Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦେଶର ୧୯୭ ଜିଲ୍ଲାକୁ ଗ୍ରାସିବ ଏଲ୍ ନିନୋ; ମୁକାବିଲା ପାଇଁ ପ୍ରସ୍ତୁତ ସରକାର

National

El Nino Impact on Monsoon 2026 / ଦେଶର ୧୯୭ ଜିଲ୍ଲାକୁ ଗ୍ରାସିବ ଏଲ୍ ନିନୋ; ମୁକାବିଲା ପାଇଁ ପ୍ରସ୍ତୁତ ସରକାର

Subhramjit Ray
Browse all articles by Subhramjit Ray
·3 weeks ago·3 min read
ଦେଶର ୧୯୭ ଜିଲ୍ଲାକୁ ଗ୍ରାସିବ ଏଲ୍ ନିନୋ; ମୁକାବିଲା ପାଇଁ ପ୍ରସ୍ତୁତ ସରକାର
El Nino Impact on India

Key Points

ମୌସୁମୀ ଗତି ପ୍ରାରମ୍ଭରେ ପ୍ରବଳ ରହିଥିଲେ ମଧ୍ୟ, ଜୁଲାଇ ମାସରେ ଏଲ୍ ନିନୋ ପ୍ରଭାବ ବୃଦ୍ଧି ପାଇବା ଯୋଗୁଁ ବର୍ଷା ହ୍ରାସ ପାଇପାରେ। ଏପରିକି ଅନେକ ଅଞ୍ଚଳରେ ମରୁଡ଼ି ଆଶଙ୍କା ଦେଖା ଦେଇପାରେ।
El Nino Impact on Monsoon 2026: ଚଳିତ ବର୍ଷ ଦେଶର ବିଭିନ୍ନ ପହଞ୍ଚି ସାରିଲାଣି ମୌସୁମୀ। ଗତ ୪ ତାରିଖରେ କେରଳରେ ସ୍ଥଳଭାଗ ଛୁଇଁବାର ୬ ଦିନ ମଧ୍ୟରେ ଦେଶର ୧୩ ରାଜ୍ୟକୁ ସ୍ପର୍ଶ କରିଥିଲା ମୌସୁମୀ। ହେଲେ ତଥାପି ଏଲ୍ ନିନୋ ଯୋଗୁଁ ଚଳିତ ବର୍ଷ କମ୍ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯିବା ପରେ ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସରକାର ସମଗ୍ର ଦେଶରେ ଏପରି ୧୯୭ ଜିଲ୍ଲା ଚିହ୍ନଟ କରିଛନ୍ତି ଯିଏ ଏଲ୍ ନିନୋ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କୃଷି ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିଛି।

ଏଲ୍ ନିନୋ ହେଉଛି ପାଣିପାଗ ସହ ଜଡ଼ିତ ଏକ ଘଟଣା। ଯେଉଁଥିପାଇଁ ମୌସୁମୀ ଦୁର୍ବଳ ହୋଇଯିବା ସହ ବାର୍ଷିକ ବୃଷ୍ଟିପାତ ମଧ୍ୟ ପ୍ରଭାବିତ କରିଥାଏ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ଚଳିତ ବର୍ଷ ମୌସୁମୀ ସମୟରେ ହାରାହାରି ଭାବରେ ପ୍ରାୟ ୯୦ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଯାହା ସ୍ୱାଭାବିକ ବର୍ଷା ଋତୁ ଠାରୁ କମ୍ ବର୍ଷାକୁ ସୂଚିତ କରୁଛି। ଯଦି ମୌସୁମୀ ଋତୁର ଦ୍ୱିତୀୟ ପର୍ଯ୍ୟାୟରେ ଏଲ୍ ନିନୋ ଅଧିକ ସକ୍ରିୟ ହୋଇଯାଏ, ତାହେଲେ ମରୁଡି଼ କିମ୍ବା ବର୍ଷାର ପରିମାଣ ହ୍ରାସ ଯୋଗୁଁ ଫସଲ ଉତ୍ପାଦନ ସ୍ୱାଭାବିକ ତୁଳନାରେ ହ୍ରାସ ପାଇବ।

ଏହା ସହ ପଢନ୍ତୁ: 'ଏଲ୍ ନିନୋ' ପୂର୍ବାନୁମାନ ମଧ୍ୟରେ ଦେଶରେ ପହଞ୍ଚିଲା ମୌସୁମୀ 

କୃଷି ମନ୍ତ୍ରଣାଳୟ ପକ୍ଷରୁ ଖେତ ବଚାଓ ଅଭିଯାନ ଆରମ୍ଭ

ଦେଶର କୃଷକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କୃଷି ମନ୍ତ୍ରଣାଳୟ "ଖେତ ବଚାଓ" ନାମରେ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିଛି। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସରକାର ଏଲ୍ ନିନୋ ପାଇଁ ସତର୍କ ରହିଛନ୍ତି। ଏହା ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଦେଶର ପ୍ରାୟ ୧୯୭ ଜିଲ୍ଲାକୁ ଚିହ୍ନଟ କରାଯିବା ସହ ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରାଯାଉଛି। ମରୁଡ଼ି ଏବଂ ଏଲ୍ ନିନୋ ପ୍ରଭାବକୁ ଆକଳନ କରିବା ପାଇଁ ସାପ୍ତାହିକ ବୈଠକ ଅନୁଷ୍ଠିତ ହେଉଛି। ବିହନ ସମେତ ଅତ୍ୟାବଶ୍ୟକ କୃଷି ସାମଗ୍ରୀ ମଧ୍ୟ ଆବଶ୍ୟକୀୟ ପରିମାଣରେ ଗଚ୍ଛିତ ରଖାଯାଇଛି।

ବର୍ତ୍ତମାନ ଦେଶର କୋଣ ଅନୁକୋଣକୁ ଦ୍ରୁତ ଗତିରେ ମାଡ଼ି ଚାଲିଛି ମୌସୁମୀ
ଜୁନ୍ ୪ ତାରିଖରେ କେରଳରେ ପହଞ୍ଚିବା ପରେ, ମୌସୁମୀ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ପହଞ୍ଚିଛି। ଏହା ମହାରାଷ୍ଟ୍ରର କିଛି ଅଂଶରେ ମଧ୍ୟ ପହଞ୍ଚିଛି। ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରା ସମେତ ଉତ୍ତର-ପୂର୍ବ ରାଜ୍ୟର ସମସ୍ତ ସ୍ଥାନରେ ମୌସୁମୀ ବର୍ଷା ହେଉଛି। ଏହା ବର୍ତ୍ତମାନ ଦେଶର ପୂର୍ବ ଭାଗ, ମଧ୍ୟ ଭାରତ ଏବଂ ଗୁଜରାଟ ଏବଂ ମହାରାଷ୍ଟ୍ରର ଅବଶିଷ୍ଟ ଅଞ୍ଚଳକୁ ବିସ୍ତାର କରୁଛି। ମୌସୁମୀ ଦେଶର ୩୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଜୁଲାଇ ୧୫ ସୁଦ୍ଧା ଏହା ସମଗ୍ର ଦେଶକୁ ଛୁଇଁଯିବ। ତଥାପି ଜୁଲାଇ ଶେଷ ଏବଂ ଅଗଷ୍ଟ ମାସରେ ଏଲ୍ ନିନୋ ଏହାର ୯୦ ପ୍ରତିଶତ ଶକ୍ତି ପାଇ ସାରିଥିବ।

ଏହା ସହ ପଡନ୍ତୁ: କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?

ମୌସୁମୀ ଉପରେ ରହିଛି ଏଲ୍ ନିନୋ ବିପଦ
ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ବର୍ଷା ପରିମାଣକୁ ଯଥେଷ୍ଟ ହ୍ରାସ କରିବ। ଏହା ଦେଶର ଅନେକ ଅଞ୍ଚଳରେ ମରୁଡ଼ି ସୃଷ୍ଟି କରିପାରେ। ଏହା ଦ୍ୱାରା ଦେଶର ଉତ୍ତର ଭାଗ, ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟ ଗୁଜୁରାଟ ଏବଂ ମହାରାଷ୍ଟ୍ର ସହ ଦେଶର କେନ୍ଦର ଭାଗରେ ଅବସ୍ଥିତ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବର୍ଷା ପରିମାଣ ହ୍ରାସ ପାଇବା ଯୋଗୁଁ ଖରିଫ ଫସଲ ପ୍ରଭାବିତ ହୋଇପାରେ। ଦେଶର ପ୍ରାୟ ୬୦ ପ୍ରତିଶତ ଚାଷୀ ଖରିଫ ଫସଲ, ବିଶେଷକରି ଧାନ ଚାଷ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ବର୍ଷା ପରିମାଣ ହ୍ରାସ ପାଇଲେ ଏହା କୃଷି କ୍ଷେତ୍ର ପାଇଁ ସଙ୍କଟ ସୃଷ୍ଟି କରିପାରେ। ବିଗତ କିଛି ବର୍ଷ ଧରି ସ୍ୱାଭାବିକ ମୌସୁମୀ ଯୋଗୁଁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ନୂଆ ରେକର୍ଡ଼ କରିଛି।

ଜାତିସଂଘ ଅଧିନସ୍ଥ ବିଶ୍ୱ ପାଣିପାଗ ସଙ୍ଗଠନ (World Meteorological Organization) ସତର୍କ କରିଛି ଯେ ଏଲ୍ ନିନୋ ସକ୍ରିୟ ହେଉଛି। ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ସକ୍ରିୟ ହେବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ପରେ ସେପ୍ଟେମ୍ବର ସୁଦ୍ଧା ମୌସୁମୀ ପୂର୍ଣ୍ଣ ଶକ୍ତିରେ ପହଞ୍ଚିବା ନେଇ ଆଶା କରାଯାଉଛି। ଚଳିତ ବର୍ଷ ଏକ ସୁପର ଏଲ୍ ନିନୋ ଘଟଣା ଘଟିବାର ୯୦ ପ୍ରତିଶତ ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
El Nino Threat: Govt Identifies 197 Vulnerable Districts, Prepares Monsoon Contingency Plan | Argus News