Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଋଷିଆରୁ ତୈଳ ଆମଦାନୀ କରି କିଛି ଭୁଲ କରିନାହୁଁ'

National

Jaishankar on Buying Russian Oil / 'ଋଷିଆରୁ ତୈଳ ଆମଦାନୀ କରି କିଛି ଭୁଲ କରିନାହୁଁ'

Subhramjit Ray
Browse all articles by Subhramjit Ray
·1 hour ago·3 min read
'ଋଷିଆରୁ ତୈଳ ଆମଦାନୀ କରି କିଛି ଭୁଲ କରିନାହୁଁ'
Kultaranta Talks Finland 2026

Key Points

ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ୟୁରୋପୀୟ ଦେଶ ପ୍ରଥମେ ନିଜକୁ ଦେଖନ୍ତୁ। ଏକଥା ଫିନଲ୍ୟାଣ୍ଡ ଠାରେ ଅନୁଷ୍ଠିତ "କୁଲତାରଣ୍ଟା ଆଲୋଚନା" ସମୟରେ ଫିନଲ୍ୟାଣ୍ଡ ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର। 
Finland backing India Russian oil purchase: ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବେଳେ ଋଷିଆରୁ ଶସ୍ତା ଅଶୋଧିତ ତୈଳ ଆମଦାନୀ କରିବାକୁ ନେଇ ଭାରତକୁ ନିରନ୍ତର ଟାର୍ଗେଟ କରିଥିଲେ ୟୁରୋପୀୟ ଦେଶ। ହେଲେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତକୁ ଏପରି ଏକ ୟୁରୋପୀୟ ଦେଶରୁ ସମର୍ଥନ ମିଳିଛି ଯାହା କୌଣସି ଅପ୍ରତ୍ୟାଶିତ ଘଟଣ ଠାରୁ କମ ନୁହେଁ। ୟୁରୋପୀୟ ଦେଶ ଫିନଲ୍ୟାଣ୍ଡ ଖୋଲାଖୋଲି ଭାବରେ ଭାରତ ସମର୍ଥନରେ ଆସି ସ୍ପଷ୍ଟ ଭାବରେ କହିଛି ଯେ ଭାରତ କିଛି ଭୁଲ କରିନାହିଁ। ବରଂ ଭାରତ ପଶ୍ଚାତ୍ୟା ଦେଶଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ମୂଲ୍ୟ ସୀମା (Price Cap) ମଧ୍ୟରେ ଋଷିଆ ପାଖରୁ ତୈଳ ଆମଦାନୀ କରିଛି। ଫିନଲ୍ୟାଣ୍ଡ ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ (Finland Foreign Minister Elina Valtonen) ସ୍ପଷ୍ଟ କରିଛନ୍ତି ଯେ ପ୍ରତିବନ୍ଧକ କେବେ ହେଲେ ବିଶ୍ୱ ସମୁଦାୟକୁ ଋଷିଆ ପାଖରୁ ତୈଳ ଆମଦାନୀ କରିବାରୁ ରୋକିବା ପାଇଁ ଉଦ୍ଦିଷ୍ଟ ନଥିଲା।

ଭାରତ ଧାର୍ଯ୍ୟ ମୂଲ୍ୟ ସୀମା ମଧ୍ୟରେ ଆମଦାନୀ କରିଛି ତୈଳ: ଫିନଲ୍ୟାଣ୍ଡ
ସଂଯୁକ୍ତ ଆରବ ଏମିରେଟ୍ସ (UAE) ସହାୟକ ବୈଦେଶିକ ମନ୍ତ୍ରୀ ଲାନା ନୁସିବେ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ ଫିନଲ୍ୟାଣ୍ଡ ଠାରେ ଅନୁଷ୍ଠିତ "କୁଲତାରଣ୍ଟା ଆଲୋଚନା" (Kultaranta Talks Finland 2026) ସମୟରେ ଫିନଲ୍ୟାଣ୍ଡ ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ ଉପରୋକ୍ତ ବିବୃତ୍ତି ଦେଇଥିଲେ।

ମନ୍ତ୍ରୀ ଭାଲଟୋନେନ୍ କହିଛନ୍ତି, ଭାରତ ସମର୍ଥନରେ ମୁଁ କହିବି ଯେ ଭାରତ ଧାର୍ଯ୍ୟ ମୂଲ୍ୟ ସୀମା ମଧ୍ୟରେ ଋଷୀୟ ତୈଳ ଆମଦାନୀ କରିଛି। ଯାହା ଏହି ନୀତିର ପ୍ରକୃତ ଉଦ୍ଦେଶ୍ୟ ଥିଲା। ଯେତେବେଳେ ପାଶ୍ଚାତ୍ୟ ଦେଶ ଋଷୀୟ ତୈଳ ଉପରେ ମୂଲ୍ୟ ସୀମା (Western Price Cap on Russian Oil) ଲାଗୁ କରିଥିଲେ, ସେମାନଙ୍କର ଉଦ୍ଦେଶ୍ୟ ବିଶ୍ୱ ଶକ୍ତି ବଜାରକୁ ବାଧା ଦେବା ନଥିଲା।

ଏହା ସହ ପଢନ୍ତୁ: ସ୍ୱୀଡ଼େନ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ନରୱେର ସର୍ବୋଚ୍ଚ ସମ୍ମାନ

ଏଲିନା ଭାଲଟୋନେନ୍ ଆହୁରି କହିଥିଲେ ଯେ ୟୁରୋପୀୟ ଦେଶ ବିଶ୍ୱ ସମୁଦାୟକୁ ରୁଷୀୟ ତୈଳ କ୍ରୟ କରିବାରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଚାହୁଁ ନଥିଲେ। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଯେ ବୈଶ୍ୱିକ ତୈଳ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଋଷିଆକୁ ଗୁରୁତ୍ୱପୂର୍ଣ୍ଣ ଲାଭ କରିବାର ସୁଯୋଗ ଯେପରି ନମିଳେ। ଫିନଲ୍ୟାଣ୍ଡ ସରକାରଙ୍କ ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ଏହି ବିବୃତ୍ତିକୁ ଭାରତ ପାଇଁ ଏକ ପ୍ରମୁଖ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି। କାରଣ ଅନେକ ୟୁରୋପୀୟ ଦେଶ ଭାରତ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।

ବାଧ୍ୟବାଧକତାରୁ ନିଆଯାଇଥିବା ନିଷ୍ପତ୍ତିର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ: ଜୟଶଙ୍କର
ଏହି ମଞ୍ଚରେ ଉପସ୍ଥିତ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ଋଷୀୟ ତୈଳ କ୍ରୟ କରିବାର ଭାରତର ଏହି ନିଷ୍ପତ୍ତି କେବଳ ଆର୍ଥିକ ଆବଶ୍ୟକତା ଉପରେ ଆଧାରିତ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଭାରତ ମୂଲ୍ୟ ଏବଂ ଏହାର ଉପଲବ୍ଧତା ଆଧାରରେ ତୈଳ ଆମଦାନୀ କରିଥାଏ। କୌଣସି ରାଜନୈତିକ ସମୀକରଣକୁ ଦେଖି ଭାରତ ତୈଳ ଆମଦାନୀ କରେ ନାହିଁ।

ଗତ ୨୦୨୨ ରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିକୁ ମନେ ପକାଇ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଋଷିଆ ଉପରେ ପ୍ରତିବନ୍ଧକ ଲଗାଗଲା, ସେତେବେଳେ ୟୁରୋପୀୟ ଦେଶ ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ କରିବା ଆରମ୍ଭ କରି ଦେଇଥିଲେ। ମଧ୍ୟପ୍ରାଚ୍ୟ ପାରମ୍ପାରିକ ଭାବରେ ଭାରତର ମୁଖ୍ୟ ତୈଳ ଯୋଗାଣକାରୀ ରହିଥିଲା। ଯେତେବେଳେ ୟୁରୋପ, ଋଷିଆ ଆଡକୁ ମୁହାଁଇଲା, ସେତେବେଳେ ବଜାରରେ ଅଶୋଧିତ ତୈଳର ଘୋର ଅଭାବ ଦେଖାଦେଲା। ଏଭଳି ପରିସ୍ଥିତିରେ ଭାରତକୁ, ଋଷିଆରୁ ତୈଳ ଆମଦାନୀ କରିବାକୁ ପଡ଼ିଥିଲା।

ଏହା ସହ ପଢନ୍ତୁ: ସ୍ୱୀଡେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଦେଶର ସର୍ବୋଚ୍ଚ ସମ୍ମାନ

ଆମେରିକା ନିଜେ ଭାରତକୁ ଋଷୀୟ ତୈଳ ଆମଦାନୀ କରିବାକୁ କହିଥିଲା: ବୈଦେଶିକ ମନ୍ତ୍ରୀ
ବୈଦେଶିକ ମନ୍ତ୍ରୀ ମଧ୍ୟ ପାଶ୍ଚାତ୍ୟ ଦେଶର ଦୋମୁହାଁ ନୀତିର ଖୋଲାଖୋଲି ସମାଲୋଚନା କରିଥିଲେ। ସେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମର ଉଦହାରଣ ଦେଇ କହିଥିଲେ ଯେ, ସେ ସମୟରେ, ବୈଶ୍ୱିକ ତୈଳ ବଜାରରେ ସ୍ଥିରତା ବଜାୟ ରଖିବା ଏବଂ ଏହାର ମୂଲ୍ୟକୁ ଆକାଶଛୁଆଁ ହେବାରୁ ରୋକିବା ପାଇଁ ଆମେରିକା ନିଜେ ଭାରତକୁ, ଋଷିଆରୁ ତୈଳ ଆମଦାନୀ କରିବାକୁ କହିଥିଲା। ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ଯେ ଯେତେବେଳେ ପରିସ୍ଥିତି ଏପରି ଥିଲା, ସେତେବେଳେ କୌଣସି ଏପରି ସମୟରେ କୌଣସି ନୀତି ନୈତିକତାର ପ୍ରଦର୍ଶନ କରିବା ଠିକ୍ ନୁହେଁ।

ବିଜେଶ ମନ୍ତ୍ରୀ ଜୟଶଙ୍କର ଏତିକିରେ ଅଟକି ଯାଇନଥିଲେ। ସେ ୟୁରୋପୀୟ ଦେଶଙ୍କୁ ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ୟୁରୋପୀୟ ଦେଶଙ୍କୁ ସେମାନଙ୍କ ପୁରୁଣା ଇତିହାସ ମନେ ପକାଇ ଦେଇଥିଲେ। ୟୁରୋପ ଦେଶଙ୍କ ସମାଲୋଚନାର ଜବାବ ଦେଇ ସେ କହିଛନ୍ତି, ବର୍ଷ ବର୍ଷ ଧରି ଅନେକ ୟୁରୋପୀୟ ଦେଶ, ସେହି ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରି ଆସୁଛନ୍ତି ଯିଏ ଭାରତ ଉପରେ ଆକ୍ରମଣ କରିବା ଯୋଜନାରେ ରହିଛି। ହେଲେ ଆମେ ଭାରତୀୟ କେବେ ହେଲେ ଏପରି କିଛି କାମ କରିନାହୁଁ ଯାହା ଦ୍ୱାରା ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟିହେବ। ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ୟୁରୋପ ଦେଶ ପ୍ରଥମେ ନିଜକୁ ଦେଖନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored