଐତିହାସିକ ମୁହୂର୍ତ୍ତ ଶେଷରେ ଆସିଥିଲା। ଯେତେବେଳେ ଆଇସଲ୍ୟାଣ୍ଡ ଏବଂ ଉତ୍ତର ସ୍ପେନ ଆକାଶରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରି ଦେଇଥିଲା। ଯାହାର ଫଳ ସ୍ୱରୂପ ଦିନବେଳା ଅନ୍ଧାର ମାଡ଼ି ଆସିଥିଲା। ଶତାବ୍ଦୀର ସବୁଠାରୁ ବଡ଼ ସୂର୍ଯ୍ୟପରାଗ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ରାସ୍ତା, ପାହାଡ଼ ପର୍ବତ ଏପରିକି ଖୋଲା ପଡ଼ିଆରେ ଏକାଠି ହୋଇଥିଲେ।
ସ୍ପେନ ବିଜ୍ଞାନ ମନ୍ତ୍ରୀ ଜୁଆନ କ୍ରୁଜଙ୍କ କହିବା ଅନୁଯାୟୀ, ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପ୍ରାୟ ୬୦ ଲକ୍ଷ ପର୍ଯ୍ୟଟକ ଉତ୍ତର ସ୍ପେନ ଏବଂ ବାଲେରିଆକ୍ ଦ୍ୱୀପପୁଞ୍ଜରେ ପହଞ୍ଚିଥିବାର ଅନୁମାନ କରାଯାଉଛି।

ମହାକାଶରେ ଦେଖାଗଲା ବିରଳ ଚମତ୍କାର ଦୃଶ୍ୟ
ସ୍ପେନରେ ସୂର୍ଯ୍ୟପରାଗ ସୂର୍ଯ୍ୟାସ୍ତ ପୂର୍ବରୁ ହୋଇଥିଲା। ଯାହା ଦୃଶ୍ୟକୁ ଆହୁରି ମନୋରମ କରିଥିଲା। ମନ୍ତ୍ରୀ ଜୁଆନ କ୍ରୁଜ ଆଶା କରିଥିଲେ ଯେ ଏହି ବିଶେଷ ମୁହୂର୍ତ୍ତକୁ ଦେଖିବା ଦ୍ୱାରା ଦେଶରେ ଏକ ନୂତନ ଏବଂ ପ୍ରତିଶୃତିବଦ୍ଧ ପିଢ଼ିର ଜ୍ୟୋତିର୍ବିଜ୍ଞାନୀ ସୃଷ୍ଟି ହେବ। ହେଲେ ତଥାପି ବର୍ତ୍ତମାନ ସ୍ପେନରେ ଅନୁଭୂତ ହେଉଥିବା ଭୀଷଣ ଗରମ ଏବଂ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ ସମଗ୍ର ଦେଶ ଲାଗି ବିପଦ ବଢାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି।

ଏହା ସହ ପଢନ୍ତୁ: ଆଗକୁ ଲାଗିବ ବିରଳ ସୂର୍ଯ୍ୟପରାଗ; କିଛି ମିନିଟ୍ ପାଇଁ ଦିନରେ ମାଡ଼ି ଆସିବ ଅନ୍ଧାର

ସ୍ପେନ ଗୃହମନ୍ତ୍ରୀ ଫର୍ଣ୍ଣାଣ୍ଡୋ ଗ୍ରାଣ୍ଡେ-ମାରଲାସ୍କା କହିଛନ୍ତି ଯେ ସୁରକ୍ଷା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୨୫ ହଜାର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହା ସହିତ ପ୍ରାୟ ୧୦୦ ବିମାନ ଏବଂ ହେଲିକପ୍ଟରକୁ ଆକାଶ ମାର୍ଗରେ ନିରୀକ୍ଷଣ ପାଇଁ ନିୟୋଜିତ କରାଯାଇଛି। ପ୍ରଶାସନ ଜନସାଧାରଣଙ୍କୁ କେବଳ ସରକାରଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ପର୍ଯ୍ୟବେକ୍ଷଣ ସ୍ଥାନରୁ ପରାଗ ଗ୍ରହଣ ଦେଖିବା ଏବଂ ଜଙ୍ଗଲ ଚାରିପାଖରେ ରହିଥିବା ପ୍ରତିବନ୍ଧିତ ଅଞ୍ଚଳକୁ ଦୂରେଇ ରହିବାକୁ ନିବେଦନ କରିଛି।

ପୂର୍ବ ସ୍ପେନ ସ୍ଥିତ ଏକ୍ସଟ୍ରେମାଡୁରା ଠାରୁ ଆର୍କୋ ଡେ ଲାସ୍ ସାଲିନାସ୍ ପର୍ଯ୍ୟନ୍ତ ୭ ଘଣ୍ଟାର ଯାତ୍ରା କରିଥିବା ଲୋଲା ଗୁରେରୋ ତାଙ୍କର ଅଭିଜ୍ଞତା ବାଣ୍ଟି କହିଛନ୍ତି ଯେ ସୂର୍ଯ୍ୟପରାଗ ଦେଖିବା ତାଙ୍କର ବହୁଦିନର ସ୍ୱପ୍ନ ଥିଲା। ସେ ଏହାକୁ କୌଣସି ମୂଲ୍ୟରେ ହାତଛଡ଼ା କରିବାକୁ ଚାହୁଁ ନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଆଗକୁ ଆସୁଛି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ; ଭାରତରେ ହେବ କି ଦୃଶ୍ୟମାନ?

ଆଇସଲ୍ୟାଣ୍ଡରେ ପରାଗକୁ ନେଇ ବଢିଲା ଉତ୍ସାହ
ଆଇସଲ୍ୟାଣ୍ଡ ରାଜଧାନୀ ରେକଜାଭିକ ଠାରେ ପରାଗକୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢିଥିଲା। ପ୍ରାୟ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସୂର୍ଯ୍ୟପରାଗ ଦେଖିବା ପାଇଁ ୮୦ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସୂର୍ଯ୍ୟପରାଗ ଦେଖିବା ପାଇଁ ସ୍ୱତନ୍ତ୍ର ଚଷମା ସପ୍ତାହ ପୂର୍ବରୁ ବିକ୍ରି ହୋଇଯାଇଥିଲା। ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଆଇସଲ୍ୟାଣ୍ଡର ପଶ୍ଚିମ ଉପକୂଳରୁ ସନ୍ଧ୍ୟା ପ୍ରାୟ 5:44 IST (17:44 GMT) ସମୟରେ ଦୃଶ୍ୟମାନ ହୋଇଥିଲା। ଯେଉଁଠାରେ ଏହାର ଅବଧି ୨ ମିନିଟ୍ ୧୩ ସେକେଣ୍ଡ ପାଇଁ ଅନ୍ଧାର ହୋଇଥିଲା।
Solar Eclipse 2026: Spain & Iceland Witness Historic Total Eclipse After 27 Years | Argus News