Thailand Cambodia War / ଥାଇଲାଣ୍ଡ–କମ୍ବୋଡିଆ ଯୁଦ୍ଧ ପୁଣି ଆରମ୍ଭ: ଟ୍ରମ୍ପ କହିଲେ—ମୁଁ ଫୋନ୍ କରି ଯୁଦ୍ଧ ବନ୍ଦ କରିଦେବି
·7 months ago·3 min read

Key Points
ପୁଣି ଆରମ୍ଭ ହେଲା ଥାଇଲାଣ୍ଡ-କମ୍ବେୋଡିଆ ଯୁଦ୍ଧ
ଟ୍ରମ୍ପ ଦେଲେ ବଡ଼ ବୟାନ
କହିଲେ, ଫୋନ୍ କରି ବନ୍ଦ କରିବି ଯୁଦ୍ଧ
ଟ୍ରମ୍ପ ଦେଲେ ବଡ଼ ବୟାନ
କହିଲେ, ଫୋନ୍ କରି ବନ୍ଦ କରିବି ଯୁଦ୍ଧ
ଶାନ୍ତି ଚୁକ୍ତି ପରେ ପୁଣି ଥରେ ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟ ଯୁଦ୍ଧ ଚାଲିଛି । ବୁଧବାର ତୃତୀୟ ଦିନ ପାଇଁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଉ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷ ରୋକିବାକୁ ଚେଷ୍ଟା କରିବା ପାଇଁ ଏକ ଫୋନ୍ କଲ୍ କରିବେ । ସୂଚନା ଅନୁସାରେ, ଜୁଲାଇରେ ଟ୍ରମ୍ପ ଦୁଇ ଏସୀୟ ପଡ଼ୋଶୀଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲେ । ଏହା ପରେ ହିଁ ପାଞ୍ଚ ଦିନର ଯୁଦ୍ଧର ଅନ୍ତ ହୋଇଥିଲା । ଆଉ ଏବେ ଉଭୟ ଦେଶ ପୁଣିଥରେ ପରସ୍ପରକୁ ଆକ୍ରମଣ କରୁଛନ୍ତି ।
ବିବାଦୀୟ ସୀମାରେ ସଂଘର୍ଷ ପାଇଁ ଉଭୟ ଦେଶ ପରସ୍ପରକୁ ଦୋଷ ଦେଉଛନ୍ତି ଏବଂ କହୁଛନ୍ତି ଯେ ଯୁଦ୍ଧ ଜାରି ରହିବ । ସଂଘର୍ଷ ଫଳରେ ଉଭୟ ଦେଶର ନାଗରିକ ଓ ସାମରିକ ବାହିନୀଙ୍କ ମୃତାହତ ନେଇ ଲଗାତର ରିପୋର୍ଟ ସାମ୍ନାକୁ ଆସୁଛି ।
ମଙ୍ଗଳବାର ଦିନ କମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ସୋମବାରଠାରୁ ନଅ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଥାଇ ସେନା କହିଛି ଯେ ସଂଘର୍ଷ ପୁଣି ଆରମ୍ଭ ହେବା ପରଠାରୁ ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୬୮ ଜଣ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ
ଜୁଲାଇରେ ପାଞ୍ଚ ଦିନର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ହଠାତ୍ ରବିବାର ଭାଙ୍ଗି ଥିଲା । ଆଉ ରବିବାର ରାତିରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହାଫଳରେ ସୀମା ନିକଟରେ ରହୁଥିବା ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଘର ଛାଡ଼ି ପଳାଇଛନ୍ତି ।
ଦୁଇ ଦେଶ ମଧ୍ୟରେ ଜୁଲାଇରେ ହୋଇଥିବା ଯୁଦ୍ଧରେ ରକେଟ ଏବଂ ଭାରୀ ତୋପ ବ୍ୟବହାର କରାଯାଇଥିଲା । ସେହି ସମୟରେ ଅତି କମରେ ୪୮ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ବାସଚ୍ୟତ୍ ହୋଇଥିଲେ । ଏହାପରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ହୋଇଥିଲା ।
କିନ୍ତୁ ଗତ ମାସରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଥାଇ ସୈନିକ ଗୁରୁତର ଆହତ ହୋଇଥିଲେ । ଯାହା ପରେ ଥାଇଲ୍ୟାଣ୍ଡ ସ୍ପଷ୍ଟ କରିଥିଲେ ଯେ ସେ ଯୁଦ୍ଧବିରତି ଚୁକ୍ତିନାମାକୁ ଲାଗୁ କରିବ ନାହିଁ ।
ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅନୁଟିନ୍ ଚାର୍ଣ୍ଣଭିରାକୁଲ୍ କହିଥିଲେ ଯେ କାମ୍ବୋଡିଆ କୌଣସି ଆଲୋଚନା ପ୍ରସ୍ତାବ ଦେଇନାହିଁ ଏବଂ ଯୁଦ୍ଧ ଜାରି ରହିବ । ସେ କହିଥିଲେ, "ଆମକୁ ଯାହା ଆବଶ୍ୟକ ତାହା କରିବାକୁ ପଡିବ।" ସରକାର ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ କରିବ। ଥାଇଲ୍ୟାଣ୍ଡ ସେନା କହିଛି ଯେ କମ୍ବୋଡିଆ ମଙ୍ଗଳବାର ତୋପ, ରକେଟ୍ ଏବଂ ଡ୍ରୋନ୍ ସହିତ ସେମାନଙ୍କ ସ୍ଥାନ ଉପରେ ଆକ୍ରମଣ କରିଥିଲା।
ସେହିପରି କମ୍ବୋଡିଆର ଶକ୍ତିଶାଳୀ ସେନେଟ୍ ସଭାପତି ହୁନ୍ ସେନ୍ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ତାଙ୍କ ସେନା ସୋମବାର ଗୁଳି ନ ଚଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ରାତିରେ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା । ସେ କହିଛନ୍ତି ଯେ କମ୍ବୋଡିଆ ସେହି ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରୁଛି ଯେଉଁଠାରେ ଥାଇଲ୍ୟାଣ୍ଡ ସେନା ଆଗକୁ ବଢ଼ୁଛି । ସେ ଆହୁରି କହିଛନ୍ତି, "କମ୍ବୋଡିଆ ଶାନ୍ତି ଚାହୁଁଛି, କିନ୍ତୁ ନିଜ ଭୂମିକୁ ରକ୍ଷା କରିବା ପାଇଁ ଯୁଦ୍ଧ କରିବାକୁ ବାଧ୍ୟ ହେଉଛି।"
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିୟମିତ ଭାବରେ ସାରା ବିଶ୍ୱରେ ଆଠଟି ଯୁଦ୍ଧ ବନ୍ଦ କରିଥିବା ଦାବି କରୁଛନ୍ତି, ଯେଉଁଥିରୁ ଗୋଟିଏ ହେଉଛି ଜୁଲାଇରେ ହୋଇଥିବା ଥାଇଲ୍ୟାଣ୍ଡ-କମ୍ବୋଡିଆ ଯୁଦ୍ଧ। ତଥାପି, ରବିବାର ଦିନ ଉଭୟ ଦେଶ ଯୁଦ୍ଧବିରତିକୁ ଅବମାନନା କରି ପରସ୍ପର ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଛନ୍ତି । ଆମେରିକାର ବୈଦେଶିକ ବିଭାଗ ଦୁଇ ଦେଶ ମଧ୍ୟରେ ନୂତନ ହିଂସା ଉପରେ ଚିନ୍ତା ପ୍ରକାଶ କରିଛି ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ନିବେଦନ କରିଛି । କିନ୍ତୁ ଥାଇଲ୍ୟାଣ୍ଡ ସ୍ପଷ୍ଟ କରିଛି ଯେ କୂଟନୀତି ପାଇଁ ଆଉ କୌଣସି ସ୍ଥାନ ନାହିଁ।
ସେପଟେ ଟ୍ରମ୍ପ ତାଙ୍କ ମଧ୍ୟସ୍ଥତାରେ କରିଥିବା ଯୁଦ୍ଧବିରତି ଚୁକ୍ତିନାମା ଭଙ୍ଗ ହେବା ପରେ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ଦିନ, କହିଛନ୍ତି ଯେ ସେ ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ସୃଷ୍ଟି ହୋଇଥିବା ନୂତନ ଯୁଦ୍ଧକୁ ରୋକିବା ପାଇଁ ଫୋନ୍ କରିବେ ।
ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି, "ଦଶ ମାସରେ ମୁଁ ଆଠଟି ଯୁଦ୍ଧ ସମାପ୍ତ କରିଛି।" ସେ ଉଦାହରଣ ଭାବରେ କୋସୋଭୋ-ସର୍ବିଆ, ପାକିସ୍ତାନ-ଭାରତ ଏବଂ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିଥିବା ଉଲ୍ଲେଖ କରିଥିଲେ ।
ଦକ୍ଷିଣ ପୂର୍ବ ଏସିଆର ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳରେ ସଂଘର୍ଷର ପୁନରାବୃତ୍ତିକୁ ସ୍ୱୀକାର କରି ଟ୍ରମ୍ପ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଣି ଥରେ ହସ୍ତକ୍ଷେପ କରିବେ ବୋଲି ଇଙ୍ଗିତ କରିଥିଲେ । ସେ ଜନତାଙ୍କୁ କହିଥିଲେ, "କମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧ ଆଜି ପୁଣି ଥରେ ଆରମ୍ଭ ହୋଇଛି । ମୋତେ ଆସନ୍ତାକାଲି ଏହା ବିଷୟରେ ଏକ ଫୋନ୍ କଲ୍ କରିବାକୁ ପଡିବ। ମୋ ବ୍ୟତୀତ ଆଉ କିଏ କହିପାରିବ ଯେ ମୁଁ ଗୋଟିଏ ଫୋନ୍ କଲ୍ କରିବି, ଆଉ ଦୁଇଟି ଅତ୍ୟନ୍ତ ଶକ୍ତିଶାଳୀ ଦେଶ - ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଯୁଦ୍ଧ ବନ୍ଦ କରିବି।"
ବିବାଦୀୟ ସୀମାରେ ସଂଘର୍ଷ ପାଇଁ ଉଭୟ ଦେଶ ପରସ୍ପରକୁ ଦୋଷ ଦେଉଛନ୍ତି ଏବଂ କହୁଛନ୍ତି ଯେ ଯୁଦ୍ଧ ଜାରି ରହିବ । ସଂଘର୍ଷ ଫଳରେ ଉଭୟ ଦେଶର ନାଗରିକ ଓ ସାମରିକ ବାହିନୀଙ୍କ ମୃତାହତ ନେଇ ଲଗାତର ରିପୋର୍ଟ ସାମ୍ନାକୁ ଆସୁଛି ।
ମଙ୍ଗଳବାର ଦିନ କମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ସୋମବାରଠାରୁ ନଅ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଥାଇ ସେନା କହିଛି ଯେ ସଂଘର୍ଷ ପୁଣି ଆରମ୍ଭ ହେବା ପରଠାରୁ ଚାରି ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୬୮ ଜଣ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାର ନୂଆ ଭିସା ନିୟମକୁ ନେଇ ଚିନ୍ତାରେ ଭାରତୀୟ, ବାତିଲ୍ ହେଉଛି ପୂର୍ବ ସାକ୍ଷାତକାର ତାରିଖ
ଜୁଲାଇରେ ପାଞ୍ଚ ଦିନର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ହଠାତ୍ ରବିବାର ଭାଙ୍ଗି ଥିଲା । ଆଉ ରବିବାର ରାତିରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହାଫଳରେ ସୀମା ନିକଟରେ ରହୁଥିବା ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଘର ଛାଡ଼ି ପଳାଇଛନ୍ତି ।ଦୁଇ ଦେଶ ମଧ୍ୟରେ ଜୁଲାଇରେ ହୋଇଥିବା ଯୁଦ୍ଧରେ ରକେଟ ଏବଂ ଭାରୀ ତୋପ ବ୍ୟବହାର କରାଯାଇଥିଲା । ସେହି ସମୟରେ ଅତି କମରେ ୪୮ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକ ବାସଚ୍ୟତ୍ ହୋଇଥିଲେ । ଏହାପରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ହୋଇଥିଲା ।
କିନ୍ତୁ ଗତ ମାସରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଥାଇ ସୈନିକ ଗୁରୁତର ଆହତ ହୋଇଥିଲେ । ଯାହା ପରେ ଥାଇଲ୍ୟାଣ୍ଡ ସ୍ପଷ୍ଟ କରିଥିଲେ ଯେ ସେ ଯୁଦ୍ଧବିରତି ଚୁକ୍ତିନାମାକୁ ଲାଗୁ କରିବ ନାହିଁ ।
ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅନୁଟିନ୍ ଚାର୍ଣ୍ଣଭିରାକୁଲ୍ କହିଥିଲେ ଯେ କାମ୍ବୋଡିଆ କୌଣସି ଆଲୋଚନା ପ୍ରସ୍ତାବ ଦେଇନାହିଁ ଏବଂ ଯୁଦ୍ଧ ଜାରି ରହିବ । ସେ କହିଥିଲେ, "ଆମକୁ ଯାହା ଆବଶ୍ୟକ ତାହା କରିବାକୁ ପଡିବ।" ସରକାର ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ କରିବ। ଥାଇଲ୍ୟାଣ୍ଡ ସେନା କହିଛି ଯେ କମ୍ବୋଡିଆ ମଙ୍ଗଳବାର ତୋପ, ରକେଟ୍ ଏବଂ ଡ୍ରୋନ୍ ସହିତ ସେମାନଙ୍କ ସ୍ଥାନ ଉପରେ ଆକ୍ରମଣ କରିଥିଲା।
ଅଧିକ ପଢ଼ନ୍ତୁ: ଅବତରଣ ବେଳେ କାର୍ ସହ ଧକ୍କା ହେଲା ବିମାନ, ଭାଇରାଲ ହେଲା ଛାତିଥରା VIDEO
ସେହିପରି କମ୍ବୋଡିଆର ଶକ୍ତିଶାଳୀ ସେନେଟ୍ ସଭାପତି ହୁନ୍ ସେନ୍ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ତାଙ୍କ ସେନା ସୋମବାର ଗୁଳି ନ ଚଳାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ରାତିରେ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା । ସେ କହିଛନ୍ତି ଯେ କମ୍ବୋଡିଆ ସେହି ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରୁଛି ଯେଉଁଠାରେ ଥାଇଲ୍ୟାଣ୍ଡ ସେନା ଆଗକୁ ବଢ଼ୁଛି । ସେ ଆହୁରି କହିଛନ୍ତି, "କମ୍ବୋଡିଆ ଶାନ୍ତି ଚାହୁଁଛି, କିନ୍ତୁ ନିଜ ଭୂମିକୁ ରକ୍ଷା କରିବା ପାଇଁ ଯୁଦ୍ଧ କରିବାକୁ ବାଧ୍ୟ ହେଉଛି।"
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିୟମିତ ଭାବରେ ସାରା ବିଶ୍ୱରେ ଆଠଟି ଯୁଦ୍ଧ ବନ୍ଦ କରିଥିବା ଦାବି କରୁଛନ୍ତି, ଯେଉଁଥିରୁ ଗୋଟିଏ ହେଉଛି ଜୁଲାଇରେ ହୋଇଥିବା ଥାଇଲ୍ୟାଣ୍ଡ-କମ୍ବୋଡିଆ ଯୁଦ୍ଧ। ତଥାପି, ରବିବାର ଦିନ ଉଭୟ ଦେଶ ଯୁଦ୍ଧବିରତିକୁ ଅବମାନନା କରି ପରସ୍ପର ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଛନ୍ତି । ଆମେରିକାର ବୈଦେଶିକ ବିଭାଗ ଦୁଇ ଦେଶ ମଧ୍ୟରେ ନୂତନ ହିଂସା ଉପରେ ଚିନ୍ତା ପ୍ରକାଶ କରିଛି ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ନିବେଦନ କରିଛି । କିନ୍ତୁ ଥାଇଲ୍ୟାଣ୍ଡ ସ୍ପଷ୍ଟ କରିଛି ଯେ କୂଟନୀତି ପାଇଁ ଆଉ କୌଣସି ସ୍ଥାନ ନାହିଁ।
ସେପଟେ ଟ୍ରମ୍ପ ତାଙ୍କ ମଧ୍ୟସ୍ଥତାରେ କରିଥିବା ଯୁଦ୍ଧବିରତି ଚୁକ୍ତିନାମା ଭଙ୍ଗ ହେବା ପରେ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ଦିନ, କହିଛନ୍ତି ଯେ ସେ ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ସୃଷ୍ଟି ହୋଇଥିବା ନୂତନ ଯୁଦ୍ଧକୁ ରୋକିବା ପାଇଁ ଫୋନ୍ କରିବେ ।
ପେନସିଲଭାନିଆରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି, "ଦଶ ମାସରେ ମୁଁ ଆଠଟି ଯୁଦ୍ଧ ସମାପ୍ତ କରିଛି।" ସେ ଉଦାହରଣ ଭାବରେ କୋସୋଭୋ-ସର୍ବିଆ, ପାକିସ୍ତାନ-ଭାରତ ଏବଂ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିଥିବା ଉଲ୍ଲେଖ କରିଥିଲେ ।
ଦକ୍ଷିଣ ପୂର୍ବ ଏସିଆର ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳରେ ସଂଘର୍ଷର ପୁନରାବୃତ୍ତିକୁ ସ୍ୱୀକାର କରି ଟ୍ରମ୍ପ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଣି ଥରେ ହସ୍ତକ୍ଷେପ କରିବେ ବୋଲି ଇଙ୍ଗିତ କରିଥିଲେ । ସେ ଜନତାଙ୍କୁ କହିଥିଲେ, "କମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧ ଆଜି ପୁଣି ଥରେ ଆରମ୍ଭ ହୋଇଛି । ମୋତେ ଆସନ୍ତାକାଲି ଏହା ବିଷୟରେ ଏକ ଫୋନ୍ କଲ୍ କରିବାକୁ ପଡିବ। ମୋ ବ୍ୟତୀତ ଆଉ କିଏ କହିପାରିବ ଯେ ମୁଁ ଗୋଟିଏ ଫୋନ୍ କଲ୍ କରିବି, ଆଉ ଦୁଇଟି ଅତ୍ୟନ୍ତ ଶକ୍ତିଶାଳୀ ଦେଶ - ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ଯୁଦ୍ଧ ବନ୍ଦ କରିବି।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories