Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Project Cheetah India / ଦେଶରେ ଚିତା ସଂଖ୍ୟାରେ ବୃଦ୍ଧି, ବିଦେଶରୁ ଭାରତ ଆସିଲେ ଆହୁରି ୪

Subhramjit Ray
Browse all articles by Subhramjit Ray
·2 months ago·2 min read
ଦେଶରେ ଚିତା ସଂଖ୍ୟାରେ ବୃଦ୍ଧି, ବିଦେଶରୁ ଭାରତ ଆସିଲେ ଆହୁରି ୪
Project Cheetah India

Key Points

ଏବେ ଚିତାଙ୍କ ପ୍ରତ୍ୟାବର୍ତ୍ତନକୁ ବର୍ତ୍ତମାନ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। 

  • Cheetahs arrive in Bengaluru: ଦେଶର ଜୈବିକ ପରିସଂସ୍ଥାରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆଉ ଚାରୋଟି ଚିତାଙ୍କୁ ଭାରତ ଅଣାଯାଇଛି। ସମସ୍ତେ ସୁରକ୍ଷିତ ଭାବରେ ବେଙ୍ଗାଲୁରୁରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ କର୍ଣ୍ଣାଟକର ବାନରଘଟ୍ଟା ବାୟୋଲୋଜିକାଲ ପାର୍କ ଠାରେ ରଖାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଦେଶରେ ବନ୍ୟପ୍ରାଣୀ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଜୈବ ବିବିଧତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା।


  • ଏନେଇ ଅଧିକାରୀଙ୍କ କହିବା ଅନୁଯାୟୀ, ବିଦେଶରୁ ଚିତାଙ୍କୁ ସ୍ୱତନ୍ତ୍ର ତଦାରଖରେ ଦେଶକୁ ଅଣାଯାଇଛି। ବନ ବିଭାଗ ଏବଂ ପଶୁଚିକିତ୍ସା ବିଶେଷଜ୍ଞଙ୍କ ଏକ ଦଳ ନିରନ୍ତର ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଛନ୍ତି। ସମସ୍ତ ଚିତାଙ୍କୁ ସେମାନଙ୍କ ନୂତନ ପରିବେଶରେ ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ନପଡେ ତାହା ନିଶ୍ଚିତ କରିବା ପାଇଁ ପ୍ରୋଟୋକଲ ଅନୁଯାୟୀ ସେମାନଙ୍କ ପ୍ରାରମ୍ଭିକ ଯାଞ୍ଚ କରାଯାଇଛି।

    ଏହା ସହ ପଢନ୍ତୁ: ଏକାଠି ନଜର ଆସିଲେ ବାଘ-ଚିତା-କଲରା ପତ୍ରିଆ; ଭିଡ଼ିଓ ଭାଇରାଲ

    ଜଳବାୟୁ ଏବଂ ପରିବେଶ ପରିବର୍ତ୍ତନ ଯୋଗୁଁ ସୁବୂର ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ଯେପରି କୌଣସି ଚାପ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା ନ କରନ୍ତି ତାହା ନିଶ୍ଚିତ କରିବା ପାଇଁ କର୍ଣ୍ଣାଟକ ବନ ବିଭାଗ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିତାଙ୍କୁ ଅତି କମରେ ପ୍ରାୟ ୩୦ ଦିନ ପାଇଁ ସଙ୍ଗରୋଧରେ (Quarantine) ରଖାଯିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ଏକ ନିର୍ଦ୍ଧାରିତ ଖାଦ୍ୟ ଖାଇବାକୁ ଦିଆଯିବ। କୌଣସି ସଂକ୍ରମଣ କିମ୍ବା ରୋଗ ନ ହେବା ପାଇଁ ସେମାନଙ୍କର ଯାଞ୍ଚ କରାଯିବ। ଚିତାଙ୍କୁ ସେମାନଙ୍କ ନୂତନ ପ୍ରାକୃତିତ ବାସସ୍ଥାନରେ ଛାଡିବା ପୂର୍ବରୁ ସମସ୍ତ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ସମାପ୍ତ କରାଯିବ।

    ଏହା ସହ ପଢନ୍ତୁ:  ଥାର୍ ମରୁଭୂମିରେ ନଜର ଆସିଲା କେରାକଲ୍; କ୍ୟାମେରାରେ କଏଦ ହେଲା ବିଲୁପ୍ତ ଶିକାରୀ

    କର୍ଣ୍ଣାଟକରେ ଚିତାଙ୍କୁ କୁହାଯାଏ "ଶିବଙ୍ଗୀ"
    କେବେ କର୍ଣ୍ଣାଟକରେ ଚିତାଙ୍କୁ ସ୍ଥାନୀୟ କନ୍ନଡ଼ ଭାଷାରେ "ଶିବଙ୍ଗୀ" କୁହାଯାଉଥିଲା। ହେଲେ ତଥାପି ଦଶନ୍ଧି ପୂର୍ବରୁ ଚିତା ରାଜ୍ୟର ଜଙ୍ଗଲରୁ ବିଲୁପ୍ତ ହୋଇଯାଇଥିଲା। ଏବେ ସେମାନଙ୍କର ପ୍ରତ୍ୟାବର୍ତ୍ତନକୁ ବର୍ତ୍ତମାନ ବନ୍ୟପ୍ରାଣୀ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଯାହା ପାରିବେଶିକତ ତନ୍ତ୍ରକୁ ଆହୁରି ସୁଦୃଢ଼ ​​କରିବ ବୋଲି ଆଶା କରାଯାଉଛି।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Cheetahs Return to Karnataka: 4 South African Cheetahs Arrive in Bengaluru | Argus News