Cyclosporiasis Case US / ସାଲାଡ୍ ଖାଇବା ପରେ ବିଗିଡ଼ିଲା ପେଟ; ସାମ୍ନାକୁ ଆସିଲା ହଜାର ହଜାର ମାମଲା
·6 hours ago·3 min read

Key Points
ଆମେରିକାରେ ଏପର୍ଯ୍ୟନ୍ତ ୭୦୦୦ ଲୋକଙ୍କୁ "ସାଇକ୍ଲୋସ୍ପୋରିଆସିସ୍" ଆକ୍ରାନ୍ତ କରିଛି। ୩୪ ରାଜ୍ୟରୁ ଏ ସମ୍ପର୍କିତ ମାମଲା ରିପୋର୍ଟ ହୋଇଛି।
US CDC on rsising Cyclosporiasis Case: ସାଲାଡ୍ ଖାଇବା ପରେ ବିଗିଡ଼ି ଯାଇଛି ହଜାର ହଜାର ଲୋକଙ୍କ ପେଟ। ଏପରିକି ଡାଇରିଆ ପ୍ରକୋପ ମଧ୍ୟ ବ୍ୟାପକ ହେବାରେ ଲାଗିଛି। ମଙ୍ଗଳବାର (ଜୁଲାଇ ୧୪) ଆମେରିକୀୟ ମୁଖ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ରିପୋର୍ଟ କରିଛି ଯେ ଦେଶର ଅଧାରୁ ଅଧିକ ରାଜ୍ୟ ବର୍ତ୍ତମାନ ପାକସ୍ତଳୀ ଜନିତ ରୋଗର (Gastrointestinal disease) ପ୍ରକୋପ ସହିତ ସଂଘର୍ଷ କରୁଛନ୍ତି। ଏହି ରୋଗ ଏକ ଖାଦ୍ୟଜନିତ ପରଜୀବୀ ଦ୍ୱାରା ହୋଇଥାଏ। ଆମେରିକାର ସଂଘୀୟ ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (CDC) କହିବା ଅନୁଯାୟୀ, ବର୍ତ୍ତମାନ ଦେଶର ୩୪ ରାଜ୍ୟରେ "ସାଇକ୍ଲୋସ୍ପୋରିଆସିସ୍" (Cyclosporiasis), ଏକ ଅଣୁବୀକ୍ଷଣ ପରଜୀବୀ ଦ୍ୱାରା ହେଉଥିବା ସଂକ୍ରମଣର ପ୍ରାୟ ୭୦୦୦ ନିଶ୍ଚିତ କିମ୍ବା ସନ୍ଦେହଜନକ ମାମଲା ରିପୋର୍ଟ କରାଯାଇଛି। ଏହା ମଧ୍ୟରେ, ରେସ୍ତୁରାଁ "ଟାକୋ ବେଲ୍" (Restaurant Taco Bell) ତଦନ୍ତ ପରିସର ଭୁକ୍ତ ହୋଇଛି। ଏନେଇ କୁହାଯାଉଛି, ଯେ ଏହାର ସାଲାଡ୍ ଯୋଗୁଁ "ସାଇକ୍ଲୋସ୍ପୋରିଆସିସ୍" ଜନିତ ମାମଲା ବୃଦ୍ଧି ପାଇ ଥାଇପାରେ।
CDC ଅଧିନସ୍ଥ ଖାଦ୍ୟ, ଜଳ ଏବଂ ପରିବେଶ, ରୋଗ ବିଭାଗର ଉପନିର୍ଦ୍ଦେଶକ ଗ୍ୱେନ ବିଗରଷ୍ଟାଫ୍ କହିଛନ୍ତି ଯେ ଯେତେବେଳେ ଲୋକ ପରଜୀବୀ ଦ୍ୱାରା ଦୂଷିତ ଖାଦ୍ୟ ଖାଇଥାନ୍ତି କିମ୍ବା ପାଣି ପିଇଥାନ୍ତି, ଆଉ ବିଶେଷକରି ତାଜା ପନିପରିବା କିମ୍ବା ଫଳ ଯାହା ଠିକ୍ ଭାବରେ ଧୂଆ କିମ୍ବା ରନ୍ଧା ଯାଇନଥାଏ, ସେତେବେଳେ ଏଭଳି ସମସ୍ୟା ଉପୁଜିନଥାଏ। ଏହାର ଲକ୍ଷଣ ମଧ୍ୟରେ ଗୁରୁତର ଡାଇରିଆ, ଭୋକ ନଲାଗିବା, ଜ୍ୱର ଏବଂ ବାନ୍ତି ଅନ୍ତର୍ଭୂକ୍ତ ରହିଛି। ଏପର୍ଯ୍ୟନ୍ତ ଆମେରିକାରେ ୭ ହଜାରରୁ ଅଧିକ ଲୋକ "ସାଇକ୍ଲୋସ୍ପୋରିଆସିସ୍" ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଦେଶର ୫୦ ରାଜ୍ୟ ମଧ୍ୟରୁ ୩୪ ରାଜ୍ୟରେ ଏପରି ମମଲା ସାମ୍ନାକୁ ଆସିଛି। ଅର୍ଥାତ୍ ଏହି ରୋଗ ସମଗ୍ର ଦେଶରେ ବ୍ୟାପିଯାଇଛି।
ଏହା ସହ ପଢନ୍ତୁ: ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଲା ୱାଶିଂଟନ; ବାଣ ଧୂଆଁରେ ହୋଇଗଲା ଗାଏବ
ତଦନ୍ତ ପରିସରରେ ରେସ୍ତୁରାଁ "ଟାକୋ ବେଲ୍"
ଆମେରିକାର ମିଶିଗାନ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଅଧିକାରୀ ସାଲାଡ୍ ଏବଂ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ପନିପରିବା ପତ୍ର ମାଧ୍ୟମରେ ରୋଗ ବ୍ୟାପିଛି ବୋଲି ସନ୍ଦେହ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ, ସ୍ୱାସ୍ଥ୍ୟ ଅଧିକାରୀ ଦେଶବ୍ୟାପୀ ଫାଷ୍ଟ-ଫୁଡ୍ ଚେନ୍ ଟାକୋ ବେଲ୍ କୁ ତଦନ୍ତ ପରିସରଭୂକ୍ତ କରିଛନ୍ତି। ଯାହା ଏହି ରେସ୍ତୁରାଁ ଠାରେ ପରିବେଷଣ କରାଯାଉଥିବା ତାଜା ପନିପରିବା କିମ୍ବା ଫଳ ଦ୍ୱାରା ରୋଗ ବ୍ୟାପିଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି।
ଗତ ସପ୍ତାହରେ ଡେଟ୍ରଏଟ୍ ଅଞ୍ଚଳର ଅନେକ "ଟାକୋ ବେଲ୍" ରେସ୍ତୁରାଁ ନୋଟିସ୍ ଜାରି କରି ଗ୍ରାହକଙ୍କୁ ଜଣାଇଥିଲେ ଯେ ସାରା ଦେଶରେ ରେସ୍ତୁରାଁ ଅସ୍ଥାୟୀ ଭାବରେ ସାଲାଡ଼ ପରିବେଷଣ କରିବା ବନ୍ଦ କରିଦେଇଛି। "ଟାକୋ ବେଲ୍" ଏହି ଘଟଣାରେ ସାର୍ବଜନୀନ ଭାବରେ କୌଣସି ବୟାନ ଜାରି କରିନାହିଁ।
ଏହା ସହ ପଢନ୍ତୁ: ମୂଲ୍ୟ ବଢାଇ ଫସିଲେ ୩ କମ୍ପାନୀ; ଏବେ ମାଗଣା ବାଣ୍ଟିବେ ୫ କୋଟି ଅଣ୍ଡା
"ସାଇକ୍ଲୋସ୍ପୋରିଆସିସ୍" କ'ଣ?
CDC ଅନୁଯାୟୀ, "ସାଇକ୍ଲୋସ୍ପୋରିଆସିସ୍" ହେଉଛି ଏକ ପରଜୀବୀ ଯାହା ଅନ୍ତନଳୀକୁ ସଂକ୍ରମିତ କରେ। ଏହି ସଂକ୍ରମଣ ଯୋଗୁଁ ହେଉଥିବା ରୋଗକୁ "Cyclosporiasis" କୁହାଯାଏ। ଏହା ଦ୍ୱାରା ସାଧାରଣତଃ ଡାଇରିଆ, ବାରମ୍ବାର ଝାଡ଼ା ଯିବା ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ପରଜୀବୀ ସାଧାରଣତଃ ଦୂଷିତ ଖାଦ୍ୟ କିମ୍ବା ପାଣି ମାଧ୍ୟମରେ ବ୍ୟାପିଥାଏ। ଏହା କୌଣସି ବ୍ୟକ୍ତିଙ୍କ ଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। କିଛି ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିନପାରେ।। ଆମେରିକୀୟ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ "ସାଇକ୍ଲୋସ୍ପୋରା" (Cyclospora) ପ୍ରକୋପ ଚିହ୍ନଟ କରିବା କଷ୍ଟକର। କାରଣ ଏହାର ସଂସ୍ପର୍ଶରେ ଆସିବାର କିଛି ଦିନ ପରେ ଲକ୍ଷଣ ଦେଖାଯାଏ, ଯାହା ରୋଗୀଙ୍କ ପାଇଁ ସେମାନେ କ’ଣ ଖାଇଥିଲେ କିମ୍ବା ପିଇଥିଲେ ତାହାକୁ ମନେରଖିବା କଷ୍ଟକର ହୋଇଯାଏ ଯାହା ସେମାନଙ୍କ ରୋଗର କାରଣ ହୋଇଥିଲା। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ସଂକ୍ରମଣ ରିପୋର୍ଟ ହୋଇନାହିଁ। କାରଣ କିଛି ଲୋକ ଚିକିତ୍ସା କିମ୍ବା ଲ୍ୟାବ ପରୀକ୍ଷା ବିନା ସୁସ୍ଥ ହୋଇଯାଇଥାନ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Cyclosporiasis Outbreak 2026US Salad ParasiteCyclospora ParasiteFood Poisoning USStomach Infection USContaminated LettuceWhy are people falling ill after eating salad in USCyclosporiasis outbreak symptoms and treatmentUS health warning on bagged salad kitsParasite in American food supply chainWhat is causing explosive diarrhea in the US