9 11 Attack 25th Anniversary / କିଏ ଏହି ଖାଲିଦ ଶେଖ ମହମ୍ମଦ? ଯାହାର ଆମେରିକାରେ ହେବ ବିଚାର
·1 hour ago·4 min read

Key Points
ଖାଲିଦ ଶେଖ ମହମ୍ମଦ କ୍ୟୁବା ସ୍ଥିତ ଗୁଆଣ୍ଟାନାମୋ କାରଗାରର ସବୁଠାରୁ ହାଇ-ପ୍ରୋଫାଇଲ୍ କଏଦୀ। ଯାହାକୁ ୨୦୦୨ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣ ପରେ ବିଦେଶୀ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ରଖିବା ପାଇଁ ପ୍ରତିଷ୍ଠା କରିଥିଲେ।
9 11 Attack Mastermind Khalid Sheikh Mohammed: ୨୦୦୧ ମସିହା ସେପ୍ଟମ୍ବର ମାସ ୧୧ ତାରିଖ। ସେହି ଅଚାନକ ହୋଇଥିବା ବିମାନ ଆକ୍ରମଣରେ କମ୍ପି ଉଠିଥିଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା। ଯାହା ଇତିହାସ ପୃଷ୍ଠାରେ ୯/୧୧ ଆକ୍ରମଣ ଘଟଣା ଭାବରେ ଲିପିବଦ୍ଧ ହୋଇରହିଛି। ସେତେବେଳେ ଅଲକାଏଦା ଆତଙ୍କବାଦୀ ଆମେରିକାର ନ୍ୟୁୟର୍କ ଠାରେ ଅବସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ଦେଶର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଉପରେ କରିଥିଲେ ବିମାନ ଆକ୍ରମଣ। ଟିଭି ପରଦାରେ ବିଶ୍ୱ ସମୁଦାୟ ଏପରି ଆକ୍ରମଣ ଦେଖି ଭୟଭୀତ ହୋଇ ଉଠିଥିଲା। ଏହି ଆକ୍ରମଣ ଘଟଣାରେ ଆତଙ୍କୀ ସଙ୍ଗଠନ ଅଲ-କାଏଦା ଭୂମିକା ସାମ୍ନାକୁ ଆସିବା ପରେ ଆମେରିକା ବିଶ୍ୱବ୍ୟାପୀ ଆରମ୍ଭ କରି ଦେଇଥିଲା ଆତଙ୍କବାଦ ବିରୋଧି ଯୁଦ୍ଧ। ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ଅଲ-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ ପ୍ରାଣ ହରାଇବା ପର୍ଯ୍ୟନ୍ତ ଏହି ଆକ୍ରମଣରେ ସମ୍ପୃକ୍ତ ରହିଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଖୋଜିବା ଜାରି ରଖିଥିଲା। ବର୍ତ୍ତମାନ ଏହି ମାମଲାରେ ୯/୧୧ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ଏବଂ ଅନ୍ୟ ୩ ଜଣ ଆତଙ୍କବାଦୀ କରିଥିବା ଅପରାଧ ବିଚାର କରିବା ପାଇଁ ତାରିଖ ସ୍ଥିର କରାଯାଇଛି।
କାହିଁକି ବିଚାର କରିବାରେ ହୋଇଥିଲା ବିଳମ୍ବ?
ଜଣେ ଆମେରିକୀୟ ବାୟୁସେନା ଜଜ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ୯/୧୧ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଖାଲିଦ ଶେଖ ମହମ୍ମଦ ଏବଂ ତାଙ୍କର ୩ ଜଣ ସହଯୋଗୀଙ୍କ ବିଚାର ଜୁନ୍ ୨୦୨୮ରେ ଏକ ସାମରିକ ଟ୍ରିବ୍ୟୁନାଲ୍ (Military Tribunal) ରେ କରାଯିବ। ବାୟୁସେନା ଲେଫ୍ଟନାଣ୍ଟ କର୍ଣ୍ଣେଲ ମାଇକେଲ୍ ଶ୍ରମାଙ୍କ ଏହି ନିର୍ଦ୍ଦେଶ ସାମରିକ ଅଭିଯୋଗରେ (Military Prosecution) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କ୍ୟୁବା ସ୍ଥିତ "ଗୁଆଣ୍ଟାନାମୋ ବେ" (Guantanamo Bay Prison Cuba) କାରାଗାରରେ ବନ୍ଦୀ ରହିଥିବା ଏହି ୪ ଜଣ ଆତଙ୍କବାଦୀଙ୍କ ସହିତ ଆଇନଗତ ଗତିରୋଧ ଯୋଗୁଁ ଏହି ମାମଲା ୨ ଦଶନ୍ଧି ଧରି ଅଟକ ରହିଥିଲା।
ଗତ ମାସରେ ଏକ ଆମେରିକୀୟ ଅପିଲ୍ କୋର୍ଟ (US Appeal Court) ଖାଲିଦ ଶେଖ ମହମ୍ମଦ ଏବଂ ତାଙ୍କର ୨ ସହଯୋଗୀଙ୍କୁ ମୃତ୍ୟୁଦଣ୍ଡରୁ ବଞ୍ଚାଇବା ପାଇଁ ହୋଇଥିବା ଆବେଦନ ଲାଗି ଅନୁମତି ଦେବାକୁ ମନା କରିଥିଲେ। ଏନେଇ ହୋଇଥିବା ବୁଝାମଣା ଅନୁସାରେ ସେମାନେ ନିଜର ଅପରାଧ ସ୍ୱୀକାର କରିଥାନ୍ତେ। ଅପିଲ୍ ଉପରେ ଆସିଥିବା ରାୟ, ଏକ ସାମରିକ ବିଚାରପତି ଏବଂ ଆମେରିକାର ସାମରିକ କମିଶନ ସମୀକ୍ଷା କୋର୍ଟ ନିଷ୍ପତ୍ତିକୁ ବଦଳାଇ ଦେଇଥିଲା। ଯାହା ସେମାନଙ୍କ ଦ୍ୱାରା କରାଯାଇଥିବା ଆବେଦନ ସପକ୍ଷରେ ରହିଥିଲା। ଏହି ଆବେଦନରେ ସେମାନେ ସେମାନଙ୍କ ଦଣ୍ଡାଦେଶ (Plea Deal) ହ୍ରାସ କରିବାକୁ ନିବେଦନ କରିଥିଲେ। ଏହି ଆବେଦନ ଗତ ବର୍ଷ ଉପସ୍ଥାପିତ ହୋଇଥିଲା ଏବଂ ଗୁଆଣ୍ଟାନାମୋ ସ୍ଥିତ ଯୁଦ୍ଧ ଅଦାଲତ (US War Court Guantanamo) ଦାୟିତ୍ୱରେ ରହିଥିବା ପେଣ୍ଟାଗନ (ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ) ଅଧିକାରୀ ଦ୍ୱାରା ଅନୁମୋଦନ କରାଯାଇଥିଲା। ହେଲେ ଦେଶର ଶାସକ ଦଳ ରିପବ୍ଲିକାନ୍ ପାର୍ଟି ସାଂସଦଙ୍କ ସମାଲୋଚନା ପରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ ଗତବର୍ଷ ଅଗଷ୍ଟ ମାସରେ ଏହାକୁ ପ୍ରତ୍ୟାହାର କରିଥିଲେ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଏଫବିଆଇ କାରନାମା; ତାଜୁବ ହୋଇଗଲେ ସାଇବର ହ୍ୟାକର୍ସ
କେଉଁ ପର୍ଯ୍ୟନ୍ତ ମିଳିବ ଦଣ୍ଡ?
ଲେଫ୍ଟନାଣ୍ଟ କର୍ଣ୍ଣେଲ ମାଇକେଲ୍ ଶ୍ରମାଙ୍କ ୧୧ ପୃଷ୍ଠାର ଆଦେଶ ଅନୁଯାୟୀ ଖାଲିଦ ଶେଖ ମହମ୍ମଦ (Khalid Sheikh Mohammed) ଏବଂ ତାଙ୍କର ୩ ସହଯୋଗୀ ୱାଲିଦ ମହମ୍ମଦ ସାଲେହ ମୁବାରକ ବିନ୍ 'ଅତାଶ (Walid Muhammad Salih Mubarak bin Attash), ମୁସ୍ତାଫା ଅହମ୍ମଦ ଆଦମ ଅଲ-ହୌୱାୱି (Mustafa Ahmed Adam al-Hawsawi) ଏବଂ ଅଲି ଅବଦୁଲ ଅଜିଜ୍ ଅଲି (Ali Abdul Aziz Ali) ବିରୋଧରେ ୨୦୨୮ ଜୁନ୍ ୫ ତାରିଖରୁ ବିଚାର କରାଯିବ। ସାମରିକ ନ୍ୟାୟ ନିୟମ ଅନୁଯାୟୀ, ସମ୍ପୂର୍ଣ୍ଣ ସାମରିକ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ୟାନେଲ୍ ଚୟନ ସହିତ କାର୍ଯ୍ୟ ଆରମ୍ଭ ହେବ, ଯେଉଁମାନେ ମାମଲା ଶୁଣାଣି ପାଇଁ ବିଚାରପତି ଭାବରେ କାର୍ଯ୍ୟ କରିବେ। ପ୍ୟାନେଲ୍ ବସିବାର ୩୦ ଦିନ ପରେ ପ୍ରାରମ୍ଭିକ ବିବୃତ୍ତି ଆରମ୍ଭ ହେବ। ଏହା ପରେ ଅଭିଯୋଗକାରୀ ପକ୍ଷ ସେମାନଙ୍କର ପ୍ରମାଣ ସାମରିକ ଅଦାଲତରେ ଉପସ୍ଥାପନ କରିବେ। ଏହା ପରେ ପ୍ରତିବାଦୀ ପକ୍ଷ (ଖାଲିଦ ଶେଖ ମହମ୍ମଦ) ନିଜକୁ ନିର୍ଦ୍ଦୋଶ ବୋଲି ଦର୍ଶାଇବା ପାଇଁ ପ୍ରମାଣ ଉପସ୍ଥାପନ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଆଦେଶ ଉଭୟ ପକ୍ଷକୁ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିବା ଏବଂ ପ୍ରତିବାଦୀ ପକ୍ଷର ଯୁକ୍ତିକୁ ଖଣ୍ଡନ କରିବାର ସୁଯୋଗ ପ୍ରଦାନ କରିବ। ଏହା ସହିତ ଅଭିଯୋଗକାରୀଙ୍କୁ ସେମାନଙ୍କର ମାମଲା ପୁନର୍ବାର ଉପସ୍ଥାପନ କରିବାର ସୁଯୋଗ ଦେଇଥାଏ। ଅଭିଯୋଗକାରୀ ତାଙ୍କ ମାମଲା ସମାପ୍ତ କରିବାର ୬୦ ଦିନ ପରେ ପ୍ରତିବାଦୀ ପକ୍ଷ ଏହା ବିରୋଧର ନିଜର ପ୍ରମାଣ ଉପସ୍ଥାପନ କରିପାରିବ। ଏହି ମୋକଦ୍ଦମା ଦଣ୍ଡାଦେଶ ଶୁଣାଇବା ପର୍ଯ୍ୟାୟ ସହିତ ଶେଷ ହୋଇଥାଏ।
କିଏ ଏହି ଖାଲିଦ ଶେଖ୍ ମହମ୍ମଦ?
ଖାଲିଦ ଶେଖ୍ ମହମ୍ମଦ ହେଉଛି ଗୁଆଣ୍ଟାନାମୋ କାରାଗାରର (Guantanamo Bay Detention Camp) ସବୁଠାରୁ କୁଖ୍ୟାତ ବନ୍ଦୀ ଏହି ୨୦୦୨ ମସିହାରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କ ଦ୍ୱାରା ୯/୧୧ ଆକ୍ରମଣ ପରେ ବିଦେଶରୁ ଗିରଫ କରାଯାଇଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ରଖିବା ପାଇଁ ପ୍ରତିଷ୍ଠା କରାଯାଇଥିଲା। ୨୦୦୩ ମାର୍ଚ୍ଚ ୧ ତାରିଖରେ ପାକିସ୍ତାନ ମାଟିରେ ଆମେରିକା ସେନା ହାତରେ ଧରାପଡ଼ିବା ପୂର୍ବରୁ, ଖାଲିଦ ଶେଖ୍ ମହମ୍ମଦଙ୍କୁ ଅଲ-କାଏଦା ନେତା ଓସାମା ବିନ୍ ଲାଡେନ୍ ର ସବୁଠାରୁ ନିକଟତମ ସହଯୋଗୀ ଭାବେ ବିବେଚନା କରାଯାଉଥିଲା। ଗତ ୨୦୦୬ ମସିହାରେ କ୍ୟୁବା ସ୍ଥିତ "ଗୁଆଣ୍ଟାନାମୋ ବେ" ଠାରେ ଅବସ୍ଥିତ ଆମେରିକୀୟ ସାମରିକ ଘାଟିକୁ ପ୍ରତ୍ୟର୍ପଣ କରାଯିବା ପୂର୍ବରୁ ତାକୁ ୩ ବର୍ଷ ବର୍ଷ ପାଇଁ, ଦେଶର ଗୁଇନ୍ଦା ସଂସ୍ଥାର ଗୁପ୍ତ ଆଡ୍ଡାରେ (CIA Secret Base) ରଖାଯାଇଥିଲା।
ଏହା ସହ ପଢନ୍ତୁ: ଯାନ୍ତ୍ରିକ ତ୍ରୁଟି ନାଁ ଅନ୍ୟକିଛି, କାହିଁକି ପେଣ୍ଟାଗନରେ ଲାଗିଥିଲା ଏମରଜେନ୍ସି?
ଖାଲିଦ ଶେଖ୍ ମହମ୍ମଦଙ୍କ ଜନ୍ମ ୧ ମାର୍ଚ୍ଚ ୧୯୬୪ କିମ୍ବା ୧୪ ଏପ୍ରିଲ ୧୯୬୫ ମସିହାରେ କୁଏତ ଠାରେ ହୋଇଥିବାର କୁହାଯାଏ। ମହମ୍ମଦ ଜନ୍ମ ପୂର୍ବରୁ, ତାହାର ପିତାମାତା ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶରୁ ଆସି କୁଏତରେ ବସବାସ କରୁଥିଲେ। ମହମ୍ମଦ କୁଏତ ଠାରେ ଲାଳିତ ପାଳିତ ହୋଇଥିଲେ। ସେ ସେଠାରେ ସରକାରୀ ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିଥିଲା କିଶୋର ଅବସ୍ଥାରେ ସେ ମୁସଲିମ ବ୍ରଦରହୁଡ୍ ସଙ୍ଗଠନର ସଦସ୍ୟ ହୋଇଥିଲେ। ୧୯୮୩ ମସିହାରେ, ସେ ଉତ୍ତର କାରୋଲିନା ସ୍ଥିତ ମଫ୍ରିର୍ସବୋରୋ ସ୍ଥିତ ଥିବା ଚୌୱାନ୍ କଲେଜ (ବର୍ତ୍ତମାନ ଚୌୱାନ୍ ବିଶ୍ୱବିଦ୍ୟାଳୟ)ରେ ପଢ଼ିବା ପାଇଁ ଆମେରିକା ଚାଲିଯାଇଥିଲେ। ପରେ ସେ ଉତ୍ତର କାରୋଲିନା ସ୍ଥିତ କୃଷି ଏବଂ ବୈଷୟିକ ରାଜ୍ୟ ବିଶ୍ୱବିଦ୍ୟାଳୟରେ ପଢିଥିଲା। ୧୯୮୬ ମସିହାରେ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସ୍ନାତକ ହେବା ପରେ, ମହମ୍ମଦ ଆଫଗାନିସ୍ତାନ ଯାଇଥିଲେ। ଯେଉଁଠାରେ ସେ ଆଫଗାନିସ୍ତାନକୁ ଦଖଲ କରିବା ସୋଭିଏତ୍ ସଂଘ ଦ୍ୱାରା ହୋଇଥିବା ଅଭିଯାନ ସମୟରେ ଆତଙ୍କବାଦୀ ତାଲିମ ପାଇଥିବାର କୁହାଯାଏ।

Related Topics
Explore more stories