Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚର୍ଚ୍ଚାରେ ଚନ୍ଦ୍ରୋଦୟ ମନ୍ଦିର; କ'ଣ ରହିଛି ଏହାର ବିଶେଷେତ୍ୱ

Travel & Tourism

Chandrodaya Temple Speciality / ଚର୍ଚ୍ଚାରେ ଚନ୍ଦ୍ରୋଦୟ ମନ୍ଦିର; କ'ଣ ରହିଛି ଏହାର ବିଶେଷେତ୍ୱ

Subhramjit Ray
Browse all articles by Subhramjit Ray
·3 hours ago·2 min read
ଚର୍ଚ୍ଚାରେ ଚନ୍ଦ୍ରୋଦୟ ମନ୍ଦିର; କ'ଣ ରହିଛି ଏହାର ବିଶେଷେତ୍ୱ
Chandrodaya Temple Speciality

Key Points

କୃଷ୍ଣଙ୍କ ନଗରୀ ମଥୁରା ବୃନ୍ଦାବନରେ ଉଦଘାଟିତ ହେବାକୁ ଯାଉଛି ଚନ୍ଦ୍ରୋଦୟ ମନ୍ଦିର। ଯେଉଁଠୁ ଆଗ୍ରାର ତାଜମହଲ ଏବଂ ଯମୁନାର ତରଙ୍ଗ ଦେଖିହେବ।
Chandrodaya Temple Vrindavan: ଚଳିତ ମାସର ଶେଷ ଆଡ଼କୁ ଉଦଘାଟିତ ହେବାକୁ ଯାଉଛି ମଥୁରା ବୃନ୍ଦାବନ ସ୍ଥିତ ଛଟିକରା ଅଞ୍ଚଳରେ ନିର୍ମିତ ହେଉଥିବା "ଚନ୍ଦ୍ରୋଦୟ ମନ୍ଦିର"। ହେଲେ ଏହି ମନ୍ଦିର ଉଦଘାଟିତ ହେବା ଆଗରୁ ଚର୍ଚ୍ଚାର ପରିସରରେ ରହିଛି। ଇସ୍କନ ବେଙ୍ଗାଲୁରୁର ଏହି ସ୍ୱପ୍ନର ପ୍ରକଳ୍ପକୁ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା। ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ମନ୍ଦିର। ଏହାର ଉଦଘାଟନ ସମାରୋହରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ ପଠାଯାଇ ସାରିଛି। ଯଦି ସବୁକିଛି ଠିକ୍ ରହେ ତାହେଲେ ଆସନ୍ତା ୨୫ ରୁ ୩୦ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଉଦଘାଟନ କରିବେ। ହେଲେ ଏହି ୭୦ ମହଲା ବିଶିଷ୍ଟ ମନ୍ଦିରର ଆଶ୍ଚର୍ଯ୍ୟ କ'ଣ ଯାହାକୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା।

ବୁର୍ଜ ଖଲିଫା ମବଜୁତ ରହିଛି ଚନ୍ଦ୍ରୋଦୟ ମନ୍ଦିରର ଭିତ୍ତିଭୂମି
ମଥୁରା ବୃନ୍ଦାବନ ଠାରେ ନିର୍ମିତ ହେଉଥିବା ଚନ୍ଦ୍ରୋଦୟ ମନ୍ଦିରର ଉଚ୍ଚତା ୨୧୦ ମିଟର ରହିଛି। ଏହାକୁ ମଜବୁତ ରଖିବା ପାଇଁ ଏହାର ଭିତ୍ତିଭୂମିକୁ ସେପରି ମଜବୁତ କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ମୂଳଦୁଆ ୫୫ ମିଟର ଗଭୀରତାରେ ରହିଛି। ଯାହା ବିଶ୍ୱ ପ୍ରସିଦ୍ଧା ଦୁବାଇର ବୁର୍ଜ ଖଲିଫା ଅପେକ୍ଷା ୫ ମିଟର ଅଧିକ ଗଭୀରତାରେ ରହିଛି। ମନ୍ଦିରର ମୂଳ ଆଧାର ୧୨ ମିଟର ଉଚ୍ଚ ରଖାଯାଇଛି। ଯାହା ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଏହି ବାସସ୍ଥାନ ଶତାବ୍ଦୀ ଶତାବ୍ଦୀ ଧରି ମଜବୁତ ରହିବ। ଏହି ମନ୍ଦିର ଭିତରେ, ଚୈତନ୍ୟ ମହାପ୍ରଭୂ ଏବଂ ରାଧା-କୃଷ୍ଣଙ୍କ ଦର୍ଶନ ପାଇଁ ତିନୋଟି ପୃଥକ ମହଲା ତିଆରି କରାଯାଇଛି।

ଏହା ସହ ପଢନ୍ତୁ: କେତେ ଶୁଦ୍ଧ ତିରୁପତି ଲଡୁ ପ୍ରସାଦ? ଯାଞ୍ଚ ପାଇଁ ଗଠିତ ହେଲା ପ୍ରୟୋଗଶାଳା

ମନ୍ଦିରର ଛାତରୁ ଦୃଶ୍ୟମାନ ହେବ ଆଗ୍ରାର ତାଜମହଲ

ଏହି ମନ୍ଦିରର ଚମତ୍କାରତା କେବଳ ଏହାର ଉଚ୍ଚତା ପର୍ଯ୍ୟନ୍ତ ସୀମିତ ରହିନାହିଁ। ଏହାର ଛାତର ଉଚ୍ଚ-କ୍ଷମତ ସମ୍ପନ୍ନ ଟେଲିସ୍କୋପ ଲଗାଯିବ। ଯେଉଁଠାରେ ଆପଣ ୮୦ କିଲୋମିଟର ଦୂରରେ ଅବସ୍ଥିତ ଆଗ୍ରାର ତାଜମହଲ ଦେଖିପାରିବେ। ଅର୍ଥାତ୍ ଆପଣ ଗୋଟିଏ ଟିକେଟ୍ ରେ ଦୁଇଟି ଆଶ୍ଚର୍ଯ୍ୟକୁ ଉପଭୋଗ କରିପାରିବେ। ଏହି ମନ୍ଦିରକୁ ନାଗର ଏବଂ ଆଧୁନିକ ସ୍ଥାପତ୍ୟର ମିଶ୍ରଣ ସହିତ ଡିଜାଇନ୍ କରାଯାଇଛି। ଏଠାରେ 'ଦେବଲୀଳା' ପ୍ରଦର୍ଶନ କରିବା ପାଇଁ 4D ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଯାହା କୃଷ୍ଣ ପ୍ରେଣୀଙ୍କୁ ସିଧାସଳଖ ଦ୍ୱାପର ଯୁଗକୁ ନେଇଯିବ।

ଏହା ସହ ପଢନ୍ତୁ: ଦେଶର ସେହି ଗାଁ ଯେଉଁଠି ବ୍ୟବହାର ହୁଏ ନାହିଁ ତାଲା

ଯମୁନାର ତରଙ୍ଗ ଏବଂ ଘନ ଜଙ୍ଗଲର ଅନୁଭବ

ଚନ୍ଦ୍ରୋଦୟ ମନ୍ଦିରର ଚତୁଃପାର୍ଶ୍ୱରେ ଏପରି ଏକ ପରିବେଶ ସୃଷ୍ଟି ହୋଇଛି ଯେପରି ଆପଣ ପ୍ରାଚୀନ ବୃନ୍ଦାବନର ଜଙ୍ଗଲରେ ଆସି ପହଞ୍ଚିଛନ୍ତି। ଏଠାରେ ପୌରାଣିକ ଯମୁନା ଯମୁନାର ଏକ କୃତ୍ରିମ ପ୍ରତିକୃତି ସୃଷ୍ଟି କରାଯାଇଛି। ଯେଉଁଠାରେ ଭକ୍ତ ନୌକା ବିହାର କରିବାର ସୁଯୋଗ ପାଇପାରିବେ। ବର୍ତ୍ତମାନ ମଥୁରା-ବୃନ୍ଦାବନ ପ୍ରଶାସନ ଠାରୁ ନେଇ ମନ୍ଦିର ପରିଚାଳନା କମିଟି ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିବାକୁ ରହିଥିବା ସବୁଜ ସଙ୍କେତକୁ ଅପେକ୍ଷା କରି ରହିଛନ୍ତି। ଚନ୍ଦ୍ରୋଦୟ ମନ୍ଦିର କେବଳ ଏକ କୋଠା ନୁହେଁ। ବରଂ ଇଞ୍ଜିନିୟରିଂ ଏବଂ ବିଶ୍ୱାସର ଏକ ଅନନ୍ୟ ଉଦାହରଣ। ଏହାର ଉଚ୍ଚତା ଏବଂ ମହିମା ଏହାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବ। ଏବେ କେବଳ ସେହି ମୁହୂର୍ତ୍ତ ବାକି ଅଛି ଯେତେବେଳେ ଶଙ୍ଖନାଦ ସହିତ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଦ୍ୱାରକୁ ଅଗଣିତ କୃଷ୍ଣପ୍ରେମୀଙ୍କ ପାଇଁ ଖୋଲିବେ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vrindavan Chandrodaya Mandir: World's Tallest Temple to Rival Burj Khalifa | Argus News