Calcutta High Court Bakrid case / ଅଦାଲତରେ ପହଞ୍ଚିଲା ବକ୍ରି ଇଦ୍ ମାମଲା; କ'ଣ କହିଲେ ହାଇକୋର୍ଟ?
·1 hour ago·3 min read

Key Points
ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେବାରେ ଲାଗିଛି। ଏହି ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନିଷ୍ପତ୍ତି ସରକାରଙ୍କୁ ହାଇକୋର୍ଟକୁ ନେଇଯାଇଥିଲା। ହେଲେ ହାଇକୋର୍ଟ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।
West Bengal cattle slaughter rules: ପଶ୍ଚିମବଙ୍ଗରେ ବହୁ ଚର୍ଚ୍ଚିତ ବକ୍ରି ଇଦ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କଲିକତା ହାଇକୋର୍ଟ। ଏହି ମାମଲା ସେତେବେଳେ କୋର୍ଚ୍ କୁ ଯାଇଥିଲା ଯେତେବେଳେ ପଶ୍ଚିମବଙ୍ଗ ସରକାର ୧୯୫୦ ମସିହାର ଏକ ଆଇନକୁ ଲାଗୁ କରିବାକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହାକୁ ନେଇ ସରଗରମ ହୋଇଉଠିଥିଲା ରାଜନୀତି। ସଦ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ରାଜ୍ୟରେ ପଶୁ ହତ୍ୟା ଏବଂ ଗୋବଂଶ ବଳି ସମ୍ପର୍କରେ କଠୋର ନୂତନ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏପରିକି ସରକାର ୧୯୫୦ ପଶୁ ହତ୍ୟା ନିୟନ୍ତ୍ରଣ ଆଇନକୁ ମଧ୍ୟ ରାଜ୍ୟରେ କଡ଼ାକଡ଼ି ଭାବରେ ଲାଗୁ କରିଥିଲେ।
ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଏବେ ସରକାରୀ ପଶୁଚିକିତ୍ସକଙ୍କ ଲିଖିତ ଏବଂ ଫିଟନେସ୍ ସାର୍ଟିଫିକେଟ ବିନା ଯେକୌଣସି ଗାଈ କିମ୍ବା ମଇଁଷିକୁ ବଦ୍ଧ କରିବାକୁ ନିଷେଧ କରିଥାଏ। କେବଳ ଯଦି କୌଣସି ଗାଈ କିମ୍ବା ମଇଁଷି ୧୪ ବର୍ଷରୁ ଅଧିକ ବୟସର କିମ୍ବା ଶାରୀରିକ ଭାବରେ ଅକ୍ଷମ ହୋଇଥାନ୍ତି, ତାହେଲେ ସେମାନଙ୍କ ବଦ୍ଧ କରାଯାଇ ପାରିବ। ହେଲେ ସାର୍ବଜନୀନ ସ୍ଥାନରେ ପଶୁ ବଦ୍ଧ କରିବା ଉପରେ ନିଷେଧାଦେଶ ଜାରି ହୋଇଛି। ହେଲେ ଏହା ବିରୋଧରେ ପ୍ରବଳ ପ୍ରତିବାଦ ସ୍ୱର ଶୁଣିବାକୁ ମିଳିଛି। ଏହି ମାମଲା କୋଲକାତା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛି। ହେଲେ ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇବା ସହ କୌଣସି ପ୍ରକାରର ନିଷେଧାଦେଶ ଲଗାଇବାକୁ ମନା କରି ଦେଇଛନ୍ତି।
ଏହା ସହ ପଢନ୍ତୁ: ବଙ୍ଗରୁ ଦେଶାନ୍ତର ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀ; ନିର୍ମିତ ହେବ 'ହୋଲ୍ଡିଂ ସେଣ୍ଟର'
ଏହି ମାମଲାର ବିତାର କରି କ'ଣ କହିଲେ ହାଇକୋର୍ଟ?
ବକ୍ରି ଇଦ୍ ଅବସରରେ ଖୋଲା ସ୍ଥାନରେ ପଶୁ ବଦ୍ଧ କରିବାକୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ୍ ରେ ଦାଖଲ ହୋଇଥିଲା ଏକ ମାମଲା। ଏହି ମାମଲାର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଗତ ମେ ୧୩ ତାରିଖରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ନୂଆ ନୁହେଁ। ବରଂ ଏହା କେବଳ ୨୦୧୮ରେ କୋର୍ଟ ଦେଇଥିବା ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥାଏ। ଏନେଇ ହାଇକୋର୍ଟ କହିଛନ୍ତି ଯେ ବକ୍ରି ଇଦ୍ ଅବସରରେ କୌଣସି ଜୀବଜନ୍ତୁଙ୍କ ବଦ୍ଧ ଇସଲାମର ଏକ ଅତ୍ୟାବଶ୍ୟକୀୟ ଅଂଶ ନୁହେଁ। ହାଇକୋର୍ଟ ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି (ହନିଫ୍ କ୍ୟୁରେସି ମାମଲା) ଉପରେ ଆଧାର କରି ଏହି ମତକୁ ପୁନର୍ବାର ଦୋହରାଇଛନ୍ତି। ରାଜ୍ୟ ସରକାରଙ୍କୁ ଏହାକୁ ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସୁଜୋୟ ପାଲ ଏବଂ ପାର୍ଥ ସାରଥୀ ସେନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସାର୍ବଜନୀନ ସ୍ଥାନରେ ଯେକୌଣସି ପଶୁ (ଗାଈ ଏବଂ ମଇଁଷି ସମେତ) ହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ।
କିଏ ଦାଏର କରିଥିଲେ ଏହି ମାମଲା?
ଆବେଦନକାରୀଙ୍କ ମଧ୍ୟରେ ଟିଏମସି ବିଧାୟକ ଅଖରୁଜମାନ ଏବଂ କିଛି ମୁସଲିମ ସଙ୍ଗଠନର ପ୍ରତିନିଧିଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ପଶୁ ବଦ୍ଧ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ବକ୍ରୀ ଇଦ୍ ଅବସରରେ ହେଉଥିବା "କୁର୍ବାନୀ" (ପଶୁ ବଦ୍ଧ) ପ୍ରଥା ପ୍ରାୟତଃ ଅସମ୍ଭବ କରିଦେବ। ଏହା ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବ। ବରିଷ୍ଠ ଓକିଲ ଶାଦାନ ଫରାସତ ବକ୍ରୀ ଇଦ୍ ଅବସରରେ ଛାଡ ଦେବାକୁ ଅନୁରୋଧ କରିଥିଲେ।
ଏହା ସହିତ ପଢନ୍ତୁ: ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...
ସାଉଦି ଆରବରେ କ'ଣ ରହିଛି ନିୟମ?
"ମକ୍କା" ଏବଂ "ମଦିନା" ମୁସଲମାନଙ୍କ ପାଇଁ ପବିତ୍ର ଧାର୍ମିକ ସହର। ଉଭୟେ ସାଉଦି ଆରବରେ ଅବସ୍ଥିତ। ହେଲେ ତଥାପି ହଜ୍ ଯାତ୍ରୀଙ୍କ ବ୍ୟତୀତ ବହୁତ କମ୍ ଲୋକ ଜାଣନ୍ତି ଯେ କୋରୋନା ମହାମାରୀ ପର ଠାରୁ, ବକ୍ରୀ ଇଦ ଅବସରରେ ଓଟ ଏବଂ ଗାଈ ବଦ୍ଧ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏହି ପ୍ରତିବନ୍ଧକର ଏକମାତ୍ର କାରଣ ଥିଲା କରୋନା ଭାଇରସ୍ ବିରୋଧରେ ସୁରକ୍ଷା। ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଦୃଷ୍ଟିରୁ, ସାଉଦି ଆରବ ଖୋଲା ସ୍ଥାନରେ ଯେକୌଣସି ପ୍ରାଣୀଙ୍କୁ ବଦ୍ଧ କରିବା ଉପରେ ନିଷେଧାଦେଶ ଜାରି କରିଛି। ସ୍ପଷ୍ଟ ଭାବରେ ଏଠାରେ ବକ୍ରୀ ଇଦ୍ ଅବସରରେ ଗାଈ ଏବଂ ଓଟ ଆଦି ପଶୁଙ୍କ ବଦ୍ଧ ଉପରେ ନିଷେଧାଦେଶ ଜାରି ରହିଛି। ଦେଶ ନାଗରିକ ଯେପରି ସୁସ୍ଥ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ଖୋଲା ସ୍ଥାନରେ ଯେକୌଣସି ପଶୁଙ୍କ ବଳିଦାନ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ହେଲେ ତଥାପି ଭାରତରେ ଏପରି ନିଷ୍ପତ୍ତିକୁ ଏବେ ମଧ୍ୟ ଧର୍ମ ସହ ଯୋଡ଼ି ଦେଖାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Calcutta High Court Bakrid caseWest Bengal cattle slaughter rulesanimal sacrifice Saudi Arabia vs BengalCalcutta HC cow sacrifice rulingWest Bengal Animal Slaughter Control ActEid-ul-Adha cattle restrictions Bengalpublic animal sacrifice banCalcutta HC festival guidelinescow sacrifice in Islam court caseWhy cow sacrifice case reached Calcutta High CourtWest Bengal animal slaughter rules for Bakridanimal sacrifice guidelines in Saudi Arabia vs India