No Traffic Lights Country / ଭାରତରେ ଅସମ୍ଭବ, କିନ୍ତୁ ଏଠାରେ ସତ ! ବିନା ଟ୍ରାଫିକ୍ ଲାଇଟରେ ଚାଲେ ଦେଶ
·5 months ago·3 min read

Key Points
ନା ବାଜେ ହର୍ଣ୍ଣ ନା ଥାଏ ଜାମ୍
ଏହି ଦେଶ ବିନା ଟ୍ରାଫିକ୍ ଲାଇଟରେ ଚାଲେ
ଏହି ଦେଶ ବିନା ଟ୍ରାଫିକ୍ ଲାଇଟରେ ଚାଲେ
ସହର ହେଉ କି ଗାଁ, ଘରୁ ଗାଡ଼ି ନେଇ ବାହାରିବା ମାତ୍ରେ ହର୍ଣ୍ଣର କେଁ କାଁ ଶବ୍ଦ ବିରକ୍ତ କରେ । ମାତ୍ର ଭାରତ ଭଳି ଜନବହୁଳ ଦେଶରେ ଏହା ରହିବା ବି ସ୍ଵାଭାବିକ । ଏପରିକି ଆମ ଦେଶରେ ବିନା ଟ୍ରାଫିକ ଲାଇଟରେ ଗାଡ଼ି ଚଳାଚଳ ନିହାତି ଅସମ୍ଭବ କଥା । ପିଲାଟି ଦିନରୁ ପାଠ୍ୟ ପୁସ୍ତକରେ ଛୋଟ ପିଲାଙ୍କୁ ଟ୍ରାଫିକ୍ ଲାଇଟର ବିଭିନ୍ନ ରଙ୍ଗ ନାଲି, ସବୁଜ, କମଳା ବିଷୟରେ ପଢାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ଵରେ ଏପରି ଏକ ଦେଶ ଅଛି, ଯେଉଁଠି ଗୋଟିଏ ବି ଟ୍ରାଫିକ୍ ଲାଇଟ୍ ନାହିଁ । ଏହା ସତ୍ତ୍ଵେ ଏଠି ଗାଡ଼ି ଜାମର ସମସ୍ୟା ମଧ୍ୟ ହୋଇନଥାଏ ।
ଏହି ଦେଶରେ ହର୍ଣ୍ଣର ଶବ୍ଦ ଶୁଣାଯାଏ ନାହିଁ କି, ରାସ୍ତାରେ ଗାଡ଼ିର ଲାଇନ ଲାଗେ ନାହିଁ । ଟ୍ରାଫିକ୍ ଲାଇଟ୍ ବିନା ନିୟମ ମାନି ଲୋକେ ଏଠାରେ ଗାଡ଼ି ଚଲାନ୍ତି । ଏହି ଦେଶକୁ ଯିଏ ବି ଯାଏ, ସେ ରାସ୍ତାରେ ଟ୍ରାଫିକ୍ ଲାଇଟ୍ ନ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । ଏଠାରେ ଗାଡ଼ିର ହର୍ଣ୍ଣର କୌଣସି ଆବଶ୍ୟକତା ପଡ଼ୁନଥିବାରୁ ଶବ୍ଦ ପ୍ରଦୂଷଣ ମଧ୍ୟ ହୁଏ ନାହିଁ । ଯେଉଁମାନେ ଏକ ଶାନ୍ତ ପରିବେଶରେ ଭ୍ରମଣ କରିବାକୁ ଚାହାଁନ୍ତି, ସେମାନଙ୍କ ତାଲିକାରେ ଏହି ଦେଶଟି ରହିଥାଏ ।
ପଢନ୍ତୁ ଏହି ଖବର: ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍

- ବିନା ଟ୍ରାଫିକ୍ ଲାଇଟରେ ଚାଲେ ଏହି ଦେଶ
ପଢନ୍ତୁ ଏହି ଖବର: ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଭୁଟାନରେ ସଡ଼କ ନିୟମାବଳୀ କିପରି ?
- କାହିଁକି ନାହିଁ ଟ୍ରାଫିକ୍ ଲାଇଟ୍ ?
- କିପରି ଟ୍ରାଫିକ୍ ନିୟନ୍ତ୍ରଣ ହୁଏ ?
ପଢନ୍ତୁ ଏହି ଖବର: ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ
ଯେତେବେଳେ ପର୍ଯ୍ୟଟକମାନେ ଭୁଟାନ ଯାଇଥାନ୍ତି, ସେତେବେଳେ ସେଠାକାର ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ଭିଡ଼ ନିୟନ୍ତ୍ରଣ ଦୃଶ୍ୟ ଦେଖି ଆକର୍ଷିତ ହୋଇଥାନ୍ତି । ଏପରିକି ଅଧିକାଂଶ ଲୋକଙ୍କ ଲାଗି ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଭୁଟାନର ଜନସଂଖ୍ୟା କମ ଥିବାବେଳେ ଏଠାକାର ଗାଡ଼ି ସଂଖ୍ୟା ମଧ୍ୟ କମ । ଫଳରେ ଲୋକେ ଅତି ସହଜରେ ରାସ୍ତାରେ ଯାତାୟାତ କରିଥାନ୍ତି । ଏହାବ୍ୟତୀତ ଭୁଟାନ ନାଗରିକ ଗାଡ଼ିର ସର୍ବାଧିକ ବେଗକୁ ବି ଧ୍ୟାନରେ ରଖିଥାନ୍ତି । ଏଠାରେ ରାସ୍ତାରେ ଲୋକେ ୨୦ରୁ ୪୦ ସ୍ପିଡରେ ଯାତାୟାତ କରନ୍ତି ଏବଂ ଏଠାରେ ସର୍ବାଧିକ ଗାଡ଼ିର ବେଗ ୫୦ ରହିଥାଏ ।
Related Topics
Explore more stories