|
logo
Live

Argus News - ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ

National

FASTag New Rules 2026 April / ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ
FASTag New Rules 2026 April 10

Key Points

ଚୋଲ୍ ପ୍ଲାଜାରେ ନଗଦ କାରାବାରକୁ ରୋକିବା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି NHAI। ଦେଶର ବିଭିନ୍ନ ଜାତୀୟ ରାଜପଥରେ ମଲ୍ଟି-ଲେନ୍ ଫ୍ରି-ଫ୍ଲୋ ଟୋଲିଂ (Multi Lane Free Flow Tolling), ଯାହାକୁ ବାଧାମୁକ୍ତ କିମ୍ବା ଖୋଲା ରାସ୍ତା ଟୋଲିଂ କୁହାଯାଏ, ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଉଛି।
FASTag New Rules 2026 April 10: ଆସନ୍ତା ୧୦ ତାରିଖରୁ ବଦଳିଯିବ ଜାତୀୟ ରାଜପଥରେ ଯାତ୍ରା ନିୟମ। ଟୋଲ୍ ପ୍ଲାଜାରେ ଖୁଚୁରା ପାଇଁ ଆଉ ଯାତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଆସନ୍ତା ୧୦ ତାରିଖରୁ କୌଣସି ଜାତୀୟ ରାଜପଥର ଟୋଲ୍ ପ୍ଲାଜାରେ ନଗଦ ଟଙ୍କା ଗ୍ରହଣ କରାଯିବ ନାହିଁ। ରାଷ୍ଟ୍ରୀୟ ରାଜମାର୍ଗରେ ଯାତ୍ରା କରିବାକୁ ହେଲେ ଦେୟ ପାଇଁ କେବଳ ଫାସଟ୍ୟାଗ୍ (FASTag) କିମ୍ବା ୟୁପିଆଇ (UPI) ବ୍ୟବହାର କରାଯିବ।

ଏନେଇ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ କୁହାଯାଇଛି ଡିଜିଟାଲ ଦେୟ ବ୍ୟବସ୍ଥା (Digital Payment System) ଲାଗୁ କରିବା ଦ୍ୱାରା ଧାଡ଼ି ସମସ୍ୟା ଶେଷ ହୋଇଯିବ। ପୂର୍ବରୁ ଯାତ୍ରା ବେଳେ ନଗଦ ଟଙ୍କା କିମ୍ବା ଖୁଚୁରା ପାଇଁ ଗାଡ଼ି ଚାଳକଙ୍କ ଲମ୍ବା ଧାଡି଼ ଦେଖିବାକୁ ମିଳୁଥିଲା। ଏହି ସମସ୍ୟା ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ଦିଲ୍ଲୀ-ମୁମ୍ବାଇ-ଚେନ୍ନାଇ-କୋଲକାତା ସହରକୁ ଯୋଡୁଥିବା ସ୍ୱର୍ଣ୍ଣ ଚତୁର୍ଭୁଜ ରାଜମାର୍ଗରେ ଦୈନିକ ଦେଖିବାକୁ ମିଳୁଥିଲା।

ଯଦି ଆପଣଙ୍କର FASTag ନାହିଁ ତାହେଲେ କ'ଣ ହେବ?
ବୈଧ FASTag ନଥିବା ଗାଡ଼ି ଚାଳକଙ୍କୁ ସିଧାସଳଖ ଅଟକାଇ ଦିଆଯିବ ନାହିଁ। ବରଂ ସେମାନେ ଏଥିପାଇଁ ଦେୟ ଦେବେ। UPI ଏକ ବିକଳ୍ପ ଭାବରେ ଉପଲବ୍ଧ ହେବ। ହେଲେ ସାଧାରଣ ଟୋଲ୍ ଦରରେ ୧.୨୫ ଗୁଣ ଅଧିକ ଟୋଲ୍ ଫି (NH Toll Fee) ଆଦାୟ କରାଯିବ। ଯେଉଁମାନେ ଡିଜିଟାଲ୍ ଦେୟ (Digital Payment) ଦେବାକୁ ମନା କରନ୍ତି ସେମାନେ ଜାତୀୟ ରାଜପଥ ଫି ନିୟମ ୨୦୦୮ (National Highways Fee Rules 2008), ଧାରା ୧୪ ର ସାମ୍ନା କରନ୍ତି, ତାହେଲେ ଏହି ନିୟମ ଅନୁଯାୟୀ ବିଭାଗୀୟ କର୍ତ୍ତୃପକ୍ଷ ଜାତୀୟ ରାଜପଥର ସେହି ଭାଗରେ କୌଣସି ଚାଳକଙ୍କୁ ପ୍ରବେଶ କରିବାକୁ ମନା କରିପାରିବେ। ଅନାଦେୟ ଟୋଲ୍ (Unpaid Toll Fee) ପାଇଁ ଏକ ଇ-ନୋଟିସ୍ (NHAI e-Notice for Toll Fee) ଜାରି କରାଯିବ। ଯଦି ଏହି ନୋଟିସ୍ ଜାରି ହେବାର ୩ ଦିନ ମଧ୍ୟରେ ଟୋଲ୍ ଫି ଦେୟ ପ୍ରଦାନ ନକରାଯାଏ ତାହେଲେ ଜରିମାନା ୨ ଗୁଣ ହୋଇଯିବ।

ଏହା ସହ ପଢନ୍ତୁହାଇୱେ-ଟୋଲ୍ ଦେଇ କରୁଛନ୍ତି କି ଯାତ୍ରା? ଜାଣିରଖନ୍ତୁ ୫ FASTag ନିୟମ 

ବନ୍ଦ ହୋଇଯିବ ପରିଚୟ ପତ୍ର ବ୍ୟବସ୍ଥା
ଏନଏଚଏଆଇ କର୍ତ୍ତୃପକ୍ଷ ଜାତୀୟ ରାଜପଥରେ ପରିଚୟ ପତ୍ର ବ୍ୟବସ୍ଥାକୁ ବଦଳାଇବାକୁ ଯାଉଛନ୍ତି। ଯାହା ସାଧାରଣ ଯାତ୍ରୀଙ୍କୁ ବେଶୀ ଅସୁବିଧାରେ ପକାଉଥିଲା। ସରକାରୀ ଅଧିକାରୀ, ପ୍ରତିରକ୍ଷା କର୍ମଚାରୀ ଏବଂ ଟୋଲ୍ ଛାଡ଼ ଯୋଗ୍ୟ ବର୍ଗର ଲୋକ ବ୍ୟକ୍ତିଗତ ଯାନରେ ଯାତ୍ରା ବେଳେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଟୋଲ୍ ଫି ଦେବାରୁ ଖସି ଯାଉଥିଲେ। ଏହାକୁ ବନ୍ଦ କରିବା ପାଇଁ ମନ୍ତ୍ରଣାଳୟ ବର୍ତ୍ତମାନ ସମସ୍ତ ସମ୍ପୃକ୍ତ ସରକାରୀ ସଂସ୍ଥାକୁ ଚିଠି ଲେଖିଛି। ଯେଉଁଥିରେ କୁହାଯାଇଛି ଯେ ଆଇନ ଅନୁଯାାୟୀ ଯୋଗ୍ୟ ବିବେଚିତ ଯୋଗ୍ୟତା ସମ୍ପନ୍ନ ଯାନ ପାଇଁ FASTag ଛାଡ଼ କରାଯିବ। ଅନ୍ୟ ମାନଙ୍କୁ ଅନ୍ୟ ସାଧାରଣ ଗାଡ଼ି ଚାଳକଙ୍କ ଭଳି ବାର୍ଷିକ FASTag Pass କିଣିବାକୁ ହେବ। ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଛାଡ କେବଳ କାର୍ଯ୍ୟାଳୟ କିମ୍ବା କର୍ତ୍ତୃପକ୍ଷଙ୍କ ପାଇଁ ଉପଲବ୍ଗ ହେବ। ମାତ୍ର ବ୍ୟକ୍ତିଗତ ଭାବେ କୌଣସି ଲୋକଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ପୂର୍ବରୁ ଅନେକ ଲୋକ ଚୋଲ୍ ପ୍ଲାଜା ଠାରେ ଧାଡ଼ିକୁ ଏଡାଇବା ପାଇଁ ସେମାନଙ୍କ ସରକାରୀ ପରିଚୟପତ୍ର ବ୍ୟବହାର କରି ଖସି ଯାଉଥିଲେ। ଯାହା କେବେ ଆଇନଗତ ଭାବରେ ବୈଧ ନଥିଲା। ହେଲେ ଏହା ସତ୍ତ୍ଵେ ଏହି ବ୍ୟବସ୍ଥା ଜାରି ରହିଥିଲା। ଯାହାକୁ ଏବେ ବନ୍ଦ କରି ଦିଆଯିବ।

ବାର୍ଷିକ ପାସ୍ ବିକଳ୍ପ
ଘନ ଘନ ଭାବରେ ରାଜପଥ ବ୍ୟବହାର କରୁଥିବା ଗାଡ଼ି ଚାଳକଙ୍କ ପାଇଁ ବାର୍ଷିକ ଫାସଟ୍ୟାଗ୍ ପାସ୍ (Annual FASTag Pass) ଏକ ବ୍ୟବହାରିକ ପସନ୍ଦ ହୋଇଯାଇଛି। ୧ ଅପ୍ରେଲ ୨୦୨୬ ଠାରୁ ଏହାର ମୂଲ୍ୟ ୩୦୭୫ ଟଙ୍କା ହୋଇଛି। ଏଥିରେ ହୋଲସେଲ୍ ମୂଲ୍ୟ ସୂଚକାଙ୍କ ସହିତ ସମାନ ୨.୫% ବୃଦ୍ଧି ହୋଇଛି। ଏହି ପାସ୍ ଜାତୀୟ ରାଜପଥରେ ଅସୀମିତ କ୍ରସିଂ କରିବାକୁ ଅନୁମତି ଦିଏ।ଏହି ପାସ୍ କିଛି ଦୂରତା ଯାତ୍ରା ମଧ୍ୟରେ ସ୍ୱୟଂଚାଳିତ ଦେୟ ପ୍ରଦାନ କରିଥାଏ।

ଏହା ସହ ପଢନ୍ତୁ: ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା

ପରବର୍ତ୍ତୀ ସମୟରେ କଣ ଆସିବ?
ଚୋଲ୍ ପ୍ଲାଜାରେ ନଗଦ କାରାବାରକୁ ରୋକିବା ପାଇଁ ଏକ ବଡ଼ ପରିବର୍ତ୍ତନ କରାଯଇଛି। ଦେଶର ବିଭିନ୍ନ ଜାତୀୟ ରାଜପଥରେ ମଲ୍ଟି-ଲେନ୍ ଫ୍ରି-ଫ୍ଲୋ ଟୋଲିଂ (Multi Lane Free Flow Tolling), ଯାହାକୁ ବାଧାମୁକ୍ତ କିମ୍ବା ଖୋଲା ରାସ୍ତା ଟୋଲିଂ କୁହାଯାଏ, ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରୟାସ ଜାରି ରହିଛି। ଏହି ବ୍ୟବସ୍ଥା ଅନୁସାରେ ଗାଡ଼ି କୋଣସି ଟୋଲ୍ ଗେଟ୍ (Toll Gate) ଠାରେ ଅଟକିବ ନାହିଁ। କ୍ୟାମେରା ଏବଂ RFID Reader ଆପଣଙ୍କ ଗାଡ଼ିକୁ ଯାତ୍ରା କରିବା ସମୟରେ ଲଗ୍ କରିବ ଏବଂ ଟୋଲ୍ ସ୍ୱୟଂଚାଳିତ ଭାବରେ କଟିଯିବ। ଯେଉଁ ଗାଡ଼ି ପାଖରେ ବୈଧ FASTag ନାହିଁ ସେମାନଙ୍କୁ ଇ-ନୋଟିସ୍ ପଠାଯିବ। ଏବେ ୯୮ ପ୍ରତିଶତରୁ ଅଧିକ ଟୋଲ୍ କାରବାର ଇଲେକ୍ଟ୍ରୋନିକ୍ ଭାବରେ ହେଉଥିବାରୁ, ଏ ସମ୍ପର୍କିତ ଭିତ୍ତିଭୂମି ପ୍ରାୟତଃ କାର୍ଯ୍ୟକାରୀ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
FASTag New Rules 2026 April: ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ | Argus News