India Indonesia MoU / କିପରି କରାଯାଏ ନିର୍ବାଚନ? ଇଣ୍ଡୋନେସିଆକୁ ଶିଖାଇବ ଭାରତ
·2 months ago·3 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ମଙ୍ଗଳବାର ଉଭୟ ଦେଶ ମଧ୍ୟରେ ପ୍ରାୟ ୨୦ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ଚୁକ୍ତିନାମା ମଧ୍ୟରୁ ଗୋଟିଏ ହେଉଛି ପ୍ରମୁଖ ବୁଝାମଣା ହେଉଛି ଗଣାତାନ୍ତ୍ରିକ ଉପାୟରେ ନିର୍ବାଚନ ପରିଚାଳନ।
India-Indonesia MoU on Election Management: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମଙ୍ଗଳବାର (ଜୁଲାଇ ୭) ଉଭୟ ଦେଶ ପ୍ରାୟ ୨୦ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ମଧ୍ୟରୁ ଗୋଟିଏ ଭାରତର ନିର୍ବାଚନ କମିଶନ ଏବଂ ଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (KPU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧିନରେ ଦୁଇ ଦେଶ ନିର୍ବାଚନ ପରିଚାଳନାର ଅଭିଜ୍ଞତା ଏବଂ ଗଣତାନ୍ତ୍ରିକ ପରମ୍ପରାର ଆଦାନପ୍ରଦାନ କରିବେ। ଏହି ଚୁକ୍ତିନାମାରେ ନିର୍ବାଚନ କର୍ମଚାରୀଙ୍କ ପାଇଁ ତାଲିମ ଏବଂ ବୈଷୟିକ ଆଦାନପ୍ରଦାନ ମଧ୍ୟ ଅନ୍ତର୍ଭୁକ୍ତ ହେବ। ନିର୍ବାଚନ କମିଶନ ଗତ ୨୦୧୧ ରେ ଇଣ୍ଡୋନେସିଆ ସହିତ ସମାନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ବିଶ୍ୱର ପ୍ରାୟ ୨୮ ଦେଶ ଏବଂ ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ସଙ୍ଗଠନ ସହିତ ଏପରି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ବିଶ୍ୱାସର ପ୍ରତୀକ ପାଲଟିଲା ଭାରତ
ଏବେ ବିଶ୍ୱର କୌଣସି ଗଣତାନ୍ତ୍ରିକ ଦେଶ ନିର୍ବାଚନ ସହିତ ଜଡିତ ନିର୍ଭରଯୋଗ୍ୟ ବିଶେଷଜ୍ଞତା ଖୋଜନ୍ତି, ସେତେବେଳେ ସେମାନଙ୍କର ପ୍ରଥମ ପସନ୍ଦ ଭାରତ ପାଲଟିଛି। ନିର୍ବାଚନ ପରିଚାଳନା କ୍ଷେତ୍ରରେ ଏକ ପସନ୍ଦିତ ଅଂଶୀଦାର ଭାବରେ ସାରା ବିଶ୍ୱରେ ଭାରତ ଏକ ପ୍ରମୁଖ ଦେଶ ଭାବେ ଉଭା ହେଉଛି। ଭାରତ ଏହାର ସହଯୋଗୀ ଦେଶ ସହିତ ପ୍ରଯୁକ୍ତିବିଦ୍ୟା, ସାଂସ୍ଥାଗତ ଅଭିଜ୍ଞତା ବାଣ୍ଟି ଆସୁଛି। ଏହି କ୍ରମରେ ଭାରତ-ଇଣ୍ଡୋନେସିଆ ନିର୍ବାଚନ ପରିଚାଳନା ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ, ଭାରତ ଇଣ୍ଡୋନେସିଆକୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ମଧ୍ୟ ରପ୍ତାନି କରିବ।
ପ୍ରାୟ ୨୮ କୋଟି ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ତୃତୀୟ ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାବରେ ବିବେଚିତ ଇଣ୍ଡୋନେସିଆ, ଏହାର ନିର୍ବାଚନ ପ୍ରଣାଳୀକୁ ଆଧୁନିକୀକରଣ କରିବା ପାଇଁ ନିର୍ବାଚନ ପ୍ରଯୁକ୍ତିବିଦ୍ୟା, ପରିଚାଳନା ବିଶେଷଜ୍ଞତା ଏବଂ ସାଙ୍ଗଠନିକ ସହାୟତା ପ୍ରଦାନ କରିବା ପାଇଁ ଭାରତ ସହିତ ଏହି ଚୁକ୍ତିନାମା କରିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଉଭୟ ଦେଶ ପ୍ରଥମେ ୨୦୧୧ ଅଗଷ୍ଟ ୧୬ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିନାମା ୨୦୧୬ ଅଗଷ୍ଟରେ ଶେଷ ହୋଇଥିଲା। ହେଲେ ଦ୍ୱିତୀୟ ବୁଝାମଣାପତ୍ର ପାଇଁ ପ୍ରକ୍ରିୟା ଜୁନ୍ ୨୦୧୭ ରୁ ଚାଲିଛି।
ଏହା ସହ ପଢନ୍ତୁ: ଇଥାନଲ ପେଟ୍ରୋଲ କିଣିବ ନାହିଁ ଭୂଟାନ! ଜବାବ ରଖିଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତ କେଉଁ ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି?
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଭାରତୀୟ ନିର୍ବାଚନ ମଡେଲ୍ ଭୁଟାନରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଏକ ବିଶ୍ୱ ମାନଦଣ୍ଡ ପାଲଟିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଏପର୍ଯ୍ୟନ୍ତ ମାଳଦ୍ୱୀପ, ବାଂଲାଦେଶ, ଅଷ୍ଟ୍ରେଲିଆ, ଋଷିଆ, ଜର୍ଜିଆ, ମଙ୍ଗୋଲିଆ, ଫିଜି, ଦକ୍ଷିଣ କୋରିଆ, ଉଜବେକିସ୍ତାନ, ଭୁଟାନ, ଟ୍ୟୁନିସିଆ, କିର୍ଗିଜସ୍ତାନ, ସେଚେଲ୍ସ, ମରିସସ୍, ଆଫଗାନିସ୍ତାନ, ଜାମ୍ବିଆ, ମିଆଁମାର, ମେକ୍ସିକୋ, ଗୁଆନା, ବୋସନିଆ-ହର୍ଜେଗୋଭିନା, ଦକ୍ଷିଣ ଆଫ୍ରିକା, କେନିଆ ଏବଂ ଜୋର୍ଡାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହା ବ୍ୟତୀତ, ନିର୍ବାଚନ କମିଶନ ମିଳିତ ଜାତିସଂଘ, ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ଆସିଷ୍ଟାନ୍ସ,, FEMBOSA, କମନୱେଲ୍ଥ୍ ଇଲେକ୍ଟୋରାଲ୍ ନେଟୱାର୍କ, ଆସୋସିଏସନ୍ ଅଫ୍ ଏସୀୟାନ୍ ଇଲେ୍କସନ୍ ଅଥୋରିଟିଜ୍ ଏବଂ ୱାର୍ଲ୍ଡ ଇଲେକସନ୍ ବଡ଼ି ଭଳି ସଙ୍ଗଠନ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି।
ଭାରତ-ଇଣ୍ଡୋନେସିଆ ଚୁକ୍ତିନାମା
ଭାରତ-ଇଣ୍ଡୋନେସିଆ ମଧ୍ୟରେ ଚୁକ୍ତିନାମା ନିର୍ବାଚନ ପ୍ରଯୁକ୍ତିବିଦ୍ୟା, ମାନବ ସମ୍ବଳ ବିକାଶ, କ୍ଷମତା ନିର୍ମାଣ ଏବଂ ସର୍ବୋତ୍ତମ ଅଭ୍ୟାସର ଆଦାନପ୍ରଦାନରେ ସହଯୋଗକୁ ପ୍ରୋତ୍ସାହିତ କରିବ। ଉଭୟ ଦେଶର ଅଧିକାରୀ ଭାରତୀୟ EVM ଡିଜାଇନ୍, ନିର୍ବାଚନ ମନିଟରିଂ ସିଷ୍ଟମ, ଭୋଟର ସଚେତନତା ପଦକ୍ଷେପ ଏବଂ ଗଣତାନ୍ତ୍ରିକ ଶାସନ ପାଇଁ ଡିଜିଟାଲ୍ ଉପକରଣ ଅଧ୍ୟୟନ କରିବା ପାଇଁ ପରସ୍ପରର ଦେଶ ଗସ୍ତ କରିଛନ୍ତି।
ଭାରତର ବିଶେଷଜ୍ଞତା କେବଳ ନିର୍ବାଚନ ପରିଚାଳନା ପର୍ଯ୍ୟନ୍ତ ସୀମିତ ନାହିଁ। ବରଂ ବିଶ୍ୱର ଅନେକ ଦେଶରେ ଗଣତାନ୍ତ୍ରିକ ସଂସ୍ଥାକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରୁଛି। ଭାରତରେ ନିର୍ମିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଏହାର ନିର୍ଭରଯୋଗ୍ୟତା, ସୁରକ୍ଷା ଏବଂ ଲକ୍ଷ ଲକ୍ଷ ମତାତାଙ୍କୁ ନେଇ ଦକ୍ଷତାର ସହିତ ନିର୍ବାଚନ ପରିଚାଳନା କରିବାର କ୍ଷମତା ପାଇଁ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି। ଭାରତରୁ ବୈଷୟିକ ସହାୟତା ନେଇ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା EVM ଗ୍ରହଣ କରିଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭୂଟାନ। ସେହିପରି ନେପାଳକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ମେସିନ୍ ଏବଂ ପରୀକ୍ଷାମୂଳକ ବ୍ୟବହାର ପାଇଁ ସାଂସ୍ଥାଗତ ସହାୟତା ଯୋଗାଇ ଦିଆଯାଇଥିଲା।
ଏହା ସହ ପଢନ୍ତୁ:ସ୍ୱାଧିନତା ଦିବସରେ ଭାଙ୍ଗିଲା ରେକର୍ଡ଼; ସେଚେଲ୍ସ GDP ଠାରୁ ବଳିଗଲା ବାଣ ଫୁଟା ଖର୍ଚ୍ଚ
ବିଶ୍ୱକୁ EVM ରପ୍ତାନି
ଭାରତରେ ନିର୍ମିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଦୁଇଟି ସରକାରୀ କମ୍ପାନୀ ବେଙ୍ଗାଲୁରୁ ସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏବଂ ହାଇଦ୍ରାବାଦ ସ୍ଥିତ ଇଲେକ୍ଟ୍ରୋନିକ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ଦ୍ୱାରା ନିର୍ମିତ ହେଉଛି। BEL ସରକାରୀ ୱେବସାଇଟ୍ ଅନୁଯାୟୀ ଶ୍ରୀଲଙ୍କା, ଉଗାଣ୍ଡା, ମଲାୱି, ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ନେପାଳ ଆଦି ଦେଶକୁ EVM ରପ୍ତାନୀ କରାଯାଇ ସାରିଛି। ଏହା ମଧ୍ୟରୁ ନାମ୍ବିଆ ପ୍ରଥମ ଦେଶ ଥିଲା ଯିଏ ପ୍ରଥମେ EVM ଏବଂ ପରେ VVPAT ଗ୍ରହଣ କରିଥିଲା। ଭାରତ, ମାଡାଗାସ୍କର, ମିଆଁମାର, କାମ୍ବୋଡିଆ, ଫିଜି, ଭୁଟାନ, ସିଏରା ଲିଓନ, ମଙ୍ଗୋଲିଆ ଭଳି ଦେଶକୁ ନିର୍ବାଚନରେ ବ୍ୟବହୃତ ହେଉଥିବା କାଳି ମଧ୍ୟ ରପ୍ତାନୀ କରିଥାଏ।

Related Topics
Explore more stories