|
logo
Live
Argus News App
GET APP

Argus News - ପଞ୍ଜାବ କ୍ୟାମ୍ପସରେ ଗୁଳିକାଣ୍ଡ; ସହପାଠୀଙ୍କୁ ଗୁଳି କଲେ ଆଇନ ଛାତ୍ର

National

Punjab Campus Horror / ପଞ୍ଜାବ କ୍ୟାମ୍ପସରେ ଗୁଳିକାଣ୍ଡ; ସହପାଠୀଙ୍କୁ ଗୁଳି କଲେ ଆଇନ ଛାତ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ପଞ୍ଜାବ କ୍ୟାମ୍ପସରେ ଗୁଳିକାଣ୍ଡ; ସହପାଠୀଙ୍କୁ ଗୁଳି କଲେ ଆଇନ ଛାତ୍ର
Punjab Firing Case

Key Points

ପଞ୍ଜାବ ଆଇନ କଲେଜରେ ଫୁଟିଲା ଗୁଳି
ସହପାଠିନୀଙ୍କ ଉପରେ ଗୁଳି ଫୁଟାଇଲେ ଛାତ୍ର
ତା ପରେ ନିଜକୁ ଗୁଳି କଲେ
ପଞ୍ଜାବର ତରନତରନ ଆଇନ କଲେଜରେ ଗୁଳିକାଣ୍ଡ । ଆଇନ ପାଠ ପଢୁଥିବା ପ୍ରଥମ ବର୍ଷର ଛାତ୍ର ପ୍ରଥମେ ନିଜ ସହପାଠିନୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଛନ୍ତି । ଯାହାର ସିସିଟିଭି ଫୁଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋମବାର ଏହି ଗୁଳିକାଣ୍ଡ ଘଟିଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ବରିଷ୍ଠ ଏସପି ସୁରେନ୍ଦ୍ର ଲାମ୍ବାଙ୍କ କହିବାନୁସାରେ, ମୃତ ଛାତ୍ରୀ ଜଣକ ହେଉଛନ୍ତି ସନ୍ଦୀପ କୌର । ଅଭିଯୁକ୍ତର ନାମ ପ୍ରିନ୍ସ ରାଜ ସିଂ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ପ୍ରଥମେ ସନ୍ଦୀପ କୌରଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାପରେ ନିଜ ମୁଣ୍ଡକୁ ଗୁଳି କରି ଟଳିପଡ଼ିଥିଲେ । ମୃତ ଛାତ୍ରୀ ଓ ଗୁରୁତର ଅଭିଯୁକ୍ତ ନିଜ କଲେଜର ପ୍ରଥମ ସେମିଷ୍ଟରରେ ଥିଲେ ବୋଲି କହିଛି ପୋଲିସ । ସନ୍ଦୀପ କୌରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପ୍ରିନ୍ସ ଗୁରୁତର ଅବସ୍ଥାରେ ଅଛନ୍ତି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପଢ଼ନ୍ତୁ ଏହି ଖବର: ରାଜଧାନୀ ଦୁର୍ଘଟଣାରେ ଟ୍ୱିଷ୍ଟ: ପ୍ରେମ ସପ୍ତାହରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଏସଏସପି ଲାମ୍ବା କହିଛନ୍ତି ଯେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଗୁଳିକାଣ୍ଡ ପଛର କାରଣ କଣ ସେ ସମ୍ପର୍କରେ ଜଣାପଡ଼ିନାହିଁ । ହେଲେ ପୋଲିସ ପ୍ରାଥମିକ ତଦନ୍ତ ଜାରି ରହିଛି । ଏହା ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ ମାମଲା ବୋଲି ପୋଲିସ କହିଛି । ଅନ୍ୟପଟେ ପୋଲିସ ସିସିଟିଭି ଆଧାରରେ ଗୁଳିକାଣ୍ଡ ବେଳେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରୁଛି । ଏହି ଘଟଣା ପରେ କ୍ଲାସରୁମ ଭିତରକୁ ଆଇନ ଛାତ୍ର ଜଣକ ବନ୍ଧୁକ ନେଇ କିପରି ଗଲେ ଏବଂ ପାଠ ପଢୁଥିବା ପିଲାଙ୍କ ଏପରି ଗୁଣ୍ଡାରାଜକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ଅଭିଭାବକମାନେ କଲେଜ କ୍ୟାମ୍ପସ ଭିତରେ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଏଥିସହ ପଢନ୍ତୁ: କିଏ ଏହି ଶିବମ୍‌ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Punjab Campus Horror: ପଞ୍ଜାବ କ୍ୟାମ୍ପସରେ ଗୁଳିକାଣ୍ଡ; ସହପାଠୀଙ୍କୁ ଗୁଳି କଲେ ଆଇନ ଛାତ୍ର | Argus News