Assam International Waterway Trade Route / ଡିବ୍ରୁଗଡ଼ ଘାଟରୁ ବାଂଲାଦେଶ ଅଭିମୁଖେ ଯାତ୍ରା କଲା ମାଲବାହୀ ଜାହାଜ; ବ୍ରହ୍ମପୁତ୍ର ନଦୀରେ ଖୋଲିଲା ଅନ୍ତର୍ଜାତୀୟ ବାଣିଜ୍ୟ କରିଡର
·1 hour ago·4 min read

Key Points
ଆସାମର ଡିବ୍ରୁଗଡ଼ର ବୋଗିବିଲ୍ ଟର୍ମିନାଲ ଠାରୁ ୫୪୦ ମେଟ୍ରିକ୍ ଟନ୍ ମିଥାନଲ୍ ବହନ କରି ପ୍ରଥମ ଆନ୍ତର୍ଜାତୀୟ କାର୍ଗୋ ବାଂଲାଦେଶକୁ ପଠାଯାଇଥିଲା। ସ୍ୱାଧିନତା ପରେ ଏହା ପ୍ରଥମ ଥର ଯେ ଉପର ଆସାମରୁ କୌଣସି ବିଦେଶୀ ବନ୍ଦରକୁ କାର୍ଗୋ ପଠାଯାଇଛି।
ଅନ୍ତର୍ଜାତୀୟ ଜଳପଥ ବାଣିଜ୍ୟ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଆସାମ। ପ୍ରଥମ ଅନ୍ତର୍ଜାତୀୟ ମାଲବାହୀ ଜାହାଜ ପ୍ରାୟ ୫୪୦ ମେଟ୍ରିକ୍ ଟନ୍ ମିଥାନଲ୍ ବହନ କରି, ଡିବ୍ରୁଗଡ଼ ସ୍ଥିତ ବୋଗିବିଲ୍ ଟର୍ମିନାଲ ଠାରୁ ବାଂଲାଦେଶ ଅଭିମୁଖେ ଯାତ୍ରା କରିଥିଲା। ଦେଶ ସ୍ୱାଧିନ ହେବା ପରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଆସାମରୁ କୌଣସି ଜାହାଜ ଯୋଗେ ବିଦେଶକୁ ମାଲ୍ ପଠାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ଉତ୍ତର-ପୂର୍ବ ଭାରତର ଆର୍ଥିକ ପ୍ରଗତି, ଜଳପଥ-ଆଧାରିତ ପରିବହନ ଏବଂ ଆଞ୍ଚଳିକ ବାଣିଜ୍ୟକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ସଫଳତା ବ୍ରହ୍ମପୁତ୍ର ନଦୀର ବାଣିଜ୍ୟିକ ସମ୍ଭାବନାକୁ ମଧ୍ୟ ସ୍ୱୀକୃତି ଦେଇଛି।
ବ୍ରହ୍ମପୁତ୍ର ନଦୀ ଦେଇ ବାଂଲାଦେଶ ପଠାଗଲା ପ୍ରଥମ ଅନ୍ତର୍ଜାତୀୟ ମାଲବାହୀ କାର୍ଗୋ
ଆସାମର ଡିବ୍ରୁଗଡ଼ର ବୋଗିବିଲ୍ ଟର୍ମିନାଲ ଠାରୁ ସୋମବାର (୫ ଅକ୍ଟୋବର) ଢାକା, ବାଂଲାଦେଶ ଅଭିମୁଖେ ୫୪୦ ମେଟ୍ରିକ୍ ଟନ୍ ମିଥାନଲ୍ ବହନ କରି ଏକ ଜାହାଜ ପ୍ରସ୍ଥାନ କରିଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ବୋଗିବିଲ୍ ଠାରୁ "DLB ପାଟକାଇ" ନାମକ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭର୍ଚୁଆଲ୍ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସରକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ ଆସାମ ପେଟ୍ରୋକେମିକାଲ୍ସ ଲିମିଟେଡ୍ (APCL)ର ନାମରୂପ ପ୍ଲାଣ୍ଟ ଠାରେ ଏହି ମିଥାନଲ୍ ଉତ୍ପାଦନ କରାଯାଇଥିଲା। ଏହି କାର୍ଗୋ ବାଂଲାଦେଶ ସ୍ତିତ ପାନଗାଓଁ ବନ୍ଦର ଅଭିମୁଖେ ଯାତ୍ରା କରିଛି। ଏହି ଜାହାଜ ବ୍ରହ୍ମପୁତ୍ର ନଦୀରେ ଜାତୀୟ ଜଳପଥ-୨ ଦେଇ ଭାରତ-ବାଂଲାଦେଶ ସୀମା ପର୍ଯ୍ୟନ୍ତ ଯାତ୍ରା କରିବ। ଏହା ପରେ ଭାରତ-ବାଂଲାଦେଶ ପ୍ରୋଟୋକଲ୍ ରୁଟ୍ ଦେଇ ଢାକା ସ୍ଥିତ ନାରାୟଣଗଞ୍ଜ ପର୍ଯ୍ୟନ୍ତ ଯାତ୍ରା କରିବ।
ଏହା ସହ ପଢନ୍ତୁ: ଭାରତ-ବାଂଲାଦେଶ ମଧ୍ୟରେ ପୁନର୍ବାର ଚଳାଚଳ କରିବ ଟ୍ରେନ୍; ଆସନ୍ତାକାଲି ବସିବ ବୈଠକ
୧୩୦୦ କିଲୋମିଟର ଯାତ୍ରା କରିବ ମାଲବାହୀ ଜାହାଜ
ବୋଗିବିଲ୍ ଠାରୁ ନାରାୟଣଗଞ୍ଜ ପର୍ଯ୍ୟନ୍ତ ଏହି ଜାହାଜ ମୋଟ ୧୩୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ। ବ୍ରହ୍ମପୁତ୍ର ନଦୀରେ ଜାତୀୟ ଜଳପଥ-୨ ଦେଇ ଭାରତ ମଧ୍ୟରେ ପ୍ରାୟ ୭୬୮ କିଲୋମିଟର ଅତିକ୍ରମ କରିବା ପରେ, ଜାହାଜ ବାଂଲାଦେଶୀ ଜଳସୀମାରେ ପ୍ରବେଶ କରିବ। ଏହି ଯାତ୍ରାକୁ ବ୍ରହ୍ମପୁତ୍ର ନଦୀର ବାଣିଜ୍ୟିକ ସମ୍ଭାବନାର ଏକ ପରୀକ୍ଷା ଭାବରେ ଦେଖାଯାଉଛି। ଯଦି ଏହି ମଡେଲ୍ ସଫଳ ହୁଏ, ତାହେଲେ ଭବିଷ୍ୟତରେ ବାଂଲାଦେଶକୁ ନିୟମିତ ମିଥାନଲ୍ ରପ୍ତାନୀ ଆରମ୍ଭ ହୋଇପାରେ।
୭୦ ବର୍ଷ ପରେ ଡିବ୍ରୁଗଡ଼ ବନ୍ଦର ପୁଣି ଥରେ ଏହାର ଐତିହାସିକ ପରିଚୟ ଫେରିପାଇଛି
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଘଟଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଡିବ୍ରୁଗଡ଼ ପୂର୍ବ ଭାରତର ସବୁଠାରୁ ବ୍ୟସ୍ତବହୁଳ ନଦୀ ବନ୍ଦର ମଧ୍ୟରୁ ଅନ୍ୟତମ ଥିଲା। ପୂର୍ବରୁ ଏଠାରୁ ନିୟମିତ ଭାବରେ ନୌକା (ଷ୍ଟିମର) ସେବା ଚାଲୁଥିଲା। ହେଲେ ପରେ ଦଶନ୍ଧି ଦଶନ୍ଧି ଧରି ଏହି ସେବା ବନ୍ଦ ହୋଇଗଲା। ପିଢ଼ି ପରେ ପିଢ଼ି ଲୋକେ ଡିବ୍ରୁଗଡ଼ ଘାଟରୁ ଷ୍ଟିମର ହୁଇସିଲ୍ ଶବ୍ଦ ଶୁଣି ବଡ଼ ହୋଇଥିଲେ। ହେଲେ ଏହି ଶବ୍ଦ ପ୍ରାୟ ୭୦ ବର୍ଷ ଧରି ଶୁଣା ଯାଇନଥିଲା। ଏବେ ପୁଣି ଥରେ ଡିବ୍ରୁଗଡ଼ ଠାରୁ ଜାହାଜ ବିଦେଶକୁ ଯାତ୍ରା କରିଛି। ଏହି ଅଞ୍ଚଳ ତାହାର ପୂର୍ବ ପରିଚୟ ଫେରିପାଇଛି। ସେ କହିଛନ୍ତି ଯେ ବ୍ରହ୍ମପୁତ୍ର ନଦୀ ଆମକୁ କେବେ ଛାଡ଼ି ନଥିଲା। ଏହାକୁ ପୁନରୁଦ୍ଧାର କରିବା ପାଇଁ କେବଳ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ଥିଲା।
ଚାଷୀ, ଏମଏସଏମଇ ଏବଂ ଶିଳ୍ପ ଲାଭବାନ ହେବେ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆହୁରି କହିଛନ୍ତି ଯେ ଜଳପଥ ଆଧାରିତ ପରିବହନ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏହା ସିଧାସଳଖ ଚାଷୀ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ), ପେଟ୍ରୋକେମିକାଲ୍ ଶିଳ୍ପ, ରିଫାଇନାରୀ କ୍ଷେତ୍ର ଏବଂ ଅନ୍ୟାନ୍ୟ ଶିଳ୍ପ ୟୁନିଟ୍ କୁ ଲାଭବାନ କରିବ। ଜଳପଥ ରାସ୍ତା ଏବଂ ରେଳ ପରିବହନ ତୁଳନାରେ ଏକ କମ ଖର୍ଚ୍ଚ ହେଉଥିବା ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ। ନଦୀ ଦ୍ୱାରା ବର୍ଦ୍ଧିତ ମାଲ ପରିବହନ ଇନ୍ଧନ ବ୍ୟବହାର ହ୍ରାସ କରିବ ଏବଂ ରାସ୍ତାରେ ଟ୍ରକ୍ ଚାପ ହ୍ରାସ କରିବ।
ଉତ୍ତର-ପୂର୍ବ ଆଉ ସୀମା ନୁହେଁ, ବରଂ ଭାରତର ପୂର୍ବ ପ୍ରବେଶ ଦ୍ୱାର ହେବ: ମୁଖ୍ୟମନ୍ତ୍ରୀ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହାକୁ ରାଜ୍ୟ ପାଇଁ ଏକ ଗର୍ବର ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆସାମରେ ଉତ୍ପାଦିତ ଉତ୍ପାଦ ଏବେ ଆସାମର ନିଜସ୍ୱ ନଦୀ ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ପହଞ୍ଚୁଛି। ଉତ୍ତର-ପୂର୍ବ ଭାରତ ଆଉ କେବଳ ଦେଶର ସୀମାନ୍ତ ଅଞ୍ଚଳ ନୁହେଁ। ବରଂ ଭାରତର "ପୂର୍ବର ପ୍ରବେଶ ପଥ" ହେବାକୁ ଯାଉଛି। ସେ କହିଛନ୍ତି ଯେ ଏହି ସଫଳତା ଆଞ୍ଚଳିକ ଶିଳ୍ପ, ବାଣିଜ୍ୟ ଏବଂ ନିଯୁକ୍ତି ପାଇଁ ନୂତନ ସମ୍ଭାବନା ଖୋଲିବ।
ଡିବ୍ରୁଗଡ଼ର ଗୌରବମୟ ନଦୀ ବନ୍ଦର କିପରି ବନ୍ଦ ହୋଇଥିଲା?
ଡିବ୍ରୁଗଡ଼କୁ ପୂର୍ବ ଭାରତର ପ୍ରମୁଖ ନଦୀ ବାଣିଜ୍ୟ କେନ୍ଦ୍ର ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଥିଲା। ୧୮୫୬ ମସିହାରୁ କୋଲକାତାକୁ ଷ୍ଟିମର ସେବା ପରିଚାଳିତ ହେଉଥିଲା। ୧୮୮୨ ମସିହାରେ, ଡିବ୍ରୁଗଡ଼-ସାଦିଆ ରେଳ ସେବା ମଧ୍ୟ ଡିବ୍ରୁଗଡ଼ ଷ୍ଟିମର ଘାଟ ଠାରୁ ଆରମ୍ଭ ହୋଇଥିଲା। ୧୯୧୩ ମସିହା ପର୍ଯ୍ୟନ୍ତ,ଷ୍ଟିମର ପ୍ରତିଦିନ ଏଠାକୁ ଚା, କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରି ଆସୁଥିଲା। ୧୯୪୭ ମସିହାରେ ବିଭାଜନ ପରେ ପରିସ୍ଥିତି ବଦଳିଗଲା। ୧୯୫୦ ମସିହାର ଭୂମିକମ୍ପ ପରେ ନଦୀପଠାକୁ ପ୍ରଭାବିତ କରିଥିଲା। ୧୯୫୪ ମସିହାରେ ନିୟମିତ ବୁକିଂ ବନ୍ଦ ହୋଇଗଲା। ୧୯୫୬ ମସିହା ଅକ୍ଟୋବର ୧୫ ତାରିଖରୁ ଡିବ୍ରୁଗଡ଼ ଘାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଚା ଶିଳ୍ପ ରେଳପଥକୁ ସ୍ଥାନାନ୍ତରିତ ହୋଇଥିଲା। ନଦୀ ବାଣିଜ୍ୟ ଧିରେ ଧିରେ ବନ୍ଦ ହୋଇଗଲା।
ଏହା ସହ ପଢନ୍ତୁ: ଏଣିକି ବାଂଲାଦେଶ ଟ୍ରାକ୍ରେ ଦୌଡ଼ିବ 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ୍; ଭାରତ ଠାରୁ କେତେ ଭିନ୍ନ?
ସଫଳ ହୋଇଛି ମୋଦି ସରକାରଙ୍କ ଜଳପଥ ରଣନୀତି
ସାମ୍ପ୍ରତିକ ବର୍ଷରେ ଉତ୍ତର-ପୂର୍ବ ଭାରତରେ ଜଳପଥ ଭିତ୍ତିଭୂମି ବିକାଶରେ ବିପୁଳ ନିବେଶ କରାଯାଇଛି। ବୋଗିବିଲ୍ ଟର୍ମିନାଲ, କଷ୍ଟମ୍ସ ଏବଂ ଇମିଗ୍ରେସନ୍ କମ୍ପ୍ଲେକ୍ସ, ପାଣ୍ଡୁ ଠାରେ ଜାହାଜ ମରାମତି ସୁବିଧା ଏବଂ ଜଳ ବାହକ ଭଳି ଯୋଜନା ଏହି ନୂତନ ଆରମ୍ଭକୁ ସମ୍ଭବ କରିଛି। କେନ୍ଦ୍ରମନ୍ତ୍ରୀ ସୋନୋୱାଲ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ସମସ୍ତ କ୍ଷେତ୍ରରେ ଉତ୍ତର-ପୂର୍ବକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଡିବ୍ରୁଗଡ଼ର ଗୌରବମୟ ଅତୀତ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସଙ୍ଗମ ଏବେ ବ୍ରହ୍ମପୁତ୍ର ନଦୀ କୂଳରେ ପୁଣି ଥରେ ଦୃଶ୍ୟମାନ ହେଉଛି।

The Brahmaputra carries a new story from Dibrugarh to the world. Methanol from Assam Petro-Chemicals Ltd is sailing to Dhaka, marking the first international inland waterways cargo consignment from Dibrugarh since independence. Watch highlights! https://t.co/Ka6EEcAO0L
— Sarbananda Sonowal (@sarbanandsonwal) October 5, 2026
୭୦ ବର୍ଷ ପରେ ଡିବ୍ରୁଗଡ଼ ବନ୍ଦର ପୁଣି ଥରେ ଏହାର ଐତିହାସିକ ପରିଚୟ ଫେରିପାଇଛି
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଘଟଣାକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଡିବ୍ରୁଗଡ଼ ପୂର୍ବ ଭାରତର ସବୁଠାରୁ ବ୍ୟସ୍ତବହୁଳ ନଦୀ ବନ୍ଦର ମଧ୍ୟରୁ ଅନ୍ୟତମ ଥିଲା। ପୂର୍ବରୁ ଏଠାରୁ ନିୟମିତ ଭାବରେ ନୌକା (ଷ୍ଟିମର) ସେବା ଚାଲୁଥିଲା। ହେଲେ ପରେ ଦଶନ୍ଧି ଦଶନ୍ଧି ଧରି ଏହି ସେବା ବନ୍ଦ ହୋଇଗଲା। ପିଢ଼ି ପରେ ପିଢ଼ି ଲୋକେ ଡିବ୍ରୁଗଡ଼ ଘାଟରୁ ଷ୍ଟିମର ହୁଇସିଲ୍ ଶବ୍ଦ ଶୁଣି ବଡ଼ ହୋଇଥିଲେ। ହେଲେ ଏହି ଶବ୍ଦ ପ୍ରାୟ ୭୦ ବର୍ଷ ଧରି ଶୁଣା ଯାଇନଥିଲା। ଏବେ ପୁଣି ଥରେ ଡିବ୍ରୁଗଡ଼ ଠାରୁ ଜାହାଜ ବିଦେଶକୁ ଯାତ୍ରା କରିଛି। ଏହି ଅଞ୍ଚଳ ତାହାର ପୂର୍ବ ପରିଚୟ ଫେରିପାଇଛି। ସେ କହିଛନ୍ତି ଯେ ବ୍ରହ୍ମପୁତ୍ର ନଦୀ ଆମକୁ କେବେ ଛାଡ଼ି ନଥିଲା। ଏହାକୁ ପୁନରୁଦ୍ଧାର କରିବା ପାଇଁ କେବଳ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ଥିଲା।
ଚାଷୀ, ଏମଏସଏମଇ ଏବଂ ଶିଳ୍ପ ଲାଭବାନ ହେବେ
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆହୁରି କହିଛନ୍ତି ଯେ ଜଳପଥ ଆଧାରିତ ପରିବହନ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏହା ସିଧାସଳଖ ଚାଷୀ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ), ପେଟ୍ରୋକେମିକାଲ୍ ଶିଳ୍ପ, ରିଫାଇନାରୀ କ୍ଷେତ୍ର ଏବଂ ଅନ୍ୟାନ୍ୟ ଶିଳ୍ପ ୟୁନିଟ୍ କୁ ଲାଭବାନ କରିବ। ଜଳପଥ ରାସ୍ତା ଏବଂ ରେଳ ପରିବହନ ତୁଳନାରେ ଏକ କମ ଖର୍ଚ୍ଚ ହେଉଥିବା ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ। ନଦୀ ଦ୍ୱାରା ବର୍ଦ୍ଧିତ ମାଲ ପରିବହନ ଇନ୍ଧନ ବ୍ୟବହାର ହ୍ରାସ କରିବ ଏବଂ ରାସ୍ତାରେ ଟ୍ରକ୍ ଚାପ ହ୍ରାସ କରିବ।
ଉତ୍ତର-ପୂର୍ବ ଆଉ ସୀମା ନୁହେଁ, ବରଂ ଭାରତର ପୂର୍ବ ପ୍ରବେଶ ଦ୍ୱାର ହେବ: ମୁଖ୍ୟମନ୍ତ୍ରୀ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହାକୁ ରାଜ୍ୟ ପାଇଁ ଏକ ଗର୍ବର ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆସାମରେ ଉତ୍ପାଦିତ ଉତ୍ପାଦ ଏବେ ଆସାମର ନିଜସ୍ୱ ନଦୀ ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ପହଞ୍ଚୁଛି। ଉତ୍ତର-ପୂର୍ବ ଭାରତ ଆଉ କେବଳ ଦେଶର ସୀମାନ୍ତ ଅଞ୍ଚଳ ନୁହେଁ। ବରଂ ଭାରତର "ପୂର୍ବର ପ୍ରବେଶ ପଥ" ହେବାକୁ ଯାଉଛି। ସେ କହିଛନ୍ତି ଯେ ଏହି ସଫଳତା ଆଞ୍ଚଳିକ ଶିଳ୍ପ, ବାଣିଜ୍ୟ ଏବଂ ନିଯୁକ୍ତି ପାଇଁ ନୂତନ ସମ୍ଭାବନା ଖୋଲିବ।
ଡିବ୍ରୁଗଡ଼ର ଗୌରବମୟ ନଦୀ ବନ୍ଦର କିପରି ବନ୍ଦ ହୋଇଥିଲା?
ଡିବ୍ରୁଗଡ଼କୁ ପୂର୍ବ ଭାରତର ପ୍ରମୁଖ ନଦୀ ବାଣିଜ୍ୟ କେନ୍ଦ୍ର ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଥିଲା। ୧୮୫୬ ମସିହାରୁ କୋଲକାତାକୁ ଷ୍ଟିମର ସେବା ପରିଚାଳିତ ହେଉଥିଲା। ୧୮୮୨ ମସିହାରେ, ଡିବ୍ରୁଗଡ଼-ସାଦିଆ ରେଳ ସେବା ମଧ୍ୟ ଡିବ୍ରୁଗଡ଼ ଷ୍ଟିମର ଘାଟ ଠାରୁ ଆରମ୍ଭ ହୋଇଥିଲା। ୧୯୧୩ ମସିହା ପର୍ଯ୍ୟନ୍ତ,ଷ୍ଟିମର ପ୍ରତିଦିନ ଏଠାକୁ ଚା, କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରି ଆସୁଥିଲା। ୧୯୪୭ ମସିହାରେ ବିଭାଜନ ପରେ ପରିସ୍ଥିତି ବଦଳିଗଲା। ୧୯୫୦ ମସିହାର ଭୂମିକମ୍ପ ପରେ ନଦୀପଠାକୁ ପ୍ରଭାବିତ କରିଥିଲା। ୧୯୫୪ ମସିହାରେ ନିୟମିତ ବୁକିଂ ବନ୍ଦ ହୋଇଗଲା। ୧୯୫୬ ମସିହା ଅକ୍ଟୋବର ୧୫ ତାରିଖରୁ ଡିବ୍ରୁଗଡ଼ ଘାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଚା ଶିଳ୍ପ ରେଳପଥକୁ ସ୍ଥାନାନ୍ତରିତ ହୋଇଥିଲା। ନଦୀ ବାଣିଜ୍ୟ ଧିରେ ଧିରେ ବନ୍ଦ ହୋଇଗଲା।
ଏହା ସହ ପଢନ୍ତୁ: ଏଣିକି ବାଂଲାଦେଶ ଟ୍ରାକ୍ରେ ଦୌଡ଼ିବ 'ମେଡ୍ ଇନ୍ ଇଣ୍ଡିଆ' ଟ୍ରେନ୍; ଭାରତ ଠାରୁ କେତେ ଭିନ୍ନ?
ସଫଳ ହୋଇଛି ମୋଦି ସରକାରଙ୍କ ଜଳପଥ ରଣନୀତି
ସାମ୍ପ୍ରତିକ ବର୍ଷରେ ଉତ୍ତର-ପୂର୍ବ ଭାରତରେ ଜଳପଥ ଭିତ୍ତିଭୂମି ବିକାଶରେ ବିପୁଳ ନିବେଶ କରାଯାଇଛି। ବୋଗିବିଲ୍ ଟର୍ମିନାଲ, କଷ୍ଟମ୍ସ ଏବଂ ଇମିଗ୍ରେସନ୍ କମ୍ପ୍ଲେକ୍ସ, ପାଣ୍ଡୁ ଠାରେ ଜାହାଜ ମରାମତି ସୁବିଧା ଏବଂ ଜଳ ବାହକ ଭଳି ଯୋଜନା ଏହି ନୂତନ ଆରମ୍ଭକୁ ସମ୍ଭବ କରିଛି। କେନ୍ଦ୍ରମନ୍ତ୍ରୀ ସୋନୋୱାଲ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ସମସ୍ତ କ୍ଷେତ୍ରରେ ଉତ୍ତର-ପୂର୍ବକୁ ବିଶେଷ ପ୍ରାଥମିକତା ଦିଆଯାଇଛି। ଡିବ୍ରୁଗଡ଼ର ଗୌରବମୟ ଅତୀତ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସଙ୍ଗମ ଏବେ ବ୍ରହ୍ମପୁତ୍ର ନଦୀ କୂଳରେ ପୁଣି ଥରେ ଦୃଶ୍ୟମାନ ହେଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories