Videos
|
National

Ayodhya SIT Latest Update / ଟ୍ରଷ୍ଟ ସଦସ୍ୟଙ୍କୁ ଏସଆଇଟି ନିର୍ଦ୍ଦେଶ; 'ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଛାଡି଼ବେ ନାହିଁ ଅଯୋଧ୍ୟା'

Subhramjit Ray
Browse all articles by Subhramjit Ray
·1 month ago·2 min read
ଟ୍ରଷ୍ଟ ସଦସ୍ୟଙ୍କୁ ଏସଆଇଟି ନିର୍ଦ୍ଦେଶ; 'ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଛାଡି଼ବେ ନାହିଁ ଅଯୋଧ୍ୟା'
Ayodhya SIT Latest Update

Key Points

ଯାାଞ୍ଚ ପ୍ରକ୍ରୟା ଶେଷ ନହେବା ପର୍ଯ୍ୟନ୍ତ ଅଯୋଧ୍ୟା ଛାଡ଼ି ନଯିବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି ଏସଆଇଟି।
Ayodhya SIT order to trust members: ଅଯୋଧ୍ୟା ରାମ ମନ୍ଦିରକୁ ମିଳିଥିବା ପାଣ୍ଠିରେ ହୋଇଥିବା କଥିତ ହେରାଫେରା ଘଟଣାର ତଦନ୍ତ କରୁଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)। ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀ ଏବଂ ମନ୍ଦିର ସହ ଜଡ଼ିତ ଅନ୍ୟ ଲୋକଙ୍କୁ ଅଯୋଧ୍ୟା ଛାଡି଼ ନଯିବାକୁ ନିର୍ଦ୍ଦେଶ ଦେଇଛି। ମନ୍ଦିର ସୂତ୍ର ଅନୁଯାୟୀ ରବିବାର ଲକ୍ଷ୍ନୌ ଯିବା ପୂର୍ବରୁ ୩ ସଦସ୍ୟ ବିଶିଷ୍ଟ ଏସଆଇଟି ଏହି ନିର୍ଦ୍ଦେଶ ଜାରି କରିଛି।

ମନ୍ଦିର ସୂତ୍ର ଅନୁଯାୟୀ, ତଦନ୍ତ ସହିତ ଜଡି଼ତ ଦୈନିକ ରିପୋର୍ଟ, ଯେଉଁଥିରେ ଟ୍ରଷ୍ଟ ଅଧିକାରୀ ଏବଂ ତଦନ୍ତ ପରିସରରେ ଥିବା ଅନ୍ୟ ଲୋକଙ୍କୁ ହୋଇଥିବା ଜେରାରୁ ମିଳିଥିବା ସୂଚନାକୁ, ଡିଜିଟାଲ ଭାବରେ ସଂରକ୍ଷିତ କରାଯାଇଛି। ଏହି ରିପୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିବା ପୂର୍ବରୁ ଚୂଡ଼ାନ୍ତ ରୂପ ଦିଆଯିବ। ଏହି ଘଟଣାରେ ଏସଆଇଟି ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହାର ରିପୋର୍ଟ ପଠାଇବ।

କ'ଣ ତଦନ୍ତ କରୁଛି ଏସଆଇଟି?

ପାଣ୍ଠି ହେରଫେର ଘଟଣାରେ ହେଉଥିବା ଏସଆଇଟି ତଦନ୍ତ, କେବଳ ପାଣ୍ଠିର କଥିତ ଆତ୍ମସାତ ପର୍ଯ୍ୟନ୍ତ ସୀମିତ ନାହିଁ। ବରଂ ବିଭିନ୍ନ ପର୍ଯ୍ୟାୟରେ ମନ୍ଦିର ଟ୍ରଷ୍ଟ ଦ୍ୱାରା ଜମି କ୍ରୟ ଏବଂ ମନ୍ଦିର ପାଇଁ ନିର୍ମାଣ ସାମଗ୍ରୀ କ୍ରୟ ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି। ସୂତ୍ର ଅନୁଯାୟୀ ଟ୍ରଷ୍ଟ ପ୍ରାୟ ୭୧ ଏକର ଜମି ବଜାର ମୂଲ୍ୟ ଠାରୁ ପ୍ରାୟ ୫୦୦ ରୁ ୮୦୦ ପ୍ରତିଶତ ଅଧିକ ମୂଲ୍ୟରେ କିଣିଛି।

ଏହା ସହ ପଢନ୍ତୁ: ରାମ ମନ୍ଦିରକୁ ମିଳୁଥିବା କୋଟି କୋଟି ଟଙ୍କାର ଦାନକୁ କ'ଣ କରାଯାଏ? କିଏ ରଖିଥାନ୍ତି ଏହାର ହିସାବ

ଏପର୍ଯ୍ୟନ୍ତ ତଦନ୍ତରୁ କ'ଣ ଜଣାପଡ଼ିଛି?
ଏସଆଇଟି ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଯାଇଥିବା ସୁନା, ରୂପା ଅଳଙ୍କାର, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥର ରେକର୍ଡ଼ରେ ଅନିୟମିତତା ହୋଇଥିବାର ଜଣାପଡ଼ିଛି। ସୂତ୍ର ଅନୁଯାୟୀ ଟ୍ରଷ୍ଟ ଅଧିକାରୀ ସୁନା, ରୂପା, ଅନ୍ୟାନ୍ୟ ଅଳଙ୍କାର ଏବଂ ମୂଲ୍ୟବାନ ପଥର ସମ୍ବନ୍ଧୀୟ ରେକର୍ଡ଼ ସମ୍ପର୍କରେ ତଦନ୍ତକାରୀ ଦଳକୁ ସନ୍ତୋଷଜନକ ଉତ୍ତର ଦେଇପାରି ନାହାଁନ୍ତି। ସୂତ୍ର ଅନୁଯାୟୀ କମ୍ଭମେଳା ସମୟରେ ସବୁଠାରୁ ବଡ଼ ଅନିୟମିତତା ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଥିଲା। ଯେତେବେଳେ ପ୍ରାୟ ସ୨ ମାସ ଧରି ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଭକ୍ତ ମନ୍ଦିର ପରିଦର୍ଶନ କରୁଥିଲେ, ସେତେବେଳେ ୨ ଘଣ୍ଟା ମଧ୍ୟରେ ଦାନ ବାକ୍ସ ଭକ୍ତଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଉଥିଲା।

ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ହେଉଛି ସବୁଠାରୁ ବଡ଼ ସମସ୍ୟା
ଡିଜିଟାଲ ପ୍ରମାଣ ସଂଗ୍ରହ କରିବାରେ ଏସଆଇଟି ଏକ ବଡ଼ ସମସ୍ୟାର ସାମ୍ନା କରୁଛି। ଶନିବାର ଖବର ଆସିଥିଲା ଯେ ରାମ ମନ୍ଦିର ପରିସରରେ ଲଗାଯାଇ ସିସିଟିଭି ଫୁଟେଜ୍ କେବଳ ୪୫ ଦିନ ପାଇଁ ସଂରକ୍ଷିତ କରି ରଖାଯାଏ। ଏହା ପରେ ଭିଡ଼ିଓ ଫୁଟେଜ ରେକର୍ଡି଼ଂ ସ୍ୱୟଂଚାଳିତ ଭାବରେ ଡିଲିଟ୍ ହୋଇଯାଏ। ଏବେ ଏହା ଦ୍ୱାରା ଏସଆଇଟି ପାଇଁ ପୁରୁଣା ଭିଡି଼ଓ ଫୁଟେଜ ଫେରି ପାଇବା କଷ୍ଟସାଧ୍ୟ ହୋଇଯାଇଛି।

ଏହା ସହ ପଢନ୍ତୁ: ଅଯୋଧ୍ୟା ରାମ ମନ୍ଦିରକୁ ମିଳେ କେତେ ଦାନ? ଟ୍ରଷ୍ଟ ସଚିବ କହିଲେ ପରିମାଣ

ଏହାର ବ୍ୟାକଅପ୍ ସିଷ୍ଟମ କେବଳ ସମାନ ୪୫ ଦିନ ପାଇଁ ସେହି ଭିଡ଼ିଓ ରେକର୍ଡିଂ ସଂରକ୍ଷିତ କରିଥାଏ। ଯାହାର ଫଳସ୍ୱରୂପ ଏସଆଇଟି ପୂର୍ବ ମାସ କିମ୍ବା ପୁରୁଣା ଭିଡିଓ ଦେଖି ପାରୁନାହିଁ। ଯାହା ଦ୍ୱାରା କଥିତ ଆତ୍ମସାତ କେବେ ଆରମ୍ଭ ହୋଇଥିଲା ଏବଂ ଏହା କେତେ ଦିନ ଧରି ଚାଲିଥିଲା ତାହା ଜାଣିବା କଷ୍ଟକର ହୋଇପଡୁଛି। କେବଳ ସେତିକି ନୁହେଁ ସିସିଟିଭି ଫୁଟେଜ୍ ବଦଳା ଯାଇଥିବାର ଏପରିକି ଏହାକୁ ଡିଲିଟ୍ କରାଯାଇଥିବା ମଧ୍ୟ କୁହାଯାଉଛି। ଏସଆଇଟି ବର୍ତ୍ତମାନ ଏହି ପୁରୁଣା ଭିଡ଼ିଓ ଫୁଟେଜ ଫେରିପାଇବା ପାଇଁ ପ୍ରୟାସ ଜାରି ରଖିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ram Mandir Donation Theft: SIT Orders Trust Officials Not to Leave Ayodhya | Argus News