Videos
|
International

2026 Solar Eclipse / ଆଗକୁ ଲାଗିବ ବିରଳ ସୂର୍ଯ୍ୟପରାଗ; କିଛି ମିନିଟ୍ ପାଇଁ ଦିନରେ ମାଡ଼ି ଆସିବ ଅନ୍ଧାର

Subhramjit Ray
Browse all articles by Subhramjit Ray
·1 hour ago·3 min read
ଆଗକୁ ଲାଗିବ ବିରଳ ସୂର୍ଯ୍ୟପରାଗ; କିଛି ମିନିଟ୍ ପାଇଁ ଦିନରେ ମାଡ଼ି ଆସିବ ଅନ୍ଧାର
2026 Solar Eclipse

Key Points

ଆସନ୍ତା ୧୨ ଅଗଷ୍ଟରେ ବିଶ୍ୱର ଅନେକ ଦେଶରେ ଏକ ବିରଳ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଲାଗିବ। ହେଲେ ଏହି ସୂର୍ଯ୍ୟଗ୍ରହଣ କେଉଁଠାରେ ଏବଂ କେତେ ସମୟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।
2026 Solar Eclipse Date & Time:  ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱ ଦେଖିବ ଏକ ଅତ୍ୟନ୍ତ ବିଶେଷ ଧରଣର ଖଗୋଳୀୟ ଘଟଣା। ଏହି ଦିନ ଏକ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ସେଦିନ ବିଶ୍ୱର କିଛି ସ୍ଥାନ ଅନ୍ଧାରରେ ବୁଡ଼ିଯିବ। ଏହି ଦୃଶ୍ୟ ଅତ୍ୟନ୍ତ ବିରଳ ହେବାକୁ ଯାଉଛି। ଭାରତରେ ସୂର୍ଯ୍ୟଗ୍ରହଣକୁ ନେଇ ଅନେକ ଧାର୍ମିକ ବିଶ୍ୱାସ ରହିଛି। ଗତ ୨୦୦୬ ପର ଠାରୁ ପ୍ରଥମ ଥର ପାଇଁ ୟୁରୋପ ଏପରି ଏକ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଦେଖିବ। ଏହି ଦିନକୁ ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶେଷ ଭାବରେ ବିବେଚନା କରାଯାଉଛି।

ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କ'ଣ?
ଯେତେବେଳେ ଚନ୍ଦ୍ର, ପୃଥିବୀ-ସୂର୍ଯ୍ୟ ମଧ୍ୟରେ ଆସିଯାଏ, ସେତେବେଳେ କିଛି ସମୟ ପାଇଁ ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ ହୋଇଯାନ୍ତି। ଏହାକୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କୁହାଯାଏ। ଏହି ସମୟରେ ଦିନ ସମୟ ମଧ୍ୟ ଅନ୍ଧକାରମୟ ହୋଇ ଉଠିଥାଏ। ଏହି କାରଣରୁ କିଛି ସ୍ଥାନରେ, ତାପମାତ୍ରା ମଧ୍ୟ ସାମାନ୍ୟ ହ୍ରାସ ପାଇଥାଏ। ଯାହା ଫଳରେ ଆଖପାଖର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ ହୁଏ।

ସୂର୍ଯ୍ୟପରାଗକୁ ନେଇ କ'ଣ ରହିଛି ହିନ୍ଦୁ ଧାର୍ମିକ ବିଶ୍ୱାସ?
ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟପରାଗର ବିଶେଷ ଗୁରୁତ୍ୱ ରହିଛି। ଗ୍ରହଣ ସମୟରେ, ପ୍ରାର୍ଥନା କରିବା, ମନ୍ତ୍ର ଜପ କରିବା ଏବଂ ଈଶ୍ୱରଙ୍କୁ ସ୍ମରଣ କରିବା ଶୁଭ ବୋଲି ବିବେଚନା କରାଯାଏ। ଲୋକେ ଏହି ସମୟରେ ରୋଷେଇ କରିବା ଏବଂ ଖାଦ୍ୟ ଗ୍ରହଣ କରିବାରୁ ମଧ୍ୟ ନିବୃତ୍ତ ରହିଥାନ୍ତି। ପରାଗ ସମାପ୍ତ ହେବା ପରେ ସ୍ନାନ ଏବଂ ଘର ସଫା କରିବା ମଧ୍ୟ ବାଧ୍ୟତାମୂଳକ ବୋଲି ବିବେଚନା କରାଯାଏ।

ଏହା ସହ ପଢନ୍ତୁ: ଆଗକୁ ଆସୁଛି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ; ଭାରତରେ ହେବ କି ଦୃଶ୍ୟମାନ?

କେଉଁଠି ଦୃଶ୍ୟମାନ ହେବ ଏହି ସୂର୍ଯ୍ୟପରାଗ?
ଆସନ୍ତା ୧୨ ତାରିଖରେ ଲାଗିବାକୁ ୟାଉଥିବା ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ପ୍ରଥମେ ଉତ୍ତର ଋଷିଆରେ ଦୃଶ୍ୟମାନ ହେବ। ଏହା ପରେ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ୍ ଏବଂ ଉତ୍ତର-ପୂର୍ବ ପର୍ତ୍ତୁଗାଲ ଦେଇ ଗତି କରିବ। ସ୍ପେନ ଠାରେ ଏହା ଓଭିଏଡୋ ଠାରୁ ଆରମ୍ଭ ହୋଇ ମାଲୋର୍କା ଦ୍ୱୀପ ପର୍ଯ୍ୟନ୍ତ ବିସ୍ତାରିତ ହେବ। ଅଧିକାଂଶ ୟୁରୋପୀୟ ଦେଶ, କାନାଡା, ଯୁକ୍ତରାଷ୍ଟ୍ର ଆମରିକାର ଉତ୍ତର ଭାଗ, ଉତ୍ତର-ପଶ୍ଚିମ ଆଫ୍ରିକାରେ ମଧ୍ୟ ଏକ ଆଂଶିକ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ। ଭାରତରେ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ ନାହିଁ। ଏଥିପାଇଁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ।

କେତେ ସମୟ ପର୍ଯ୍ୟନ୍ତ ରହିବ ସୂର୍ଯ୍ୟ ପରାଗ?
ସ୍ପେନରେ, ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଦୃଶ୍ୟମାନ ହେବ ଏବଂ ଏହା ୨ ମିନିଟ ଠାରୁ କମ୍ ସମୟ ପାଇଁ ଦୃଶ୍ୟମାନ ହେବ। ବୁର୍ଗୋସ୍ ସହର ପ୍ରାୟ ୧ ମିନିଟ୍ ୪୮ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାର ଅନୁଭବ କରିବ। ଋଷିଆ ଏବଂ ଗ୍ରୀନଲ୍ୟାଣ୍ଡର କିଛି ଅଞ୍ଚଳରେ ଏହା ଟିକେ ଅଧିକ ସମୟ ପାଇଁ ଦୃଶ୍ୟମାନ ହେବ। ହେଲେ ସେଠାରେ ମଧ୍ୟ ଏହାର ଅବଧି ଅଢ଼େଇ ମିନି ଠାଟରୁ କମ୍ ରହିବ। ହେଲେ ତଥାପି ଆଂଶିକ ସୂର୍ଯ୍ୟଗ୍ରହଣ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ ପାଇଁ ଦୃଶ୍ୟମାନ ହେବ।

କାହିଁକି ଏତେ ସ୍ୱତନ୍ତ୍ର ଏହି ସୂର୍ଯ୍ୟ ପରାଗ?
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଗୋଟିଏ କିମ୍ବା ଦୁଇଟି ସୂର୍ଯ୍ୟପରାଗ ହେଉଥିବା ବେଳେ, ସବୁଠି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଦୃଶ୍ୟମାନ ହୁଏ ନାହିଁ। ଏହା ଯେଉଁ ସଂକୀର୍ଣ୍ଣ ସ୍ଥାନ ଦେଇ ଗତି କରେ, ସେଠାରେ ଏପରି ଦୃଶ୍ୟ ଦେଖିବା ଲାଗି ଶହ ଶହ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ସେଥିପାଇଁ ଏହାକୁ ଅତ୍ୟନ୍ତ ବିରଳ ବୋଲି ବିବେଚନା କରାଯାଏ। ୨୦୨୬ ଅଗଷ୍ଟ ୧୨ ତାରିଖ ପରେ ଦକ୍ଷିଣ ସ୍ପେନ, ଉତ୍ତର ଆଫ୍ରିକା ଏବଂ ଆରବୀୟ ଉପଦ୍ୱୀପରେ ୨୦୨୭ ଅଗଷ୍ଟ ୨ ତାରିଖ ପରେ ଆଉ ଏକ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଯାହାର ଅବଧି ୬ ମିନିଟ୍ ୨୩ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ସେହିପରି ସ୍ପେନ ମଧ୍ୟ ଆସନ୍ତା ୨୦୨୮ ଜାନୁଆରୀ ୨୬ ତାରିଖରେ ଏକ 'ଅଗ୍ନି ବଳୟ' ସୂର୍ଯ୍ୟପରାଗ (Annular Solar Eclipse) ଦେଖିବ।

ଏହା ସହ ପଢନ୍ତୁ: ଆସନ୍ତା ମାସରେ ଦେଖିବାକୁ ମିଳିବ ବିରଳ ଜାଗତିକ ଦୃଶ୍ୟ; କ'ଣ ରହିବ ଭାରତ ଉପରେ ଏହାର ପ୍ରଭାବ?

ଗ୍ରହଣ ଦେଖିବା ସମୟରେ ଏକଥାକୁ ମନେ ରଖନ୍ତୁ
ଯଦି ଆପଣ ସୂର୍ଯ୍ୟପରାଗ ଦେଖିବାକୁ ଚାହାଁନ୍ତି, ତାହେଲେ କେବେ ହେଲେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ। ଏହା ଆଖିକୁ ଗମ୍ଭୀର କ୍ଷତି ପହଞ୍ଚାଇପାରେ। ସାଧାରଣ ସନଗ୍ଲାସ୍, କଳା ଚଷମା, କିମ୍ବା ଏକ୍ସ-ରେ ଫିଲ୍ମ ଆପଣଙ୍କ ଆଖିକୁ ସୁରକ୍ଷା ଦେଇନଥାଏ। ଗ୍ରହଣ ଦେଖିବା ପାଇଁ ସ୍ୱତନ୍ତ୍ର ଚଷମା ଆବଶ୍ୟକ। ସେହି ସମୟରେ, ଯଦି ଆପଣ ଧାର୍ମିକ ବିଶ୍ୱାସ ପାଳନ କରନ୍ତି, ତାହେଲେ ଆପଣ ଆପଣଙ୍କ ବିଶ୍ୱାସ ଅନୁସାରେ ପୂଜା ଏବଂ ନିୟମ ପାଳନ କରିପାରିବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: