Hydrogen Train India Trial / ନାଁ ଧୂଆଁ, ନାଁ ପ୍ରଦୂଷଣ; କେଉଁଠି-କେଉଁ ମାର୍ଗରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍?
·2 months ago·3 min read

Key Points
ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ ଶୁକ୍ରବାର (ଜୁନ୍ ୨୬) ସଫଳତାର ସହ ଏହାର ଶେଷ ହାଇ-ସ୍ପୀଡ୍ ପରୀକ୍ଷଣ ସମାପ୍ତ କରିଛି। ଏହି ପରୀକ୍ଷଣ ହରିୟାଣାର ଜିନ୍ଦ ଠାରୁ ସୋନିପତ ସେକ୍ସନ ମଧ୍ୟରେ ହୋଇଥିଲା। ଯେଉଁଠାରେ ଟ୍ରେନ ଘଣ୍ଟା ପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଦୌଡ଼ିଥିଲା।
First Hydrogen Train India Trial: ଭାରତୀୟ ରେଳ ଇତିହାସରେ ଏକ ନୂତନ ସବୁଜ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ଏଣିକି ରେଳ ଧାରଣାରେ ଆଉ ଶବ୍ଦ ଏବଂ ଧୂଆଁ ଦ୍ୱାରା ଚିହ୍ନିତ ହେବ ନାହିଁ, ବରଂ ଏକ ସ୍ୱଚ୍ଛ ଭବିଷ୍ୟତର ଗତି ମାର୍ଗ ହେବ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଯାହା ଧୂଆଁ କିମ୍ବା ପ୍ରଦୂଷଣ ନିର୍ଗତ କରିବ ନାହିଁ, ଏହାର ଶକ୍ତିର ପ୍ରମାଣ ସ୍ୱରୂପ କେବଳ ପାଣି ସିଞ୍ଚନ କରିବ। ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଶକ୍ରବାର (ଜୁନ୍ ୨୬) ଏହାର ଶେଷ ହାଇ-ସ୍ପୀଡ୍ ବେଗ ପରୀକ୍ଷଣ ସଫଳତାର ସହ ସମାପ୍ତ କରିଛି। ଏହି ପରୀକ୍ଷଣ ହରିୟାଣାର ଜିନ୍ଦ ଠାରୁ ସୋନିପତ ସେକ୍ସନ ମଧ୍ୟରେ କରାଯାଇଥିଲା। ଯେଉଁଠାରେ ଟ୍ରେନ୍ ଘଣ୍ଟା ପ୍ରତି ସର୍ବାଧିକ ୧୨୦ କିଲୋମିଟର ବେଗରେ ଦୌଡ଼ିଥିଲା।
ହରିୟାଣାରେ ଚଳାଚଳ କରିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
ହାଇଡ୍ରୋଜେନ୍ ଟ୍ରେନ୍ର ସଫଳ ପରୀକ୍ଷଣକୁ ଭାରତୀୟ ରେଳବାଇ ପାଇଁ ଏକ ପ୍ରମୁଖ ସଫଳତା ଭାବେ ବିବେଚନା କରାଯାଉଛି। କାରଣ ଏହା ଦେଶରେ ପ୍ରଦୂଷଣ ହ୍ରାସ କରିବାରେ ଏବଂ ସ୍ୱଚ୍ଛ ଇନ୍ଧନ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରି ଚାଲୁଥିବା ଟ୍ରେନ୍ ଚଳାଚଳକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ଏହା କେବଳ ଏକ ନୂତନ ଟ୍ରେନ୍ ନୁହେଁ, ବରଂ ପରିବେଶଗତ ସ୍ଥିରତା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ନୂତନ ଆଭିମୁଖ୍ୟ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେବା ହରିୟାଣାରେ ଆରମ୍ଭ ହେବ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ଜିନ୍ଦ-ସୋନିପତ ମଧ୍ୟରେ ଚଳାଚଳ କରିବ। ଏହା ଟ୍ରେନ୍ ଦେଖିବାକୁ ନୀଳ ରଙ୍ଗର ହେବ। ଯେଉଁଥିରେ ଧଳା ରଙ୍ଗର ପଟି ରହିବ।
ଏହା ସହ ପଢନ୍ତୁ: ଚଳନ୍ତା ଗାଡ଼ିରେ ବିଳାସମୟ ହୋଟେଲ; ଭାଇରାଲ ଭିଡ଼ିଓ ଦେଖି ତାଜୁବ ହୋଇଯିବେ ଆପଣ
ହାଇଡ୍ରୋଜେନ୍ ଟ୍ରେନ୍ ଟ୍ରାଏଲ୍ ରନ୍ କରାଯିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଟ୍ରାଏଲ୍ ରନ୍ ହେବା ସମୟରେ ଟ୍ରେନ୍ ଜିନ୍ଦ ଷ୍ଟେସନ ଠାରୁ ଏହାର ଯାତ୍ରା ଆରମ୍ଭ କରୁଛି। ଯେଉଁଠାରେ ରେଳବାଇ ଅଧିକାରୀ ସମସ୍ତ ବୈଷୟିକ ମାନଦଣ୍ଡ ପୂରଣ କରିବାକୁ ନିଶ୍ଚିତ କରିବା ପାଇଁ ଏହାର ଗତି ଏବଂ କାର୍ଯ୍ୟଦକ୍ଷତା ଉପରେ ନଜର ରଖିଥିଲେ। ଯାତ୍ରୀ ସେବା ଆରମ୍ଭ ହେବା ପୂର୍ବରୁ ଏହି ସଫଳ ଟ୍ରାଏଲ୍ ରନ୍ ପ୍ରକ୍ରିୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଏ। ଏବେ ଏହାର କିଛି ଆବଶ୍ୟକୀୟ ପ୍ରକ୍ରିୟା ଏବଂ ଔପଚାରିକତା ବାକି ରହିଛି। ଯାହା ସମାପ୍ତ ହୋଇଯିବା ପରେ ଏହି ଟ୍ରେନ୍, ସାଧାରଣ ଯାତ୍ରୀଙ୍କୁ ଏହାର ସେବା ଯୋଗାଇବ।
କ'ଣ ରହିଛି ଏହାର ବୈଶିଷ୍ଟ୍ୟ?
ଯେଉଁଠି ପାରମ୍ପରିକ ଇନ୍ଧନ ବ୍ୟବହାର କରି ଚଳାଚଳ କରୁଥିବା ସାଧାରଣ ଟ୍ରେନ୍ ଡିଜେଲ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ହେଲେ ଏହି ଟ୍ରେନ୍, ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଜ୍ଞାନକୌଶଳ ବ୍ୟବହାର କରି ଚଳାଚଳ କରିବ। ହାଇଡ୍ରୋଜେନ୍ ଏବଂ ଅମ୍ଳଜାନ ମଧ୍ୟରେ ହେଉଥିବା ପ୍ରତିକ୍ରିୟା ଦ୍ୱାରା ବିଦ୍ୟୁତ୍ ଉତ୍ପାଦିତ ହୋଇଥାଏ। ଏହି ପ୍ରକ୍ରିୟାରେ ଧୂଆଁ କିମ୍ବା ବିଷାକ୍ତ ଗ୍ୟାସ୍ ଉତ୍ପାଦନ ହୁଏ ନାହିଁ। କେବଳ ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: କୁତୁବ୍ ମୀନାର ଠାରୁ ଉଚ୍ଚ ଏକ ସେତୁରେ ଦୌଡ଼ିବ ଭାରତୀୟ ରେଳ; କ'ଣ ରହିଛି ଏହାର ବିଶେଷତ୍ୱ
ହାଇଡ୍ରୋଜେନ୍ ଟ୍ରେନ୍ ଯାତ୍ରା ମାର୍ଗ ଏବଂ ଭଡ଼ା
ଏହି ଟ୍ରେନ୍ ଜିନ୍ଦ-ସୋନିପତ ମଧ୍ୟରେ ଚଳାଚଳ କରିବ। ଗୋହାନା ଠାରେ ମଧ୍ୟ ଏହାର ରହଣୀସ୍ଥଳ ରହିବ। ଟିକେଟ୍ ମୂଲ୍ୟ ଏବଂ ସମୟସାରଣୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ହେଲେ ରିପୋର୍ଟ ଅନୁଯାୟୀ, ଏହି ହାଇ-ଟେକ୍ ଟ୍ରେନ୍ ଭଡ଼ା ସର୍ବନିମ୍ନ ୫ ଟଙ୍କା ଏବଂ ସର୍ବାଧିକ ମାତ୍ର ୨୫ ଟଙ୍କା ହୋଇପାରେ।

Related Topics
Explore more stories
India's first hydrogen trainHydrogen train trial IndiaIndia hydrogen train routeHydrogen train India fareEco-friendly train IndiaJind to Sonipat hydrogen trainIndia green energy hydrogen train speedPollution free train India 120 kmphIndian Railways hydrogen fuel cell trainHydrogen train ticket price India