|
logo
Live

Argus News - କେତେ ବେଗରେ କାମ କରେ ସମୁଦ୍ରରେ ରହିଥିବା ଇଣ୍ଟରନେଟ୍ କେବୁଲ?

National

Underwater Internet Cable Speed / କେତେ ବେଗରେ କାମ କରେ ସମୁଦ୍ରରେ ରହିଥିବା ଇଣ୍ଟରନେଟ୍ କେବୁଲ?

Subhramjit Ray
Browse all articles by Subhramjit Ray
·3 days ago·3 min read
କେତେ ବେଗରେ କାମ କରେ ସମୁଦ୍ରରେ ରହିଥିବା ଇଣ୍ଟରନେଟ୍ କେବୁଲ?
Underwater Internet Cable Speed

Key Points

ବିଶ୍ୱର ୯୯% ଇଣ୍ଟରନେଟ୍ ସାଟେଲାଇଟ୍ ମାଧ୍ୟମରେ ପ୍ରସାରିତ ହୁଏ ନାହିଁ। ବରଂ ସମୁଦ୍ର ଭିତରେ ବିଛାଯାଇଥିବା ହଜାର ହଜାର ମାଇଲ କେବୁଲ ମାଧ୍ୟମରେ ହୋଇଥାଏ। ଏହି କେବୁଲଗୁଡ଼ିକ କେଶ ପରି ପତଳା ଫାଇବର ଅପ୍ଟିକ୍ସ ଟେକ୍ନୋଲୋଜି ବ୍ୟବହାର କରି କାର୍ଯ୍ୟ କରିଥାନ୍ତି।
how undersea cables work: କେବେ ଆପଣ ଭାବିଛନ୍ତି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଇଣ୍ଟରନେଟ୍ କିପରି କାମ କରିଥାଏ? ଆପଣ ହୁଏତ ଭାବୁଥିବେ ଯେ ଏହା ମହାକାଶରେ ସ୍ଥାପିତ ହୋଇଥିବା ମାନବ ନିର୍ମିତ ଯୋଗାଯୋଗ ଉପଗ୍ରହ ମାଧ୍ୟମରେ କାର୍ଯ୍ୟ କରିଥାଏ। ହେଲେ ବାସ୍ତବରେ ଏପରି ହୋଇନଥାଏ। ବିଶ୍ୱର ୯୫ ପ୍ରତିଶତରୁ ଅଧିକ ଇଣ୍ଟରନେଟ୍ ଡାଟା ସମୁଦ୍ରର ଅନ୍ଧାର ନୀରବତାରେ ବିଛାଯାଇଥିବା ଲକ୍ଷ ଲକ୍ଷ କିଲୋମିଟର ଲମ୍ବା କେବୁଲ ମାଧ୍ୟମରେ ଯାତ୍ରା କରିଥାଏ। ଏନେଇ ବ୍ୟବହ୍ୟର କରାଯାଉଥିବା ବୈଷୟିକ ଜ୍ଞାନକୌଶଳ କୌଣସି ଚମତ୍କାର ଠାରୁ କମ୍ ନୁହେଁ।

ଆଜିର ଦିନରେ ବିଶ୍ୱର କୋଣ ଅନୁକୋଣରେ ଇଣ୍ଟରନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇପଡ଼ିଛି। ହେଲେ ବୈଶ୍ୱିକ ଇଣ୍ଟରନେଟ୍ ବାୟୁରେ ନୁହେଁ ବରଂ ନୀରବ ନିଶ୍ଚଳ ସମୁଦ୍ର ଗର୍ଭରେ ବିଛା ହୋଇଥିବା କେବୁଲ ମାଧ୍ୟମରେ କାର୍ଯ୍ୟ କରିଥାଏ। ପୃଥିବୀର ସମସ୍ତ ମହାଦେଶ ପରସ୍ପର ସହ ସମୁଦ୍ର ତଳେ ବିଛା ଯାଇଥିବା ବିଶାଳ "ସବମେରିନ୍ କେବୁଲ ନେଟୱାର୍କ" ମାଧ୍ୟମରେ ଯୋଡ଼ି ହୋଇଛନ୍ତି। ବାହାରୁ ଦେଖିଲେ ଏହି କେବୁଲ ମୋଟା ପାଇପ୍ ଭଳି ଦେଖାଯାଏ। ହେଲେ ଏହାର ପ୍ରକୃତ ଯାଦୁ ସମୁଦ୍ର ଗର୍ଭରେ ଲୁଚି ରହିଛି।

ଏହା ସହ ପଢନ୍ତୁ: ବିଶ୍ୱର କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍? କ'ଣ ରହିଛି ଏହାର ଇତିହାସ?

ଏହି କେବୁଲ ମଧ୍ୟରେ ମଣିଷ ଚୁଟି ଭଳି ପତଳା ଫାଇବର ଅପ୍ଟିକ୍ ଷ୍ଟ୍ରେଡ୍ ରହିଛି। ଏହା ହେଉଛି ଏକ ଡିଜିଟାଲ୍ ସ୍ନାୟୁ ତନ୍ତ୍ର ଯାହା ସମଗ୍ର ବିଶ୍ୱକୁ ଏକତ୍ର କରି ରଖିଥାଏ। ଏହି କେବୁଲ୍ ର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ଗତି। ଡାଟା ଫାଇବର ଅପ୍ଟିକ୍ କେବୁଲ ମାଧ୍ୟମରେ ଇଣ୍ଟରନେଟ୍ ଡାଟା ବିଦ୍ୟୁତ ଭାବରେ ନୁହେଁ ବରଂ ଆଲୋକ ବେଗରେ ଯାତ୍ରା କରିଥାଏ।

ଯେତେବେଳେ ଆପଣ କୌଣସି ଏକ ବାର୍ତ୍ତା ପଠାନ୍ତି ଏହା ବାଇନାରୀ କୋଡ୍ (Binary Code) ରୁ ଲେଜର ଲାଇଟ୍ (Laser Light) ରୂପରେ ପରିବର୍ତ୍ତିତ ହୋଇଥାଏ। ଯାହା ଏହି ସୂକ୍ଷ୍ମ କାଚ ତନ୍ତୁ ମଧ୍ୟରେ ପ୍ରତିଫଳିତ ହୋଇଥାଏ। ଏହାର ବେଗ ପ୍ରତି ସେକେଣ୍ଡ ପିଛା ପ୍ରାୟ ୨,୦୦,୦୦୦ କିଲୋମିଟର ବେଗରେ ଯାତ୍ରା କରିଥାଏ। ଏହି କାରଣରୁ ଆପଣ କୌଣସି ଡାଟା ପ୍ରେରଣ କରିବା ବେଳେ କୌଣସି ବିଳମ୍ବ ହେଉଥିବାର ଅନୁଭବ କରନ୍ତି ନାହିଁ। ବିଶାଳ ସମୁଦ୍ର ଗର୍ଭରେ ଥାଇ ମଧ୍ୟ ଏହି ଇଣ୍ଟରନେଟ୍ କେବୁଲ ବହୁ ଦ୍ରୁତ ଗତିରେ କାର୍ଯ୍ୟ କରିଥାଏ।

ଏହା ସହ ପଢନ୍ତୁ: ବିଶ୍ୱର ସେହି ଦେଶ ଯେଉଁଠି ମିଳେ ସବୁଠୁ ମହଙ୍ଗା ଇଣ୍ଟରନେଟ୍

ଇଣ୍ଟରନେଟ୍ ଡାଟା ହଜାର ହଜାର କିମ୍ବା ମାଇଲ ମାଇଲ କିଲୋମିଟର ଲମ୍ବା ଯାତ୍ରା କରିଥାଏ। ଏଥିପାଇଁ ପ୍ରତି ୫୦ ରୁ ୧୦ କିଲୋମିଟର ମଧ୍ୟରେ ପାଣି ତଳେ "ରିପିଟର" (Repeaters) ସ୍ଥାପନ କରାଯାଇଛି। ଏହି "ରିପିଟର" ଦୁର୍ବଳ ଆଲୋକ ସଙ୍କେତକୁ ପୁନର୍ବାର ବୃଦ୍ଧି କରିଥାନ୍ତି। ଯାହା ଫଳରେ ଇଣ୍ଟରନେଟ୍ ଡାଟା ବିନା ବାଧା ବିଘ୍ନରେ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିଥାଏ।

ଯଦି ଏହାର ବେଗ (Speed) କଥା କୁହାଯାଏ, ତାହେଲେ ଏହି କେବୁଲ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଟ ଜ୍ଞାନକୌଶଳ ବ୍ୟବହାର କରିଥାନ୍ତି। ଗୋଟିଏ ସବମେରିନ୍ କେବୁଲ, ସେକେଣ୍ଡ ପିଛା ଶହ ଶହ ଟେରାବିଟ୍ସ (Tbps-Terabits per second) ବେଗରେ ଡାଟା ସ୍ଥାନାନ୍ତର କରିଥାଏ।

ଯାହାର ଅର୍ଥ ହେଉଛି ଲକ୍ଷ ଲକ୍ଷ ଲୋକ ଏକାଠି ହୋଇ ବିନା କୌଣସି ବାଧାରେ ହାଇ-ଡେଫିନେସନ୍ ଭିଡିଓ ଷ୍ଟ୍ରିମ୍ କରିପାରିବେ। ଏହି ଗତି ସାଟେଲାଇଟ୍ ଇଣ୍ଟରନେଟ୍ ଅପେକ୍ଷା ବହୁତ ସ୍ଥିର ଏବଂ ଦ୍ରୁତ। କାରଣ ଇଣ୍ଟରନେଟ୍ ସିଗନାଲ୍କୁ ମହାକାଶ ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼େ ନାହିଁ।

ଏହା ସହ ପଢନ୍ତୁ: ଇଣ୍ଟରନେଟ୍ ଦୁନିଆର ରହସ୍ୟ; କିପରି ପରସ୍ପର ସହ ଯୋଡ଼ି ହୋଇଛି ୭ ମହାଦେଶ?

ଭାରତ ପାଇଁ ଏହି ସବମେରିନ୍ କେବୁଲ କୌଣସି ଏକ ଜୀବନରେଖା ଠାରୁ କମ୍ ନୁହେଁ। ମୁମ୍ବାଇ, ଚେନ୍ନାଇ ଏବଂ କୋଚି ପରି ଉପକୂଳବର୍ତ୍ତୀ ସହରରେ ଏହି କେବୁଲ ସମୁଦ୍ରରୁ ବାହାରି ସ୍ଥଳ ଭାଗରେ ନିର୍ମିତ ହୋଇଥିବା ଲ୍ୟାଣ୍ଡିଂ ଷ୍ଟେସନ (Internet Landing Station) ଠାରେ ପହଞ୍ଚିଥାଏ। ସେଠାରୁ ଦେଶସାରା ବିଛାଯାଇଥିବା ଫାଇବର ଲାଇନ ମାଧ୍ୟମରେ ଆପଣଙ୍କ ଘର କିମ୍ବା ଅଫିସ ପର୍ଯ୍ୟନ୍ତ ଡାଟା ପହଞ୍ଚାଇଥାଏ। ଏହି ସମୁଦ୍ର ତଳ ଗେଟୱେ ଠାରେ ସୃଷ୍ଟି ହେଉଥିବା ଯେକୌଣସି ଯାନ୍ତ୍ରିକ ତ୍ରୁଟି ସିଧାସଳଖ ସାରା ଦେଶରେ ଇଣ୍ଟରନେଟ୍ ସ୍ପୀଡ୍ ଉପରେ ପ୍ରଭାବ ପକାଇଥାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Underwater Internet Cable Speed: କେତେ ବେଗରେ କାମ କରେ ସମୁଦ୍ରରେ ରହିଥିବା ଇଣ୍ଟରନେଟ୍ କେବୁଲ? | Argus News