Videos
|
International

Mexico Drugs Tunnel US / କିପରି ହେଉଛି ଡ୍ରଗ୍ସ୍ ଚୋରା ଚାଲାଣ? ଭାଇରାଲ ହେଉଛି ଫଟୋ ଭିଡ଼ିଓ

Subhramjit Ray
Browse all articles by Subhramjit Ray
·2 months ago·3 min read
କିପରି ହେଉଛି ଡ୍ରଗ୍ସ୍ ଚୋରା ଚାଲାଣ? ଭାଇରାଲ ହେଉଛି ଫଟୋ ଭିଡ଼ିଓ
Mexico Drugs Tunnel US

Key Points

ମେକ୍ସିକୋରୁ କିପରି ହେଉଛି ଆମେରିକାକୁ ଡ୍ରଗ୍ସ ଚୋର ଚାଲାଣ, ତାହାର ଫଟୋ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
Mexican Drugs Tunnels in US: ପଡ଼ୋଶୀ ମେକ୍ସିକୋରୁ ଆମେରିକାକୁ କିପରି ହେଉଛି ତାହାର ଫଟୋ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡ୍ରଗ୍ସ୍ ଚୋରାଚାଲାଣ ଭୂତଳ ସୁଡ଼ଙ୍ଗ ବ୍ୟବହୃତ ହେଉଥିଲା। ଯାହା ମେକ୍ସିକୋରୁ ଆମେରିକା ପର୍ଯ୍ୟନ୍ତ ଲମ୍ବିଛି। ଦେଶର ଏଭଳି ସୁ଼ଡ଼ଙ୍ଗ ଠାବ କରାଯିବା ପରେ ସତର୍କ ହୋଇଉଠିଛି ଆମେରିକୀୟ ସଂଘୀୟ ପ୍ରଶାସନ। ଏହି ସୁଡ଼ଙ୍ଗକୁ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ନିଶାଦ୍ରବ୍ୟ ଚୋରା ଚାଲାଣ ପାଇଁ ବ୍ୟବହାର କରାଯାଉଥିଲା। ଏହି ସୁଡ଼ଙ୍ଗ ଏତେ ଉନ୍ନତ ଯେ ଏଥିରେ ବିଦ୍ୟୁତ୍, ରେଳ ଲାଇନ, ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ରହିବା ସହ ଏଥିରେ ଏକ ହାଇଡ୍ରୋଲିକ୍ ଲିଫ୍ଟ ମଧ୍ୟ ସଜ୍ଜିତ ହୋଇଥିଲା।

କ'ଣ ରହିଛି ପୁରା ଘଟଣାକ୍ରମ?
ନ୍ୟୁଜ ଏଜେନ୍ସି "AFP" ରିପୋର୍ଟ ଅନୁଯାୟୀ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଆମେରିକା-ମେକ୍ସିକୋ ସୀମା ତଳେ ଶହ ଶହ ଫୁଟ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଅତ୍ୟନ୍ତ ଅତ୍ୟାଧୁନିକ ସୁଡ଼ଙ୍ଗ ଠାବ କରାଯାଇଛି। ଯାହାକୁ ୪.୫ କୋଟି ଡଲାରରୁ ଅଧିକ ମୂଲ୍ୟର କୋକେନ୍ ଚୋରା ଚାଲାଣ ପାଇଁ ବ୍ୟବହାର କରାଯାଉଥିଲା। ଏହି ଭୂତଳ ସୁଡ଼ଙ୍ଗ ମେକ୍ସିକୋର ତିଜୁଆନା ସହରରୁ ଆରମ୍ଭ ହୋଇଥିଲା। ଯାହା ଆମେରିକାର କାଲିଫର୍ନିଆର ଓଟେ ମେସା ପୋର୍ଟ ଅଫ୍ ଏଣ୍ଟ୍ରି ନିକଟରେ ରହିଥିବା ଏକ ଦୋକାନ ପର୍ଯ୍ୟନ୍ତ ଯାଇଥିଲା। ଏହି ସୁଡ଼ଙ୍ଗର ଫଟୋ ଭିଡ଼ିଓ ଆମେରିକୀୟ ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଛି। ଯେଉଁଥିରେ ସୁଡ଼ଙ୍ଗ ପର୍ଯ୍ୟନ୍ତ ଯାଇଥିବା ଏକ ମଜବୁତ କଂକ୍ରିଟ୍ ସିଡ଼ି ଦେଖିବାକୁ ମିଳୁଛି। ଏହି ସୁଡ଼ଙ୍ଗକୁ ପଥର କାଟି ନିର୍ମାଣ କରାଯାଇଥିବାର କୁହାଯାଉଛି। ଯାହାର ଚଟାଣ ମଧ୍ୟ କଂକ୍ରିଟ୍ ଦ୍ୱାରା ନିର୍ମିତ ହୋଇଛି।


ଏହା ସହିତ ପଢନ୍ତୁ: ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?

କିପରି ହୋଇଥିଲା ସୁଡ଼ଙ୍ଗର ପର୍ଦ୍ଦଫାଶ?
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ (US Department of Homeland Security) ଅଧିନସ୍ଥ କେନ୍ଦ୍ରୀୟ ନିଶା ନିବାରଣ ଅଧିକାରୀ (Federal Drugs Investigator) ବିଗତ କିଛି ମାସ ଧରି ସୀମାର ଆମେରିକା ପାର୍ଶ୍ୱରେ "ବାୟ 4 ଲେସ୍" (Buy 4 Less) ନାମକ ଏକ ଦୋକାନକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଥିଲେ। ଯେତେବେଳେ ବିଭାଗୀୟ ଅଧିକାରୀ ଏହି ଘଚଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେତେବେଳେ ସେମାନଙ୍କୁ ୧୦୦୦ କିଲୋଗ୍ରାମ କୋକେନ୍ ମିଳିଥିଲା। ତଦନ୍ତକାରୀମାନେ ବିଶ୍ୱାସ କରୁଛନ୍ତି ଯେ ଏହି ସୁଡ଼ଙ୍ଗ ଦେଇ କୋକେନ୍ ଅଣାଯାଇଥିଲା ଏବଂ ପରେ ଏହାକୁ ଟ୍ରକରେ ଲୋଡ୍ କରାଯାଇଥିଲା।



ଏହା ସହିତ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

ଏହି ମାମଲାରେ ୪ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଆମେରିକୀୟ ଏବଂ ୨ ମେକ୍ସିକୋ ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବାର ଅଭିଯୋଗ ହୋଇଛି। ଆମେରିକୀୟ ନ୍ୟାୟ ବିଭାଗ ଅନୁଯାୟୀ ୧୯୯୩ ମସିହାରୁ ଦକ୍ଷିଣ କାଲିଫର୍ନିଆ ଅଞ୍ଚଳରେ ଏପରି ପ୍ରାୟ ୯୯ ଭୂତଳ ସୁଡ଼ଙ୍ଗ ଆବିଷ୍କୃତ ହୋଇସାରିଛି। ଏହା ମଧ୍ୟରୁ ୨୮ ସୁଡ଼ଙ୍ଗ ଅତ୍ୟନ୍ତ ଉନ୍ନତ ଏବଂ ଜଟିଳ ବୋଲି ବିବେଚନା କରାଯାଉଛି। ଏହି ଅଞ୍ଚଳରେ ଶେଷ ଥର ପାଇଁ କୌଣସି କାର୍ଯ୍ୟକ୍ଷମ ରହିଥିବା ଚୋରା ଚାଲାଣ ସୁଡ଼ଙ୍ଗ ଗତ ୨୦୨୨ ରେ ଆବିଷ୍କୃତ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cocaine Highway Busted: 590-Meter US-Mexico Drug Tunnel Discovered | Argus News