Diwali flight ticket price cap / ମନଇଚ୍ଛା ବଢିବ ନାହିଁ ବିମାନ ଟିକେଟ ମୂଲ୍ୟ; ବିମାନ ଭଡ଼ା ଉପରେ ନୂତନ ଯୋଡନା ପ୍ରଣୟନ କରୁଛନ୍ତି ସରକାର
·2 weeks ago·3 min read

Key Points
ବିମାନ କମ୍ପାନୀ ଦ୍ୱାରା ମନଇଚ୍ଛା ମୂଲ୍ୟ ବୃଦ୍ଧି ଉପରେ ରୋକ ଲାଗିପାରେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ମତ ରଖିଛନ୍ତି। ଏହି ସମୟରେ, ସରକାର ନିୟମ ପ୍ରଣୟନ କରୁଛନ୍ତି।
Civil Aviation airfare capping policy: କେନ୍ଦ୍ର ସରକାର ପର୍ବପର୍ବାଣୀ ଏବଂ ଛୁଟି ସମୟରେ ଅଚାନକ ବଢୁଥିବା ବିମାନ ଟିକେଟ ମୂଲ୍ୟକୁ ରୋକିବା ପାଇଁ ନୂତନ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ବିମାନ ଭଡ଼ା ଏବଂ ଶୁଳ୍କ ସହିତ ଜଡିତ ନିୟମ ପ୍ରଣୟନ ପ୍ରକ୍ରିୟା ଚାଲିଛି ଏବଂ ଏହା ସମାପ୍ତ ହେବାକୁ ପ୍ରାୟ ୩ ସପ୍ତାହ ସମୟ ଲାଗିବା ନେଇ ଆଶା କରାଯାଉଛି। ଏହି ନିୟମରେ ବିମାନ ଭଡ଼ା ଏବଂ ଶୁଳ୍କ ସହିତ ଜଡି଼ତ ବ୍ୟବସ୍ଥା ଅନ୍ତର୍ଭୂକ୍ତ ହେବ। ଯାହା ବିମାନ ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ବିମାନ ଯାତ୍ରୀ ଦୀର୍ଘ ଦିନ ଧରି ବିମାନ ଟିକେଟ ମୂଲ୍ୟ ହଠାତ୍ ବୃଦ୍ଧି ପାଇବାକୁ ନେଇ ଅଭିଯୋଗ କରିଆସୁଛନ୍ତି। ଉଦାହରଣ ସ୍ୱରୂପ, ସାଧାରଣ ଦିନରେ ଦିଲ୍ଲୀରୁ ମୁମ୍ବାଇକୁ ବିମାନ ଭଡ଼ା ୬୦୦୦ ଟଙ୍କା ରହୁଥିବା ବେଳେ, ପର୍ବପର୍ବାଣୀ କିମ୍ବା ଛୁଟି ସମୟରେ ସମାନ ଟିକେଟ ମୂଲ୍ୟ ୧୨ ହଜାରରୁ ୧୪ ହଜାର ଟଙ୍କା ହୋଇଯାଉଛି।
ଏପରି ସମସ୍ୟା ସମ୍ପର୍କରେ ଏକ ଆବେଦନ ସୁପ୍ରିମକୋର୍ଟ ଠାରେ ପହଞ୍ଚିଥିଲା। କୋର୍ଟ ଏହି ମାମଲାରେ ସରକାରଙ୍କୁ ତାଙ୍କ ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟରେ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ASG) କହିଛନ୍ତି ଯେ ସରକାର ଏହି ମାମଲାରେ ନିୟମ ପ୍ରଣୟନ କରୁଛନ୍ତି।
ଏହା ସହ ପଢନ୍ତୁ: ଏଣିକି ଛୋଟ ସହରରେ ସହଜ ହେବ ବିମାନ ଯାତ୍ରା; ଆରମ୍ଭ ହେଲା ଦ୍ୱିତୀୟ 'ଉଡ଼ାନ' ଯୋଜନା
ଯଦି ବିମାନ କମ୍ପାନୀ ପାଳନ ନ କରନ୍ତି, ତାହେଲେ ବନ୍ଦ କରାଯାଉ ସେମାନଙ୍କ ବିମାନ ଚଳାଚଳ: ସୁପ୍ରିମକୋର୍ଟ
ସୁପ୍ରିମ କୋର୍ଟ ଖୋଲାଖୋଲି କହିଛନ୍ତି ଯେ ଯଦି ବିମାନ କମ୍ପାନୀ ପର୍ବପର୍ବାଣୀ କିମ୍ବା ଛୁଟି ଦିନ ସମୟରେ ନିୟମ ପାଳନ ନ କରନ୍ତି, ତାହେଲେ ସେମାନଙ୍କ ବିମାନ ଚଳାଚଳ ବନ୍ଦ କରାଯିବା ଆବଶ୍ୟକ। ସୋମବାର (୧୭ ଅଗଷ୍ଟ), ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସାମାଜିକ କର୍ମୀ ଏସ୍. ଲକ୍ଷ୍ମୀନାରାୟଣନଙ୍କ ଦ୍ୱାରା ପର୍ବପର୍ବାଣୀ ଏବଂ ଛୁଟିଦିନ ସମୟରେ ବିମାନ ଭଡ଼ାରେ ହେଉଥିବା ହଠାତ୍ ବୃଦ୍ଧି ସମ୍ପର୍କରେ ଦାୟର ଆବେଦନର ଶୁଣାଣି କରିଥିଲେ। ଏହି ଆବେଦନ ଉପରେ ଶୁମାଣି କରି ଖଣ୍ଡପୀଠ କହିଥିଲେ ଯେ ଯାତ୍ରୀଙ୍କ ସୁବିଧା ପାଇଁ କରାଯାଇଥିବା ବ୍ୟବସ୍ଥାର ପ୍ରବର୍ତ୍ତନ ଏବଂ ନିୟନ୍ତ୍ରଣ ସମ୍ପର୍କରେ ପରିସ୍ଥିତି ବର୍ତ୍ତମାନ ଅସ୍ପଷ୍ଟ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନକାରୀ କହିଛନ୍ତି ଯେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସଂସଦରେ ଏହି ପ୍ରସଙ୍ଗରେ ମତ ରଖି କହିଥିଲେ ଯେ ସେମାନେ କିଛି କରିପାରିବେ ନାହିଁ। ବିମାନ ଭଡ଼ା ବଢିବା ଉପରେ କୌଣସି ସୀମାବଦ୍ଧତା ଲାଗୁ କରିପାରିବେ ନାହିଁ। ଏହି ଆବେଦନର ପୂର୍ବ ଶୁଣାଣିରେ, ସୁପ୍ରିମକୋର୍ଟ କହିଥିଲେ ଯେ ବିମାନ କମ୍ପାନୀ ଦ୍ୱାରା ମନଇଚ୍ଛା ଭଡ଼ା ମୂଲ୍ୟ ନିର୍ଦ୍ଧାରଣ ଯାତ୍ରୀଙ୍କୁ ଶୋଷଣ କରିବା ସହିତ ସମାନ। ସରକାର ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।
ଏହା ସହ ପଢନ୍ତୁ: ଏଣିକି ଆହୁରି ସୁରକ୍ଷିତ ହେବ ହେଲକ୍ୟାପ୍ଟର ଉଡ଼ାଣ; DGCA ନେଲା ବଡ଼ ପଦକ୍ଷେପ
ଆସନ୍ତା ୭ ସେପ୍ଟମ୍ବରରେ ହେବ ପରବର୍ତ୍ତୀ ଶୁଣାଣି; ଆସିପାରେ ନୂଆ ନିୟମ
ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଅନିଲ କୌଶିକ ଅଦାଲତଙ୍କୁ ଜଣାଇଛନ୍ତି ଯେ ବିମାନ ଭଡ଼ା ସମ୍ପର୍କରେ ନିୟମ ପ୍ରଣୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଏହାକୁ ସମାପ୍ତ ହେବାକୁ ୩ ସପ୍ତାହ ସମୟ ଲାଗିବ। ଏଏସଜି ଆହୁରି କହିଛନ୍ତି ଯେ ଚୂଡ଼ାନ୍ତ ନିୟମକୁ କୋର୍ଟରେ ଉପସ୍ଥାପନ କରାଯିବ। ସୁପ୍ରିମକୋର୍ଟ ୩ ସପ୍ତାହ ପାଇଁ ଆବେଦନକୁ ଗ୍ରହଣ କରିଛନ୍ତି। ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ ତାରିଖକୁ ଧାର୍ଯ୍ୟ କରାଯାଇଛି।
ସାମାଜିକ କର୍ମକର୍ତ୍ତା ଏସ. ଲକ୍ଷ୍ମୀନାରାୟଣନଙ୍କ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲେ। ଯେଉଁଥିରେ ବିମାନ କମ୍ପାନୀ ଭଡ଼ା ନିର୍ଦ୍ଧାରଣ କରିବାରେ ମନମାନୀ କରୁଥିବା ଅଭିଯୋଗ କରାଯାଇଛି। ଏହି ମାମଲାରେ ସେ କୋର୍ଟକ ହସ୍ତକ୍ଷେପ ଲୋଡ଼ିଛନ୍ତି। କୋର୍ଟରେ ଦାଏର ହୋଇଥିବା ଆବେଦନରେ କୁହାଯାଇଛି ଯେ ଘରୋଇ ବିମାନ କମ୍ପାନୀ ମନଇଚ୍ଛା ବିମାନ ଭଡ଼ା ସ୍ଥିର କରୁଛନ୍ତି ଏବଂ ଅନେକ ଅତିରିକ୍ତ ଶୁଳ୍କ ଲଗାଉଛନ୍ତି। ଏହି ବିଷୟ ସମ୍ପର୍କରେ ସ୍ପଷ୍ଟ ନିୟମ ସ୍ଥାପନ କରିବା ଏବଂ ଏହି ନିୟମ ପାଳନକୁ ସୁନିଶ୍ଚିତ କରିବା ପାଇଁ ଏକ ନିୟାମକ ସଂସ୍ଥା ଆବଶ୍ୟକ।

Related Topics
Explore more stories
Diwali flight ticket price capGovernment capping airfares festival seasonFlight ticket surge price rulesCivil Aviation airfare capping policyGovt plan to stop flight ticket price surgeDiwali Chhath flight ticket pricesDGCA airfare regulation festival seasonFestive season cheap flight tickets IndiaSupreme Court on airline fare surgeDiwali Chhath Puja airfare surge