Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Internet Origin History / ବିଶ୍ୱର କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍? କ'ଣ ରହିଛି ଏହାର ଇତିହାସ?

Subhramjit Ray
Browse all articles by Subhramjit Ray
·3 months ago·2 min read
ବିଶ୍ୱର କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍? କ'ଣ ରହିଛି ଏହାର ଇତିହାସ?
Internet Origin History

Key Points

ଇଣ୍ଟରନେଟ୍ ଆଜିର ଆଧୁନିକ ଦୈନନ୍ଦିନ ଜୀବନରେ ଏକ ଆବଶ୍ୟକତା ପାଲଟି ଯାଇଛି। ହେଲେ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍ ସେବା ଏବଂ ସେତେବେଳେ ଏହାର ମୂଲ୍ୟ କେତେ ଥିଲା।

Internet Origin Country: ଆଜିର ଦିନରେ ଇଣ୍ଟରନେଟ୍ ପ୍ରାୟତଃ ମାଗଣା ମନେହୁଏ। ଯାହା ମୋବାଇଲ୍ ପ୍ଲାନ୍ ଏବଂ ୱାଇ-ଫାଇ ସଂଯୋଗ ସହିତ ଆମକୁ ମିଳିଥାଏ। ହେଲେ ପୂର୍ବରୁ ଏପରି ନଥିଲା। ଯେତେବେଳେ ଇଣ୍ଟରନେଟ୍ ସର୍ବପ୍ରଥମେ ଆସିଥିଲା ସେତେବେଳେ ଏହା ବହୁତ ମହଙ୍ଗା ରହିଥିବା ବେଳେ ଏହାର ବେଗ ବହୁତ ଧିର ରହିଥିଲା। ଏପରିକି ଏହା କେବଳ କିଛି ଲୋକଙ୍କ ମଧ୍ୟରେ ସୀମିତ ରହୁଥିଲା। ସାମରିକ ଗବେଷଣା ଠାରୁ ନେଇ ଘରେ ମହଙ୍ଗା ଡାଏଲ୍-ଅପ୍ ସଂଯୋଗ ପର୍ଯ୍ୟନ୍ତ, ଇଣ୍ଟରନେଟ୍ ର ଯାତ୍ରା ବହୁତ ଆକର୍ଷଣୀୟ ରହିଛି।

ସର୍ବପ୍ରଥମେ କେଉଁଠି ହୋଇଥିଲା ଇଣ୍ଟରନେଟ୍ ର ଉତ୍ପତ୍ତି?

ଇଣ୍ଟରନେଟ୍ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ମୂଳଦୂଆ ୧୯୬୯ ମସିହାରେ ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ୱାରା ନିର୍ମିତ ARPANET ନାମକ ଏକ ପ୍ରକଳ୍ପ ମାଧ୍ୟମରେ ସ୍ଥାପିତ ହୋଇଥିଲା। ପ୍ରାରମ୍ଭରେ ଏହାକୁ ଗବେଷଣା ପ୍ରତିଷ୍ଠାନ ଏବଂ ସାମରିକ ବ୍ୟବସ୍ଥା ମଧ୍ୟରେ ଯୋଗାଯୋଗକୁ ସକ୍ଷମ କରିବା ପାଇଁ ବିକଶିତ କରାଯାଇଥିଲା। ସେତେବେଳେ ଏହାକୁ ସାଧାରଣ ବ୍ୟବହାର ପାଇଁ ବିକଶିତ କରାଯାଇ ନଥିଲା।

ଏହା ସହ ପଢନ୍ତୁ: ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବିପଦରେ ଇଣ୍ଟରନେଟ୍; ବନ୍ଦ ହୋଇପାରେ ଯୋଗାଯୋଗ!

ପ୍ରାରମ୍ଭରୁ ଆଦୌ ଶସ୍ତା ନଥିଲା ଇଣ୍ଟରନେଟ୍
୮୦ ଦଶକର ଶେଷ ଏବଂ ୯୦ ଦଶକର ଆରମ୍ଭ ପର୍ଯ୍ୟନ୍ତ ଯେତେବେଳେ ଇଣ୍ଟରନେଟ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଥିଲା, ସେତେବେଳେ ଏହାର ମୂଲ୍ୟ ବହୁତ ଅଧିକ ରହିଥିଲା। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାରରେ ଏହାର ମାସିକ ଦେୟ ହାରାହାରି ଭାବରେ ପ୍ରାୟ ୧୭.୫୦ ଡଲାର ରହିଥିଲା। କାହାଣୀ ଏତିକିରେ ଶେଷ ହୋଇନଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋକଙ୍କୁ କେବଳ ଇଣ୍ଟରନେଟ୍ ସହ ଯୋଡ଼ି ହୋଇ ରହିବା ପାଇଁ ଲୋକକୁ ପ୍ରତି ଘଣ୍ଟାରେ ଅତିରିକ୍ ୩ ରୁ ୪ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା।

ଡାଏଲ-ଅପ୍ ସଂଯୋଗ
ସେତେବେଳେ ଇଣ୍ଟରନେଟ୍ ସୁବିଧା କେବଳ ଡାଏଲ-ଅପ୍ ସଂଯୋଗ ଉପରେ ନିର୍ଭରଶୀଳ ରହୁଥିଲା। ଏହି ଡାଏଲ-ଅପ୍ ସଂଯୋଗ ଟେଲିଫୋନ୍ ଲାଇନ ବ୍ୟବହାର କରୁଥିଲେ। ଯାହାର ଅର୍ଥ ହେଉଛି ଲୋକଙ୍କୁ କେବଳ ଇଣ୍ଟରନେଟ୍ ବ୍ୟବହାର ପାଇଁ ନୁହେଁ ବରଂ ଫୋନ୍ କଲ୍ ପାଇଁ ମଧ୍ୟ ଦେୟ ଦେବାକୁ ପଡୁଥିଲା। ଏହାର ପରିଣାମ ସ୍ୱରୂପ ପ୍ରତି ମାସରେ ମୋଟ ଅଙ୍କର ବିଲ୍ ଆସୁଥିଲା। ଯାଦି ଏହାର ବେଗ କଥା କୁହାଯାଏ ତାହେଲେ ଏହାର ସ୍ପୀଡ ଅତ୍ୟନ୍ତ ଧିର ରହିଥିଲା। ଗୋଟିଏ ସାଧାରଣ "ୱେବ୍ ପେଜ୍ ଲୋଡ୍" ହେବା ପାଇଁ ମଧ୍ୟ କିଛି ମିନିଟ୍ ସମୟ ଲାଗି ଯାଉଥିଲା।

ଏହା ସହ ପଢନ୍ତୁ: ବିଶ୍ୱର ସେହି ଦେଶ ଯେଉଁଠି ମିଳେ ସବୁଠୁ ମହଙ୍ଗା ଇଣ୍ଟରନେଟ୍

ଭାରତରେ କେବେ ପ୍ରବେଶ କରିଥିଲା ଇଣ୍ଟରନେଟ୍?

ଭାରତରେ ସାଧାରଣ ଲୋକଙ୍କ ପାଇଁ ଇଣ୍ଟରନେଟ୍ ସେବା ୧୯୯୫ ମସିହା ଅଗଷ୍ଟ ୧୫ ତାରିଖରେ ବିଦେଶୀ ସଞ୍ଚାର ନିଗମ ଲିମିଟେଡ୍ (VSNL) ଦ୍ୱାରା ଆରମ୍ଭ ହୋଇଥିଲା। ହେଲେ ତଥାପି ସେତେବେଳର ସମୟରେ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ବାହାରେ ରହିଥିଲା। ସେତେବେଳେ ଏହାର ବେଗ ମାତ୍ର ୯.୬ କେବିପିଏସ୍ (Kilobits per seconds-kbps) ରହିଥିଲା। ଇଣ୍ଟରନେଟ୍ ସେବା ପାଇଁ ସେତେବେଳେ ବାର୍ଷିକ ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା।

ଏହା ସହ ପଢନ୍ତୁ: ଇଣ୍ଟରନେଟ୍ ଦୁନିଆର ରହସ୍ୟ; କିପରି ପରସ୍ପର ସହ ଯୋଡ଼ି ହୋଇଛି ୭ ମହାଦେଶ?

କମ୍ପାନୀ-ପ୍ରତିଷ୍ଠାନ ପାଇଁ ହେଉଥିଲା ଅତ୍ୟଧିକ ଖର୍ଚ୍ଚ

କମ୍ପାନୀ ଏବଂ ପ୍ରତିଷ୍ଠାନଗୁଡ଼ିକ ପାଇଁ ଖର୍ଚ୍ଚ ଆହୁରି ଅଧିକ ଥିଲା। ଏକ ୧୨୮ କେବିପିଏସ୍ ଲିଜ୍ ଲାଇନ ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିଲା। ଯାହାର ଅର୍ଥ ହେଉଛି କେବଳ ବଡ଼ ସଙ୍ଗଠନ କିମ୍ବା ପ୍ରତିଷ୍ଠାନ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ସୁବିଧା ପାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internet Origin: Which Country Started It & Early Data Plan Costs? | Argus News