Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶୌଚାଳୟ ପାଲଟିଲା ଗୁପ୍ତ ଭଣ୍ଡାର; ଚର୍ଚ୍ଚାରେ ସାଉଣ୍ଡ ସ୍ପୀକର

National

Airport customs gold bust / ଶୌଚାଳୟ ପାଲଟିଲା ଗୁପ୍ତ ଭଣ୍ଡାର; ଚର୍ଚ୍ଚାରେ ସାଉଣ୍ଡ ସ୍ପୀକର

Subhramjit Ray
Browse all articles by Subhramjit Ray
·3 hours ago·2 min read
ଶୌଚାଳୟ ପାଲଟିଲା ଗୁପ୍ତ ଭଣ୍ଡାର; ଚର୍ଚ୍ଚାରେ ସାଉଣ୍ଡ ସ୍ପୀକର
Airport customs gold bust

Key Points

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରର ସୀମାଶୁଳ୍କ ଅଧିକାରୀ ଏକ ବିମାନର ଶୌଚାଳୟର ସାଉଣ୍ଡ ସିଷ୍ଟମ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ୨ କିଲୋ ସୁନା ଜବତ କରିଛନ୍ତି।

ସୁନା ଚୋରାଚାଲାଣ କରୁଥିବା ତସ୍କର ବିଦେଶରୁ ଆମଦାନୀ ହୋଇଥିବା ସୁନାକୁ ଲୁଚାଇ ରଖିବା ପାଇଁ ଅଭିନବ କୌଶଳ ଆପଣାଇଥାନ୍ତି। କେତେବେଳେ ସେମାନେ ଏହାକୁ ପୋଷାକ ଭିତରେ ଲୁଚାଇ ରଖିଥାନ୍ତି। ଆଉ କେତେବେଳେ ଖାଦ୍ୟ ଏବଂ ମେକଅପ୍ ସାମଗ୍ରୀ ମଧ୍ୟରେ ଏହାକୁ ଲୁଚାଇ ରଖିଥାନ୍ତି। ହେଲେ ଏବେ ସୁନା ତସ୍କର ଏକ ବିମାନର ଶୌଚାଳୟର ସାଉଣ୍ଡ ସିଷ୍ଟମ ମଧ୍ୟରେ ସୁନାକୁ ଲୁଚାଇ ରଖିଥିଲେ।

ଦୁବାଇରୁ ଗୁଜରାଟ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏକ ବିମାନର ଶୌଚାଳୟର ସାଉଣ୍ଡ ସିଷ୍ଟମ ମଧ୍ୟରେ ୨୪ ସୁନା ବିସ୍କୁଟ ଲୁଚାଇ ରଖିଥିବାର ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୩ କିଲୋଗ୍ରାମ ଓଜନର ଏହି ସୁନା ବିସ୍କୁଟ ମୂଲ୍ୟ ପ୍ରାୟ ୪.୨୬ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ବିମାନର ସାଉଣ୍ଡ ସ୍ପୀକର ମଧ୍ୟରେ ସୁନା ଲୁଚାଇ ରଖିଥିଲେ ତସ୍କର

ସଦ୍ୟ ସୀମା ଶଳ୍କ ବିଭାଗ (Custom Department India) ଅଧିକାରୀଙ୍କୁ ଏ ସମ୍ପର୍କରେ ଖବର ମିଳିବା ପରେ ସେମାନେ ଫ୍ଲାଇଟ୍ ଇଞ୍ଜିନିୟର୍ ଙ୍କ ସହାୟତାରେ ବିମାନ କ୍ୟାବିନ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲେ। ବିଭାଗୀୟ ଟିମ୍ ଶୌଚାଳୟକୁ ଯାଞ୍ଚ କରିସାରିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ବିମାନ ଯାତ୍ରୀଙ୍କ ଲାଗି ହେଉଥିବା ଘୋଷଣା (General Announcement on Flight) ପାଇଁ ବ୍ୟବହୃତ କାନ୍ଥରେ ଲଗାଯାଇଥିବା ସ୍ପୀକର ବାକ୍ସ (Speaker Box) ଖୋଲାଯାଇଥିଲା। ଏହାର ଅଡ଼ିଓ ପାର୍ଟ୍ସ୍ (Audio Part) ପଛରେ କଳା ରଙ୍ଗର ବୈଦ୍ୟୁତିକ ଟେପ୍ (Black Electrical Tape) ଗୁଡ଼ାଇ ରଖାଯାଇଥିବା ଦୁଇଟି ଭାରି ପ୍ୟାକେଟ୍ ମିଳିଥିଲା। ଏହି ଟେପ୍ କଢ଼ାଯିବା ପରେ, ଅଧିକାରୀ ବିଦେଶରୁ ଆସିଥିବା ୨.୮ କିଲୋଗ୍ରାମ ଓଜନର ୨୪ ଖଣ୍ଡ ସୁନା ବିସ୍କୁଟ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହା ସହ ପଢନ୍ତୁ: ଯାତ୍ରା ବେଳେ ବାହାରିଲା ଧୂଆଁ; ଏମରଜେନ୍ସି ଗେଟ୍ ଦେଇ ବାହାରିଲେ ଯାତ୍ରୀ

ଦୁବାଇରୁ ଆସିଥିବା ୨୪ ସୁନା ବିସ୍କୁଟ ଜବତ
ବେଶ ଚତୁରତାର ସହ ସୁନା ଚୋରା ଚୋରାଚାଲାଣ କରୁଥିବା ତସ୍କର ସୁନାକୁ ଶୌଚାଳୟରେ ଲୁଚାଇ ରଖିବାକୁ ଚାହୁଁଥିଲା। ଯାାହାକୁ ପରେ ଅନ୍ୟ ଜଣେ ଯାତ୍ରୀ କିମ୍ବା ଗ୍ରାଉଣ୍ଡ କ୍ରୁ ସଦସ୍ୟ (Airport Ground Crew Staff) ବାହାର କରି ନେଇଯିବେ। ହେଲେ ତଥାପି, ସୀମାଶୁଳ୍କ ବିଭାଗର ସତର୍କତା ଦ୍ୱାରା ଚୋରାଚାଲାଣକାରୀଙ୍କ ଯୋଜନା ପଣ୍ଡ ହୋଇ ଯାଇଥିଲା। ବିପଦ ଅନୁଭବ କରି ସେ ସେହି ସୁନାକୁ ସେଠାରେ ଛାଡି ଦେଇଥିଲା। ବିମାନରେ ଥିବା ଏହି କେହି କୋଟି କୋଟି ଟଙ୍କା ମୂଲ୍ୟର ସୁନା ଉପରେ ଦାବି କରିନଥିଲେ।

ସୁନାକୁ ସରକାରୀ ଭାବରେ ଦାବିହୀନ ଘୋଷଣା କରାଯାଇଥିଲା। ସୀମା ଶୁଳ୍କ ଆଇନ ୧୯୬୨ ଅନୁଯାୟୀ ଏହି ସୁନାକୁ ଜବତ କରାଯାଇଥିଲା। ଅହମ୍ମଦାବାଦ ସ୍ଥିତ ସୀମା ଶୁଳ୍କ ବିଭାଗ ବିମାନର ଶୌଚାଳୟକୁ ପ୍ରକୃତରେ କିଏ ଚୋରା ସୁନା ଭଣ୍ଡାରରେ ପରିଣତ କରିଥିଲା ​​ତାହା ଜାଣିବା ପାଇଁ ସେହି ବିମାନର ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟ ତାଲିକା (Flight Manifest) ସମ୍ପର୍କରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ଏହା ସହ ପଢନ୍ତୁ: ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ

ବିଭାଗ ହାତରୁ ଖସି ପାରିଲା ନାହିଁ ତସ୍କର
ଏହି ଘଟଣାରେ ଅଜବ ଉପାୟରେ ହୋଇଥିବ ଏକ ସୁଚିନ୍ତିତ ସୁନା ଚୋରା ଚାଲାଣ। ସୁନା ଲୁଚାଇବା ପାଇଁ ଫ୍ଲାଇଟ୍ ଟଏଲେଟ୍ (Flight Toilet) ବ୍ୟବହାର କରିଯିବାର ଏପରି ଘଟଣା ପୂର୍ବରୁ ବହୁତ କମ୍ ସାମ୍ନାକୁ ଆସିଛି। ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରର ସୀମାଶୁଳ୍କ ବିଭାଗ ଅଧିକାରୀ ଏକ ବିମାନର ଟଏଲେଟ୍‌ ସାଉଣ୍ଡ୍ ସିଷ୍ଟମ୍‌ (Flight Toilet Sound System) ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାୟ ୨ କିଲୋଗ୍ରାମ ସୁନା ଜବତ କରିଛନ୍ତି। ଜୁନ୍ ୧୨ ତାରିଖରେ ଦୁବାଇରୁ ଆସିଥିବା 6E-1478 ଇଣ୍ଡିଗୋ ବିମାନରେ ଏହି ସୁନା ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored