Delhi Metro New Record / ରେକର୍ଡ଼ ଭାଙ୍ଗିଲା ଦିଲ୍ଲୀ ମେଟ୍ରୋ; ପଛରେ ପଡ଼ିଗଲେ ନ୍ୟୁୟର୍କ, ପ୍ୟାରିସ, ହଂକଂ
·2 weeks ago·3 min read

Key Points
ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସମୟାନୁବର୍ତ୍ତୀତା ଏବଂ ବିଶ୍ୱସନୀୟତା ଦୃଷ୍ଟିରୁ ନ୍ୟୁୟର୍କ ସବୱେ, ପ୍ୟାରିସ ଏବଂ ହଂକଂ ଭଳି ବିଶ୍ୱର ଅଗ୍ରଣୀ ମେଟ୍ରୋ ନେଟୱାର୍କ୍କୁ ପଛରେ ପକାଇ ଦେଇଛି।
Delhi Metro World Record: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଦିଲ୍ଲୀର ଜୀବନରେଖା କୁହାଯାଉଥିବା ଦିଲ୍ଲୀ ମେଟ୍ରୋ ଏକ ବିଶ୍ୱ ସ୍ତରୀୟ ରେକର୍ଡ଼ ହାସଲ କରିଛି। ସମୟାନୁବର୍ତ୍ତୀତା ଏବଂ କାର୍ଯ୍ୟକ୍ଷମ ନିର୍ଭରଯୋଗ୍ୟତା ଦୃଷ୍ଟିରୁ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ହଂକଂ ମେଟ୍ରୋ, ପ୍ୟାରିସ ମେଟ୍ରୋ ଏବଂ ନ୍ୟୁୟର୍କ ସବୱେ ଭଳି ଦଶନ୍ଧି ପୁରୁଣା ଏବଂ ପ୍ରତିଷ୍ଠିତ ମେଟ୍ରୋ ନେଟୱାର୍କ୍କୁ ପଛରେ ପକାଇ ଦେଇଛି।
ଏହି ସଫଳତା ମଧ୍ୟ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଅଧିକାଂଶ ବିଶ୍ୱସ୍ତରୀୟ ମେଟ୍ରୋ ଆନୁଷ୍ଠାନିକ ଭାବରେ କିଛି ମିନିଟ୍ ବିଳମ୍ବକୁ ବିଚାରକୁ ନିଅନ୍ତି ନାହିଁ। ହେଲେ ଠିକ ଏହାର ବିପରୀତ ବିପରୀତରେ, ଦିଲ୍ଲୀ ମେଟ୍ରୋ ଦ୍ୱାରା ପରିଚାଳିତ କୌଣସି ଏକ ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ୫୯ ସେକେଣ୍ଡ ବିଳମ୍ବରେ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚେ ତାହେଲେ ଏହାକୁ ବିଳମ୍ବ ବୋଲି ବିବେଚନା କରାଯାଏ।
ଏହା ସହ ପଢନ୍ତୁ: ମେଟ୍ରୋ ବ୍ରିଜ୍ ପାଇଁ ଚର୍ଚ୍ଚାରେ ଡିଏମଆରସି; ଏକ୍ସପ୍ରେସୱେ ବିନା ବନ୍ଦ କରି ହେଲା ନିର୍ମାଣ
୯୯.୯୫% ସମୟାନୁବର୍ତ୍ତୀତାର ରେକର୍ଡ
ସାଧାରଣତଃ, ଏକ ମେଟ୍ରୋ ନେଟୱାର୍କ ବିସ୍ତାର ହେବା ସହିତ, ଏହାର ରକ୍ଷଣାବେକ୍ଷଣ ଚ୍ୟାଲେଞ୍ଜ ବୃଦ୍ଧି ପାଏ। ଯାହା ସମୟାନୁବର୍ତ୍ତୀତାକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ। ହେଲେ ଦିଲ୍ଲୀ ମେଟ୍ରୋ ଏହାର ୨୩ ବର୍ଷରୁ ଅଧିକ କାର୍ଯ୍ୟକ୍ଷମ ଇତିହାସରେ ଏହି ଧାରଣାକୁ ଭୁଲ ବୋଲି ପ୍ରମାଣିତ କରିଛି। ଗତ ୨୦୦୩ ମସିହାରେ, ଦିଲ୍ଲୀ ମେଟ୍ରୋ ସମୟାନୁବର୍ତ୍ତୀତା ୯୮.୨୭% ରହିଥିଲା। ଯାହା ୨୦୦୫ ସୁଦ୍ଧା ୯୯.୬୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ପ୍ରତିଷ୍ଠା ହେବାର ମାତ୍ର ୨ ବର୍ଷ ମଧ୍ୟରେ, ଡିଏମଆରସି (DMRC) ୯୯ ପ୍ରତିଶତରୁ ଅଧିକ ସମୟାନୁବର୍ତ୍ତୀତା ହାସଲ କରି ପାଇଁ ବିଶ୍ୱରେ ଏକ ବିରଳ ମେଟ୍ରୋ ନେଟୱାର୍କ ପାଲଟିଛି। ଏହା ବ୍ୟତୀତ, ନିରନ୍ତର ଉଚ୍ଚ ମାନଦଣ୍ଡ ବଜାୟ ରଖି, ଦିଲ୍ଲୀ ମେଟ୍ରୋ ଚଳିତ ବର୍ଷ ପର୍ଯ୍ୟନ୍ତ ୯୯.୯୫% ସମୟାନୁବର୍ତ୍ତୀତା ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟସ୍ତବବହୁଳ କରିଡର ଠାରେ ଟ୍ରେନ ମଧ୍ୟରେ ବିଳମ୍ବ ୭ ମିନିଟ୍ରୁ ମାତ୍ର ୨ ମିନିଟ୍ ୧୮ ସେକେଣ୍ଡକୁ ହ୍ରାସ ପାଇଛି।
ବୈଶ୍ୱିକ ରାଙ୍କିଂ କ୍ଷେତ୍ରର ଶୀର୍ଷରେ ଅନ୍ତର୍ଭୂକ୍ତ ରହିଛି ଏହି ମେଟ୍ରୋ
ବିଶ୍ୱବ୍ୟାପୀ ୪୫ ପ୍ରମୁଖ ମେଟ୍ରୋ ଗୋଷ୍ଠୀ, COMET ଦ୍ୱାରା ପରିଚାଳିତ ଏକ ଆନ୍ତର୍ଜାତୀୟ ମାନଦଣ୍ଡରେ, ଦିଲ୍ଲୀ ମେଟ୍ରୋ ନିରନ୍ତର ଭାବରେ ବିଶ୍ୱର ଶୀର୍ଷ ୫ ସବୁଠାରୁ ନିର୍ଭରଯୋଗ୍ୟ ମେଟ୍ରୋ ସେବା ମଧ୍ୟରେ ସ୍ଥାନ ପାଇଛି। ଦିଲ୍ଲୀ ମେଟ୍ରୋ ୨.୭୨ ମିଲିୟନ୍ କାର୍ କିଲୋମିଟର ମଧ୍ୟରେ Mean Distance Between Failures ହାସଲ କରିଛି। ଏହି ସଂଖ୍ୟା ଦର୍ଶାଉଛି ଯେ ଟ୍ରେନ ଯାନ୍ତ୍ରିକ ତ୍ରୁଟି କିମ୍ବା ସେବା ବାଧାପ୍ରାପ୍ତ ହେବା ପୂର୍ବରୁ ହାରାହାରି ୨.୭୨ ମିଲିୟନ୍ କିଲୋମିଟରର ରେକର୍ଡ଼ ଦୂରତା ଅତିକ୍ରମ କରି ସଫଳତାର ସହ କାର୍ଯ୍ୟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଯାତ୍ରୀ ପରିବହନରେ ରେକର୍ଡ଼ ଭାଙ୍ଗିଲା ଦିଲ୍ଲୀ ମେଟ୍ରୋ
ଶାହଦରାରୁ ୮୧ ଲକ୍ଷ ଯାତ୍ରୀଙ୍କ ପର୍ଯ୍ୟନ୍ତ ଐତିହାସିକ ଯାତ୍ରା
୨୦୨୨ ଡିସେମ୍ବର ୨୫ ତାରିଖରେ ଶାହଦରା ଏବଂ ତିସ୍ ହଜାରୀ ମଧ୍ୟରେ ମାତ୍ର ୬ ଷ୍ଟେସନ ଏବଂ ୮.୪ କିଲୋମିଟର ସହିତ ଦିଲ୍ଲୀ ମେଟ୍ରୋ ଏହାର ଯାତ୍ରା ଆରମ୍ଭ କରିଥିଲା। ଯାହା ଏବେ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ରାଜଧାନ ଦିଲ୍ଲୀ (National Capital Territory) ସମେତ ଏହା ସଂଲଗ୍ନ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ (National Capital Region) ଡିଏମଆରସି ମେଟ୍ରୋ ନେଟୱାର୍କ (DMRC Metro Network) ୧୨ ଲାଇନ, ୩୦୩ ଷ୍ଟେସନ ଏବଂ ୪୧୬ ୫ କିଲୋମିଟର, ୩୧ ଇଣ୍ଟରଚେଞ୍ଜ ଷ୍ଟେସନ (DMRC Interchange station) ସହିତ ବିସ୍ତାରିତ। ୨୦୨୫ ଅଗଷ୍ଟରେ ଗୋଟିଏ ଦିନରେ ପ୍ରାୟ ୮୧.୮୭ ଯାତ୍ରୀ ଯାତ୍ରା କରି ଏକ ସର୍ବକାଳୀନ ରେକର୍ଡ଼ ସ୍ଥାପନ କରିଥିଲା। ଏହା ବ୍ୟତୀତ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ପ୍ରତିଦିନ ହାରାହାରି ଭାବରେ ୬୪ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ କରୁଛି। ଯାହା ସୁରକ୍ଷିତ ଏବଂ ସମୟାନୁବର୍ତ୍ତୀ ଯାତ୍ରା ସୁନିଶ୍ଚିତ କରୁଛି। ବିଶ୍ୱସ୍ତରୀୟ କାର୍ଯ୍ୟ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସମୟାନୁବର୍ତ୍ତୀତା ସହିତ, ଦିଲ୍ଲୀ ମେଟ୍ରୋ କେବଳ ଦେଶରେ ସହରାଞ୍ଚଳ ପରିବହନକୁ ପରିବର୍ତ୍ତନ କରିନାହିଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାର ଉତ୍କର୍ଷତା ପ୍ରତିଷ୍ଠା କରିଛି।

Related Topics
Explore more stories