Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଳିଲା BCAS ଲାଇସେନ୍ସ; କେବେ ଆରମ୍ଭ ହେବ ଟିକେଟ ବୁକିଂ?

National

Noida Airport Flight Operation / ମିଳିଲା BCAS ଲାଇସେନ୍ସ; କେବେ ଆରମ୍ଭ ହେବ ଟିକେଟ ବୁକିଂ?

Subhramjit Ray
Browse all articles by Subhramjit Ray
·2 hours ago·2 min read
ମିଳିଲା BCAS ଲାଇସେନ୍ସ; କେବେ ଆରମ୍ଭ ହେବ ଟିକେଟ ବୁକିଂ?
Noida International Airport

Key Points

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ଉଡ଼ାଣ ପାଇଁ ପଥ ପରିଷ୍କାର ହୋଇଯାଇଛି। ଏଥିପାଇଁ ଆବଶ୍ୟକ ରହିଥିବା ସରକାରୀ ଅନୁମୋଦନ ମିଳିଛି। ବିମାନ କମ୍ପାନୀ ଖୁବ୍ ଶୀଘ୍ର ସେମାନଙ୍କର ବିମାନ ସେବା ଏଠାରୁ ଆରମ୍ଭ କରିବେ।


Noida Airport Ticket Booking Starting Date: ନିକଟରେ ଉଦଘାଟିତ ହୋଇଥିବା ନୋଏଡା ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ପଥ ପରିଷ୍କାର ହୋଇଯାଇଛି। ଏହି ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ଠାରୁ ସୁରକ୍ଷା ମଞ୍ଜୁରୀ ମିଳିଯାଇଛି। ମାର୍ଚ୍ଚ ମାସରେ ନୋଏଡା ବିମାନ ବନ୍ଦରର ଉଦଘାଟନ ପରେ ଯାନ୍ତ୍ରିକ ସମସ୍ୟା କାରଣରୁ ବିସିଏଏସ୍ ଲାଇସେନ୍ସ ମିଳିବାରେ ଅସୁବିଧା ହୋଇଥିଲା। ଗତ ମଙ୍ଗଳବାର (ଅପ୍ରେଲ ୨୮) ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ ଯେ ବିମାନ ସେବାକୁ ପୁନଃର୍ବାର ଆରମ୍ଭ କରିବାସ ଲାଗି ଏକ ତାରିଖ ଚୂଡ଼ାନ୍ତ କରିବା ପାଇଁ ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ପ୍ରୟାସ ଜାରି ରହିଛି।

ବିସିଏଏସ୍ (BCAS) ଲାଇସେନ୍ସ ମିଳିବାରେ ପୁନର୍ବାର ବିମାନ ଉଡ଼ାଣ ପାଇଁ ରହିଥିବା ଶେଷ ପ୍ରତିବନ୍ଧକ ଦୂର ହୋଇଛି। ବିମାନ କମ୍ପାନୀ ଖୁବ୍ ଶୀଘ୍ର ସେମାନଙ୍କର ଉଡ଼ାଣ ସୂଚୀ ପ୍ରକାଶ କରିପାରିବେ। ଏହା ପରେ ଟିକେଟ ବୁକିଂ ଆରମ୍ଭ ହୋଇଯିବ। ଆସନ୍ତା ମେ ୩୦ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ପୁନର୍ବାର ଆରମ୍ଭ ହେବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଆଶା କରୁଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ଯାତ୍ରୀ ସେବାକୁ ପୁଣି ଥରେ ଆରମ୍ଭ କରିବା ଲାଗି ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହିତ କାମ ଜାରି ରଖିଛନ୍ତି। ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏବେ ସେମାନଙ୍କ କର୍ମଚାରୀ ଏବଂ ଗ୍ରାଉଣ୍ଡ ଅପରେସନ୍ ସହିତ ପରିଚାଳନା ସହ ଜଡିତ ସମସ୍ତ ଔପଚାରିକତା ଶୀଘ୍ର ସମାପ୍ତ କରିପାରିବେ।

ଏହା ସହ ପଢନ୍ତୁ: ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ

ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱାର ଠାରେ ଅବସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର। ଯାହା ସମ୍ପୂର୍ଣ୍ଣ ବିକଶିତ ହେବା ପରେ ଏସିଆର ସର୍ବବୃହତ ବିମାନବନ୍ଦର ରୂପରେ ଉଭା ହେବ। ପ୍ରାରମ୍ଭିକ ଭାବରେ, ଏଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଯାହା ମୁମ୍ବାଇ, ଜୟପୁର, ଲକ୍ଷ୍ନୌ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଭଳି ସହରକୁ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ ତାରିଖରେ ନୋଏଡ଼ା ବିମାନ ବନ୍ଦରର ଉଦଘାଟନ କରିଥିଲେ। ଏଠାରୁ ଯାତ୍ରୀ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହେବା ଦ୍ୱାରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ପଡୁଥିବା ଚାପ ହ୍ରାସ ପାଇବ। ଏହା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ (Delhi NCR) ଦ୍ୱିତୀୟ ବୃହତ ଅନ୍ତର୍ଜାତୀୟ ବିମାନବନ୍ଦର ହେବ।

ଏହା ସହ ପଢନ୍ତୁ: ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର?
 

ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟିତ ହେବା ପରେ ଏହାକୁ ଦେଶର ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି। ହେଲେ ଉଦଘାଟନ ପରେ ମଧ୍ୟ ଏଠାରୁ ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ଅନେକ ସୁରକ୍ଷା ମଞ୍ଜୁରୀ ଆବଶ୍ୟକ। ଯେକୌଣସି ବିମାନବନ୍ଦର ପାଇଁ ସୁରକ୍ଷା ମଞ୍ଜୁରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଏହି ନିୟମ କଠୋର ହେଲେ ଯାତ୍ରୀଙ୍କ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ପାଇଁ ଏହା ଆବଶ୍ୟକ। ବିମାନବନ୍ଦର ବର୍ତ୍ତମାନ ଏରୋଡ୍ରୋମ୍ ସୁରକ୍ଷା କାର୍ଯ୍ୟକ୍ରମ (Aerodrome Security Programme) ଅଧିନରେ ବିସିଏଏସ୍ ସହିତ କାମ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Noida Airport Gets BCAS Security Clearance: Flight Booking & Launch Dates Revealed | Argus News