Hydrogen Train Delhi / ଏଣିକି ଦିଲ୍ଲୀ ପର୍ଯ୍ୟନ୍ତ ଦୌଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍; ପାନିପତ-ସାଫିଦୋ ସହିତ ହେବ ସଂଯୋଗ
·45 mins ago·3 min read

Key Points
ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଏବେ ଦିଲ୍ଲୀରୁ ଚଳାଚଳ କରିବା ପାଇଁ ବିଚାର କରାଯାଉଛି। ଏବେ ଏହା ଜିନ୍ଦ-ସୋନିପତ ମଧ୍ୟରେ ଚଲାଚଳ କରୁଛି।
ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଚଳିତ ବର୍ଷ ୨୦୨୬ ଜୁଲାଇରେ ଆରମ୍ଭ ହୋଇଥିଲା। ପ୍ରାୟ ୨ ମାସ ପୂର୍ବେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଭାରତୀୟ ରେଳବାଇର ବୈଷୟିକ କ୍ଷମତାକୁ ପ୍ରମାଣିତ କରିଛି। ଏହି ଟ୍ରେନ୍ ଏପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି। ହେଲେ ଯାତ୍ରୀ ପରିବହନ ଆଶା ଠାରୁ କମ୍ ହୋଇଛି। ଯାହାର ଫଳସ୍ୱରୂପ ରେଳବାଇ ଅଧିକାରୀ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ହାଇଡ୍ରୋଜେନ୍ ଟ୍ରେନ୍ ରୁଟ୍ ବିସ୍ତାର କରିବାକୁ ଯୋଜନା କରିଛନ୍ତି।
୨୬୦୦ ଯାତ୍ରୀ କ୍ଷମତା ବିଶିଷ୍ଟ ଟ୍ରେନ୍; ହେଲେ ଯାତ୍ରା କରୁଛନ୍ତି ୬୦ ଜଣ ଯାତ୍ରୀ
ଏନେଇ ରେଳବାଇ ଅଧିକାରୀ କହିଛନ୍ତି ଯେ ହାଇଡ୍ରୋଜେନ୍ ଟ୍ରେନ୍, ଏବେ ହରିୟାଣାରେ ୮୯ କିଲୋମିଟର ଲମ୍ବ ଜିନ୍ଦ-ସୋନିପତ ମାର୍ଗରେ ଚଳାଚଳ କରୁଛି। ହେଲେ ଏହି ଟ୍ରେନ୍ ରେ ବହୁତ କମ୍ ଯାତ୍ରୀ ଯାତ୍ରା କରୁଥିବାର ରେକର୍ଡ଼ କରାଯାଇଛି। ଏପରି ପରିସ୍ଥିତିରେ ଭାରତୀୟ ରେଳବାଇ ଏବେ ଦିଲ୍ଲୀ ପର୍ଯ୍ୟନ୍ତ ଏହାର ଯାତ୍ରାକୁ ବିସ୍ତାର କରିବାକୁ ବିଚାର କରୁଛି। ଯଦିଓ ହାଇଡ୍ରୋଜେନ୍ ଟ୍ରେନ ୨୬୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିବାର ସାମର୍ଥ୍ୟ ରଖିଛି। ହେଲେ ଜିନ୍ଦ-ସୋନିପତ ମଧ୍ୟରେ ସମଗ୍ର ଯାତ୍ରା ସମୟରେ କେବଳ ୪୦ ରୁ ୬୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରୁଛନ୍ତି। ଏହି ହାଇଡ୍ରୋଜେନ୍ ଟ୍ରେନ୍ ସମାନ ମାର୍ଗରେ ଥିବା DEMU ସେବାକୁ ବଦଳାଇ ଦେଇଛି। ରେଳବାଇ କହିବା କଥା ଯେ ପୁରୁଣା DEMU ଟ୍ରେନ୍ ରେ ମଧ୍ୟ ସମାନ ସଂଖ୍ୟକ ଯାତ୍ରା କରୁଥିଲେ।
ଏହା ସହ ପଢନ୍ତୁ: ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ
ଦିଲ୍ଲୀରୁ ଚଳାଇବା ପାଇଁ ହୋଇଛି ଦାବି
ଟ୍ରେନ୍ ପରିଚାଳନା ସହ ଜଡିତ ଜଣେ କର୍ମଚାରୀ କହିଛନ୍ତି ଯେ, ହାଇଡ୍ରୋଜେନ୍ ଚାଳିତ ଟ୍ରେନ ବ୍ୟତୀତ ବର୍ତ୍ତମାନ ଜିନ୍ଦ-ସୋନିପତ ମାର୍ଗରେ ଅନ୍ୟ ତିନୋଟି DEMU ଟ୍ରେନ ଚଳାଚଳ କରିଥାଏ। ଦୁଇଟି ସହର ମଧ୍ୟରେ ଅଫିସ ଯାଉଥିବା କିମ୍ବା କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଅଭାବ ଯୋଗୁଁ ସେମାନଙ୍କ ମଧ୍ୟରୁ କୌଣସି ଟ୍ରେନ୍ ରେ ପ୍ରବଳ ଭିଡ଼ ହେଉନାହିଁ। ଏହି ମାର୍ଗରେ କ୍ୱଚିତ୍ କୌଣସି ଅଫିସ ଯାଉଥିବା କିମ୍ବା ଶିଳ୍ପ କର୍ମଚାରୀ ନାହାଁନ୍ତି। ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି ଯେ ଟ୍ରେନର ଉତ୍ତମ ବ୍ୟବହାର ପାଇଁ ଏହାକୁ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାର କରାଯାଉ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିନ୍ଦ-ସୋନିପତ ମାର୍ଗରେ ଚଳାଚଳ କରୁଥିବା ଟ୍ରେନ୍ ହେଉଛି ୧୦ କୋଚ୍ ବିଶିଷ୍ଟ ଟ୍ରେନ୍। ଯାହା ୨୬୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ। ଯେତେବେଳେ ରେଲୱେ ଟ୍ରାକ୍ କ୍ଷମତାର ସୀମା ଯୋଗୁଁ ଦିଲ୍ଲୀରୁ ଚଳାଚଳ କରୁଥିବା ଟ୍ରେନ୍ ବହୁ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାତ୍ରା କରିବା ପାଇଁ ପ୍ରାୟ ୧୮-୨୦ କୋଚ୍ ଆବଶ୍ୟକ ହୋଇଥାଏ। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ କୌଣସି ଇନ୍ଧନ ଅଭାବ ହେବ ନାହିଁ। କାରଣ ଟ୍ରେନ୍ ଏକ ପୂର୍ଣ୍ଣ ଟ୍ୟାଙ୍କ୍ ରେ ପ୍ରାୟ ୨୫୦ ରୁ ୩୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ।
ଏହା ସହ ପଢନ୍ତୁ: ୧୨ ଷ୍ଟେସନ ଭିତରେ ଦୌଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍; କେତେ ରହିବ ବେଗ-ଭଡ଼ା? କେଉଁ ମାର୍ଗରେ ଯୋଗାଇବା ସେବା?
ଏହି ଟ୍ରେନ୍ ସ୍ୱାଭାବିକ ଭାବରେ ଜିନ୍ଦ ଠାରୁ ଏହାର ଯାତ୍ରା ଆରମ୍ଭ କରିପାରିବ। ସୋନିପତ, ପାଣିପତ, ସାଫିଦୋ ଦେଇ ପ୍ରାୟ ୧୮୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ଜିନ୍ଦ ଠାରେ ଅଟକିବ। ଏହା ସ୍ଥାନୀୟ ଜନସଂଖ୍ୟା ପାଇଁ ସହାୟକ ହେବ। ଯାହା ଦ୍ୱାରା ଯାତ୍ରୀ ପରିବହନରେ ଉନ୍ନତି ଆସିବ। ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍-ଚାଳିତ ଟ୍ରେନ୍ ୨୦୨୬ ଜୁଲାଇ ୧୭ ତାରିଖରେ ଆରମ୍ଭ ହୋଇଥିଲା। ଯାହା ପରବର୍ତ୍ତୀ ପିଢ଼ିର ସ୍ୱଚ୍ଛ ଏବଂ ସ୍ଥାୟୀ ପରିବହନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦିଗରେ ଏକ ପଦକ୍ଷେପ। ରେଳବାଇ ଅଧିକାରୀ ଏହି ସେବାକୁ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ବର୍ଣ୍ଣନା କରିଛନ୍।ତି ଯାହା ଭାରତକୁ ଜର୍ମାନୀ, ଜାପାନ, ଚୀନ୍ ଏବଂ ଆମେରିକା ଭଳି ଚୟନିତ ଦେଶଙ୍କ ତାଲିକାରେ ରଖିଛି।

Related Topics
Explore more stories