End of Syndicate Culture Bengal / ବଦଳିଲା ସରକାର; ବଙ୍ଗବାସୀ ପାଇବେ କେନ୍ଦ୍ରୀୟ ଯୋଜନାର ଫାଇଦା
·13 hours ago·3 min read

Key Points
କେନ୍ଦ୍ର ସରକାର ବଙ୍ଗରେ ଅଟକି ରହିଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଦ୍ଵାରା ଡବଲ-ଇଞ୍ଜିନ ସରକାରଙ୍କ ପ୍ରଭାବ ବଙ୍ଗବାସୀ ତୃଣମୂଳ ସ୍ତରରେ ଅନୁଭବ କରିପାରିବେ। ସେହିପରି କେନ୍ଦ୍ର ସରକାର ସେମାନଙ୍କର ଯୋଜନାର ପରିସରକୁ ବିସ୍ତାର କରି ଏବଂ ସେଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରି ମୋଦି ସରକାର ହିତାଧିକାରୀଙ୍କ ପରିସରକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
BJP Bengal Victory 2026: ଦୀର୍ଘ ୧୫ ବର୍ଷ ପରେ ପଶ୍ଚିମବଙ୍ଗରେ ବଦଳିଛି ସରକାର। ରାଜ୍ୟରେ ଯେ କେବଳ ସରକାର ବଦଳିଛି ତାହା ନୁହେଁ ବରଂ କେନ୍ଦ୍ରୀୟ ଯୋଜନା ଲାଗୁ କରିବା ପାଇଁ ପଥ ପରିଷ୍କାର ହୋଇଯାଇଛି। ରାଜ୍ୟରେ ଅଟକି ରହିଥିବା ବିଭିନ୍ନ ପ୍ରକଳ୍ପ ଏବଂ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଆରମ୍ଭ ହୋଇଯାଇଛି। ସୂତ୍ର ଅନୁଯାୟୀ କେନ୍ଦ୍ର ସରକାର ପ୍ରତ୍ୟେକ ମନ୍ତ୍ରଣାଳୟକୁ ମମତା ବାନାର୍ଜୀ ସରକାରଙ୍କ ଜିଦଖୋର ମନୋଭାବ ଯୋଗୁଁ ବିଗତ ୧୨ ବର୍ଷ ଧରି ଅଟକି ରହିଥିବା ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ଏକ ତାଲିକା ପ୍ରଦାନ କରିବାକୁ କହିଛନ୍ତି। ରାଜ୍ୟରେ ସରକାର ଗଠନ ହେବା ମାତ୍ରେ କେନ୍ଦ୍ରୀୟ ଯୋଜନା କିମ୍ବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରହିଥିବା ବାଧାକୁ ଦୂର କରିବା ପାଇଁ ଦ୍ରୁତ ଗତିରେ କାମ ଆରମ୍ଭ ହେବାକୁ ଯାଉଛି।
ଏହା ସହ ପଢନ୍ତୁ: ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ
ମନ୍ତ୍ରଣାଳୟରୁ ମଗାଗଲା ଅଟକି ରହିଥିବା ପ୍ରକଳ୍ପର ତାଲିକା
ସୂତ୍ର ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ସେ ପ୍ରତ୍ୟେକ ମନ୍ତ୍ରଣାଳୟରୁ ଅଟକି ରହିଥିବା ପ୍ରକଳ୍ପର ଏକ ତାଲିକା ଦେବାକୁ ସମ୍ବନ୍ଧିତ ମନ୍ତ୍ରଣାଳୟ କହିଛନ୍ତି। ପ୍ରତ୍ୟେକ ମନ୍ତ୍ରଣାଳୟ ବିବରଣୀ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟ କରିବାକୁ ନେଇ ରହିଥିବା ବାଧାକୁ ଦୂର କରିବା ପାଇଁ କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଯିବ।
ବିଗତ ୧୨ ବର୍ଷ ଧରି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାର ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସହ ମୁହାଁମୁହିଁ ହୋଇଥିଲେ। ୨୦୧୪ ପର ଠାରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ପଶ୍ଚିମବଙ୍ଗରେ ଅନେକ କେନ୍ଦ୍ରୀୟ ଯୋଜନା ଲାଗୁ ହୋଇନଥିଲା କିମ୍ବା ଏହାର ନାମ ପରିବର୍ତ୍ତନ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଦେବାକୁ ମନା କରି ଦେଇଥିଲେ ଟିଏମସି ସରକାର। ଏବେ କେନ୍ଦ୍ର ସରକାର ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରକଳ୍ପକୁ ଦ୍ରୁତ ଗତିରେ ସମାପ୍ତ କରିବାକୁ ଚାହୁଁଛି। ଏବେ ରାଜ୍ୟରେ ବିଜେପି ସରକାର ଗଠନ ହେବାକୁ ଯାଉଥିବାରୁ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି।
ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇନାହିଁ ଆୟୁଷ୍ମାନ ଭାରତ ଯୋଜନା
ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହୋଇନଥିବା କେନ୍ଦ୍ରୀୟ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ ହେଉଛି ଅନ୍ୟତମ। ଏହି ଯୋଜନା ଅଧିନରେ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଆୟୁଷ୍ମାନ ଭାରତ ଲାଗୁ ନକରିବାକୁ ନେଇ ସେତେବେଳେ ମମତା ବାନାର୍ଜୀ ଯୁକ୍ତି ଦର୍ଶାଇଥିଲେ ଯେ ଟିଏମସି ସରକାରଙ୍କ ନିଜସ୍ୱ ଯୋଜନା, "ସ୍ୱାସ୍ଥ୍ୟ ସାଥୀ" ପୂର୍ବରୁ ଉନ୍ନତ ସେବା ପ୍ରଦାନ କରୁଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ୬୦:୪୦ ପାଣ୍ଠି ଅଂଶକୁ ବିରୋଧ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କହି ସାରିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହୋଇସାରିବା ମାତ୍ରେ ରାଜ୍ୟର ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯିବ।
ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
ବଙ୍ଗ ଚାଷୀଙ୍କୁ ମିଳିନଥିଲା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ
ସେହିପରି ମମତା ବାନାର୍ଜୀଙ୍କ ସରକାର ଆରମ୍ଭରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରୁ ଦୂରେଇ ଯାଇଥିଲେ। ଏହି ଯୋଜନାରେ ଚାଷୀଙ୍କୁ ବର୍ଷସାରା ତିନୋଟି କିସ୍ତିରେ ପ୍ରତିମାସରେ ୬୦୦୦ ଟଙ୍କାର ସହାୟତା ମିଳିଥାଏ। ସେତେବଳେ ଟିଏମସି ସରକାର ନିଜସ୍ୱ "କୃଷକ ବନ୍ଧୁ" ଯୋଜନାକୁ ପ୍ରାଥମିକତା ଦେଉଥିଲେ। ହେଲେ ୨୦୨୧ ପରେ ରାଜନୈତିକ ଚାପ ବଢିବା କାରଣରୁ ଟିଏମସି ସରକାର ଆଂଶିକ ଭାବରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାକୁ ଗ୍ରହଣ କରିଥିଲେ। ହେଲେ ଏହି ଯୋଜନାର ହିତାଧିକାରୀ ଯାଞ୍ଚକୁ ନେଇ ଉଭୟ କେନ୍ଦ୍ର-ରାଜ୍ୟ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଜାରି ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଏହାକୁ ରାଜ୍ୟରେ ଶତ ପ୍ରତିଶତ କାର୍ଯ୍ୟକାରୀ କରିବେ। ପଶ୍ଚିମବଙ୍ଗରେ "ଭିବିଜି ରାମ ଜୀ" ଯୋଜନାକୁ କାର୍ଯ୍ୟ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ବ୍ୟାପକ ଅନିୟମିତତା ଯୋଗୁଁ କେନ୍ଦ୍ର ସରକାର ମନରେଗା ପାଣ୍ଠି ବନ୍ଦ କରିଦେଇଥିଲେ। ମମତା ସରକାର ଯଦିଓ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସହ ମୁହାମୁହିଁ ହେବାକୁ ପଛାଇନଥିଲା ଟିଏମସି ସରକାର।
ମମତା ବାନାର୍ଜୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ବଦଳାଇ ଏହାର ନାମ 'ବାଂଲା ଆବାସ ଯୋଜନା' ରଖିଥିଲେ। ଏହା ବ୍ୟତୀତ ଏଥିରେ ଅନେକ ଅନିୟମିତତା ହୋଇଥିବାର ଦେଖିବାକୁ ମିଳିଥିଲା। ଏହି କାରଣରୁ କେନ୍ଦ୍ର ସରକାର ଗତ ୨୦୨୨ ରୁ ଏଥିପାଇଁ ପାଣ୍ଠି ବନ୍ଦ କରିଦେଇଥିଲେ। ବର୍ତ୍ତମାନ ଏହାକୁ ପୁନଃର୍ବାର ରାଜ୍ୟରେ କାର୍ଯ୍ୟକାରୀ କରାଯିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
End of Syndicate Culture BengalBJP Bengal Victory 2026Suvendu Adhikari CM BengalAyushman Bharat West Bengal ImplementationCentral Schemes in Bengal 2026Sonar Bangla Vision DocumentPM Awas Yojana West Bengal7th Pay Commission West BengalDA dues clearance Bengal 45 daysPM Kisan Samman Nidhi DBT BengalMatua Community Welfare SchemesUCC Implementation West BengalWest Bengal Infrastructure Projects 2026Nari Surokha Squads Bengal"List of central schemes blocked by TMC now active in Bengal""Suvendu Adhikari's first cabinet decisions 2026"