|
logo
Live

Argus News - ଦେଶରେ କେଉଁଠି ରହିଛି ଇଣ୍ଟରନେଟ୍ ଏଣ୍ଟ୍ରି ପଏଣ୍ଟ? କେଉଁଠି ହୋଇଥାଏ ସର୍ବାଧିକ ଟ୍ରାଫିକ୍ ପରିଚାଳନା?

National

Internet Entry Point in India / ଦେଶରେ କେଉଁଠି ରହିଛି ଇଣ୍ଟରନେଟ୍ ଏଣ୍ଟ୍ରି ପଏଣ୍ଟ? କେଉଁଠି ହୋଇଥାଏ ସର୍ବାଧିକ ଟ୍ରାଫିକ୍ ପରିଚାଳନା?

Subhramjit Ray
Browse all articles by Subhramjit Ray
·1 hour ago·3 min read
ଦେଶରେ କେଉଁଠି ରହିଛି ଇଣ୍ଟରନେଟ୍ ଏଣ୍ଟ୍ରି ପଏଣ୍ଟ? କେଉଁଠି ହୋଇଥାଏ ସର୍ବାଧିକ ଟ୍ରାଫିକ୍ ପରିଚାଳନା?
Internet Entry Point in India

Key Points

ଇଣ୍ଟରନେଟ୍ ଆକାଶରୁ ଆପଣଙ୍କ ମୋବାଇଲ୍ କୁ ଆସେ ନାହିଁ। ବରଂ ସମୁଦ୍ରର ଗଭୀରତାରୁ ଆପଣଙ୍କ ଫୋନ୍ ପର୍ଯ୍ୟନ୍ତ ପହଞ୍ଚିଥାଏ।
Cable Landing Stations in India: ଆଜିକାଲିର ଦୈନନ୍ଦିନ ଜୀବନରେ ଆମେ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳ ହୋଇସାରିଛେ। କୌଣସି ସୂଚନା ପାଇବା ପାଇଁ ହେଉ କିମ୍ବା ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବା ହେଉ ଇଣ୍ଟରନେଟ୍ ବିନା ବଞ୍ଚିବା କଷ୍ଟକର ହୋଇପଡୁଛି। ହେଲେ କେବେ ଆପଣ ଭାବିଛନ୍ତି କି ଆମେ ଦିନରାତି ବ୍ୟବହାର କରୁଥିବା ଇଣ୍ଟରନେଟ୍ ଆମ ଦେଶରେ କେଉଁଠାରେ ପ୍ରଥମେ ପହଞ୍ଚିଥାଏ? ଏହା ବାୟୁରୁ ଆସେ ନାହିଁ ବରଂ ଏହାର ଏକ ଏକ ଦୃଢ଼ ଭୌତିକ ନେଟୱାର୍କ ରହିଛି। ଯାହା ମାଧ୍ୟମରେ ଆମକୁ ଇଣ୍ଟରନେଟ୍ ସେବା ମିଳିଥାଏ। ହେଲେ ଏହି ବ୍ୟବସ୍ଥା କିପରି କାମ କରିଥାଏ?

୧୯୯୫ ମସିହାରେ ଇଣ୍ଟରନେଟ୍ ପାଇଁ ଖୋଲିଥିଲା ଦ୍ୱାର

ଭାରତରେ ଇଣ୍ଟରନେଟ୍ ସେବାର ଯାତ୍ରା ବେଶ ଆକର୍ଷଣୀୟ। ଯଦି ଏହାର ଆନୁଷ୍ଠାନିକ ଶୁଭାରମ୍ଭ ବିଷୟରେ କୁହାଯାଏ ତାହେଲେ ଇଣ୍ଟରନେଟ୍ ପ୍ରଥମେ ୧୯୯୫ ମସିହା ଅଗଷ୍ଟ ୧୫ ତାରିଖରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସରକାରୀ କମ୍ପାନୀ ବିଦେଶୀ ସଞ୍ଚାର ନିଗମ ଲିମିଟେଡ୍ ନିର୍ବାହ କରିଥିଲା। ଯଦିଓ ଏହା ପୂର୍ବରୁ ଦେଶରେ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଥିଲା। ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା ପୂର୍ବରୁ ଏହାକୁ ଶିକ୍ଷାଗତ ଗବେଷଣା ନେଟୱାର୍କ ମାଧ୍ୟମରେ କେବଳ ଶିକ୍ଷାଗତ କାର୍ଯ୍ୟ ଏବଂ ଗବେଷଣା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା। ଏହା ଏପରି ଏକ ସମୟ ଥିଲା ଯେତେବେଳେ ଆଜି ଭଳି ସମସ୍ତଙ୍କ ପକେଟ୍ ରେ ଇଣ୍ଟରନେଟ୍ ଉପଲବ୍ଧ ନଥିଲା, ବରଂ କେବଳ କିଛି ବିଶେଷ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସୀମିତ ରହିଥିଲା।

ଏହା ସହ ପଢନ୍ତୁ: ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବିପଦରେ ଇଣ୍ଟରନେଟ୍; ବନ୍ଦ ହୋଇପାରେ ଯୋଗାଯୋଗ!

କିପରି ପହଞ୍ଚିଥାଏ Internet Data?
ଲୋକେ ପ୍ରାୟତଃ ଧରି ନିଅନ୍ତି ଯେ ଇଣ୍ଟରନେଟ୍ ଆମ ପାଖରେ ସାଟେଲାଇଟ୍ କିମ୍ବା ବାୟୁ ମାଧ୍ୟମରେ ପହଞ୍ଚିଥାଏ। ହେଲେ ଏହା ସତ୍ୟ ନୁହେଁ। ବାସ୍ତବରେ ବିଶ୍ୱର କୋଣ ଅନୁକୋଣରେ ଉପଲବ୍ଧ ହେଉଥିବା ଇଣ୍ଟରନେଟ୍ ପାଣି ତଳେ ବିଛାଯାଇଥିବା ଉଚ୍ଚ-କ୍ଷମତା ସମ୍ପନ୍ନ ଫାଇବର-ଅପ୍ଟିକ୍ କେବୁଲ୍ ମାଧ୍ୟମରେ କାର୍ଯ୍ୟ କରିଥାଏ। ସମୁଦ୍ରର ଗଭୀରତାରେ ବିଛାଯାଇଥିବା ଏହି କେବୁଲ୍ ସାରା ବିଶ୍ୱରେ "କମ୍ପ୍ୟୁଟର ଏବଂ ସର୍ଭର" (Computers & Servers) କୁ ସଂଯୋଗ କରିଥାଏ। ଏହା ହେଉଛି ଏକ ବିଶ୍ୱସ୍ତରୀୟ ନେଟୱାର୍କ। ଯେତେବେଳେ ଆପଣ ଆପଣଙ୍କ ଫୋନ୍ ରେ କିଛି "ସର୍ଚ୍ଚ" (Search) କରନ୍ତି, ସେତେବେଳେ ଆପଣଙ୍କର ଡାଟା (Data) ଏହି କେବୁଲ୍ ମାଧ୍ୟମରେ ସମୁଦ୍ରରେ ବିଛା ଯାଇଥିବା "ସର୍ଭର" ପର୍ଯ୍ୟନ୍ତ ଯାଇଥାଏ ଯେଉଁଠାରୁ ସୂଚନା ସଂଗ୍ରହ କରି ପୁନର୍ବାର କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କ ଫୋନ୍ ସ୍କ୍ରିନ୍ କୁ ଫେରିଆସେ।

୧୭ କେବୁଲ୍ ସହୟତାରେ ଭାରତରେ ପ୍ରବେଶ କରେ ଇଣ୍ଟରନେଟ୍

ଏବେ ପ୍ରଶ୍ନ ଉଠୁଛି ସମୁଦ୍ରରେ ବିଛା ଯାଇଥିବା କେବୁଲ୍ ସ୍ଥଳଭାଗରେ କେଉଁଠାରେ ପହଞ୍ଚିଥାଏ? ରିପୋର୍ଟ ଅନୁସାରେ ଭାରତରେ ଇଣ୍ଟରନେଟ୍ ମୁଖ୍ୟତଃ ୧୭ ଆନ୍ତର୍ଜାତୀୟ "ସବମେରିନ୍ କେବୁଲ୍" (Submarine Cable) ମାଧ୍ୟମରେ ପ୍ରବେଶ କରିଥାଏ। ଏହି ୧୭ କେବୁଲ୍ ସମୁଦ୍ରରୁ ବାହାରି ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଥାଏ। ଏହି କେବୁଲ୍ ସ୍ଥଳଭାଗ ସହିତ ସଂଯୋଗ ହେଉଥିବା ସ୍ଥାନକୁ "କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ" (Cable Landing Station) କୁହାଯାଏ। ଭାରତରେ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମତେ ଚେନ୍ନାଇ, କୋଚିନ୍, ତୁତିକୋରିନ୍ ଏବଂ ତ୍ରିଭେନ୍ଦ୍ରମ୍ ଭଳି ସହରରେ ରହିଛି। ଏହି ଷ୍ଟେସନ ଠାରୁ ଦେଶର ନେଟୱାର୍କ ମାଧ୍ୟମରେ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଏ।

ଏହା ସହ ପଢନ୍ତୁ: ବିଶ୍ୱର ସେହି ଦେଶ ଯେଉଁଠି ମିଳେ ସବୁଠୁ ମହଙ୍ଗା ଇଣ୍ଟରନେଟ୍

କିଏ ସମ୍ଭାଳିଥାଏ ସର୍ବାଧିକ ଟ୍ରାଫିକ୍?
ଦେଶର ଅନେକ ଉପକୂଳବର୍ତ୍ତୀ ସହରରେ "କେବୁଲ ଲ୍ୟାଣ୍ଡିଂ ଷ୍ଟେସନ" ରହିଥିବା ବେଳେ, ଦୁଇଟି ସହର ବିଶାଳ ଇଣ୍ଟରନେଟ୍ ଟ୍ରାଫିକ୍ ପରିଚାଳନାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥାନ୍ତି। ଦେଶର ଅଧିକାଂଶ ଇଣ୍ଟରନେଟ୍ ଡାଟା ଦୁଇଟି ମୁଖ୍ୟ ହବ୍ ଦେଇ ଗତି କରିଥାଏ। ତାହା ହେଉଛି ପଶ୍ଚିମ ଉପକୂଳରେ ଅବସ୍ଥିତ ମୁମ୍ବାଇ ଏବଂ ଦକ୍ଷିଣ ଭାଗରେ ଅବସ୍ଥିତ ଚେନ୍ନାଇ। ଏହି ଦୁଇଟି ସହରର ଲାଗିଥିବା "ସିଷ୍ଟମ" (System) ଦେଶ ସାରା ଲକ୍ଷ ଲକ୍ଷ ଲୋକଙ୍କ "ଡାଟା' ର ଅବିଚ୍ଛିନ୍ନ ପ୍ରବାହ ସୁନିଶ୍ଚିତ କରିବାର ସବୁଠାରୁ କଷ୍ଟକର କାର୍ଯ୍ୟକୁ ପରିଚାଳନା କରିଥାନ୍ତି।

ଏସିଆ-ୟୁରୋପ ସହ କିପରି ଯୋଡ଼ି ହୋଇଛି ଭାରତ?
ଭାରତକୁ ବିଶ୍ୱର କୋଣ ଅନୁକୋଣ ସହ ଯୋଡ଼ିବା ପାଇଁ ସମୁଦ୍ରରେ ଅନେକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି। ଯଦି ଆମେ ଦେଶର ପ୍ରମୁଖ "ଇଣ୍ଟରନେଟ୍ କେବୁଲ୍ ରୁଟ୍" (Internet Cable Route) ବିଷୟରେ କଥା ହେବା, ତାହେଲେ ଏଥିରେ ଅନେକ ବଡ଼ ନାମ ଅନ୍ତର୍ଭୂକ୍ତ ରହିଛି। ପାଣି ତଳେ ରହିଥିବା ଏହି ମାର୍ଗ ଯାହାକୁ "କେବୁଲ୍ ରୁଟ୍" (Under Water Cable Route) କୁହାଯାଏ ତାହା SEA-ME-WE-4, SEA-ME-WE-5, I-ME-WE, Falcon ନାମରେ ଜଣାଶୁଣା। ଏହି ଉଚ୍ଚ-କ୍ଷମତା ବିଶିଷ୍ଟ ଲାଇନ୍ ଭାରତକୁ ସିଧାସଳଖ ୟୁରୋପ-ଏସିଆ ମହାଦେଶର ଅନ୍ୟାନ୍ୟ ଦେଶ ସହିତ ସଂଯୋଗ କରିଥାନ୍ତି। ଏହି ରାସ୍ତା ଯୋଗୁଁ ଆମେ ଏତେ ଶୀଘ୍ର ବିଦେଶୀ ୱେବସାଇଟ୍ ଏବଂ ଆପ୍ସ ବ୍ୟବହାର କରିପାରୁଛେ।

ଏହା ସହ ପଢନ୍ତୁ: ଇଣ୍ଟରନେଟ୍ ଦୁନିଆର ରହସ୍ୟ; କିପରି ପରସ୍ପର ସହ ଯୋଡ଼ି ହୋଇଛି ୭ ମହାଦେଶ?

କେଉଁଠି ଅଛନ୍ତି ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ?
ଯଦି ୨୦୨୫ ବର୍ଷର ସର୍ବଶେଷ ତଥ୍ୟ ଉପରେ ନଜର ପକାଇବା, ତାହେଲେ ଭାରତରେ ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୯୫ କୋଟିରେ ପହଞ୍ଚି ସାରିଲାଣି। ସମଗ୍ର ଦେଶରେ ଉତ୍ତର ପ୍ରଦେଶରେ ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି। ଏହି ରାଜ୍ୟରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ହେଉଛି ୧୩ କୋଟି। ଏହି ତଥ୍ୟ ଦର୍ଶାଉଛି ଯେ ସମୁଦ୍ର ଦେଇ ଆସୁଥିବା ଏହି ଇଣ୍ଟରନେଟ୍ ଦେଶର ପ୍ରତ୍ୟେକ କୋଣରେ ଏକ ଆବଶ୍ୟକତା ପାଲଟିଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Internet Entry Point in India: ଦେଶରେ କେଉଁଠି ରହିଛି ଇଣ୍ଟରନେଟ୍ ଏଣ୍ଟ୍ରି ପଏଣ୍ଟ? କେଉଁଠି ହୋଇଥାଏ ସର୍ବାଧିକ ଟ୍ରାଫିକ୍ ପରିଚାଳନା? | Argus News