Middle East War / ଆମେରିକାର ସର୍ତ୍ତ ମାନିବାକୁ ଅରାଜି ଇରାନ୍: ପାଲଟା ପାଞ୍ଚଟି ସର୍ତ୍ତ ରଖିଲା ଇରାନ୍ ସେନା

Key Points
ପାଲଟା ପାଞ୍ଚଟି ସର୍ତ୍ତ ରଖିଲା ଇରାନ୍ ସେନା
ଏପଟେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି
ସ୍ଥଳସେନା ପଠାଇବାକୁ ଆମେରିକାର ଯୋଜନା
'ନର୍କ'କୁ ନପଠାବାକୁ ଇରାନ୍ ସେନାର ଚେତାବନୀ
ଇରାନ୍- ଆମେରିକା ଓ ଇସ୍ରାଏଲ ଯୁଦ୍ଧକୁ ମାସେ ପୂରିବାକୁ ଯାଉଥିବାବେଳେ ଏକ ସାଙ୍ଘାତିକ ମୋଡ଼ରେ ପହଞ୍ଚିଛି । ଆମେରିକାର କୌଣସି ସର୍ତ୍ତରେ ରାଜି ନଥିବା କହିଛି ଇରାନ୍ । ବରଂ ଯୁଦ୍ଧ ବନ୍ଦ ପାଇଁ ପାଲଟା ୫ଟି ସର୍ତ୍ତ ଆମେରିକା ଆଗରେ ରଖିଛି ଇରାନ୍ ସେନା ।
ସେପଟେ ଚର୍ଚ୍ଚା ହେଉଛି ଆମେରିକା ସ୍ଥଳସେନାର ଏଲିଟ୍ ଫୋର୍ସ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛି ପେଣ୍ଟାଗନ୍ । ଏଭଳି ଖବର ପରେ ଖୋଲାଖୋଲି ଧମକ ଦେଇଛି ଇରାନ୍ ସେନା । ଉଭୟ ଆମେରିକା ଓ ଇସ୍ରାଏଲବାସୀଙ୍କ ଉଦ୍ଦେଶ୍ୟରେ କହିଛି, ଟ୍ରମ୍ପଙ୍କ ପ୍ରତାରଣାରେ ପଡ଼ି ନିଜ ପିଲାଙ୍କୁ 'ନର୍କକୁ ପଠାଅ ନାହିଁ' ।
ଆମେରିକାର F-18 ଯୁଦ୍ଧ ବିମାନକୁ ସଫଳତାର ସହ ଟାର୍ଗେଟ୍ କରିଛି ଇରାନ ସେନା । ଏନେଇ ତେହେରାନ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଘୋଷଣା କରିଛି ଯେ, ଏହା ଆମେରିକୀୟ F-18 ଯୁଦ୍ଧ ବିମାନକୁ ସଫଳତାର ସହ ଟାର୍ଗେଟ୍ କରିଛି ।
ଏଥିସହ ପଢ଼ନ୍ତୁ: ୟୁକ୍ରେନକୁ କବଜା କରିବ ଆଉ ଏକ ଦେଶ, ବଢ଼ିଲାଣି ଚିନ୍ତା...
ତେବେ ଇରାନର ଦାବିକୁ ଆମେରିକୀୟ ସେନା ବାହିନୀ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି । ଆଗାମୀ ୨୮ରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧକୁ ମାସେ ବିତିବାକୁ ବସିଥିବା ବେଳେ, ଏବେ ବି ଅଞ୍ଚଳରେ ଥମିନି ବିସ୍ଫୋରଣର ଶବ୍ଦ । ୟା ଭିତରେ ଟ୍ରମ୍ପ ଯୁଦ୍ଧ ବିରତି ନେଇ ଇରାନ ସହ ଆଲୋଚନା ସଫଳ ହୋଇଥିବା ଦାବି କରିଛନ୍ତି ।
ଏପରିକି ଇରାନ ଆମେରିକାର ସବୁ ସର୍ତ୍ତ ମାନିବାକୁ ରାଜି ଥିବା କହି ଚାରିଆଡେ ଡିଣ୍ଡିମ ପିଟୁଛନ୍ତି । ଇରାନ କିନ୍ତୁ ନିଜ ପକ୍ଷ ସ୍ପଷ୍ଟ କରିଛି । ଟ୍ରମ୍ପ ନୁହେଁ ବରଂ ଆମ ସର୍ତ୍ତରେ ବନ୍ଦ ହେବ ଯୁଦ୍ଧ । ଯୁଦ୍ଧ ବନ୍ଦ ନେଇ ୟୁଏସ ଆଗରେ ପାଞ୍ଚ ସର୍ତ୍ତ ରଖିଛି ଇରାନ।
ଯୁଦ୍ଧ ବନ୍ଦ ପାଇଁ ଇରାନର ସର୍ତ୍ତ
୧- ଶତ୍ରୁର ଆକ୍ରମଣ ଓ ନରସଂହାର ସମ୍ପୂର୍ଣ୍ଣ ବନ୍ଦ
୨- ଭବିଷ୍ୟତର ଯୁଦ୍ଧ ସ୍ଥିତି ରୋକିବା ଦିଗରେ ବ୍ୟବସ୍ଥା
୩- ଯୁଦ୍ଧରେ ଘଟିଥିବା କ୍ଷତି ପାଇଁ କ୍ଷତିପୂରଣ ବ୍ୟବସ୍ଥା
୪- ସମସ୍ତ ପକ୍ଷ ଲାଗି ପୂର୍ଣ୍ଣ ଯୁଦ୍ଧ ବିରାମ ଘୋଷଣା
୫- ହର୍ମୁଜ ପ୍ରଣାଳୀ ଉପରେ ସାର୍ବଭୌମ ଅଧିକାରକୁ ଅନ୍ତର୍ଜାତୀୟ ସ୍ୱୀକୃତି
ଏଥିସହ ପଢ଼ନ୍ତୁ: ବାଲାଷ୍ଟିକ ମିସାଇଲ ନିର୍ମାଣରେ ହୁଏ କେତେ ଖର୍ଚ୍ଚ? ଇସ୍ରାଏଲ-ଇରାନ ଯୁଦ୍ଧରେ ଖର୍ଚ୍ଚ ହେଲାଣି କେତେ?
ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବେ ଚରମରେ ପହଞ୍ଚିଛି । ଏତିକିବେଳେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ସ୍ଥଳଭାଗ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ପେଣ୍ଟାଗନ୍ ଏବେ ମଧ୍ୟପ୍ରାଚ୍ୟକୁ ନିଜର ଶକ୍ତିଶାଳୀ ସୈନ୍ୟ ଦଳକୁ ପଠାଇବା ପାଇଁ ଯୋଜନା କରୁଛି ।
ମଧ୍ୟ ପ୍ରାଚ୍ୟକୁ ଯିବ ଆମେରିକା ସେନା
୮୨ତମ ଏୟରବର୍ଣ୍ଣ ଡିଭିଜନ୍
ଡେଲ୍ଟା ଫୋର୍ସ ଓ SEAL ଟିମ୍- 6
୭୫ ତମ ରେଞ୍ଜର ରେଜିମେଣ୍ଟ
ମଧ୍ୟ ପ୍ରାଚ୍ୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଖାର୍ଗ ଦ୍ୱୀପ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କବଜା କରିବା ପାଇଁ ଆମେରିକା ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ଆମେରିକାର ଏହି ରଣନୀତି ପରେ, ଇରାନର ସାମରିକ ବାହିନୀ IRGC ଦେଇଛି ଖୋଲା ଧମକ ।
ଇରାନର ସାମରିକ ବାହିନୀର ଚେତବାନୀ
ଇସ୍ରାଏଲ ଓ ଆମେରିକାବାସୀଙ୍କ ପାଇଁ ଇରାନର ଖୋଲା ଧମକ
ଟ୍ରମ୍ପଙ୍କ ପ୍ରତାରଣାରେ ପଡ଼ି ନିଜ ପିଲାମାନଙ୍କୁ 'ନର୍କକୁ ପଠାଅ ନାହିଁ'
ଏଥିସହ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ 'ଖାର୍ଗ ଦ୍ୱୀପ'ରେ ସୁଦୃଢ଼ କରିଦେଇଛି । ଆମେରିକା ସୈନ୍ୟଙ୍କୁ ରୋକିବା ପାଇଁ ଇରାନ ସେଠାରେ 'ଟ୍ରାପ୍' ବିଛାଇଛି । ସମୁଦ୍ର କୂଳ ଓ ସ୍ଥଳଭାଗରେ ବହୁ ସଂଖ୍ୟାରେ ଆଣ୍ଟି-ଆର୍ମର ଏବଂ ଆଣ୍ଟି-ପର୍ସନାଲ୍ ମାଇନ୍ସ ବିଛା ଯାଇଛି । ଫଳରେ ଆମେରିକାର ନୌସେନା ଓ ମେରାଇନ୍ସ କମାଣ୍ଡୋ ଯେପରି 'ଖାର୍ଗ'ରେ ପାଦ ଦେଉଦେଉ ବିସ୍ଫୋରଣରେ ଉଡ଼ିଯିବେ ।
ଏହାରି ଭିତରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ଅବରୋଧ ପଛରେ ମୁଖ୍ୟ କାର୍ପଟଦାର ଇରାନର ନୌସେନା କମାଣ୍ଡର ଅଲିରେଜା ତଙ୍ଗସିରିଙ୍କ ମୃତ୍ୟୁକୁ ନେଇ ଆସିଛି ବଡ଼ ଖବର । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ- IRGCର ଶକ୍ତିଶାଳୀ ନୌସେନା କମାଣ୍ଡର ଅଲିରେଜା ଏକ ସାମରିକ ଆକ୍ରମଣରେ ପ୍ରାଣ ହରାଇଥିବା ଇସ୍ରାଏଲ୍ ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି ।
ମଧ୍ୟପ୍ରାଚ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପରେ ଏବେ ବ୍ଲାକ ସି' ମଧ୍ୟ ରଣକ୍ଷେତ୍ର ପାଲଟିଛି । ରୁଷିଆରୁ ଅଶୋଧିତ ତୈଳ ଧରି ଆସୁଥିବା ଏକ ତୁର୍କୀ ପରିଚାଳିତ ଜାହାଜ ଉପରେ ରହସ୍ୟମୟ ଆକ୍ରମଣ ହୋଇଛି । ତୁର୍କୀର ପରିବହନ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।
ପଢନ୍ତୁ ଏହି ଖବର: ଇରାନ ମିସାଇଲ ହମଲାରେ ଥରହର ଆବ୍ରାହମ୍ ଲିଙ୍କନ; ଆକ୍ରମଣକୁ ନେଇ କ'ଣ କହିଲେ ରାଷ୍ଟ୍ରପତି ଟ୍ରମ୍ପ
📱 Get Argus News App
✨Related Topics
Explore more stories