Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସିଲ୍ ହେବ ଭାରତ-ବାଂଲାଦେଶ ସୀମା; ଜମି ଆବଣ୍ଚନ ପରେ ଆରମ୍ଭ ହୋଇଗଲା ସର୍ଭେ

National

India Bangladesh Border Seal / ସିଲ୍ ହେବ ଭାରତ-ବାଂଲାଦେଶ ସୀମା; ଜମି ଆବଣ୍ଚନ ପରେ ଆରମ୍ଭ ହୋଇଗଲା ସର୍ଭେ

Subhramjit Ray
Browse all articles by Subhramjit Ray
·36 mins ago·3 min read
ସିଲ୍ ହେବ ଭାରତ-ବାଂଲାଦେଶ ସୀମା; ଜମି ଆବଣ୍ଚନ ପରେ ଆରମ୍ଭ ହୋଇଗଲା ସର୍ଭେ
India Bangladesh Border Seal

Key Points

ପଶ୍ଚିମବଙ୍ଗର ଚାଙ୍ଗରାବନ୍ଧା ଅଞ୍ଚଲରେ ବିଏସଏଫ ଭାରତ-ବାଂଲାଦେଶ ସୀମାରେ ତାର ବାଡ଼ ଲଗାଇବା ପାଇଁ ଭୂମି ସର୍ଭେ ଏବଂ ପିଲାର ସ୍ଥାପନ ପାଇଁ ମାର୍କଂ କରିବା କାମ ଆରମ୍ଭ ହୋଇଯାଇଛି। ଦୀର୍ଘ ଦିନ ଧରି ଖୋଲା ଥିବା ପ୍ରାୟ ୪.୫ କିଲୋମିଟର ସମ୍ବେଦନଶୀଳ ରାସ୍ତାର ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଉଛି।
BSF in action to seal the India Bangladesh Border: ଭାରତ-ବାଂଲାଦେଶ ସୀମାରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ତାର ବାଡ଼ ଲଗାଇବା କାମ ଏବେ ପୁଣି ଥରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ପଶ୍ଚିମବଙ୍ଗର ଚାଙ୍ଗରାବନ୍ଧ ଅଞ୍ଚଳରେ ଜମି ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯିବା ପରେ, ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସର୍ଭେ ଏବଂ ପିଲାର ମାର୍କିଂ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଚାଙ୍ଗରାବନ୍ଧ ଅଞ୍ଚଳରେ ଭାରତ-ବାଂଲାଦେଶ ସୀମାରେ ତାର ବାଡ଼ ଲଗାଇବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଏସଏଫ ଏବଂ ଭୂମି ସଂସ୍କାର ବିଭାଗ ଅଧିକାରୀ ମିଳିତ ଭାବରେ ଯେଉଁ ସ୍ଥାନରେ ବାଡ଼ ଲଗାଯିବା ତାହାକୁ ଯାଞ୍ଚ କରିଛନ୍ତି। ବାଡ଼ ଦେବା ପାଇଁ ଜମି ମାପ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂତ୍ର ଅନୁଯାୟୀ ବିଏସଏଫ ସରକାରୀ ମାନଚିତ୍ର ବ୍ୟବହାର କରି ତାର ବାଡ଼ ଯେଉଁ ମାର୍ଗରେ ଲଗାଯିବ ତାହାକୁ ଚିହ୍ନଟ କରିଛି। ଏହା ପରେ ଚିହ୍ନଟ ହୋଇଥିବା ସ୍ଥାନରେ ପିଲାର ନିର୍ମାଣ କରାଯାଇ ଭାରତୀୟ ସୀମାକୁ ସ୍ଥିର କରାଯିବ।

ବିଏସଏଫ ପକ୍ଷରୁ କରାଯାଉଥିବା ସର୍ଭେ ଏବଂ ମାର୍କିଂ ମୁଖ୍ୟତଃ ଚାଙ୍ଗରାବନ୍ଧ ସ୍ଥିତ ପୂର୍ବପାଡ଼ା ଅଞ୍ଚଳରେ କରାଯାଇଛି। ଯେଉଁଠାରେ ବହୁ ବର୍ଷ ଧରି କୌଣସି ତାର ବାଡ଼ ଲଗା ଯାଇନଥିଲା। ସ୍ଥାନୀୟ ବାସିନ୍ଦା ମଧ୍ୟ ସର୍ଭେ ଏବଂ ମାର୍କିଂ ସମୟରେ ଉପସ୍ଥିତ ରହିଥିଲେ। କାରଣ ସେମାନଙ୍କ ଜମିର ଏକ ଅଂଶ ପ୍ରସ୍ତାବିତ ତାରା ବାଡ଼ ଲଗାଇବାରେ ଅନ୍ତର୍ଭୂକ୍ତ ହୋଇଥିଲା।

"ଚିକେନ୍ ନେକ୍" କରିଡର ଉପରେ ରହିଛି ଧ୍ୟାନ

"ଚିକେନ୍ ନେକ୍ କରିଡର" (Chicken Neck Corridor) ଅର୍ଥାତ୍ "ସିଲିଗୁଡ଼ି କରିଡର" (Siliguri Corridor) ଅଞ୍ଚଳର ପ୍ରାୟ ୪.୫ କିଲୋମିଟର କ୍ଷେତ୍ର ଦୀର୍ଘ ସମୟ ଧରି ବାଡ଼ମୁକ୍ତ ରହିଥିଲା। ଏହି ସମ୍ବେଦନଶୀଳ ଅଞ୍ଚଳରେ ବାଡ଼ ଅଭାବରୁ, ଅନୁପ୍ରବେଶ, ପଶୁ ଚୋରାଚାଲାଣ ଏବଂ ମାନବ ଚାଲାଣର ଅଭିଯୋଗ ଲଗାତାର ଭାବରେ ହେଉଥିବା ନେଇ ରିପୋର୍ଟ ଆସୁଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ଜମି ବିବାଦ ଏବଂ ପ୍ରଶାସନିକ ବାଧା ଯୋଗୁଁ ଏହି ପ୍ରକଳ୍ପ ବର୍ଷ ବର୍ଷ ଧରି ଅଟକି ରହିଥିଲା।

ଏବେ କାହିଁକି ତ୍ୱରାନ୍ୱିତ ହେଉଛି ସୀମାରେ ତାରବାଡ଼ ଲଗାଇବା କାର୍ଯ୍ୟ?
ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବା ପରେ, ପ୍ରଶାସନ ସୀମାରେ ତାର ବାଡ଼ ପ୍ରକଳ୍ପକୁ ଦ୍ରୁତ ଗତିରେ ଆଗକୁ ବଢ଼ାଉଛି। ଅଧିକାରୀ କେଉଁଠାରେ ରାସ୍ତା ନିର୍ମାଣ କରାଯିବ ଏବଂ କେଉଁଠାରେ କଣ୍ଟା ତାର ଲଗାଯିବ ସେ ନେଇ ସର୍ଭେ ମଧ୍ୟ କରୁଛନ୍ତି।

ଏହା ସହ ପଢନ୍ତୁ: ବଦଳିଲା ସରକାର; ବଙ୍ଗବାସୀ ପାଇବେ କେନ୍ଦ୍ରୀୟ ଯୋଜନାର ଫାଇଦା

ସୀମା ସୁରକ୍ଷା ଉପରେ ପ୍ରଭାବ

ସୀମାରେ ରହୁଥିବା ଲୋକେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ତାର ବାଡ଼ ଲଗାଇବା ପ୍ରକ୍ରିୟା ସମାପ୍ତ ହେବା ପରେ, ଅନୁପ୍ରବେଶ, ଚୋରାଚାଲାଣ ଏବଂ ଅନ୍ୟାନ୍ୟ ସୀମାପାର ଅପରାଧ ଯଥେଷ୍ଟ ହ୍ରାସ ପାଇବ। ସମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ​​ହେବ।

ଲମ୍ବା ସୀମା, ବଡ଼ ଚ୍ୟାଲେଞ୍ଜ
ବିଏସଏଫ କହିବା ଅନୁଯାୟୀ, ଉତ୍ତର ବଙ୍ଗରେ ଭାରତ-ବାଂଲାଦେଶ ମଧ୍ୟରେ ପ୍ରାୟ ୯୩୬.୪ କିଲୋମିଟର ଲମ୍ବା ସୀମାରେଖା ରହିଛି। ଯାହା ମଧ୍ୟରୁ ପ୍ରାୟ ୮୭୯ କିଲୋମିଟର ଭୂମି ଏବଂ ୫୩ କିଲୋମିଟର ନଦୀ ସୀମା ଅନ୍ତର୍ଭୂକ୍ତ ରହିଛି। ନଦୀ, ନାଳ ଏବଂ ଜମି ବିବାଦ ଯୋଗୁଁ ଭାରତ-ବାଂଲାଦେଶ ସୀମାରେ ପ୍ରାୟ ୧୦୦ କିଲୋମିଟରରୁ ଅଧିକ ଅଞ୍ଚଳ ବାଡ଼ମୁକ୍ତ ରହିଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା
ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ତତ୍କାଳ ପ୍ରଭାବରେ ୨୭ କିଲୋମିଟର ଜମି ସୀମା ସୁରକ୍ଷା ବଳକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ବ୍ୟକ୍ତିଗତ ଏବଂ ସରକାରୀ ଉଭୟ ଜମି ଅଧିଗ୍ରହଣ କରାଯାଉଛି। ଯାହାର ମୂଲ୍ୟ ବିଏସଏଫ ବହନ କରିବ।

ଦେଶପ୍ରେମ ଦେଖାଇବେ ବଙ୍ଗବାସୀ
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟର ଦେଶପ୍ରେମୀ ନାଗରିକ ଏବଂ ଅଧିକାରୀ ମିଳିତ ଭାବରେ ସୀମା ସୁରକ୍ଷା ବଳକୁ ଅଧିକ ଜମି ହସ୍ତାନ୍ତର କରିବେ। ଯାହା ଦ୍ଵାରା ସୀମାରେ ଯଥାଶୀଘ୍ର ତାର ବାଡ଼ ଲଗା ଯାଇପାରିବ। ଏହା ଦ୍ୱାରା ଜାତୀୟ ସୁରକ୍ଷା ସୁଦୃଢ଼ ହେବ।

ଏହା ସହ ପଢନ୍ତୁ: ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

ଜମି ବିବାଦ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟ
ଗତ ୨୦୧୫ ରେ ଭାରତ-ବାଂଲାଦେଶ ଭୂମି ସୀମା ଚୁକ୍ତିନାମା ସତ୍ତ୍ୱେ, ଜଳପାଇଗୁଡ଼ି ଜିଲ୍ଲାର ବରସାଶୀ, ନାଓଟୋରି ଦେବୋତ୍ତର, ପରାନିଗ୍ରାମ ଏବଂ ଚିଲାଗାଟି ଆଦି ଗ୍ରାମର ଲୋକ ଏପର୍ଯ୍ୟନ୍ତ ଜମି ଅଧିକାର ପାଇନାହାଁନ୍ତି। କାଗଜପତ୍ର ଅଭାବରୁ ଅନେକ ଗ୍ରାମବାସୀ ଅନେକ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇ ଆସିଛନ୍ତି। ଯାହା ଫଳରେ ବାଡ଼ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ମନ୍ଥର ହୋଇଯାଇଛି। ସୀମାନ୍ତ ଅଞ୍ଚଳର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଖୋଲା ସୀମା ଦୀର୍ଘ ଦିନ ଧରି ବେଆଇନ କାର୍ଯ୍ୟକଳାପ ପାଇଁ ଏକ ପ୍ରବେଶ ପଥ ହୋଇଆସିଛି। ସେମାନେ ଏବେ ଚାହୁଁଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ଯଥା ଶୀଘ୍ର ତାରବାଡ଼ ଲଗାଇବା କାର୍ଯ୍ୟ ଯଥାଶୀଘ୍ର ସମାପ୍ତ ହେଉ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BSF Begins Border Land Survey Following West Bengal Handover | Argus News