Monsoon 2026 Update / 'ଏଲ୍ ନିନୋ' ପୂର୍ବାନୁମାନ ମଧ୍ୟରେ ଦେଶରେ ପହଞ୍ଚିଲା ମୌସୁମୀ
·1 hour ago·3 min read

Key Points
ଚଳିତ ବର୍ଷ ମୌସୁମୀ କେରଳ ଉପକୂଳରେ ପହଞ୍ଚି ସାରିଥିବା ନେଇ ନିଶ୍ଚିତ କରିଛି ଭାରତୀୟ ପାଣିପାଗ ବିଭାଗ। ହେଲେ ସମଗ୍ର ଦେଶରେ ବ୍ୟାପିଯିବା ପାଇଁ ଆହୁରି ପ୍ରାୟ ଗୋଟିଏ ମାସ ସମୟ ନେଇପାରେ ମୌସୁମୀ।
Monsoon 2026 India Arrival: ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ନେଇ ନିଶ୍ଚିତ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)। ଏନେଇ ବିଭାଗ ପକ୍ଷରୁ ଗୁରୁବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ଠାରୁ ୩ ଦିନ ବିଳମ୍ବରେ ପହଞ୍ଚିଛି। ପୂର୍ବରୁ ମେ ୧୫ ତାରିଖରେ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଥିଲା ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୬ ତାରିଖରେ କେରଳରେ ପହଞ୍ଚିବ। ମୌସୁମୀ ଋତୁ ସାଧାରଣତଃ ଜୁନ ୧ ତାରିଖରୁ ଆରମ୍ଭ ହୁଏ। ଗତ ବର୍ଷ ମୌସୁମୀ ମେ ୨୪ ତାରିଖରେ କେରଳ ଉପକୂଳରେ ପହଞ୍ଚି ସାରିଥିଲା। ଗତ ବର୍ଷ ମୌସୁମୀ ୮ ଦିନ ଆଗରୁ କେରଳରେ ଆସି ପହଞ୍ଚିଥିଲା। ଏହା ସହିତ ସ୍ୱାଭାବିକ ସମୟ ଠାରୁ (ହାରାହାରି ଭାବରେ ୯ ଦିନ ପୂର୍ବରୁ) ଗତ ବର୍ଷ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ବ୍ୟାପି ଯାଇଥିଲା।
ମୌସୁମୀ ବର୍ଷା ସତର୍କତା
ଆଇଏମଡ଼ି ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ଦେଶର ଅଧିକାଂଶ ସ୍ଥାନରେ ହାରାହାରି ଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଏହି ୪ ମାସ ମଧ୍ୟରେ ହାରାହାରି ୯୦ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିଲା। "ଏଲ୍ ନିନୋ" (El Nino 2026) ପ୍ରଭାବ ଯୋଗୁଁ ବର୍ଷା ହ୍ରାସ ହେବାର ସମ୍ଭାବନା ୬୦ ପ୍ରତିଶତ ରହିଛି। "ମୌସୁମୀ କୋର୍ ଜୋନ୍" (Monsoon Core Zone), କେନ୍ଦ୍ରୀୟ ଭାରତର ଏକ ଅଞ୍ଚଳ ଯେଉଁଠାରେ ଅଧିକାଂଶ କୃଷି, ବର୍ଷା ଉପରେ ନିର୍ଭର କରିଥାଏ, ସେଠାରେ ମଧ୍ୟ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ "ଏଲ୍ ନିନୋ" ପରିସ୍ଥିତି ସୃଷ୍ଟି ହୋଇପାରେ। ଦେଶରେ ମୌସୁମୀ ବର୍ଷା କୃଷି କ୍ଷେତ୍ର ଏବଂ କୃଷି ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ଖରିଫ ଋତୁରେ କୃଷି କାର୍ଯ୍ୟକୁ ସିଧାସଳଖ ପ୍ରଭାବିତ କରିଥାଏ।
ଏହା ସହ ପଢନ୍ତୁ: ଭାରତରେ କେବେ କେତେ ପରିମାଣରେ ମୌସୁମୀ ବର୍ଷା ହେବ?
କେବେ ଦିଲ୍ଲୀରେ ପହଞ୍ଚିବ ମୌସୁମୀ?
ମୌସୁମୀ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଦେଇ କେରଳ ଉପକୂଳରେ ପହଞ୍ଚିଛି। ହେଲେ ତଥାପି ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ସମଗ୍ର ଉତ୍ତର ଭାରତ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶର ପାହାଡିଆ ଅଞ୍ଚଳ କିମ୍ବା ମଧ୍ୟ ଭାରତରେ ପହଞ୍ଚିବାକୁ ପ୍ରାୟ ଗୋଟିଏ ମାସ ସମୟ ଲାଗିପାରେ। ମୌସୁମୀ ଆସିବା ପରେ, ଆଗାମୀ ସପ୍ତାହ ମଧ୍ୟରେ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେରଳ ସହିତ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ମଧ୍ୟ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି। ହେଲେ ତଥାପି, "ପଶ୍ଚିମ ବିକ୍ଷୋଭ" (Western Disturbances) ଯୋଗୁଁ ଉତ୍ତର ଭାରତରେ ମଧ୍ୟ ଦୁଇଟି କିମ୍ବା ତିନୋଟି ବର୍ଷା ଜନିତ ସତର୍କତା ଜାରି କରାଯାଇଛି।
ମୌସୁମୀ କ'ଣ?
ଅଣ ମୌସୁମୀ ବର୍ଷାକୁ ମୌସୁମୀ ବୋଲି ବିବେଚନା କରାଯାଇ ପାରିବ ନାହିଁ। କେରଳ ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା ହୋଇସାରିଛି। ରାଜ୍ୟର ଆଲାପୁଝା, ତିରୁବନନ୍ତପୁରମ, କୋଲ୍ଲମ ଏବଂ ଏର୍ନାକୁଲମ ସମେତ ଚାରୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। କେରଳର ୧୪ ପାଣିପାଗ କେନ୍ଦ୍ର ମଧ୍ୟରୁ ୬୦% ସେଣ୍ଟର ଠାରେ ଲଗାତାର ୨ ଦିନ ଧରି ୨.୫ ମିମି କିମ୍ବା ଏହା ଠାରୁ ଅଧିକ ବର୍ଷା ହୋଇଥାଏ। ଏହାକୁ ମୌସୁମୀ ସତର୍କତା ବୋଲି ବିବେଚନା କରାଯାଏ। ଏହା ସହିତ ପ୍ରବଳ ପବନ ଏବଂ ଘନ ମେଘ ପାଇଁ ମାନଦଣ୍ଡ ପୂରଣ କରିବାକୁ ହୋଇଥାଏ।
ଏହା ସହ ପଢନ୍ତୁ: କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?
କେବେ ସ୍ୱାଭାବିକ ହୋଇଥାଏ ମୌସୁମୀ?
ଯେତେବେଳେ ଜୁନ୍ ଏବଂ ସେପ୍ଟେମ୍ବର ମଧ୍ୟରେ ଆକଳନ କରାଯାଇଥିବା ବର୍ଷା ଦେଶର ସ୍ୱାଭାବିକ ବାର୍ଷିକ ବର୍ଷା (Average Annual Rainfall) ପରିମାଣର ୯୦-୯୫ ପ୍ରତିଶତ ହୋଇଥାଏ, ସେତେବେଳେ ମୌସୁମୀକୁ ସ୍ୱାଭାବିକ ଠାରୁ କମ୍ ଭାବରେ ବିବେଚନା କରାଯାଏ। ହେଲେ ତଥାପି ଯେତେବେଳେ ବର୍ଷା ହାରାହାରି ୯୦ ପ୍ରତିଶତରୁ କମ୍ ହୁଏ, ସେତବେଳେ ଏହାକୁ ମୌସୁମୀ ଅଭାବ ବୋଲି ବିବେଚନା କରାଯାଏ। ପାଣିପାଗ ବିଭାଗ ଗତ ଅପ୍ରେଲ ୧୩ ତାରିଖରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରିଥିଲା। ହେଲେ ପରେ ଏହାକୁ ୯୦ ପ୍ରତିଶତକୁ ହ୍ରାସ କରି ଦେଇଥିଲା।
ଭାରତରେ କେବେ କେତେ ପରିମାଣରେ ମୌସୁମୀ ବର୍ଷା ହେବ?
ଭାରତରେ ଏହି ଋତୁରେ ୮୦ ସେମି ବର୍ଷା ହେବା ନେଇ ଆକଳନ କରାଯାଉଛି। ବିଗତ ୫୦ ବର୍ଷ ମଧ୍ୟରେ ଦେଶରେ ମୌସୁମୀ ବର୍ଷା ପାଇଁ ଦୀର୍ଘକାଳୀନ ହାରାହାରି (୧୯୭୧-୨୦୨୦) ୮୭ ସେମି ହୋଇଛି। ହେଲେ ତଥାପି ଏଥର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ। କେବଳ ଉତ୍ତର-ପୂର୍ବରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ସ୍ୱାଭାବିକ ଠାରୁ କମ୍ ବର୍ଷାର କାରଣ ହେଉଛି "ଏଲ୍ ନିନୋ", ଯାହା ଦେଶରେ କମ୍ ବର୍ଷା କରାଇଥାଏ। ଏହା ପୂର୍ବରୁ ୨୦୦୨, ୨୦୦୯, ୨୦୧୫ ଏବଂ ୨୦୨୩ ବର୍ଷରେ "ଏଲ ନିନୋ" ସମସ୍ୟା ସୃଷ୍ଟି ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories