Asansol Durga Mandir Gate Opening / କ୍ଷମତାକୁ ଆସିଲା ବିଜେପି; ୧୫ ବର୍ଷ ପରେ ଖୋଲିଲା ଦୁର୍ଗା ମନ୍ଦିର
·1 hour ago·3 min read

Key Points
ପ୍ରାୟ ୧୫ ବର୍ଷ ବନ୍ଦ ରହିବା ପରେ ପଶ୍ଚିମବଙ୍ଗର ଆସନସୋଲ ସହରର ବାଷ୍ଟିନ୍ ବଜାରରେ ଅବସ୍ଥିତ ଦୁର୍ଗା ମନ୍ଦିର ପ୍ରାୟ ୧୫ ବର୍ଷ ପରେ ଖୋଲାଛି। ଏହି ମନ୍ଦିର ଗତ ୨୦୧୧ ରୁ ବନ୍ଦ ହୋଇ ପଡ଼ିଥିଲା।
Asansol Durga Mandir Gate Opened After 15 Years: ପଶ୍ଚିମବଙ୍ଗରେ କ୍ଷମତା ହେବା ପରେ ବଦଳିବାରେ ଲାଗିଛି ରାଜ୍ୟର ଦୃଶ୍ୟପଟ। ପ୍ରାୟ ୧୫ ବର୍ଷ ଧରି ରାଜ୍ୟର ଆସନସୋଲ ଅଞ୍ଚଳରେ ବନ୍ଦ ରହିଥିବା ଏକ ଦୁର୍ଗା ମନ୍ଦିରର ଦ୍ୱାର ପ୍ରାୟ ୧୫ ବର୍ଷ ପରେ ଖୋଲାଯାଇଛି। ଏନେଇ କୁହାଯାଉଛି କଥିତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଭିଯୋଗ ପରେ ଏହି ମନ୍ଦିର ଗତ ୨୦୧୧ ରୁ ପ୍ରାୟ ୧୫ ବର୍ଷ ଧରି ବନ୍ଦ ରହିଥିଲା। ଏହାକୁ କେବଳ ଦୁର୍ଗାପୂଜା ସମୟରେ ଖୋଲା ଯାଉଥିଲା। ମାତ୍ର ଏବେ ରାଜ୍ୟରେ ବିଜେପି ସରକାର ଗଠନ ହେବାକୁ ଯାଉଥିବାରୁ ଗତ ୧୫ ବର୍ଷ ଧରି ବନ୍ଦ ରହିଥିବା ଦୁର୍ଗା ମନ୍ଦିର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଶେଷରେ ଖୋଲିଯାଇଛି।
ଆସନସୋଲ ସହରର ବାଷ୍ଟିନ୍ ବଜାରରେ ଅବସ୍ଥିତ ରହିଛି ଏହି ଦୁର୍ଗା ମନ୍ଦିର। ଯେଉଁଠି ୧୫ ବର୍ଷ ପରେ ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ମନ୍ଦିର ଖୋଲାଯିବା ପରେ ଏହାର ପରିସରରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଏପରିକି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଯେଉଁ ମନ୍ଦିର ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ପାଇଁ ବନ୍ଦ ରହିଥିଲା ତାହା ଏବେ ଅଚାନକ ଲୋକାରଣ୍ୟ ହୋଇଉଠିଛି।
ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
ଏହି ଘଟଣାକୁ ନେଇ କ'ଣ କହୁଛନ୍ତି ଅଧିକାରୀ?
ଆସନସୋଲ ବାଷ୍ଟିନ୍ ବଜାର ଦୁର୍ଗା ମନ୍ଦିର ପ୍ରାୟ ୧୫ ବର୍ଷ ପରେ ଖୋଲାଯିବା ପରେ ଲୋକେ ବିଧି ବିଧାନର ସହ ପୂଜାର୍ଚ୍ଚନା କରିଥିଲେ। ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଧାର୍ମିକ ଉତ୍ସବର ମାହୋଲ ସୃଷ୍ଟି କରିଥିଲା। ମନ୍ଦିର ଖୋଲାଯିବା ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। କେତେକ ଏହାକୁ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ସହ ଯୋଡ଼ି ଦେଖୁଛନ୍ତି। ପ୍ରଶାସନ ଏହି ଘଟଣାର ଗୁରୁତ୍ୱକୁ ନେଇ ସ୍ଥାନୀୟ ଅଞ୍ଚଳ ଉପରେ ସତର୍କ ନଜର ରଖିଛି। ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ହେଉଛି ସେମାନଙ୍କର ପ୍ରାଥମିକତା। ଶାନ୍ତି ରକ୍ଷା କରିବା ପାଇଁ ଏବଂ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି।
ଟିଏମସି ସରକାର ଆସିବା ପରେ ବନ୍ଦ କରାଯାଇଥିଲା ଦୁର୍ଗା ମନ୍ଦିର: ମନ୍ଦିର ପରିଚାଳନା କମିଟି ସଦସ୍ୟ
ବାଷ୍ଟିନ୍ ବଜାର ଦୁର୍ଗା ମନ୍ଦିର ମନ୍ଦିର ପରିଚାଳନା କମିଟି ସଦସ୍ୟ ସଞ୍ଜୟ ଅଗ୍ରୱାଲ କହିଛନ୍ତି ଏବେ ରାଜ୍ୟରେ ଗଠିତ ହେବାକୁ ଯାଉଥିବା ବିଜେପି ସରକାରଙ୍କ ଉପରେ ଆମର ଆଶା ଭରସା ରହିଛି। ଏବେ ମନ୍ଦିର ପ୍ରାୟ ୧୫ ବର୍ଷ ପରେ ଲୋକଙ୍କ ପାଇଁ ଖୋଲିଛି। ପୂର୍ବରୁ ମନ୍ଦିରରେ ନିୟମିତ ପୂଜାର୍ଚ୍ଚନା ହେଉଥିଲା। ମାତ୍ର ୨୦୧୧ ରେ ରାଜ୍ୟରେ ଟିଏମସି ସରକାର ଗଠନ ହେବା ପରେ କଥିତ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଭିଯୋଗକୁ ମାଆ ଦୁର୍ଗାଙ୍କ ଏହି ମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା। କାରଣ ଟିଏମସି ସରକାର ସମୟରେ ସେହି କଥିତ ସଂଖ୍ୟାଲଘୁ ସମ୍ପ୍ରଦାୟର ବେଶ ଦବଦବା ରହିଥିଲା।
ଏହା ସହ ପଢନ୍ତୁ: କିପରି ବଙ୍ଗ ହାତେଇଲା ବିଜେପି; ଜାଣନ୍ତୁ ବିଜୟ ପଛର ୧୦ କାରଣ
ଯଦି ଦୁର୍ଗା ମନ୍ଦିରକୁ ଖୋଲାଯାଏ ତାହେଲେ ରକ୍ତର ନଦୀ ବୋହିବ ବୋଲି ସେହି କଥିତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଧମକ ଦେଇ ଆସୁଥିଲେ। ଏହି ଘଟଣାରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଆପଣ କାହାର ଧାର୍ମିକ ଅଧିକାର ହନନ କରିପାରିବେ ନାହିଁ। ସେମାନେ ଆମେ ଜାଗାକୁ ଦଖଲ କରି ରଖିଛନ୍ତି। ପ୍ରାୟ ୯୦ ଫୁଟ ଲମ୍ବା ରହିଥିବା ରୋଡ ଏବେ ୭ ଫୁଟ ହୋଇସାରିଛି। ଆମେ ସେହି ଦିନ ମନ୍ଦିରରେ ଆନୁଷ୍ଠାନିକ ଭାବେର ପୂଜାର୍ଚ୍ଚନା କରିବୁ ଯେଉଁ ଦିନ ଆମକୁ ଲିଖିତ ରୂପରେ ଅଧିକାର ମିଳିବ। ପ୍ରଧାନମନ୍ତ୍ରୀ ଆମକୁ ଏ ଘଟଣାରେ ଆଶ୍ୱସନା ଦେଇ ସାରିଛନ୍ତି। ଏଥିପାଇଁ ଆମେ ପ୍ରଶାସନ ପାଖରୁ ଲିଖିତ ରୂପରେ ଅନୁମତି ଚାହୁଁଛୁ।.

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories