Air taxis in India / ଦେଶରେ ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା; ବିମାନ ଚଳାଚଳ ମନ୍ତ୍ରୀ ଦେଲେ ଡିଜାଇନ୍କୁ ମଞ୍ଜୁରୀ
·2 weeks ago·3 min read

Key Points
ଏହି ବିମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାକୁ ଉଡ଼ାଣ ଭରିବା ପାଇଁ କିମ୍ବା ଅବତରଣ କରିହା ଲାଗି ରନୱେ ଆବଶ୍ୟକତା ନାହିଁ। ଏହା ହେଲିକ୍ୟାପ୍ଟର ଭଳି ଭୂଲମ୍ବ ଭାବରେ ଉଡ଼ାଣ ଏବଂ ଅବତରଣ କରିପାରିବ।
eVTOL Air Taxi Services in India: ଦେଶର ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା। ଆପଣ ହୁଏତ ହଲିଉଡ୍ ଚଳଚ୍ଚିତ୍ର କିମ୍ବା ସୋସିଆଲ ମିଡ଼ିଆରେ ଏହାର ଫଟୋ ଭିଡ଼ିଓ ଦେଖଥିବେ। ହେଲେ କିଛି ମାସ ମଧ୍ୟରେ, ଏହି ସୁବିଧା ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଲୋକେ ଏହି ଉଡ଼ନ୍ତା ଟ୍ୟାକ୍ସି ସହାୟତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଏୟାର ଟ୍ୟାକ୍ସି ନିଶ୍ଚିତ ଭାବରେ ଦେଶରେ ଉଡ଼ାଣ ଭରିବ। ସେ ଦେଶର ତୃତୀୟ eVTOL (Electric Vertical Takeoff & Landing) ଡିଜାଇନ୍ ସଂଗଠନ ଅନୁମୋଦନ "ସାରଳା ଆଭିଏସନ୍" (Sarala Aviation) କୁ ହସ୍ତାନ୍ତର କରିଛନ୍ତି। eVTOL ଅର୍ଥ ହେଉଛି ବୈଦ୍ୟୁତିକ ବିମାନ ଯାହା ହେଲିକ୍ୟାପ୍ଟର ଭଳି ଭୂଲମ୍ବ ଭାବରେ ଉଡ଼ାଣ ଏବଂ ଅବତରଣ କରିପାରିବ।
ଆଗାମୀ ୨ ବର୍ଷରେ ଦେଶରେ ଆରମ୍ଭ ହୋଇାପରେ ଏୟାର ଟ୍ୟାକ୍ସି ସେବା
ବିମାନ ଚଳାଚଳ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ୨ ବର୍ଷ ମଧ୍ୟରେ ଦେଶରେ eVTOL ସେବା ଆରମ୍ଭ ହେବାର ଆଶା କରାଯାଉଛି। ଆସନ୍ତା ୨୦୨୮ ସୁଦ୍ଧା ଦେଶରେ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହୋଇପାରେ। ଭାରତ କେବଳ ଏହି ଏୟାର ଟ୍ୟାକ୍ସି ସେବାକୁ ବ୍ୟବହାର କରିବ ନାହିଁ, ବରଂ ଉନ୍ନତ ଏୟାର ମୋବିଲିଟି ପ୍ରଯୁକ୍ତିବିଦ୍ୟା ଡିଜାଇନ୍ ବିକଶିତ କରିବା ଏବଂ ଏହାକୁ ଉତ୍ପାଦନ କରୁଥିବା ଏକ ରାଷ୍ଟ୍ର ଭାବରେ ଉଭା ହେବ।
ଏହାର ଲକ୍ଷ୍ୟ ହେଉଛି ଭାରତରୁ ଏହି ପ୍ରଯୁକ୍ତିବିଦ୍ୟାକୁ ବିଶ୍ୱର ଅନ୍ୟ ଦେଶଙ୍କ ପାଖରେ ପହଞ୍ଚାଇବା। ଏହି ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାମ ମୋହନ ନାଇଡୁ ଏହାକୁ eVTOL ଏବଂ ଏୟାର ଟ୍ୟାକ୍ସି କ୍ଷେତ୍ରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି।
ଏହା ସହ ପଢନ୍ତୁ: ଏଣିକି ଛୋଟ ସହରରେ ସହଜ ହେବ ବିମାନ ଯାତ୍ରା; ଆରମ୍ଭ ହେଲା ଦ୍ୱିତୀୟ 'ଉଡ଼ାନ' ଯୋଜନା
ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା: କେନ୍ଦ୍ରମନ୍ତ୍ରୀ ନାଇଡୁ
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, "କ'ଣ ଭାରତରେ ଏୟାର ଟ୍ୟାକ୍ସି ଉଡ଼ିବ କି? ଆଜି, ଯେତେବେଳେ ମୁଁ ଦେଶର ତୃତୀୟ eVTOL ଡିଜାଇନ୍ ସଙ୍ଗଠନ ଅନୁମୋଦନ (Design Organisation Approval) "ସାରଳା ଆଭିଏସନ୍" କୁ ହସ୍ତାନ୍ତର କରିଛି, ମୋର ଉତ୍ତର ଏକ ଆତ୍ମବିଶ୍ୱାସପୂର୍ଣ୍ଣ 'ହଁ'! ଆଗାମୀ ୨ ବର୍ଷ ମଧ୍ୟରେ, ଭାରତ କେବଳ eVTOL ବ୍ୟବହାର କରିବ ନାହିଁ, ବରଂ ଆମେ ବିଶ୍ୱ ପାଇଁ ଉନ୍ନତ ଏୟାର ମୋବିଲିଟି ସମାଧାନ ଡିଜାଇନ୍ ଏବଂ ନିର୍ମାଣ ମଧ୍ୟ କରିବୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇତିହାସରେ ଆଜିର ଦିନରେ, ୱିଲବର ରାଇଟ୍ ତାଙ୍କର ପ୍ରଥମ ସାର୍ବଜନୀନ ଉଡ଼ାଣ ପ୍ରଦର୍ଶନ କରିଥିଲେ। ଆଜିର ମାଇଲଖୁଣ୍ଟ eVTOL ଯୁଗ ପାଇଁ ସମାନ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼, ଯାହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରତା ଦୃଷ୍ଟିକୋଣର କେନ୍ଦ୍ରବିନ୍ଦୁ।
eVTOL ପାଇଁ ଆବଶ୍ୟକ ନାହିଁ କୌଣସି ରନୱେ; କମ୍ ହେବ ଶବ୍ଦ ପ୍ରଦୂଷଣ ଏହି ବିମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏହାକୁ ରନୱେ ଆବଶ୍ୟକ ନାହିଁ। ଏହା ହେଲିକ୍ୟାପ୍ଟର ଭଳି ଭୂଲମ୍ବ ଭାବରେ ଉଡ଼ାଣ ଏବଂ ଅବତରଣ କରିପାରିବ। ଏହା ବ୍ୟତୀତ, ଏଗୁଡ଼ିକ ହାଇବ୍ରିଡ୍-ଇଲେକ୍ଟ୍ରିକ୍ ଜ୍ଞାନକୌଶଳ ବ୍ୟବହାର କରି କାର୍ଯ୍ୟ କରିଥାନ୍ତି। ଯାହା ଶବ୍ଦ ହ୍ରାସ କରେ ଏବଂ ହେଲିକ୍ୟାପ୍ଟର ତୁଳନାରେ ଯଥେଷ୍ଟ କମ୍ ପରିଚାଳନା ଖର୍ଚ୍ଚ ଲାଗିଥାଏ।
ଏହା ସହ ପଢନ୍ତୁ: ଏଣିକି ଆହୁରି ସୁରକ୍ଷିତ ହେବ ହେଲକ୍ୟାପ୍ଟର ଉଡ଼ାଣ; DGCA ନେଲା ବଡ଼ ପଦକ୍ଷେପ
ନୋଏଡ଼ା-ଗୁରୁଗ୍ରାମ ଉଡ଼଼ାଣ ପାଇଁ ଲାଗିବ ମାତ୍ର ୧୫ ମିନିଟ୍
ଏହି ବିମାନ ସହଜରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ। ଯାହା ଆନ୍ତଃ-ସହର ଯାତ୍ରା ପାଇଁ ଯଥେଷ୍ଟ। ସାରଲା ଆଭିଏସନ୍ ଦ୍ୱାରା ବିକଶିତ ହେଉଥିବା ଏୟାର ଟ୍ୟାକ୍ସି ନୋଏଡା ଠାରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ଦୂରତା ମାତ୍ର ୧୫ ମିନିଟ ମଧ୍ୟରେ ଅତିକ୍ରମ କରିପାରିବ। ଏହି ଏୟାର ଟ୍ୟାକ୍ସି ପ୍ରୟାସ ମଧ୍ୟରେ, ଉତ୍ତରାଖଣ୍ଡର ଜଣେ ଯୁବକ ମଧ୍ୟ ସମ୍ପ୍ରତି ଏକ ଉଡ଼ନ୍ତା କାରର ସଫଳ ପରୀକ୍ଷଣ କରିଛନ୍ତି।

Related Topics
Explore more stories