Nagaland Flood 2026 / ନାଗାଲାଣ୍ଡରେ ଭୂସ୍ଖଳନ-ବନ୍ୟା ତାଣ୍ଡବ; ୧୨ ହଜାରରୁ ଅଧିକ ପରିବାର ପ୍ରଭାବିତ
·1 month ago·2 min read

Key Points
NSDMA ଅନୁଯାୟୀ, ଗତ ୧୯ ତାରିଖରେ ମୋନ୍ ଜିଲ୍ଲାରେ ୧୩୦ ମିମି ଏବଂ ମୋକୋକଚୁଙ୍ଗ ଠାରେ ୧୨୬ ମିମି ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭୂସ୍ଖଳନ ଏବଂ ବନ୍ୟା ସୃଷ୍ଟି ହୋଇଥିଲା।
Nagaland Landslide 2026: ଗଦ ୧୯-୨୦ ତାରିଖରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ନାଗାଲାଣ୍ଡର ଅନେକ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ପରେ ରାଜ୍ୟରେ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ନାଗାଲାଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NSDMA) ଙ୍କ ରିପୋର୍ଟ ଅନୁଯାୟୀ ପ୍ରାୟ ୧୨,୮୬୫ ପରିବାର ଭୂସ୍ଖଳନ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି (NSDMA) ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜନି ରୁଆଙ୍ଗମେଇ କହିଛନ୍ତି ଯେ ଏକ ବାଦଲ ଫାଟିବା ଯୋଗୁଁ ଏହି ବିପର୍ଯ୍ୟୟ ଘଟିଛି। କର୍ତ୍ତୃପକ୍ଷ ୧୮ ଜୁଲାଇ ସନ୍ଧ୍ୟାରେ SMS ମାଧ୍ୟମରେ ପାଣିପାଗ ସତର୍କତା ଜାରି କରିଥିଲେ।
NSDMA ଅନୁଯାୟୀ, ୧୯ ଜୁଲାଇରେ ମୋନ୍ ଜିଲ୍ଲାରେ ୧୩୦ ମିମି ଏବଂ ମୋକୋକଚୁଙ୍ଗ ଠାରେ ୧୨୬ ମିମି ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭୂସ୍ଖଳନ ଏବଂ ବନ୍ୟା ହୋଇଥିଲା। ମୋନ୍ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଭୂସ୍ଖଳନରେ ୯ ଏବଂ ବନ୍ୟାରେ ଜଣେ ଲୋକ ପ୍ରାଣ ହରାଇଥିଲେ। ଲଙ୍ଗଲେଙ୍ଗ, ଟୁଏନସାଙ୍ଗ, କିଫାୟାର, ଶାମାଟୋର, ମୋକୋକଚୁଙ୍ଗ ଏବଂ ଆଖପାଖର ଅନେକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହା ସହ ପଢନ୍ତୁ: ପ୍ରବଳ ବର୍ଷାରେ ଛାରଖାର ନାଗାଲାଣ୍ଡ! ୫୦୦ ଘରେ ପଶିଲା ପାଣି, ବୁଡ଼ିଗଲା ରାଜପଥ, ଭୂସ୍ଖଳନରେ ୮ ମୃତ
୭୦ ଲକ୍ଷର ରିଲିଫ୍ ରାଶି ମଞ୍ଜୁର
ରୁଆଙ୍ଗମେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ତୁରନ୍ତ ମୋନ୍ ଜିଲ୍ଲା ପାଇଁ ୭୦ ଲକ୍ଷ ଟଙ୍କା ରିଲିଫ୍ ମଞ୍ଜୁର କରିଛନ୍ତି। ଯେଉଁଥିରେ କ୍ଷତିପୂରଣ ଅନ୍ତର୍ଭୂକ୍ତ ରହିଛି। ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ଏବଂ ନାଗରିକ ସମାଜ ଗୋଷ୍ଠୀଙ୍କ ପାଇଁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। NSDMA ସମସ୍ତ ପ୍ରଭାବିତ ଜିଲ୍ଲାକୁ ତୁରନ୍ତ ରିଲିଫ୍ ସହାୟତା ମଧ୍ୟ ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ ପ୍ରଥମ ରିଲିଫ୍ ପ୍ୟାକେଜ୍ ମୋକୋକଚୁଙ୍ଗ ଜିଲ୍ଲାର ତୁଲି ଅଞ୍ଚଳର ବନ୍ୟା ପ୍ରଭାବିତ ପରିବାରକ ପାଖରେ ପହଞ୍ଚିସାରିଛି।
ସେ କହିଛନ୍ତି ଯେ ମୋନ୍ ଏବଂ ଲଙ୍ଗଲେଙ୍ଗ ମଧ୍ୟରେ ସଂଯୋଗ ଗୁରୁତର ଭାବରେ ବିପର୍ଯ୍ୟସ୍ତ ହୋଇଛି। ବିଦ୍ୟୁତ୍ ଏବଂ ଟେଲିକମ୍ ସେବା ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯୋଗାଯୋଗ ପୁନଃସ୍ଥାପନ ପାଇଁ NSDMA ଟେଲିକମ୍ ବିଭାଗ ସହିତ ସମନ୍ୱୟ ସ୍ଥାପନ କରୁଛି। ଖରାପ ପାଗ ଯୋଗୁଁ ରାସ୍ତା ବନ୍ଦ ଏବଂ ହେଲିକ୍ୟାପ୍ଟର ଉଡ଼ାଣ ଭରି ନପାରିବା ଯୋଗୁଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରାସ୍ତା ବନ୍ଦ ଏବଂ ଅସୁରକ୍ଷିତ ଉଡ଼ାଣ ପରିସ୍ଥିତି ଯୋଗୁଁ, ଅଧିକାରୀମାନେ ଅନ୍ୟ ଜିଲ୍ଲାରୁ ଉଦ୍ଧାରକାରୀ ଦଳ (NDRF Team) ଡାକି ପାରୁନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବାଦଲ ଫଟା ପରେ ଭାସିଗଲା ପୋଲ; ଫସି ରହିଛନ୍ତି ଲୋକେ
ଛାତ୍ରଙ୍କ ପାଇଁ କରାଯାଇଛି ହେଲିକ୍ୟାପ୍ଟର ବ୍ୟବସ୍ଥା
ରୁଆଙ୍ଗମେଇ କହିଛନ୍ତି ଯେ NSDMA ମୋନ୍ ଏବଂ ଲଙ୍ଗଲେଙ୍ଗ ଠାରେ ଫସି ରହିଥିବା ଛାତ୍ରଙ୍କ ପାଇଁ ହେଲିକପ୍ଟର ସହାୟତା ବ୍ୟବସ୍ଥା ମଧ୍ୟ କରୁଛି। ଯାହାଦ୍ୱାରା ସେମାନେ NPSC ପ୍ରବେଶିକା ପରୀକ୍ଷା ଦେଇପାରିବେ। ଯଦି ପାଗ ଅନୁକୂଳ ହୁଏ ତାହେଲେ ଭାରତୀୟ ବାୟୁସେନାକୁ ମଧ୍ୟ ସହାୟତା ପାଇଁ ଅନୁରୋଧ କରାଯାଇଛି।

Related Topics
Explore more stories