Highway Landing Facility / ଦେଶର ସେହି ସଡ଼କ ଯେଉଁଠି ଉଡ଼ାଣ ଭରିବ ଯୁଦ୍ଧ ବିମାନ
·4 months ago·4 min read

Key Points
ଦେଶରେ ଅନେକ ଏକ୍ସପ୍ରେସୱେ ଏବଂ ଜାତୀୟ ରାଜପଥ ରହିଛି। ଯାହା ଯୁଦ୍ଧ ଭଳି ଜରୁରୀକାଳୀନ ପରିସ୍ଥିତି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାମରିକ ବିମାନ ପାଇଁ ରନୱେ ଭାବରେ କାର୍ଯ୍ୟ କରିବ।
Highway Airstrip in India: ଗତ ବୁଧବାର (ଅପ୍ରେଲ ୨୨) ଭାରତୀୟ ବାୟୁସେନା ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ନିର୍ମିତ ଏୟାରଷ୍ଟ୍ରିପ୍ ରେ ଏକ ବଡ଼ ଧରଣର ସମରାଭ୍ୟାସ କରିଥିଲା। ବାୟୁସେନା ଏହି ଏକ୍ସପ୍ରେସୱେ ରେ ସୁଖୋଇ-୩୦, ମିରାଜ୍-୨୦୦୦ ଏବଂ ତେଜସ୍ ଭଳି ଲଢ଼ୁଆ ବିମାନ ଅବତରଣ କରିଥିଲା। ଜରୁରୀକାଳୀନ ପରିସ୍ଥିତିରେ ରନୱେ ଭାବରେ କାର୍ଯ୍ୟ କରିବା ପାଇଁ ଜାତୀୟ ରାଜପଥର କ୍ଷମତା ପରୀକ୍ଷା କରିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଭାରତର ଏକମାତ୍ର ରାସ୍ତା ନୁହେଁ ଯେଉଁଠାରେ ଏହା ସମ୍ଭବ ହୋଇଛି। ଦେଶରେ ଏପରି ଆହୁରି ଅନେକ ବିଶ୍ୱସ୍ତରୀୟ ସଡ଼କ ରହିଛି ଯେଉଁଠି ଯୁଦ୍ଧ ସମୟରେ ଏହାକୁ ମୁହୂର୍ତ୍ତକରେ ବାୟୁସେନା ଘାଟିରେ ପରିଣତ କରିହେବ।
ତାଲିକାରେ ବାଜି ମାରିଲା ଉତ୍ତର ପ୍ରଦେଶ
ଦେଶରେ ହାଇୱେ ଏୟାରଷ୍ଟ୍ରିପ୍ (Highway Airstrip) ଦୃଷ୍ଟିରୁ ଉତ୍ତର ପ୍ରଦେଶ ଆଗରେ ଅଛି। ଜରୁରୀକାଳୀନ ଅବତରଣ ପାଇଁ ଏହି ରାଜ୍ୟର ଚାରୋଟି ପ୍ରମୁଖ ଏକ୍ସପ୍ରେସୱେ ବିକଶିତ କରାଯାଇଛି। ଏହି ଏକ୍ସପ୍ରେସୱେ ରେ ଲଢ଼ୁଆ ବିମାନ ଅବତରଣ କରି ପରୀକ୍ଷଣ କରାଯାଇ ସାରିଛି।
ଏହା ସହ ପଢନ୍ତୁ: ପୂର୍ବାଞ୍ଚଳ ଏକ୍ସପ୍ରେସୱେ ରେ ବାୟୁସେନାର ଶକ୍ତି ପ୍ରଦର୍ଶନ; ଜାଗୁଆର-ମିରାଜ କଲେ ସଫଳ ଲ୍ୟାଣ୍ଡିଂ
୧.ପୂର୍ବାଞ୍ଚଳ ଏକ୍ସପ୍ରେସୱେ
ଏହି ତାଲିକାରେ ସଦ୍ୟ ଯୋଡ଼ି ହୋଇଛି ପୂର୍ବାଞ୍ଚଳ ଏକ୍ସପ୍ରେସୱେ। ଯେଉଁଠାରେ ବୁଧବାର-ଗୁରୁବାର ମଧ୍ୟ ରାତ୍ରୀରେ ଯୁଦ୍ଧ ବିମାନ ପରୀକ୍ଷାମୂଳକ ଭାବରେ ଅବତରଣ କରିଥିଲେ। ପ୍ରାୟ ୩୪୧ କିଲୋମିଟର ଲମ୍ବା ଏକ୍ସପ୍ରେସୱେ ରେ ସୁଲତାନପୁର ନିକଟରେ ୩.୨ କିଲୋମିଟର ଲମ୍ବା ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇଛି। ଏହା ବାୟୁସେନାର ବିଭିନ୍ନ ଧରଣର ସାମରିକ ବିମାନକୁ ପରିଚାଳନା କରିବାରେ ସକ୍ଷମ ହେବ। ବାୟୁସେନା ସୁଖୋଇ-୩୦, ମିରାଜ-୨୦୦୦, ଜାଗୁଆର ଏବଂ ତେଜସ ଭଳି ଲଢ଼ୁଆ ବିମାନକୁ ସଫଳତାର ସହ ଅବତରଣ କରିଛି। ଏହା ବ୍ୟତୀତ, ସି-୨୯୫ ଏବଂ ଆଣ୍ଟନୋଭ୍-୩୨ ପରିବହନ ବିମାନ ମଧ୍ୟ ଏହି ରନୱେରେ ସଫଳତାର ସହ ଉଭୟ ଉଡ଼ାଣ-ଅବତରଣ କରିଥିଲା। ଏହି ସମରାଭ୍ୟାସରେ ବାୟୁସେନା "Touch and Go", ଦିବାରାତ୍ର ଅବତରଣ ଏବଂ ଉଡ଼ାଣ ଏବଂ କମାଣ୍ଡୋ ଅପରେସନ୍ ପ୍ରଦର୍ଶନ କରାଯାଇଥିଲା।
୨. ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ
ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେକୁ ବାୟୁସେନା ଲଢ଼ୁଆ ବିମାନ ଦ୍ୱାରା ଜରୁରୀକାଳୀନ ଅବତରଣ ପାଇଁ ମଧ୍ୟ ବ୍ୟବହାର କରିହେବ। ଗତ ୨୦୧୭ରେ ଉନ୍ନାଓ ନିକଟସ୍ଥ ଏହି ଏକ୍ସପ୍ରେସୱେ ରେ ନିର୍ମିତ ଏୟାରଷ୍ଟ୍ରିପ୍ ରେ ବାୟୁସେନାର ଅନେକ ବିମାନ "Touch and Go" ଅବତରଣ କରିଥିଲେ। ବାୟୁସେନାର ସୁଖୋଇ, ମିରେଜ୍ ଏବଂ C-130J ସୁପର ହର୍କୁଲିସ୍ ଭଳି ଭାରୀ ପରିବହନ ବିମାନ ମଧ୍ୟ ଏଠାରେ ଅବତରଣ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩.ଯମୁନା ଏକ୍ସପ୍ରେସୱେ
ଗ୍ରେଟର ନୋଏଡାକୁ ଆଗ୍ରା ସହିତ ସଂଯୋଗ କରୁଥିବା ଏହି ଏକ୍ସପ୍ରେସୱେରେ ମଥୁରା ନିକଟରେ ଏକ ଜରୁରୀକାଳୀନ ବିମାନ ଷ୍ଟ୍ରିପ୍ ରହିଛି। ମିରେଜ୍ ୨୦୦୦ ଭଳି ବାୟୁସେନା ବିମାନ ମଧ୍ୟ ଏଠାରେ ସଫଳତାର ସହ ଅବତରଣ ପରୀକ୍ଷଣ କରିଛି।
୪.ଗଙ୍ଗା ଏକ୍ସପ୍ରେସୱେ
ଉତ୍ତର ପ୍ରଦେଶରେ ନିର୍ମିତ ହୋଇଥିବା ସବୁଠାରୁ ଦୀର୍ଘତମ ଏକ୍ସପ୍ରେସୱେ ହେଉଛି ଗଙ୍ଗା। ଏହି ଏକ୍ସପ୍ରେସୱେରେ ଶାହଜହାଁପୁର ନିକଟରେ ଏକ ବଡ଼ ବିମାନ ଷ୍ଟ୍ରିପ୍ ନିର୍ମାଣ କରାଯାଉଛି। ଏଠାରେ ଏକ ପାଞ୍ଚ କିଲୋମିଟର ରେଳ ଷ୍ଟ୍ରିପ୍ ମଧ୍ୟ ବିକଶିତ ହେଉଛି। ଯେଉଁଠାରେ ଭବିଷ୍ୟତରେ ବାୟୁସେନାର ଲଢ଼ୁଆ ବିମାନ ଗର୍ଜନ ଶୁଣିବାକୁ ମିଳିବ।
ଏହା ସହ ପଢନ୍ତୁ: ଯବାନ ନୁହେଁ ସାପ-କୁମ୍ଭୀର କରିବେ ସୀମା ସୁରକ୍ଷା! କ'ଣ ରହିଛି BSF Plan
ରାଜସ୍ଥାନରେ ରହିଛି ଦେଶର ପ୍ରଥମ 'ଜାତୀୟ ରାଜପଥ' ବିମାନ ଷ୍ଟ୍ରିପ୍
ଏକ୍ସପ୍ରେସୱେ ବ୍ୟତୀତ ଦେଶର ଅନେକ ଜାତୀୟ ରାଜପଥରେ ଜରୁରୀକାଳୀନ ରନୱେ ମଧ୍ୟ ନିର୍ମାଣ କରାଯାଇଛି। ଦେଶର ପ୍ରଥମ ଜାତୀୟ ରାଜପଥ ବିମାନ ଷ୍ଟ୍ରିପ୍ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ୯୨୫ ନମ୍ବର ଜାତୀୟ ରାଜପଥର ସଟ୍ଟା-ଗନ୍ଧବ ସେକ୍ସନ ଠାରେ ନିର୍ମିତ ହୋଇଛି। ଏହି ବିମାନ ଷ୍ଟ୍ରିପ୍ ୩ କିଲୋମିଟର ଲମ୍ବା। ଯାହା ଭାରତ-ପାକିସ୍ତାନ ସୀମା ନିକଟତର ହୋଇଥିବାରୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏହି ବିମାନ ଷ୍ଟ୍ରିପ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକ ହେଲେ ଏଠାରେ ବାୟୁସେନାର ବିମାନକୁ ଅବତରଣ କରିହେବ।
ଆନ୍ଧ୍ର ପ୍ରଦେଶରେ ମଧ୍ୟ ରହିଛି ଏକ ହାଇୱେ ଷ୍ଟ୍ରିପ୍
ଜରୁରୀକାଳୀନ ପରିସ୍ଥିତି ପାଇଁ ଦେଶର ଦକ୍ଷିଣ ଭାଗରେ ଏକ ଏୟାର ଷ୍ଟ୍ରିପ୍ ମଧ୍ୟ ନିର୍ମାଣ କରାଯାଇଛି। ଯାହା ଆନ୍ଧ୍ର ପ୍ରଦେଶର ବାପଟଲା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ। ଏହି ରନୱେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିରେ ବାୟୁସେନା ବିମାନର ଅବତରଣକୁ ସହଜ କରିବ।
ଦେଶର ପୂର୍ବୋତ୍ତର ଭାଗରେ ମଧ୍ୟ ରହିଛି ହାଇୱେ ଏୟାର ଷ୍ଟ୍ରିପ୍
ଏହା ବ୍ୟତୀତ ଚୀନ୍ ସମେତ ଦେଶର ପୂର୍ବୋତ୍ତର ସୀମା ଉପରେ ନଜର ରଖିବା ପାଇଁ, ବାୟୁସେନା ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତରେ ମଧ୍ୟ ହାଇୱେ ଏୟାର ଷ୍ଟ୍ରିପ୍ ବିକଶିତ କରିଛି। ଆସାମର ମୋରାନ ନିକଟରେ ଏପରି ଏକ ରନୱେ ନିର୍ମାଣ କରାଯାଇଛି। ଦୁର୍ଗମ ପାହାଡ଼ି ଭୂଖଣ୍ଡ ସହିତ ଏହି ରାସ୍ତା ଯେକୌଣସି ସାମରିକ ଅଭିଯାନରେ ଜୀବନରେଖା ସାବ୍ୟସ୍ତ ହୋଇପାରେ।
ପଶ୍ଚିମବଙ୍ଗରେ ମଧ୍ୟ ନିର୍ମିତ ହୋଇଛି ରନୱେ
ପୂର୍ବ ଉପକୂଳରେ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ, ପଶ୍ଚିମବଙ୍ଗର ଖଡ଼ଗପୁର ନିକଟସ୍ଥ ବାଲେଶ୍ୱର ସେକ୍ସନ ଠାରେ ଏକ ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ବିକଶିତ କରାଯାଇଛି। ବାୟୁସେନାର ବିମାନ ଏଠାରେ ଅବତରଣ କରିପାରିବ। ବାଂଲାଦେଶ ସୀମା ନିକଟବର୍ତ୍ତୀ ହୋଇଥିବାରୁ ଏହି ବିମାନ ବନ୍ଦର ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।

କାହିଁକି ଜରୁରୀ ହାଇୱେ ଏୟାର ଷ୍ଟ୍ରିପ୍
ଯୁଦ୍ଧ ସମୟରେ ଶତ୍ରୁ ପକ୍ଷ ପ୍ରଥମେ ଯୁଦ୍ଧ ବିମାନର ଉଡ଼ାଣକୁ ରୋକିବା ପାଇଁ ବାୟୁସେନା ଘାଟିକୁ ଟାର୍ଗେଟ କରନ୍ତି। ଏଭଳି ପରିସ୍ଥିତିରେ ଏହି ରାଜପଥରେ ନିର୍ମିତ ରନୱେ ବାୟୁସେନା ପାଇଁ ଏକ ବିକଳ୍ପ ଭାବରେ କାର୍ଯ୍ୟ କରିଥାଏ। ଏହା ବ୍ୟତୀତ, ବନ୍ୟା କିମ୍ବା ଭୂମିକମ୍ପ ଭଳି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ବଡ଼ ଆକାରରେ ରିଲିଫ୍ ସାମଗ୍ରୀ ପଠାଇବାକୁ ହୋଇଥାଏ ସେତେବେଳେ ସୁପର ହର୍କୁଲିସ୍ ଭଳି ବଡ଼ ମାଲବାହୀ ବିମାନ ସିଧାସଳଖ ଏହି ରାଜରାସ୍ତାରେ ନିର୍ମିତ ରନୱେ ଅବତରଣ କରିପାରିବ।

Related Topics
Explore more stories