History Of Momos / କେଉଁଠି ଆବିଷ୍କୃତ ହୋଇଥିଲା ମୋମୋ? କ'ଣ ରହିଛି ଏହାର ଇତିହାସ?
·2 hours ago·2 min read

Key Points
ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ "ଷ୍ଟ୍ରିଟ୍ ଫୁଡ" କୁହାଯାଉଥିବା "ମୋମୋ" କେଉଁଠାରେ ଆବିଷ୍କୃତ ହୋଇଥିଲା? ଲୋକେ ପ୍ରାୟତଃ ଭାବିଥାନ୍ତି ଯେ "ମୋମୋ" ର ଉତ୍ପତ୍ତି ନେପାଳରେ ହୋଇଥିଲା। ହେଲେ "ମୋମୋ" ର ପ୍ରକୃତ ଉତ୍ପତ୍ତିସ୍ଥଳ ନେପାଳ ନୁହେଁ।
where were momos discovered: ଆଜି "ମୋମୋ" ଭାରତ, ନେପାଳ ସମେତ ଦକ୍ଷିଣ ଏସିଆର ଅନେକ ସ୍ଥାନରେ ଏକ ଲୋକପ୍ରିୟ "ଷ୍ଟ୍ରିଟ୍ ଫୁଡ" ଭାବେ ଉଭା ହୋଇଛି। ସହର ବଜାରର ରାସ୍ତା କଡ଼ରୁ ଦୋକାନ ଠାରୁ ଆରମ୍ଭ ହିମାଳୟ ଅଞ୍ଚଳର କାଫେ ପର୍ଯ୍ୟନ୍ତ, ବାମ୍ଫରେ ପ୍ରସ୍ତୁତ ହେଉଥିବା "ମୋମୋ" ଲକ୍ଷ ଲକ୍ଷ ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଛି। ହେଲେ କେଉଁଠୁ ଆସିଥିଲା ଲୋକପ୍ରିୟ ଖାଦ୍ୟ "ମୋମୋ", ତାହାର ଉତ୍ପତ୍ତିକୁ ନେଇ ଅନେକ ଲୋକଙ୍କ ମନରେ ଏକ ଭୁଲ ଧାରଣା ରହିଛି। ଅନେକ ବିଶ୍ୱାସ କରନ୍ତି ଯେ ଏହାର ଉତ୍ପତ୍ତି ନେପାଳରେ ହୋଇଥିଲା। ହେଲେ ଏହାର ପ୍ରକୃତ ଉତ୍ପତ୍ତିସ୍ଥଳ ଅନ୍ୟ ଏକ ସ୍ଥାନରେ ରହିଛି।
କେଉଁଠାରୁ ଉତ୍ପତ୍ତି ହୋଇଥିଲା "ମୋମୋ" ?
"ମୋମୋ" ପ୍ରକୃତରେ ତିବ୍ଦତରେ ଉତ୍ପତ୍ତି ହୋଇଥିଲା। "ମୋମୋ" ଶବ୍ଦଟି ତିବ୍ଦତୀୟ ଭାଷାରୁ ଆସିଛି। ଯାହାର ଅର୍ଥ ହେଉଛି ବାମ୍ଫରେ ପ୍ରସ୍ତୁତ ହେଉଥିବା ରୁଟି। ପ୍ରାଚୀନ ତିବ୍ଦତରେ, "ମୋମୋ" ସାଧାରଣତଃ ୟାକ୍ ନାମକ ପ୍ରାଣୀର ମାଂସ ସହିତ ପ୍ରସ୍ତୁତ କରାଯାଉଥିଲା। କାରଣ ୟାକ୍ ଥଣ୍ଡା ହିମାଳୟ ଅଞ୍ଚଳରେ ମିଳୁଥିବା ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ।
ଏହା ସହ ପଢନ୍ତୁ: ଭବିଷ୍ୟତରେ ଭାରତରେ ମହଙ୍ଗା ହୋଇଯିବ ଭାତ! ଚିନ୍ତା ବଢାଇଲା ବୈଜ୍ଞାନିକଙ୍କ ଚେତାବନୀ
ପାରମ୍ପରିକ ତିବ୍ଦତୀୟ "ମୋମୋ", ଆଜିର ମସଲାଦାର "ମୋମୋ" ତୁଳନାରେ ବହୁତ ସରଳ ରହିଥିଲା। ଯାହାର ସାଧାରଣତଃ ଏକ ଘନ ବାହ୍ୟ ସ୍ତର ରହୁଥିଲା। ଆଉ ଏହା ମଧ୍ୟରେ ୟାକ୍ କିମ୍ବା ମହିଷ ମାଂସ ଭରି ଦିଆଯାଉଥିଲା। ଏଥିରେ ପିଆଜ, ଅଦା ଏବଂ ଲୁଣ ମିଶ୍ରିତ ହେଉଥିଲା। ତିବ୍ଦତରେ "ମୋମୋ" ବହୁତ ଲୋକପ୍ରିୟ ରହିଥିଲା। କାରଣ ଏହି ଖାଦ୍ୟ କଠୋର ପାହାଡ଼ି ଜଳବାୟୁରେ ଶରୀରକୁ ଉଷ୍ମତା ଏବଂ ଶକ୍ତି ଯୋଗାଇଥିଲା।
ନେପାଳରେ କିପରି ପହଞ୍ଚିଲା "ମୋମୋ"?
ତିବ୍ଦତରେ ରାଜନୈତିକ ଅସ୍ଥିରତା ପରେ ବହୁ ସଂଖ୍ୟକ ତିବ୍ଦତୀୟ ଶରଣାର୍ଥୀ ନେପାଳରେ ବସବାସ କରିବା ଆରମ୍ଭ କରିଥିଲା। ଏହା ପରେ ୧୯୫୦ ମସିହା ବେଳକୁ ନେପାଳରେ ତିବ୍ଦତୀୟ ଖାଦ୍ୟ "ମୋମୋ" ବହୁତ ଲୋକପ୍ରିୟ ହୋଇଥିଲା। ତିବ୍ଦତୀୟ ସମ୍ପ୍ରଦାୟ ନେପାଳରେ ବସବାସ କରିବା ପରେ, ସେମାନେ ସେମାନଙ୍କର ପାରମ୍ପରିକ ଖାଦ୍ୟ ଏଠାକୁ ଆଣିଥିଲେ। କାଠମାଣ୍ଡୁର ନେୱାର ସମ୍ପ୍ରଦାୟର ବ୍ୟବସାୟୀ ଖୁବ୍ ଶୀଘ୍ର ସ୍ଥାନୀୟ ସ୍ୱାଦ ଏବଂ ସାମଗ୍ରୀ ଅନୁଯାୟୀ ଏହାକୁ ପରିବର୍ତ୍ତନ କରିଥିଲେ।
ଏହା ସହୱ ପଢନ୍ତୁ: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍
କିପରି ଭାରତ ଆସିଥିଲା "ମୋମୋ"?
ନେପାଳ ଏବଂ ତିବ୍ଦତରୁ, "ମୋମୋ" ଧିରେ ଧିରେ ହିମାଳୟ ଏବଂ ଉତ୍ତର-ପୂର୍ବରେ ରହୁଥିବା ପ୍ରବାସୀ ସମ୍ପ୍ରଦାୟ ମାଧ୍ୟମରେ ଭାରତରେ ଆସି ପହଞ୍ଚିଥିଲା। ଏହି ଖାଦ୍ୟ ପ୍ରଥମେ ସିକ୍କିମ୍ ଏବଂ ଦାର୍ଜିଲିଂ ଭଳି ସ୍ଥାନରେ ସାଧାରଣ ହୋଇ ଯାଇଥିଲା। ଯେଉଁଠାରେ ବହୁ ସଂଖ୍ୟାରେ ତିବ୍ଦତୀୟ ଏବଂ ନେପାଳୀ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ଯାହା ପରେ "ମୋମୋ" ଦେଶର ଅନେକ ସହରରେ ଆସି ପହଞ୍ଚି ଯାଇଥିଲା।
"ମୋମୋ" ନାଁ ପଛରେ ରହିଛି ଆକର୍ଷଷୀୟ କାହାଣୀ
"ମୋମୋ" ନାମର ଇତିହାସ ବିଭିନ୍ନ ଅଞ୍ଚଳର ଭାଷା ଏବଂ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ। ନେପାଳର ନେୱାରି ଭାଷାରେ, "ମୋମୋ" ଶବ୍ଦର ଅର୍ଥ ବାମ୍ପରେ ପ୍ରସ୍ତୁତ ହେଉଥିବା ଖାଦ୍ୟ। ତିବ୍ଦତରେ, "ମୋଗ୍ ମୋଗ୍" ଶବ୍ଦ ସାଧାରଣତଃ ଗୋଲାକାର ଏବଂ ପୂର୍ଣ୍ଣ "ଡମ୍ପଲିଂ" (Stuffed Dumplings) କୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହେଉଥିଲା। ଯାହା ଆଧୁନିକ "ମୋମୋ" ଭଳି ରହିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories