|
logo
Live
Argus News App
GET APP

Argus News - ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?

International

Iran New Leader / ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?
Iran New Leader

Key Points

ଖାମେନେଇଙ୍କ ମୃତ୍ୟୁ ପରେ ଇରାନକୁ ମିଳିଲା ନୂଆ ନେତୃତ୍ଵ
କାହିଁକି ଖାମେନେଇଙ୍କ ସାନପୁଅକୁ ବାଛିଲା ଇରାନ
କେମିତି ସର୍ବୋଚ୍ଚ ନେତା ବାଛେ ଇରାନ ?
ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ନେତୃତ୍ୱକୁ ନେଇ ସୃଷ୍ଟି ହୋଇଥିଲା ଦ୍ଵନ୍ଦ୍ଵ । ତେବେ ଆଜି ଏହି ଦ୍ୱନ୍ଦ୍ୱର ଅନ୍ତ ଘଟିଛି । ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ସାନ ପୁଅ ମୋଜତାବାଙ୍କୁ ଇରାନ ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ଚୟନ କରିଛି । ଏଠି ପ୍ରଶ୍ନ କାହିଁକି ଖାମେନେଇଙ୍କ ସାନପୁଅକୁ ନୂଆ ନେତା ବାଛିଲା ଇରାନ ? ଏହାସହିତ କେଉଁ ଆଧାରରେ ନିଜର ସର୍ବୋଚ୍ଚ ନେତା ଚୟନ କରେ ?

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଖାମେନେଇଙ୍କ ୮୬ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ୧୯୮୯ ମସିହାରୁ ପ୍ରାୟ ୩୬ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିଲେ । ତେବେ ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ପରବର୍ତ୍ତୀ ନେତା କିଏ ହେବ ସେ ନେଇ ପ୍ରଶ୍ନ ଉଠିଥିଲା । ତେବେ ଇରାନ ଖାମେନେଇଙ୍କ ସାନପୁଅକୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରିଛି ।

  • ସର୍ବୋଚ୍ଚ ନେତାଙ୍କୁ କିଏ ବାଛନ୍ତି ?
ଇରାନ ସମ୍ବିଧାନ ଅନୁଯାୟୀ, ନୂତନ ସର୍ବୋଚ୍ଚ ନେତାଙ୍କୁ ଇରାନୀ ବିଶେଷଜ୍ଞ ପରିଷଦ ଦ୍ୱାରା ନିର୍ବାଚିତ କରାଯାଏ । ଏଠାରେ କହିରଖୁଛୁ କି, ଏହା ଇରାନର ସର୍ବୋଚ୍ଚ ନେତାଙ୍କୁ ଚୟନ ଏବଂ ତଦାରଖ କରିବା ପାଇଁ କ୍ଷମତାପ୍ରାପ୍ତ ଏକ ଶକ୍ତିଶାଳୀ ଧାର୍ମିକ ସଂସ୍ଥା । ଇରାନ ଆସେମ୍ବଲି ଅଫ୍ ଏକ୍ସପର୍ଟ୍ସ ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ନୂତନ ସର୍ବୋଚ୍ଚ ନେତା ଭାବରେ ମନୋନୀତ କରିଛି । ତଥାପି ଏହି ନିଷ୍ପତ୍ତି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଚାପରେ ନିଆଯାଇଥିବା କୁହାଯାଉଛି ।

ପଢନ୍ତୁ ଏହି ଖବର: ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ

  • କାହିଁକି ଖାମେନେଇଙ୍କ ସାନପୁଅକୁ ବାଛିଲା ଇରାନ ?
ଆଇଆରଜିସିକୁ ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ ଏବଂ ରଣନୈତିକ ପ୍ରତିଷ୍ଠାନ, ଯାହା ଦେଶର ରାଜନୈତିକ ଏବଂ ସୁରକ୍ଷା ଗଠନ ଉପରେ ଗଭୀର ପ୍ରଭାବ ପକାଏ । ତେବେ ଦେଶରେ ସୁରକ୍ଷା ପରିସ୍ଥିତି ଏବଂ ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ନେତୃତ୍ୱ ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଚାପ ପ୍ରୟୋଗ କରାଯାଇଥିଲା । ମୋଜତାବା ଖାମେନେଇଙ୍କୁ ଦୀର୍ଘ ସମୟ ଧରି କ୍ଷମତାର କରିଡର ମଧ୍ୟରେ ପ୍ରଭାବଶାଳୀ ଭାବରେ ବିବେଚନା କରାଯାଇଆସୁଛି ଏବଂ ସୁରକ୍ଷା ପ୍ରତିଷ୍ଠାନ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ନେଇ ବ୍ୟାପକ ଆଲୋଚନା ହୋଇଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran New Leader: ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ? | Argus News