Amaravati School Ghost Terror / ଘାରିଲା ଭୂତ ଭୟ; ଅଚାନକ ହସିବା ସହ କାନ୍ଦିବାକୁ ଲାଗିଲେ ଛାତ୍ରଛାତ୍ରୀ, ଆତଙ୍କିତ ହୋଇ ଛାଡ଼ିଲେ ହଷ୍ଟେଲ
·2 weeks ago·3 min read

Key Points
'ଭୂତ' ଗୁଜବ ଏତେ ବ୍ୟାପିଗଲା ଯେ ପ୍ରାୟ ୬୦୮ ଜଣ ଛାତ୍ରଛାତ୍ରୀ ଭୟରେ ସ୍କୁଲ ଏବଂ ହଷ୍ଟେଲ ଛାଡି ନିଜ ଘରକୁ ଫେରି ଯାଇଥିଲେ।
Amaravati School Mass Hysteria Case: ସଦ୍ୟ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ମେଲଘାଟ ଅଞ୍ଚଳରୁ ଅନ୍ଧବିଶ୍ୱାସ ଏବଂ ଭୟର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ଧାରନୀ ତାଲୁକା ସ୍ଥିତ ଡୋମା ଅଞ୍ଚଳରେ ଅବସ୍ଥିତ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଭୂତ ଭୟ ଗୁଜବ ଏତେ ବ୍ୟାପକ ଭାବରେ ବ୍ୟାପିଯାଇଛି ଯେ ପ୍ରାୟ ୬୦୮ ଜଣ ଛାତ୍ର ଛାତ୍ରୀ ଭୟରେ ସ୍କୁଲ ଏବଂ ହଷ୍ଟେଲ ଛାଡ଼ି ନିଜ ଘରକୁ ପଳାଇଛନ୍ତି। ହେଲେ ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହା ଭୂତ ପ୍ରେତ ସହ ଜଡ଼ିତ ଘଟଣା ନୁହେଁ ବରଂ "ସାମୁହିକ ହିଷ୍ଟେରିଆ" ସମ୍ପର୍କିତ ଏକ ମାନସିକ ମାମଲା । ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ, ମହାରାଷ୍ଟ୍ର ଅନ୍ଧବିଶ୍ୱାସ ବିରୋଧି କମିଟି (ANIS) ଏବଂ ସ୍ୱାସ୍ଥ୍ୟ ବିଭାଗ ଟିମ୍ ବିଗତ ୩ ଦିନ ଧରି ମେଲଘାଟ ଠାରେ କ୍ୟାମ୍ପ କରିଛନ୍ତି। ଭୟ ଦୂର କରିବା ଏବଂ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ସ୍କୁଲ ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପରାମର୍ଶ ଦିଆଯାଉଛି।
ମେଲଘାଟ ଆଶ୍ରମ ସ୍କୁଲରେ ବିଭିନ୍ନ ସମସ୍ୟା ଲାଗି ରହିଛି। ନିକଟରେ ଏକ ସ୍କୁଲରେ ଖାଦ୍ୟ ବିଷାକ୍ତ ହୋଇ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ ଡୋମା ସ୍ଥିତ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଭୂତଭୟ ବ୍ୟାପିଯାଇଛି। ପ୍ରାୟ ୭-୮ ଦିନ ପୂର୍ବେ, ହଷ୍ଟେଲ ଠାରେ ରହୁଥିବା ପ୍ରାୟ ୧୫-୧୬ ଜଣ ଛାତ୍ରୀ ହଠାତ୍ ହସିବା ସହ ଜୋରରେ କାନ୍ଦିବାକୁ ଲାଗିଥିଲେ। କେତେକ ଛାତ୍ରୀଙ୍କ କହିବା ଅନୁସାରେ ସେମାନେ ଘୁଙ୍ଗୁର ଶବ୍ଦ ଶୁଣିବାକୁ ପାଇଥିବାର ଦାବି କରିଥିଲେ।
ଏହା ସହ ପଢନ୍ତୁ: ରହସ୍ୟମୟ ଗାଁ ଯେଉଁଠି ଚାଲେ ଭୂତଙ୍କ ରାଜୁତି
ଛାତ୍ରଙ୍କୁ ଭୂତ ଲାଗିଥିବାର ସୃଷ୍ଟି ହୋଇଛି ଗୁଜବ
ଯେତେବେଳେ ହଷ୍ଟେଲ ଅଧୀକ୍ଷକ ଉଜ୍ଜ୍ୱଳା ଇଙ୍ଗଲେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ତୁରନ୍ତ ପ୍ରଧାନ ଶିକ୍ଷକଙ୍କୁ ସମ୍ପର୍ତରେ ଜଣାଇଥିଲେ। ହେଲେ ଏହା ପରେ ସ୍ଥାନୀୟ ଗ୍ରାମରେ ଏହି ଗୁଜବ ବ୍ୟାପିଗଲା ଯେ ଛାତ୍ରୀଙ୍କୁ ଭୂତ ଲାଗିଛି। ଏହି ଗୁଜବ ଏତେ ଆତଙ୍କ ସୃଷ୍ଟି କଲା ଯେ ପ୍ରାୟ ୩ ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡି ସେମାନଙ୍କ ଗାଁକୁ ପଳାଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏକତାଇ ଗାଁର ଥିଲେ।
ଡାକ୍ତର କହିଲେ ସାମୂହିକ ହିଷ୍ଟେରିଆ ମାମଲା
ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ତୁରନ୍ତ ସେହି ସ୍କୁଲ ଠାରେ ପହଞ୍ଚିଲେ। ଡାକ୍ତରୀ ପରୀକ୍ଷା ପରେ, ଡାକ୍ତର ଏହା ନିଶ୍ଚିତ କଲେ ଯେ ଏହା କୌଣସି ଭୂତ ପ୍ରେତ ଲାଗିବା ଘଟଣା ନୁହେଁ। ବରଂ ଏହା ଏକ ସାମୂହିକ "ସାଇକୋଜେନିକ୍" ଅସୁସ୍ଥତା (Mass Psychogenic Illness) କିମ୍ବା ସାମୂହିକ "ହିଷ୍ଟେରିଆ" ମାମଲା (Mass Hysteria Case))। ଏହା ଏକ ପ୍ରକାରର ମାନସିକ ଅବସ୍ଥା ଯାହା ସମ୍ପୂର୍ଣ୍ଣ ଚିକିତ୍ସାଯୋଗ୍ୟ। ଡାକ୍ତରଙ୍କ କହିବା ଅନୁସାରେ ଯେ ଦୁନିଆରେ ଭୂତ ପ୍ରେତ ବୋଲି କିଛି ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ଏକ ଗୁଜବ ଏବଂ ଅନ୍ଧବିଶ୍ୱାସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଭାବିତ ନହେବା ପାଇଁ, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତି (Maharashtra ANIS) କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ANIS (Andhashraddha Nirmoolan Samiti) ସହ ଜଡ଼ିତ ବରିଷ୍ଠ ସଦସ୍ୟ ନନ୍ଦିନୀ ଜାଧବ (ପୁଣେ), ରାମଭାଉ ଡୋଙ୍ଗରେ (ନାଗପୁର), ପ୍ରବୀଣ ଦେଶମୁଖ (ମୁମ୍ବାଇ) ଏବଂ ଜିଲ୍ଲା ସଭାପତି ହରିଶ କେଦାରଙ୍କ ନେତୃତ୍ୱରେ, ANIS କର୍ମକର୍ତ୍ତା ବିଗତ ୩ ଦିନ ଧରି ମେଲଘାଟର ଦୁର୍ଗମ ଅଞ୍ଚଳରେ କ୍ୟାମ୍ପ ପକାଇଛନ୍ତି।
ଏହା ସହ ପଢନ୍ତୁ: ରାତିରେ କାହିଁକି ଲାଗିଥାଏ ଭୂତ ଆପଣଙ୍କୁ ଦେଖୁଛି? କ'ଣ ରହିଛି ଏହା ପଛରେ ବିଜ୍ଞାନ?
କାଉନସେଲିଂ ପରେ ସ୍କୁଲ ଯିବାକୁ ରାଜିହେଲେ ଛାତ୍ରୀ
ପ୍ରବଳ ବର୍ଷା ଏବଂ ଖରାପ ରାସ୍ତା ସତ୍ତ୍ୱେ, ANIS କମିଟି ସଦସ୍ୟ ପଞ୍ଚଡୋଙ୍ଗରୀ, ଖଡି଼ମଲ, ଚୁନଖଡ଼ି ଏବଂ ଏକତାଇ ଭଳି ଗାଁ ପରିଦର୍ଶନ କରି ଛାତ୍ରୀଙ୍କ କାଉନସେଲିଂ କରିଥିଲେ। ଯାହାର ସକାରାତ୍ମକ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏକତାଇ ଗ୍ରାମର ୬ ଜଣ ଛାତ୍ରୀ ଯେଉଁମାନଙ୍କ କାଉନସେଲିଂ କରାଯାଇଛି ସେମାନେ ଏବେ ସ୍କୁଲ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଖଡିମଲରେ ମଧ୍ୟ, ସେମାନଙ୍କ ଭୟକୁ ଦୂର କରିବା ପାଇଁ ଛାତ୍ରୀଙ୍କ ସହ ଆଲୋଚନା କରାଯାଉଛି। କମିଟି ଏବଂ ସ୍କୁଲ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ଭୟ ବିନା ସ୍କୁଲ ଫେରାଇ ଆଣିବାକୁ ଏବଂ ସେମାନଙ୍କର ଶିକ୍ଷା ସମାପ୍ତ କରିବାକୁ ଅନୁରୋଧ କରୁଛନ୍ତି।

Related Topics
Explore more stories