Wushan City Escalator / ଚର୍ଚ୍ଚାରେ ବିଶ୍ୱର ସବୁଠାରୁ ଲମ୍ବା ଏସ୍କାଲେଟର; ହେଲେ କିପରି ହୋଇଥିଲା ଏହାର ନିର୍ମାଣ?
·1 hour ago·3 min read

Key Points
ପ୍ରାୟ ୯୦୫ ମିଟର ଲମ୍ବା ଆଉଟଡୋର ଏସ୍କାଲେଟର ସିଷ୍ଟମ ଗୋଟିଏ ସ୍ଥାନରେ ଖୋଲାଯାଇଛି। ଏହି ନେଟୱାର୍କ ଏକ ଘଣ୍ଟାର ଚାଲିବା ସମୟକୁ ମାତ୍ର ମିନିଟ ମଧ୍ୟରେ ଶେଷ କରିଦେଉଛି।
the worlds longest escalator: ଚୀନ୍ର ବୁଶାନ୍ ସହର ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କେବେ ପାହାଡ଼ ପର୍ବତରେ ବସବାସ କରୁଥିବା ଲୋକଙ୍କ ଯେଉଁ ଯାତ୍ରା କ୍ଳାନ୍ତକାରୀ ଏବଂ ସମୟ ସାପେକ୍ଷ ଥିଲା ତାହାକୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସୁଗମ ଏବଂ ସହଜ କରି ଦିଆଯାଇଛି। ବୁଶାନ୍ ସହରରେ ନିର୍ମିତ ହୋଇଛି ୯୦୫ ମିଟର ଲମ୍ବା ଏକ ଆଉଟଡୋର ଏସ୍କାଲେଟର। ଯାହା କେବଳ ବିଶ୍ୱର ସବୁଠାରୁ ଲମ୍ବା ଏସ୍କାଲେଟର ନୁହେଁ, ବରଂ ଚୀନ୍ର ବଢୁଥିବା ବୈଷୟିକ ଜ୍ଞାନକୌଶଳ ଦକ୍ଷତାର ଏକ ପ୍ରମାଣ।
କିଛି ମିନିଟ ମଧ୍ୟରେ ଶେଷ ହୋଇଯିବ ଘଣ୍ଟାକର ଯାତ୍ରା
ବୁଶାନ୍ ସହରର ଭୌଗୋଳିକ ସ୍ଥିତି ଏପରି ଯେ ଏହାର ଅନେକ ଆବାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପାହାଡ଼ ଉପରେ ଅବସ୍ଥିତ ରହିଛି। ପୂର୍ବରୁ ସହରର ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ଏହି ଉଚ୍ଚତାରେ ପହଞ୍ଚିବା ପାଇଁ ମୁଖ୍ୟ ସହରରୁ ପ୍ରାୟ ଘଣ୍ଟାଏ ଧରି ପାହାଡ଼ ଚଢ଼ିବାକୁ ପଡୁଥିଲା। ଏହି ଯାତ୍ରା ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ କୌଣସି ଦଣ୍ଡ ଠାରୁ କମ୍ ନଥିଲା। ହେଲେ ବର୍ତ୍ତମାନ ଏହି ୯୦୫ ମିଟର ଲମ୍ବା ଏସ୍କାଲେଟର ଏହି ସମସ୍ୟାର ସମାଧାନ କରିଦେଇଛି। ଯେଉଁ ସ୍ଥାନକୁ ଯାତ୍ରା କରିବା ପାଇଁ ଘଣ୍ଟାକର ସମୟ ଲାଗୁଥିଲା ତାହା ଏବେ ମାତ୍ର ୨୦ ମିନିଟ ମଧ୍ୟରେ ଶେଷ ହୋଇଯିବ।
ଏହା ସହ ପଢନ୍ତୁ: କାହିଁକି ଡ୍ରାଗନ୍ ନାମରେ ନାମିତ ହେଲା ଚୀନ୍? କ'ଣ ରହିଛି ଏହା ପଛର କାହାଣୀ
ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଅଦ୍ଭୂତ ଏବଂ ଜଟିଳ ଢାଞ୍ଚା
ବୁଶାନ୍ ସହରରେ ସ୍ଥାପିତ ହୋଇଥିବା ପ୍ରାୟ ୯୦୫ ମିଟର ଲମ୍ବା ଏହି ଆଉଟଡୋର ଏସ୍କାଲେଟରକୁ ବିଶ୍ୱର ସବୁଠାରୁ ଲମ୍ବା ଏସ୍କାଲେଟର କହିବା ବୈଷୟିକ ଭାବରେ ଠିକ୍ ହେବ ନାହିଁ। କାରଣ ଏହା କେବଳ ଗୋଟିଏ ବୈଷୟିକ ବ୍ୟବସ୍ଥା ମଧ୍ୟରେ ସୀମିତ ରହିନାହିଁ। ଏହି ଆଉଟଡୋର ଏସ୍କାଲେଟର ବାସ୍ତବରେ ୨୧ ପୃଥକ ଏସ୍କାଲେଟର, ୮ ଅତ୍ୟାଧୁନିକ ଲିଫ୍ଟ, ଅନେକ ଚଳନ୍ତା ରାସ୍ତା ଏବଂ ପାଦଚଲା ପୋଲକୁ ନେଇ ଗଠିତ ଏକ ନେଟୱାର୍କ। ଇଞ୍ଜିନିୟର ଏହାକୁ ପାହାଡ଼ର ଉଠାଣି-ଗଡ଼ାଣି ଅନୁସାରେ ଡିଜାଇନ୍ କରିଛନ୍ତି। ଏହାକୁ ଏପରି ଡିଜାଇନ୍ କରାଯାଇଛି ଯାହା ପ୍ରାକୃତିକ ପରିଦୃଶ୍ୟ ସହ ସମ୍ପୂର୍ଣ୍ଣ ମିଶିଯାଉଛି। ଏହାର ନିର୍ମାଣ ବେଳେ କଠୋର ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଛି। ଯାହା ଦ୍ୱାରା ଉଠାଣି-ଗଡ଼ାଣି ରହିଥିବା ସ୍ଥାନରେ ଲୋକଙ୍କ ଭାରସାମ୍ୟ ରକ୍ଷା କରାଯାଇ ପାରିବ।
ଅତ୍ୟାବଶ୍ୟକୀୟ ସେବା ପାଇବା ହୋଇଗଲା ସହଜ
ଏହି ଏସ୍କାଲେଟର ସେବା ଆରମ୍ଭ ହୋଇଯିବା ଦ୍ୱାରା କେବଳ ପର୍ଯ୍ୟଟନ ବୃଦ୍ଧି ପାଇନାହିଁ। ବରଂ ସ୍ଥାନୀୟ ଜନଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି। ପ୍ରାୟ ୯୦୦୦ ଲୋକ ପ୍ରତିଦିନ ଏହି ସେବାକୁ ବ୍ୟବହାର କରୁଛନ୍ତି। ଏହା ଏବେ ପିଲା ଏବଂ ବୃଦ୍ଧଙ୍କ ପାଇଁ ସ୍କୁଲ, ହସ୍ପିଟାଲ ଏବଂ ସଂଗ୍ରହାଳୟ ପର୍ଯ୍ୟନ୍ତ ପହଞ୍ଚିବାକୁ ବହୁତ ସହଜ କରିଦେଇଛି। ପରିବହନ କ୍ଷେତ୍ରରେ ହୋଇଥିବା ଏହି ବିପ୍ଳବ ସ୍ଥାନୀୟ ବାସିନ୍ଦାଙ୍କୁ ସହରର ମୁଖ୍ୟସ୍ରୋତ ସହିତ ଯୋଡ଼ିଛି। ଦୈନନ୍ଦିନ ଜୀବନରେ ସେମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ କରିଛି।
ଏହା ସହ ପଢନ୍ତୁ: ଇନ୍ଧନ ମୁକ୍ତ ଦେଶ ରାସ୍ତାରେ ଆଇସଲ୍ୟାଣ୍ଡ; ବନ୍ଦ ହେବାରେ ଲାଗିଛି ପେଟ୍ରୋଲ ପମ୍ପ
ରାତିରେ ନଜର ଆସୁଛି ସୁନ୍ଦର ଆଲୋକ ରେଖା
ବୁଶାନ ସହରର ଏହି ଏସ୍କାଲେଟର କେବଳ ପରିବହନର ଏକ ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଏକ କଳାକୃତି ଭାବେ ଆଦୃତି ଲାଭ କରିଛି। ଯେତେବେଳେ ରାତିରେ ସମଗ୍ର ଏସ୍କାଲେଟର ସିଷ୍ଟମ୍ ଆଲୋକିତ ହୁଏ, ସେତେବେଳେ ଏହା ଦୂରରୁ ଦେଖିହେବ। ଏହା ଏପରି ନଜର ଆସିଥାଏ ଯେପରି ପର୍ବତ ଛାତିରେ ଏକ ସୁବର୍ଣ୍ଣ ଆଲୋକ ରେଖା ବିସ୍ତାରିତ ହୋଇଛି। ଏହା ରାସ୍ତାରେ ଅନେକ "ଭ୍ୟୁ ପଏଣ୍ଟ" (View Point) ସ୍ଥାପିତ ହୋଇଛି। ଯେଉଁଠାରୁ ଯାତ୍ରୀ ପର୍ବତର ଉଠାଣି-ଗଡ଼ାଣି ସହ ନିକଟବର୍ତ୍ତୀ ନଦୀର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ। ଏବେ ଏହି ସ୍ଥାନ ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ପାଲଟିଛି।
ପାହାଡ଼ିଆ ସହର ପାଇଁ ଏକ ବୈଶ୍ୱିକ ରୋଲ୍ ମଡେଲ୍
ବିଶ୍ୱର ଅନେକ ପାହାଡ଼ିଆ ସହର ଏବେ ବୁଶାନ ମଡେଲ ଅଧ୍ୟୟନ କରୁଛନ୍ତି। ଯେଉଁଠାରେ ଭାରୀ ଯାନ କିମ୍ବା ମେଟ୍ରୋ ଅଥବା ଦୁର୍ଗମ ରାସ୍ତାରେ ପରିବହନ କରିବା ଅସମ୍ଭବ ହୋଇଥାଏ। ବୁଶାନ ସହରର ଏସ୍କାଲେଟର ବ୍ୟବସ୍ଥା ଏକ ଉତ୍କୃଷ୍ଟ ସମାଧାନ ପ୍ରଦାନ କରୁଛି । ଚୀନ୍ ପ୍ରମାଣ କରିଛି ଯେ ସଠିକ୍ ଜ୍ଞାନକୌଶଳ ବ୍ୟବହାର ସହିତ ଯେପରି କୌଣସି ସମସ୍ୟାର ଆବଶ୍ୟକୀୟ ସମାଧାନ କରାଯାଇ ପାରିବ। ଏହି ପ୍ରକଳ୍ପ ଆଧୁନିକ ସହରାଞ୍ଚଳ ଯୋଜନା ଏବଂ ସାର୍ବଜନୀନ ପରିବହନ କ୍ଷେତ୍ରରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories