US Independence Day 2026 / ସ୍ୱାଧିନତା ଦିବସରେ ଭାଙ୍ଗିଲା ରେକର୍ଡ଼; ସେଚେଲ୍ସ GDP ଠାରୁ ବଳିଗଲା ବାଣ ଫୁଟା ଖର୍ଚ୍ଚ
·1 hour ago·4 min read

Key Points
ଚଳିତ ବର୍ଷ ଜୁଲାଇ ୪ ତାରିଖରେ ଆମେରିକାର ପାଳିତ ହୋଇଥିଲା ୨୫୦ ତମ ସ୍ୱାଧିନତା ଦିବସ। ଏହାକୁ ଧୁମଧାମରେ ଏବଂ ଆତସବାଜି ସହିତ ପାଳନ କରାଯାଇଥିଲା। ଆକଳନ କରାଯାଇଛି ଯେ ଚଳିତ ବର୍ଷ ଆମେରିକାରେ ୨.୫ ବିଲିୟନ ଡଲାର ମୂଲ୍ୟର ଆତସବାଜି ବିକ୍ରି ହୋଇଛି।
US Independence Day Celebration: ଚଳିତ ବର୍ଷ ଜୁଲାଇ ୪ ତାରିଖରେ ୨୫୦ତମ ସ୍ୱାଧିନତା ଦିବସ ପାଳନ କରିଛି ଯୁକ୍ତରାଷ୍ଟ୍ର ଆମେରିକା। ପ୍ରତିବର୍ଷ ଭଳି ଏଥର ମଧ୍ୟ ଆମେରିକା ଆତସବାଜି ସହିତ ଏହାର ସ୍ୱାଧିନତା ପାଳନ କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଲାଇ ୪ ତାରିଖରେ ୮ ଲକ୍ଷ ୫୦ ହଜାରରୁ ଅଧିକ ବାଣ ଫୁଟା ଯାଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ବିଶ୍ୱର ସର୍ବବୃହତ ଆତସବାଜି ପ୍ରଦର୍ଶନୀ ବୋଲି କହିଥିଲେ।
ଟ୍ରମ୍ପ ପ୍ରଶାସନର "ଫ୍ରିଡମ୍ ୨୫୦" ପ୍ରକଳ୍ପ ଦାୟିତ୍ୱ ପେନସିଲଭାନିଆ ସ୍ଥିତ ପାଇରୋଟେକ୍ନିକୋ ନାମକ କମ୍ପାନୀକୁ ଦେଇଥିଲେ। ଏହି କମ୍ପାନୀ ରାଜଧାନୀ ୱାଶିଂଟନ୍ ଡିସି ଠାରେ ଲିଙ୍କନ୍ ମେମୋରିଆଲ୍ ଏବଂ ପୋଟୋମାକ୍ ନଦୀ ପାଖରେ ଦଶଟି ସ୍ଥାନରେ ୮ ଲକ୍ଷ ୫୦ ହଜାରରୁ ଅଧିକ ଆତସବାଜି ପ୍ରଦର୍ଶନୀ କରିଥିଲା। ସୂଚନା ଅନୁଯାୟୀ ଆତସବାଜି ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।
ଆମେରିକୀୟ ଇତିହାସରେ ଏତେ ବଡ଼ ଆତସବାଜି ପ୍ରଦର୍ଶନ ପ୍ରଥମ ଥର ପାଇଁ ହୋଇଛି। ଏହା ଏକ ନୂତନ ବିଶ୍ୱ ରେକର୍ଡ ବୋଲି ଦାବି କରାଯାଉଛି। ସର୍ବବୃହତ ଆତସବାଜି ପ୍ରଦର୍ଶନର ପୂର୍ବ ରେକର୍ଡ ୨୦୧୬ ବର୍ଷରେ ସ୍ଥାପନ କରାଯାଇଥିଲା। ଯେତେବେଳେ ଫିଲିପାଇନ୍ସର ବୋକାଉ ଠାରେ ୮ ଲକ୍ଷ ୧୦ ହଜରରୁ ଅଧିକ ବାଣ ଫୁଟା ଯାଇଥିଲା।
ବାଣ ଫୁଟା ପାଇଁ ଖର୍ଚ୍ଚ ହେଲା କେତେ ଟଙ୍କା?
ସୋସିଆଲ ମିଡି଼ଆରେ ଦାବି କରାଯାଉଛି ଯେ ଆମେରିକାର ୨୫୦ତମ ସ୍ୱାଧିନତା ଦିବସରେ କେବଳ ଟ୍ରମ୍ପ ହିଁ ଏତେ ବଡ଼ ଆତସବାଜି ପ୍ରଦର୍ଶନ କରିପାରିଥାନ୍ତେ।
ଟ୍ରମ୍ପ ଏହି ଆତସବାଜିକୁ "ସର୍ବକାଳୀନ ସର୍ବୋତ୍ତମ ଆତସବାଜି ପ୍ରଦର୍ଶନୀ" ଭାବରେ ବର୍ଣ୍ଣନା କରିଛନ୍ତି। ଏନେଇ ଦାବି କରାଯାଇଛି ଯେ ଗତ ବର୍ଷ କେବଳ ୨୦ ହଜାର ବାଣ ଫୁଟା ଯାଇଥିଲା। ହେଲେ ଚଳିତ ବର୍ଷ ୮ ଲକ୍ଷ ୫୦ ହଜାର ବାଣ ଫୁଟିଛି। ସ୍ଥାନୀୟ ଗଣମାଧ୍ୟମ CNN ଆକଳନ ଅନୁଯାୟୀ କେବଳ ଜୁଲାଇ ୪ ସ୍ୱାଧିନତା ଦିବସ ପ୍ରଦର୍ଶନୀ ପାଇଁ ପ୍ରାୟ ୮.୫୦ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ପ୍ରାୟ ୮ କୋଟି ଟଙ୍କାରୁ ଅଧିକ।
ବାଣ ପାଇଁ ବେଶ ମୋଟା ଅଙ୍କର ଖର୍ଚ୍ଚ କରିଥାନ୍ତି ଆମେରିକୀୟ
ଆମେରିକାରେ ସ୍ୱାଧିନତା ଦିବସ ଆତସବାଜି ସହିତ ପାଳନ କରାଯାଏ। ଆମେରିକୀୟ ପ୍ରତିବର୍ଷ ଏଥିପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଥାନ୍ତି।
capitaloneshopping.com ପକ୍ଷରୁ ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଜୁଲାଇ ୪ ତାରିଖ ସ୍ୱାଧିନତା ଦିବସ ଅବସରରେ ବାଣ ଫୁଟାଇବାରେ ପ୍ରତିବର୍ଷ କୋଟି କୋଟି ଡଲାର ଖର୍ଚ୍ଚ କରିଥାନ୍ତି। ଗତ ୨୦୨୪ ସ୍ୱାଧିନତା ଦିବସରେ, ଆମେରିକୀୟ ୨.୨ ବିଲିୟନ ଡଲାର (ପ୍ରାୟ ୨୧,୦୦୦ କୋଟି ଟଙ୍କା) ମୂଲ୍ୟର ଆତସବାଜି ବ୍ୟବହାର କରିଥିଲେ।
ଏହା ସହ ପଢନ୍ତୁ: ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା
CBS News ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରହେ, ଆମେରିକୀୟ ପାଇରୋଟେକ୍ନିକ୍ସ ଆସୋସିଏସନ୍ (APA) ଅନୁଯାୟୀ, ଗତ ୨୦୦୦ ମସିହାରେ ଜନସାଧାରଣ ବାଣ ପାଇଁ ୪୦ ଲକ୍ଷ ଡଲାର ଖର୍ଚ୍ଚ କରିଥିଲେ। ହେଲେ ତଥାପି ବିଗତ ୨ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ସ୍ଥିର ଭାବରେ ବୃଦ୍ଧି ପାଇଛି। ଗତ ୨୦୧୯ ରେ ଆମେରିକୀୟ ୧ ବିଲିୟନ ଡଲାର ଠାରୁ ଅଧିକ ଖର୍ଚ୍ଚ କରିଥିଲେ। ୨୦୨୦ ରେ ଏହି ସଂଖ୍ୟା ୧.୯ ବିଲିୟନ ଡଲାର ଅତିକ୍ରମ କରାଯାଇଥିଲା। ବର୍ତ୍ତମାନ ବିଗତ କିଛି ବର୍ଷ ଧରି ଏହି ଖର୍ଚ୍ଚ ବାର୍ଷିକ ୨.୨ ବିଲିୟନ ଡଲାର ଅତିକ୍ରମ କରିଛି।
APA କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୁଲ୍ ହେକମ୍ୟାନ୍ CBS News କୁ କହିଛନ୍ତି ଯେ ସେ ନିଶ୍ଚିତ ଯେ ଚଳିତ ବର୍ଷର ଆତସବାଜି ବିକ୍ରୟ ୨.୫ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୨୪,୦୦୦ କୋଟି) ଅତିକ୍ରମ କରିଯିବ। ଯଦି ଏହି ଆକଳନ ସଠିକ୍ ହୁଏ, ତେବେ ଏହି ପରିମାଣ ସେଚେଲ୍ସ ଭଳି ଦେଶର GDP ଠାରୁ ଅଧିକ ହେବ। କାରଣସ ସେଚେଲ୍ସ GDP ୨.୨୫ ବିଲିୟନ୍ ରହିଛି।
ଶୁଳ୍କର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି କି?
ଆମେରିକାରେ ଅଧିକାଂଶ ବାଣ ଚୀନ୍ରୁ ଆସିଥାଏ। ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଶୁଳ୍କ (US Tariff on Chinese Products) ମଧ୍ୟ ଏହାକୁ ମହଙ୍ଗା କରିଛି। ବ୍ରିଟିଶ ଗଣମାଧ୍ୟମ "The Independent" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ଉପରେ ଲାଗୁ ହୋଇଥିବା ଶୁଳ୍କ ଯୋଗୁଁ ଆମେରିକାରେ ବାଣର ମୂଲ୍ୟ ୩୦ ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ଟ୍ରମ୍ପ ପ୍ରଥମେ ଚୀନ୍ ଉପରେ ୧୪୫% ଶୁଳ୍କ ଲାଗୁ କରିଥିଲେ। ପରେ ଏହାକୁ ୩୦ ପ୍ରତିଶତକୁ ହ୍ରାସ କରିଥିଲେ। ବର୍ତ୍ତମାନ ଚୀନ୍ ଉପରେ ୧୫% ଶୁଳ୍କ ଲାଗୁ ହୋଇଛି।
କାହିଁକି ବାଣ ଫୁଟାଇବାକୁ ପସନ୍ଦ କରନ୍ତି ଆମେରିକୀୟ?
ଆମେରିକାରେ ଜୁଲାଇ ୪ତାରିଖରେ ପାଳିତ ହେଉଥିବା ସ୍ୱାଧିନତା ବାଣ ଫୁଟାଇବା ବିନା ହେବା ଅସମ୍ଭବ। ଆମେରିକାରେ ବାଣ ବିନା ସ୍ୱାଧିନତା ପାଳନ କରାଯାଇ ପାରିବ ନାହିଁ। ଆମରିକାରରେ ବାଣ ସହିତ ସ୍ୱାଧିନତା ପାଳନ କରିବାର ପରମ୍ପରା ୧୭୭୭ ମସିହାରୁ ଆରମ୍ଭ ହୋଇଛି। ୧୭୭୬ ମସିହ ଜୁଲାଇ ୪ ତାରିଖରେ ସ୍ୱାଧିନତା ପାଇଥିଲା ଆମେରିକା। ଏହା ପର ବର୍ଷ ଫିଲାଡେଲଫିୟା ଠାରେ ବିଶାଳ ଆତସବାଜି ପ୍ରଦର୍ଶନ ହୋଇଥିଲା।
ଏହା ସହ ପଢନ୍ତୁ: ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ କରିଲାଣି ଆମେରିକା; ଏବେ କିପରି କରିବ କ୍ଷତିର ଭରଣା
ଆଧୁନିକ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ପ୍ରତିଷ୍ଠାତା ଜନ୍ ଆଡାମ୍ସ ୧୭୭୬ ଜୁଲାଇରେ ତାଙ୍କ ପତ୍ନୀ ଏବିଗେଲଙ୍କୁ ଲେଖିଥିବା ଏକ ଚିଠିରେ କହିଥିଲେ ଯେ ସ୍ୱାଧିନତା ଦିବସକୁ ଧୁମଧାମର ସହ, ପ୍ୟାରେଡ୍, ଅଗ୍ନି ଉତ୍ସବ (Bonfire) ଏବଂ ଚମତ୍କାର ଆଲୋକୀକରଣ ସହିତ ପାଳନ କରାଯିବା ଉଚିତ।
ସେହି ସମୟରେ, "ଆତସବାଜି" ଉତ୍ସବମୁଖର ଆଲୋକୀକରଣକୁ ବୁଝାଉଥିଲା, ଯେଉଁଥିରେ ବାଣ ମଧ୍ୟ ଅନ୍ତର୍ଭୂକ୍ତ ରହିଥିଲା। ସେବେଠାରୁ ଆମେରିକା ପ୍ରତିବର୍ଷ ବାଣ ସହିତ ସ୍ୱାଧୀନତା ଦିବସ ପାଳନ କରିଆସୁଛି। ହେଲେ ତଥାପି ଆତସବାଜି ସହିତ ସ୍ୱାଧିନତା ଦିବସ ପାଳନ କରିବାର ପରମ୍ପରା ଶତାବ୍ଦୀ ଧରି ସାରା ବିଶ୍ୱରେ ପ୍ରଚଳିତ ହୋଇଆସିଛି।

Greatest fireworks show in the world 🇺🇸🎇🇺🇸 pic.twitter.com/siHbHsO3m3
— Freedom 250 (@Freedom250) July 5, 2026

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
US 4th of July fireworks spendingWhy Americans set off fireworks on July 4thIndependence Day fireworks cost USAUS fireworks market size billionsHistory of 4th of July fireworks traditionJuly 4th fireworks spending vs Seychelles GDPHow much money does the US spend on fireworksJohn Adams July 4th illuminations letterUS consumer spending on Independence DayWhy do Americans blow up so many fireworks on July 4thIs it true US fireworks spending equals a country's GDPHow did fireworks become part of US Independence Day