Assam Govt Big Decision / ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି; ରାଜ୍ୟରେ ଆଧାର କାର୍ଡ଼ ପ୍ରଦାନ ଉପରେ ଲାଗିଲା ରୋକ୍
·3 hours ago·3 min read

Key Points
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ ରାଜ୍ୟ ସରକାର ଆଧାର କାର୍ଡ଼ ପ୍ରଦାନ କ୍ଷେତ୍ରରେ ଅତ୍ୟନ୍ତ କଠୋର ପଧକ୍ଷେପ ହେବେ। ଯାହା ପରେ ରାଜ୍ୟରେ ଏହି ଦସ୍ତାବିଜ ପାଇବା ପୂର୍ଊ ଭଳି ଆଉ ସହଜ ହେବ ନାହିଁ।
Assam Govt New Decision on Aadhar Card: ଆଧାର କାର୍ଡ଼ ପ୍ରଦାନ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଧାର ପଞ୍ଜୀକରଣକୁ ସ୍ଥଗିତ ରଖାଯାଇଛି। ଅବୈଧ ବାଂଲାଦେଶୀ ପ୍ରବାସୀଙ୍କୁ ଆଧାର କାର୍ଡ଼ ପାଇବାରୁ ରୋକିବା ପାଇଁ ସରକାର ଏହି କଠୋର ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି। ଆସାମ କ୍ୟାବିନେଟ ମଧ୍ୟ ନୂତନ କଟକଣାକୁ ଅନୁମୋଦନ କରିଛି। ନୂତନ ନୀତି ଅନୁଯାୟୀ, ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ପୂର୍ବ ପଞ୍ଜୀକରଣ ପ୍ରକ୍ରିୟା ମାଧ୍ୟମରେ ଆଉ ଆଧାର କାର୍ଡ଼ ପାଇପାରିବେ ନାହିଁ।
ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ସେହି ପ୍ରୟାସ ଏକ ଅଂଶ। ଯାହା ସନ୍ଦେହଘେରରେ ରହିଥିବା ଅବୈଧ ପ୍ରବାସୀଙ୍କୁ ଜାଲିଆତି ମାଧ୍ୟମରେ ଆଧାର କାର୍ଡ଼ ପାଇବାରୁ ରୋକିବା ଏବଂ ପରିଚୟ ଯାଞ୍ଚକୁ କଠୋର କରିବା ପାଇଁ କରାଯାଇଛି। କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ କିଛି ବ୍ୟତିକ୍ରମ କ୍ଷେତ୍ରରେ, ଜିଲ୍ଲା ପ୍ରଶାସନକୁ ଆଧାର କାର୍ଡ ପ୍ରଦାନ କରିବାକୁ ଅନୁମତି ନେବା ପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେବାକୁ ପଡି଼ବ। ସରକାର ଏହା ଉପରେ ନିଷ୍ପତ୍ତି ନେବେ ଯେ ଆବେଦନକାରୀ ଆଧାର କାର୍ଡ ପାଇଁବା ଯୋଗ୍ୟ ନାଁ ନୁହେଁ।
ଏହା ସହ ପଢନ୍ତୁ: ଆସାମ ବିଧାନସଭାରେ ୟୁସିସି ବିଲ୍ ଆଗତ; ବଦଳିବ କେଉଁ ନିୟମ? କାହାକୁ ମିଳିବ ଆଶ୍ୱସ୍ତି?
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ରାଜ୍ୟରେ ଆଧାର କାର୍ଡ ପ୍ରଦାନ ପ୍ରକ୍ରିୟା ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛି ଯେଉଁଠାରେ ପ୍ରାୟ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଆଧାର କାର୍ଡ ପ୍ରଦାନ କରାଯାଇଛି। ରାଜ୍ୟର କିଛି ଜିଲ୍ଲାରେ ଏହି ସଂଖ୍ୟା ଶତ ପ୍ରତିଶତ ଅତିକ୍ରମ କରିସାରିଛି। ଆମକୁ ଏହା ଜାଣିବାକୁ ପଡିବ ଯେ ଏହି ବ୍ୟକ୍ତି କିଏ ଯେଉଁମାନେ ଅତିରିକ୍ତ ଆଧାର କାର୍ଡ଼ ହାତେଇଛନ୍ତି।
ଏହି ପଦକ୍ଷେପ ଏହା ନିଶ୍ଚିତ କରିବା ପାଇଁ ନିଆଯାଇଛି ଯେ, ରାଜ୍ୟରେ ଯେପରି କୌଣସି ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀ ଆଧାର କାର୍ଡ଼ ପାଇବେ ନାହିଁ। ଯଦିଓ ରାଜ୍ୟର ଚା' ବଗିଚାରେ କାମ କରୁଥିବା ଶ୍ରମିକ ସମ୍ପ୍ରଦାୟ ଏବଂ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଆଧାର କାର୍ଡ ଜାରି ରହିବ, ଯେଉଁମାନଙ୍କ ମଧ୍ୟରୁ ଅନେକ ଏପର୍ଯ୍ୟନ୍ତ ସେଗୁଡ଼ିକୁ ପାଇନାହାଁନ୍ତି।
ଏହି ନିଷେଧାଦେଶ ଆସନ୍ତା ୨୦୨୭ ଅପ୍ରେଲ ପହିଲାରୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ। ସେହି ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ଏହି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଆଧାର କାର୍ଡ଼ ଜାରି କରାଯିବ ନାହିଁ। ହେଲେ ୧୮ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ଆଧାର କାର୍ଡ଼ ପ୍ରଦାନ କରିବା ଜାରି ରହିବ।
ରାଜ୍ୟ ସରକାରଙ୍କ ଅଧିକାରୀଙ୍କ କହିବା କଥା ଯେ ଏହି ପଦକ୍ଷେପ କେବଳ ଏଥିପାଇଁ ନିଆଯାଇଛି, ଯାହା ଦ୍ୱାରା ଯୋଗ୍ୟ ବାସିନ୍ଦାଙ୍କୁ ପରିଚୟ ଡାଟାବେସ ମଧ୍ୟରେ ଅନ୍ତର୍ଭୂକ୍ତ କରାଯାଇ ପାରିବ। ରାଜ୍ୟ କ୍ୟାବିନେଟ୍ ଯାଞ୍ଚ ଆବଶ୍ୟକ କରୁଥିବା ମାମଲାର ତଦନ୍ତ ଏବଂ ଅନୁମୋଦନ କରିବାର ଦାୟିତ୍ୱ ଜିଲ୍ଲପାଳଙ୍କ ହାତରେ ନ୍ୟସ୍ତ କରିଛି। ଅଧିକାରୀ କହିଛନ୍ତି ଯେ ଏହା ଦ୍ୱାରା ଉତ୍ତରଦାୟିତ୍ୱ ବୃଦ୍ଧି ହେବା ସହ ଏବଂ ଆଧାର ଏନରୋଲମେଣ୍ଟ କରିବାର ତଦାରଖ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ।
ଏହା ସହ ପଢନ୍ତୁ: ମିଳିଲା କ୍ୟାବିନେଟ୍ ମଞ୍ଜୁରୀ; ଆସାମରେ ଲାଗୁ ହେବ ୟୁସିସି
ରାଜ୍ୟ ସରକାର ଆଧାର କାର୍ଡ ପ୍ରଦାନ କରିବାରେ ସତର୍କତା ମୂଳକ ଅତ୍ୟନ୍ତ କଠୋର ପଦକ୍ଷେପ ନେବେ। ଯାହା ଦ୍ୱାରା ଅବୈଦ ଆଧାର କାର୍ଡ଼ ହାତେଇବା କଷ୍ଟକର ହୋଇଯିବ। ଗତ ବର୍ଷ ଆସାମ ସରକାର ବାଂଲାଦେଶରୁ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ପ୍ରୟାସ ସ୍ୱରୂପ ବୟସ୍କ ବ୍ୟକ୍ତିଙ୍କୁ ଆଧାର କାର୍ଡ ପ୍ରଦାନ କରିବା ପାଇଁ କଠୋର ନିୟମ କାର୍ଯ୍ୟକାରୀ କରିବା ଉପରେ ବିଚାର କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Assam adult identification card rulesHimanta Biswa Sarma identification card announcementStrict verification for identification cards in AssamAssam crackdown on illegal infiltrationIdentification card application over 18 AssamAssam CM tough stance on illegal migrantsNew document verification rules in AssamStrict screening for adult identification cardsAssam government measures to curb infiltrationIdentification card eligibility rules Assam updates