80th Independence Day India / ପ୍ରଥମ ଥର ପାଇଁ ଲାଲକିଲ୍ଲା ପ୍ରାଚୀରରୁ ବାଜିବ 'ବନ୍ଦେ ମାତରମ୍'
·2 weeks ago·2 min read

Key Points
ଚଳିତ ବର୍ଷ ପାଳିତ ହେବାକୁ ଯାଉଥିବା ୮୦ତମ ସ୍ୱାଧିନତା ଦିବସ ଅବସରରେ ପ୍ରଥମ ଥର ଲାଗି ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଲାଲକିଲ୍ଲାର ପ୍ରାଚୀରରୁ ଶୁଣିବାକୁ ମିଳିବ।
15 August 2026 Special Preparation: ଚଳିତ ବର୍ଷ ପାଳିତ ହେବାକୁ ଯାଉଥିବା ୮୦ତମ ସ୍ୱାଧିନତା ଦିବସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥର ୮୦ତମ ସ୍ୱାଧିନତା ଦିବସ ପାଳନର ମୁଖ୍ୟ ବିଷୟବସ୍ତୁ ହେଉଛି ରାଷ୍ଟ୍ରଗୀତ "ବନ୍ଦେ ମାତରମ୍।" ଏଥର ରାଷ୍ଟ୍ରଗୀତର ସମସ୍ତ ୬ ଶ୍ଳୋକ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଥମ ଥର ଲାଗି ଶୁଣିବାକୁ ମିଳିବ।
ଆପଣଙ୍କୁ କହି ରଖୁଛୁ ଯେ, ସମଗ୍ର ଦେଶ ରାଷ୍ଟ୍ରଗୀତର ୧୫୦ ତମ ବର୍ଷପୂର୍ତ୍ତି ପାଳନ କରୁଛି। ସମ୍ପ୍ରତି ସଂସଦର ମୌସୁମୀ ଅଧିବେଶନ ସମୟରେ, ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କିତ ଏକ ବିଲ୍ ସଂସଦରେ ପାରିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ରାଷ୍ଟ୍ରଗାନ ପୂର୍ବରୁ ରାଷ୍ଟ୍ରଗୀତ ବଜାଯିବ। ସେତେବେଳେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ଏଥରର ଉତ୍ସବରେ ଏହାର ସମସ୍ତ ୬ ଶ୍ଳୋକ ଶୁଣାଯିବ।
ଏହା ସହ ପଢନ୍ତୁ: ରାଜ୍ୟସଭାରେ 'ବନ୍ଦେ ମାତରମ୍' ବିଲ୍ ପାସ୍; ଅପମାନ କଲେ ହୋଇପାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବାୟୁସେନା କ'ଣ କରିବାକୁ ଯୋଜନା କରୁଛି
"ବନ୍ଦେ ମାତରମ୍" ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା ଏହାର ହେଲିକ୍ୟାପ୍ଟର ଏକ ବଡ଼ ରାଷ୍ଟ୍ରୀୟ ଧ୍ୱଜ ଉଡ଼ାଇବାକୁ ଯୋଜନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ସମୟରେ ଦେଶର ଯୁବଶକ୍ତିକୁ ମଧ୍ୟ ସମ୍ମାନିତ କରିବେ। ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଯୁବବର୍ଗଙ୍କୁ ସମ୍ମାନିତ କରିବେ।
କିପରି ହୋଇଛି ସୁରକ୍ଷା ପ୍ରସ୍ତୁତି?
ସବୁଥର ଭଳି ଏଥର, ମଧ୍ୟ ସ୍ୱାଧିନତା ଦିବସ ପାଳନ ପାଇଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ମଜବୁତ କରାଯାଇଛି। ଚଳିତ ବର୍ଷ ୮୦ତମ ସ୍ୱାଧିନତା ଦିବସ ପାଳନ ଅବସରରେ ୨୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଛି। ସେହପରି ୧ ହଜାରରୁ ଅଧିକ "ସିସିଟିଭି" (CCTV), "ଫେସ୍ ରେକୋଗନେସନ୍ ସିଷ୍ଟମ" (Face recognition system) ଏବଂ "ଡ୍ରୋନ୍ ଡିଟେକସନ୍ ସିଷ୍ଟମ" (Drone Detection System) ମାଧ୍ୟମରେ ନଜର ରଖାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
ଦିଲ୍ଲୀ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ବ୍ୟବହାର କରିବା ନେଇ ଖବର ଆସିଛି। ବହୁ ସଂଖ୍ୟକ ସାଧା ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବର୍ତ୍ତମାନ ପାଇଁ, ବଜାର, ମେଟ୍ରୋ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ସମେତ ପ୍ରମୁଖ ସ୍ଥାନରେ ପାଟ୍ରୋଲିଂ ବୃଦ୍ଧି କରିବାକୁ ସମସ୍ତ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related Topics
Explore more stories