ELF Purvanchal Expressway / ପୂର୍ବାଞ୍ଚଳ ଏକ୍ସପ୍ରେସୱେ ରେ ବାୟୁସେନାର ଶକ୍ତି ପ୍ରଦର୍ଶନ; ଜାଗୁଆର-ମିରାଜ କଲେ ସଫଳ ଲ୍ୟାଣ୍ଡିଂ
·2 months ago·3 min read

Key Points
ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ପ୍ରମୁଖ ସମରାଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ସୁଖୋଇ-୩୦, ମିରାଜ-୨୦୦୦, ଜାଗୁଆର ଏବଂ C-295 ସମେତ ଅନେକ ବିମାନ ଦିନରାତି ଅବତରଣ କରିଥିଲା। ELF ଜରୁରୀକାଳୀନ ପରିସ୍ଥିତି, ଯୁଦ୍ଧ ଏବଂ ବିପର୍ଯ୍ୟୟରେ କାର୍ଯ୍ୟକ୍ଷମ କ୍ଷମତାକୁ ସୁଦୃଢ଼ କରିଥିଲା।
Indian Defense Preparedness: ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଗୁରୁତ୍ୱପୂର୍ଣ୍ଣ ସମରାଭ୍ୟାସ କରିଛି ଭାରତୀୟ ବାୟୁସେନା। ସମରାଭ୍ୟାସ ବେଳେ ଏହି ଏକ୍ସପ୍ରେସୱେରେ ଜରୁରୀକାଳୀନ ଅବତରଣ ସୁବିଧା ସକ୍ରିୟ କରାଯାଇଥିଲା। ଯାହା ଫଳରେ ଉଭୟ ଦିନ-ରାତି ଉଭୟ ସମୟରେ ଯୁଦ୍ଧ ଏବଂ ପରିବହନ ବିମାନ ସଫଳ ଅବତରଣ କରିଥିଲା। ଏହି ଅଭ୍ୟାସ ପୁଣି ଥରେ ବାୟୁସେନାର ରଣନୈତିକ ଶକ୍ତି, ବୈଷୟିକ କ୍ଷମତା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିକୁ ପ୍ରଦର୍ଶିତ କରିଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସରେ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଯଥା ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ଜାଗୁଆର ପ୍ରମୁଖ ସାମିଲ ହୋଇଥିଲେ। ଏହା ବ୍ୟତୀତ, ପରିବହନ ବିମାନ C-295 ଏବଂ AN-32 ମଧ୍ୟ ଏକ୍ସପ୍ରେସୱେ ଏୟାରଷ୍ଟ୍ରିପ୍ ରେ ସଫଳତାର ସହିତ ଅବତରଣ ସମାପନ କରିଥିଲେ। Mi-17 V5 ହେଲିକ୍ୟାପ୍ଟର ଏବଂ ଗରୁଡ କମାଣ୍ଡୋ ଦଳ ମଧ୍ୟ ଅଭ୍ୟାସରେ ଅଂଶଗ୍ରହଣ କରି ସେମାନଙ୍କର କ୍ଷମତା ପ୍ରଦର୍ଶନ କରିଥିଲେ।
ଏହା ସହ ପଢନ୍ତୁ: ଯବାନ ନୁହେଁ ସାପ-କୁମ୍ଭୀର କରିବେ ସୀମା ସୁରକ୍ଷା! କ'ଣ ରହିଛି BSF Plan
କମ୍ ସମୟରେ ସଡ଼କରୁ ରନୱେ
ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଏହା ଥିଲା ଯେ ଜରୁରୀକାଳୀନ ପରିସ୍ଥିତିରେ ପାରମ୍ପରିକ ଏୟାରଷ୍ଟ୍ରିପ୍ ବଦଳରେ ଏକ୍ସପ୍ରେସୱେରେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧାକୁ ୟଥାଶୀଘ୍ର ସକ୍ରିୟ କରିବାର ପ୍ରକ୍ରିୟାକୁ ପରୀକ୍ଷା କରିବା। ଯେଉଁଥିରେ ଦର୍ଶାଯାଇଥିଲା ଯେ ସାଧାରଣ ଯାତାୟାତ ପାଇଁ ବ୍ୟବହୃତ ଏକ ଏକ୍ସପ୍ରେସୱେକୁ କିପରି ବହୁତ କମ ସମୟ ମଧ୍ୟରେ ଏକ ଏୟାରଷ୍ଟ୍ରିପ୍ ରେ ପରିଣତ କରିହେବ। ସମରାଭ୍ୟାସ ସମୟରେ, ସୁରକ୍ଷା, ଟ୍ରାଫିକ୍ କ୍ଲିୟରାନ୍ସ, ବୈଷୟିକ ଯାଞ୍ଚ ଏବଂ ଲଢ଼ୁଆ ଜେଟ୍ କାର୍ଯ୍ୟ ସହିତ ଜଡିତ ସମସ୍ତ ଦିଗକୁ ନିକଟରୁ ଯାଞ୍ଚ କରାଯାଇଥିଲା।
ଏୟାରବେସ୍ ବିନା ଅପରେସନ କାର୍ଯ୍ୟକାରୀ କରିବାର କ୍ଷମତା
ବାୟୁସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏପରି ଅଭ୍ୟାସ ଏହା ସ୍ପଷ୍ଟ କରୁଛି ଯେ ଆବଶ୍ୟକ ହେଲେ ବାୟୁସେନାର ଯୁଦ୍ଧ ଏବଂ ପରିବହନ ବିମାନ ପାରମ୍ପରିକ ବାୟୁସେନା ଘାଟି ଅର୍ଥାତ ଏୟାରବେସ୍ (Airbase) ବିନା ମିଶନ୍ କରିପାରିବ। ଏହି ସୁବିଧା ଯୁଦ୍ଧକାଳୀନ ସମୟ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରେ।
ଜରୁରୀକାଳୀନ ଅବତରଣ ସୁବିଧା (Emergency Landing Facility) କ'ଣ?
ଜରୁରୀକାଳୀନ ଅବତରଣ ସୁବିଧାର ଅର୍ଥ ହେଉଛି ଏକ ସ୍ୱତନ୍ତ୍ର ଭାବରେ ନିର୍ମିତ ୩-୪ କିଲୋମିଟର ଲମ୍ବା ରାସ୍ତା ଯେଉଁଠାରେ ଲଢ଼ୁଆ ବିମାନ, ପରିବହନ ବିମାନ ଏବଂ ହେଲିକ୍ୟାପ୍ଟର ଅବତରଣ କରିପାରିବେ। ସାଧାରଣ ସମୟରେ ଏହା ଏକ ସାଧାରଣ ରାସ୍ତା ପରି କାର୍ଯ୍ୟ କରିଥାଏ। ହେଲେ ସଙ୍କଟ ସମୟରେ ଏହା ଏକ ପୂର୍ଣ୍ଣାଙ୍ଗ ଏୟାରଷ୍ଟ୍ରିପ୍ ରେ ପରିଣତ ହୋଇଯାଏ। ଦେଶରେ ଏପରି ପ୍ରାୟ ୨୮ ସ୍ଥାନକୁ ଚିହ୍ନଟ କରାଯାଇଛି, ଯାହା ମଧ୍ୟରୁ ପ୍ରାୟ ୧୫ ସ୍ଥାନ ପୂର୍ବରୁ ବିକଶିତ ହୋଇସାରିଛି। ଏଥିମଧ୍ୟରୁ ୧୧ ଜରୁରୀକାଳୀନ ଅବତରଣ ସୁବିଧା ଜାତୀୟ ରାଜପଥରେ ଅବସ୍ଥିତ ରହିଛି।
କିପରି ନିର୍ମିତ ହୋଇଥାଏ ଏହାର ନିର୍ମାଣ?
Emergency Landing Facility (ELF), ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଭାରତୀୟ ବାୟୁସେନାର ସହଯୋଗରେ ନିର୍ମିତ ହୋଇଥାଏ। ଏହି ରାସ୍ତା ସିଧା, ପ୍ରଶସ୍ତ ଏବଂ ଅତ୍ୟନ୍ତ ମଜବୁତ ହୋଇଥାଏ। ଯାହା ଫଳରେ ଭାରୀ ଯୁଦ୍ଧ ବିମାନ ମଧ୍ୟ ସୁରକ୍ଷିତ ଭାବରେ ଅବତରଣ କରିପାରିବ। ପ୍ରାୟ 3.2 କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସୱେର କରୱାଲ ଖେଡି ଷ୍ଟ୍ରିପ୍ ହେଉଛି ଏହାର ଏକ ଉଦାହରଣ।
ଏହା ସହ ପଢନ୍ତୁ: ଦୂରରୁ ଥାଇ ଶତ୍ରୁଙ୍କୁ ନିପାତ କରିବ 'ବାୟୁ ବାଣ', କିପରି କରିବ କାମ?
ପୂର୍ବରୁ ମଧ୍ୟ ହୋଇସାରିଛି ପରୀକ୍ଷଣ
ଗତ ୨୦୧୫ରେ ଯମୁନା ଏକ୍ସପ୍ରେସୱେରେ ପ୍ରଥମ ରୋଡ୍ ରନୱେ ପରୀକ୍ଷଣ ହୋଇଥିଲା। ସେହିପରି ୨୦୨୧ ରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ C-130J ଅବତରଣ କରିଥିଲା। ସେହିପରି ୨୦୨୩ରେ ଏଠାରେ ବଡ଼ ଧରଣର ଲଢ଼ୁଆ ବିମାନ ଅଭ୍ୟାସ କରିଥିଲେ। ସେହିପରି ୨୦୨୪ରେ ଆନ୍ଧ୍ର ପ୍ରଦେଶରେ ସକ୍ରିୟ ହୋଇଥିଲା ELF। ଗତ ବର୍ଷ ଗଙ୍ଗା ଏକ୍ସପ୍ରେସୱେରେ ରାତ୍ରିକାଳୀନ ଅବତରଣ ସୁବିଧା ବିକଶିତ ହୋଇଥିଲା। ଚଳିତ ବର୍ଷ ପୂର୍ବୋତ୍ତର ଭାରତରେ ଦେଶର ପ୍ରଥମ ELF ଆସାମରେ ଆରମ୍ଭ ହୋଇଥିଲା
ଦେଶ ପାଇଁ କାହିଁକି ଜରୁରୀ ELF?
ଆଧୁନିକ ଯୁଦ୍ଧରେ ବାୟୁସେନା ଘାଟି ଉପରେ ଶତ୍ରୁ ପକ୍ଷର ପ୍ରଥମ ଲକ୍ଷ୍ୟ ରହିଥାଏ। ସେତେବେଳେ ELF ବାୟୁସେନାକୁ ବହୁ ସ୍ଥାନରେ ବିଭିନ୍ନ ଉପାୟରେ ସାହାଯ୍ୟ କରେ, ଯାହା ଶତ୍ରୁ ପାଇଁ ଆକ୍ରମଣ ଆରମ୍ଭ କରିବା କଷ୍ଟକର କରିଥାଏ। ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ELF ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାମଗ୍ରିକ ଭାବରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏହି ଅଭ୍ୟାସକୁ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories